Romans 7:4 — Compare Translations

7 translations compared side by side

Odia - 1840
"ଠିକ୍ ସହେି ଭଳି, ମାେ ଭାଇ ଓ ଭଉଣୀଗଣ, ତୁମ୍ଭମାନଙ୍କ ପୁରୁଣା ବ୍ଯକ୍ତିତ୍ବ ମରିଯାଇଛି ଓ ତୁମ୍ଭମାନେେ ଖ୍ରୀଷ୍ଟଙ୍କ ଶରୀର ମାଧ୍ଯମ ରେ ବ୍ଯବସ୍ଥାରୁ ମୁକ୍ତ ହାଇଯୋଇଛ। ଏବେ ତୁମ୍ଭମାନେେ ଅନ୍ୟ ଜଣକର ଅଟ। ତୁମ୍ଭମାନେେ ମୃତ୍ଯୁରୁ ବଞ୍ଚି ଉଠିଥିବା ଖ୍ରୀଷ୍ଟଙ୍କର ଅଟ। ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ଅଟୁ, ସେଥିପାଇଁ ଆମ୍ଭେ ପରମେଶ୍ବରଙ୍କ ସବୋ ରେ ନିଯୋଜିତ ହାଇେ ପାରିବା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ହେ ମୋହର ଭାଇମାନେ, ଖ୍ରୀଷ୍ଟଙ୍କ ଶରୀର ଦ୍ଵାରା ତୁମ୍ଭେମାନେ ମଧ୍ୟ ବ୍ୟବସ୍ଥା ପ୍ରତି ମୃତ ହୋଇଅଛ, ଯେପରି ତୁମ୍ଭେମାନେ ଅନ୍ୟ ସହିତ ସଂଯୁକ୍ତ ହୁଅ, ଅର୍ଥାତ୍ ଆମ୍ଭେମାନେ ଈଶ୍ଵରଙ୍କ ନିମନ୍ତେ ଫଳ ଉତ୍ପନ୍ନ କରିବା ପାଇଁ ଯେ ମୃତ୍ୟୁରୁ ଉତ୍ଥାପିତ ହୋଇଅଛନ୍ତି, ତାହାଙ୍କ ସହିତ ସଂଯୁକ୍ତ ହୁଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଭାଇମାନେ, ତୁମ୍ଭମାନଙ୍କର ମଧ୍ୟ ଠିକ୍ ସେହି ପରିସ୍ଥିତି। ତୁମ୍ଭେମାନେ ଜଳଦୀକ୍ଷା ଦ୍ୱାରା ଖ୍ରୀଷ୍ଟଙ୍କ ଶରୀର ସହିତ ମୃତ୍ୟୁଭୋଗ କରି, ତାଙ୍କର ପୁନରୁତ୍ଥାନରେ ମଧ୍ୟ ଅଂଶୀ ହୋଇଛ ଏବଂ ବର୍ତ୍ତମାନ ତୁମେ ଈଶ୍ୱରଙ୍କ ସୁଯୋଗ୍ୟ ସେବକ। ବ୍ୟବସ୍ଥା ପ୍ରତି ତୁମ୍ଭେମାନେ ମୃତ ହୋଇଛି।
Odia Bible ERV 2004 (ପବିତ୍ର ବାଇବଲ)
ଠିକ୍ ସେହିଭଳି, ମୋ’ ଭାଇ ଓ ଭଉଣୀଗଣ, ତୁମ୍ଭମାନଙ୍କ ପୁରୁଣା ବ୍ୟକ୍ତିତ୍ୱ ମରିଯାଇଛି ଓ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର ମାଧ୍ୟମରେ ବ୍ୟବସ୍ଥାରୁ ମୁକ୍ତ ହୋଇ ଯାଇଛ। ଏବେ ତୁମ୍ଭେମାନେ ଅନ୍ୟ ଜଣକର ଅଟ। ତୁମ୍ଭେମାନେ ମୃତ୍ୟୁରୁ ବଞ୍ଚି ଉଠିଥିବା ଖ୍ରୀଷ୍ଟଙ୍କର ଅଟ। ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ଅଟୁ, ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ସେବାରେ ନିୟୋଜିତ ହୋଇ ପାରିବା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ହେ ମୋହର ଭାଇମାନେ, ଖ୍ରୀଷ୍ଟଙ୍କ ଶରୀର ଦ୍ୱାରା ତୁମ୍ଭେମାନେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ପ୍ରତି ମୃତ ହୋଇଅଛ, ଯେପରି ତୁମ୍ଭେମାନେ ଅନ୍ୟ ସହିତ ସଂଯୁକ୍ତ ହୁଅ, ଅର୍ଥାତ୍‍ ଆମ୍ଭେମାନେ ଈଶ୍ବରଙ୍କ ନିମନ୍ତେ ଫଳ ଉତ୍ପନ୍ନ କରିବା ପାଇଁ ଯେ ମୃତ୍ୟୁରୁ ଉତ୍ଥାପିତ ହୋଇଅଛନ୍ତି, ତାହାଙ୍କ ସହିତ ସଂଯୁକ୍ତ ହୁଅ।
Odia IRV 2017 (ଓଡିଆ ବାଇବେଲ)
ଏଣୁ ହେ ମୋହର ଭାଇମାନେ, ଖ୍ରୀଷ୍ଟଙ୍କ ଶରୀର ଦ୍ୱାରା ତୁମ୍ଭେମାନେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ପ୍ରତି ମୃତ ହୋଇଅଛ, ଯେପରି ତୁମ୍ଭେମାନେ ଅନ୍ୟ ସହିତ ସଂଯୁକ୍ତ ହୁଅ, ଅର୍ଥାତ୍‍ ଆମ୍ଭେମାନେ ଈଶ୍ୱରଙ୍କ ନିମନ୍ତେ ଫଳ ଉତ୍ପନ୍ନ କରିବା ପାଇଁ ଯେ ମୃତ୍ୟୁରୁ ଉତ୍ଥାପିତ ହୋଇଅଛନ୍ତି, ତାହାଙ୍କ ସହିତ ସଂଯୁକ୍ତ ହୁଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾಜ್ಯಾ ಪ್ರಿತಿಚ್ಯಾನು, ತುಮ್ಚೆಬಿ ತಸೆಚ್, ತುಮಿ ಖಾಯ್ದ್ಯಾಕ್ ಮರ್ಲ್ಯಾಶಿ. ಕಶ್ಯಾಕ್ ಮಟ್ಲ್ಯಾರ್ ತುಮಿ ಕ್ರಿಸ್ತಾಚ್ಯಾ ಆಂಗಾಚೊ ಭಾಗ್; ಅನಿ ಅತ್ತಾ ತುಮಿ ಜೆ ಕೊನಾಕ್ ಮರ್‍ನಾತ್ನಾ ಝಿತ್ತೊ ಕರುನ್ ಉಟ್ಟಲ್ಲೆ ಹಾಯ್, ತೆನಿ ತೆಕಾ ಸಮಂದ್ ಪಡಲ್ಲೆ ಹೊವ್ನ್ ಹಾಸಿ, ತಸೆಮನುನ್ ಅಮಿ ದೆವಾಚ್ಯಾ ಸೆವೆತ್ ಫಾಯ್ದ್ಯಾಕ್ ಪಡ್ತಲೆ ಹೊವ್ನ್ ರ್‍ಹಾವ್ಕ್ ಪಾಜೆ.