Romans 8:3 — Compare Translations

7 translations compared side by side

Odia - 1840
"ଆମ୍ଭର ପାପପୂର୍ଣ ସ୍ବଭାବ ଦ୍ବରା ବ୍ଯବସ୍ଥା ଶକ୍ତି ହୀନ ହାଇପୋ ରେ। କିନ୍ତୁ ବ୍ଯବସ୍ଥା ଯାହା କରି ପାରି ନଥିଲା, ତାହା ପରମେଶ୍ବର କଲେ। ପରମେଶ୍ବର ନିଜ ପୁତ୍ରକୁ ସଇେ ମାନବ ଶରୀର ପ୍ରଦାନ କରି ପୃଥିବୀକୁ ପଠାଇଲେ, ଯେଉଁ ଶରୀରକୁ ଅନ୍ୟମାନେ ପାପ କାମ ରେ ଲଗାନ୍ତି। ପାପର ପ୍ରାୟଶ୍ଚିତ୍ତ ପାଇଁ ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ପଠାଇଲେ। ସେଥିପାଇଁ ପରମେଶ୍ବର ପାପକୁ ବିନାଶ କରିବା ପାଇଁ ମାନବ ଶରୀରକୁ ବ୍ଯବହାର କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଣୁ ଶରୀର ସକାଶେ ଦୁର୍ବଳ ହେବାରୁ ବ୍ୟବସ୍ଥା ଯାହା ସାଧନ କରି ପାରିଲା ନାହିଁ, ତାହା ଈଶ୍ଵର ଆପଣା ପୁତ୍ରଙ୍କୁ ପାପମୟ ଶରୀରର ସାଦୃଶ୍ୟରେ ପାପ ବିନାଶ ନିମନ୍ତେ ପ୍ରେରଣ କରି ଶରୀରରେ ପାପକୁ ଦଣ୍ତାଜ୍ଞା ଦେବା ଦ୍ଵାରା କଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ମନୁଷ୍ୟର ପ୍ରକୃତିଗତ ଦୁର୍ବଳତା ହେତୁ ମୋଶ ପ୍ରଦତ୍ତ ସ୍ୱସ୍ଥା ଯାହା ସାଧନ କରିପାରିଲା ନାହିଁ, ଈଶ୍ୱର ତାହା କରିଛନ୍ତି। ମନୁଷ୍ୟ ଜୀବନରେ ପାପକୁ ବିନଷ୍ଟ କରିବା ପାଇଁ ସେ ନିଜ ପୁତ୍ରଙ୍କୁ ପାପୀ ମନୁଷ୍ୟ ସାଦୃଶ୍ୟରେ ପ୍ରେରଣ କଲେ ଏବଂ ଖ୍ରୀଷ୍ଟ ପାପର ଶକ୍ତି ବିନଷ୍ଟ କରିଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭର ପାପପୂର୍ଣ୍ଣ ସ୍ୱଭାବ ଦ୍ୱାରା ବ୍ୟବସ୍ଥା ଶକ୍ତି ହୀନ ହୋଇପାରେ। କିନ୍ତୁ ବ୍ୟବସ୍ଥା ଯାହା କରି ପାରି ନ ଥିଲା, ତାହା ପରମେଶ୍ୱର କଲେ। ପରମେଶ୍ୱର ନିଜ ପୁତ୍ରକୁ ସେଇ ମାନବ ଶରୀର ପ୍ରଦାନ କରି ପୃଥିବୀକୁ ପଠାଇଲେ, ଯେଉଁ ଶରୀରକୁ ଅନ୍ୟମାନେ ପାପ କାମରେ ଲଗାନ୍ତି। ପାପର ପ୍ରାୟଶ୍ଚିତ୍ତ ପାଇଁ ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ପଠାଇଲେ। ସେଥିପାଇଁ ପରମେଶ୍ୱର ପାପକୁ ବିନାଶ କରିବା ପାଇଁ ମାନବ ଶରୀରକୁ ବ୍ୟବହାର କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଣୁ ଶରୀର ସକାଶେ ଦୁର୍ବଳ ହେବାରୁ ବ୍ୟବସ୍ଥା ଯାହା ସାଧନ କରିପାରିଲା ନାହିଁ, ତାହା ଈଶ୍ବର ଆପଣା ପୁତ୍ରଙ୍କୁ ପାପମୟ ଶରୀରର ସାଦୃଶ୍ୟରେ ପାପ ବିନାଶ ନିମନ୍ତେ ପ୍ରେରଣ କରି ଶରୀରରେ ପାପକୁ ଦଣ୍ଡାଜ୍ଞା ଦେବା ଦ୍ୱାରା କଲେ,
Odia IRV 2017 (ଓଡିଆ ବାଇବେଲ)
ଯେଣୁ ଶରୀର ସକାଶେ ଦୁର୍ବଳ ହେବାରୁ ମୋଶାଙ୍କ ବ୍ୟବସ୍ଥା ଯାହା ସାଧନ କରି ପାରିଲା ନାହିଁ, ତାହା ଈଶ୍ୱର ଆପଣା ପୁତ୍ରଙ୍କୁ ପାପମୟ ଶରୀରର ସାଦୃଶ୍ୟରେ ପାପ ବିନାଶ ନିମନ୍ତେ ପ୍ରେରଣ କରି ଶରୀରରେ ପାପକୁ ଦଣ୍ଡାଜ୍ଞା ଦେବା ଦ୍ୱାରା କଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖಾಯ್ದ್ಯಾಕ್ ಜೆ ಕಾಯ್ ಕರುಕ್ ಹೊವ್ಕ್ ನಾ, ತೆ ದೆವಾನ್ ಕರ್‍ಲ್ಯಾನ್, ಕಶ್ಯಾಕ್ ಮಟ್ಲ್ಯಾರ್ ಅಮ್ಚ್ಯಾ ಮಾನ್ಸಾಚ್ಯಾ ಸ್ವಬಾವಾಕ್ ಬಳ್ ಕಮಿ. ತೆನಿ ಅಪ್ನಾಚ್ಯಾ ಸ್ವತಾಚ್ಯಾ ಲೆಕಾಕ್ ಮಾನ್ಸಾಚ್ಯಾ ರುಪಾತ್ ಧಾಡುನ್ ದಿಲ್ಲ್ಯಾ ವೈನಾ ಪಾಪ್ ಚುಕಿದಾರ್ ಮನುನ್ ದಾಕ್ವುನ್ ದಿಲ್ಯಾನ್, ಪಾಪಾಕ್ ಧುರ್ ಕಾಡುನ್ ಟಾಕುಕ್ ತೊ ಅಮ್ಚೊ ಪಾಪಿ ಲೊಕಾಂಚೊ ಸ್ವಬಾವ್ ಘೆವ್ನ್ ಯೆಲೊ.