Romans 8:26 — Compare Translations

7 translations compared side by side

Odia - 1840
"ଆତ୍ମା ମଧ୍ଯ ଆମକୁ ସାହାୟ୍ଯ କରୁଛନ୍ତି, ଆମ୍ଭେ ଅତି ଦୁର୍ବଳ କିନ୍ତୁ ଆତ୍ମା ଆମ୍ଭର ଦୁର୍ବଳତା ରେ ଆମ୍ଭକୁ ସାହାୟ୍ଯ କରୁଛନ୍ତି। କଣ ଓ କିପରି ପାର୍ଥନା କରିବା ଉଚିତ୍ ତାହା ଆମ୍ଭେ ଜାଣୁ ନାହୁଁ। କିନ୍ତୁ ଆତ୍ମା ନିଜ ତରଫରୁ ପରମେଶ୍ବରଙ୍କୁ ଆମ୍ଭ ପାଇଁ ପାର୍ଥନା କରନ୍ତି। ଆତ୍ମା ଆମ୍ଭ ପାଇଁ ପରମେଶ୍ବଙ୍କ ଠା ରେ ନିବଦନେ କରନ୍ତି। ଆତ୍ମା ଯେତେ ଗଭୀର ଭାବନା ସହିତ ପରମେଶ୍ବରଙ୍କୁ କୁହନ୍ତି ତାହା ଶବ୍ଦ ରେ ବର୍ଣନା କରା ଯାଇ ପାରିବ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେହି ପ୍ରକାରେ ଆତ୍ମା ମଧ୍ୟ ଆମ୍ଭମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି; କାରଣ କଅଣ ପ୍ରାର୍ଥନା କରିବା ଉଚିତ, ତାହା ଆମ୍ଭେମାନେ ଜାଣୁ ନାହୁଁ, କିନ୍ତୁ ଆତ୍ମା ସ୍ଵୟଂ ଅକଥନୀୟ ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି;
Odia BSI (ପବିତ୍ର ବାଇବଲ (CL) NT (BSI))
ଆମ୍ଭେମାନେ ଦୁର୍ବଳ, କିନ୍ତୁ ପବିତ୍ରଆତ୍ମା ଆମକୁ ସାହାଯ୍ୟ କରନ୍ତି। କିପରି ପ୍ରାର୍ଥନା କରିବାକୁ ହୁଏ, ତାହା ଆମ୍ଭେମାନେ ଜାଣୁନା। ତେଣୁ ପବିତ୍ରଆତ୍ମା ଅବ୍ୟକ୍ତ ଭାଷାରେ ଆମ ପାଇଁ ଈଶ୍ୱରଙ୍କୁ ଅନୁନୟ କରନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ଆତ୍ମା ମଧ୍ୟ ଆମକୁ ସାହାଯ୍ୟ କରୁଛନ୍ତି, ଆମ୍ଭେ ଅତି ଦୁର୍ବଳ କିନ୍ତୁ ଆତ୍ମା ଆମ୍ଭର ଦୁର୍ବଳତାରେ ଆମ୍ଭକୁ ସାହାଯ୍ୟ କରୁଛନ୍ତି। କ’ଣ ଓ କିପରି ପ୍ରାର୍ଥନା କରିବା ଉଚିତ୍ ତାହା ଆମ୍ଭେ ଜାଣୁ ନାହୁଁ। କିନ୍ତୁ ଆତ୍ମା ନିଜ ତରଫରୁ ପରମେଶ୍ୱରଙ୍କୁ ଆମ୍ଭ ପାଇଁ ପ୍ରାର୍ଥନା କରନ୍ତି। ଆତ୍ମା ଆମ୍ଭ ପାଇଁ ପରମେଶ୍ୱରଙ୍କଠାରେ ନିବେଦନ କରନ୍ତି। ଆତ୍ମା ଯେତେ ଗଭୀର ଭାବନା ସହିତ ପରମେଶ୍ୱରଙ୍କୁ କୁହନ୍ତି ତାହା ଶବ୍ଦରେ ବର୍ଣନା କରା ଯାଇ ପାରିବ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ସେହି ପ୍ରକାରେ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି; କାରଣ କଅଣ ପ୍ରାର୍ଥନା କରିବା ଉଚିତ, ତାହା ଆମ୍ଭେମାନେ ଜାଣୁ ନାହୁଁ, କିନ୍ତୁ ଆତ୍ମା ସ୍ୱୟଂ ଅକଥନୀୟ ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି;
Odia IRV 2017 (ଓଡିଆ ବାଇବେଲ)
ଆଉ, ସେହି ପ୍ରକାରେ ଆତ୍ମା ମଧ୍ୟ ଆମ୍ଭମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି; କାରଣ କ'ଣ ପ୍ରାର୍ଥନା କରିବା ଉଚିତ୍, ତାହା ଆମ୍ଭେମାନେ ଜାଣୁ ନାହୁଁ, କିନ୍ତୁ ଆତ୍ମା ସ୍ୱୟଂ ଅକଥନୀୟ ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಚ್ ಪವಿತ್ರ್ ಆತ್ಮೊಬಿ ಅಮ್ಚೊ ಬರೊಸ್ಯಾಚೊ ಬಳ್ ಕಮಿ ಹೊಲ್ಲ್ಯಾ ತನ್ನಾ ಅಮ್ಕಾ ಮಜತ್ ಕರುಕ್ ಯೆತಾ. ಕಶ್ಯಾಕ್ ಮಟ್ಲ್ಯಾರ್ ಕಾಯ್ ಅನಿ ಕಶೆ ಮಾಗ್ನಿ ಕರ್‍ತಲೆ ಮನುನ್ ಅಮ್ಕಾ ಗೊತ್ತ್ ನಾ, ತಸೆಚ್ ಪವಿತ್ರ್ ಆತ್ಮೊಚ್ ಅಮ್ಚ್ಯಾನ್ ಸಾಂಗುಕ್ ಹೊಯ್‍ ನಸಲ್ಲ್ಯಾ ಗೊಸ್ಟಿಯಾನಿ ಅಪ್ನಾಚ್ಯಾ ಉಸ್ಕಾರಾನಿ ಮಾಗುನ್ಗೆತ್ ರ್‍ಹಾತಾ.