Romans 8:7 — Compare Translations

7 translations compared side by side

Odia - 1840
"ଏହା କାହିଁକି ସତ୍ଯ? କାରଣ ଯଦି ଜଣେ ଲୋକର ବିଚାର ତାହାର ପାପପୂର୍ଣ ଶରୀର ଦ୍ବାରା ନିୟନ୍ତ୍ରିତ ହୁଏ, ତା ହେଲେ ସେ ଲୋକ ପରମେଶ୍ବରଙ୍କର ବିରୋଧୀ। ସେ ଲୋକ ପରମେଶ୍ବରଙ୍କର ବ୍ଯବସ୍ଥା ମାନିବାକୁ ମନା କରେ।ପ୍ରକୃତ ରେ ସେ ଲୋକ ପରମେଶ୍ବରଙ୍କର ବ୍ଯବସ୍ଥା ମାନିବା ପାଇଁ ଅସମର୍ଥ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଣୁ ଶାରୀରିକ ଭାବ ଈଶ୍ଵରଙ୍କ ବିରୁଦ୍ଧରେ ଶତ୍ରୁତା; କାରଣ ତାହା ଈଶ୍ଵରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି ବଶୀଭୂତ ହେବା ଅସମ୍ଭବ;
Odia BSI (ପବିତ୍ର ବାଇବଲ (CL) NT (BSI))
ମାନବ ପ୍ରକୃତିର ବଶୀଭୂତ ହେବା ଦ୍ୱାରା ବ୍ୟକ୍ତି ଈଶ୍ୱରଙ୍କ ଶତ୍ରୁ ହୁଏ; କାରଣ ସେ ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କରେ ନାହିଁ- ସେ ତା’ କରିବାକୁ ଅସମର୍ଥ।
Odia Bible ERV 2004 (ପବିତ୍ର ବାଇବଲ)
ଏହା କାହିଁକି ସତ୍ୟ? କାରଣ ଯଦି ଜଣେ ଲୋକର ବିଗ୍ଭର ତାହାର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହୁଏ, ତା’ହେଲେ ସେ ଲୋକ ପରମେଶ୍ୱରଙ୍କର ବିରୋଧୀ। ସେ ଲୋକ ପରମେଶ୍ୱରଙ୍କର ବ୍ୟବସ୍ଥା ମାନିବାକୁ ମନା କରେ। ପ୍ରକୃତରେ ସେ ଲୋକ ପରମେଶ୍ୱରଙ୍କର ବ୍ୟବସ୍ଥା ମାନିବା ପାଇଁ ଅସମର୍ଥ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଣୁ ଶାରୀରିକ ମନ ଈଶ୍ବରଙ୍କ ବିରୁଦ୍ଧରେ ଶତ୍ରୁତା; କାରଣ ତାହା ଈଶ୍ବରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି, ବଶୀଭୂତ ହେବା ଅସମ୍ଭବ;
Odia IRV 2017 (ଓଡିଆ ବାଇବେଲ)
ଯେଣୁ ଶାରୀରିକ ମନ ଈଶ୍ୱରଙ୍କ ବିରୁଦ୍ଧରେ ଶତ୍ରୁତା; କାରଣ ତାହା ଈଶ୍ୱରଙ୍କ ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି, ବଶୀଭୂତ ହେବା ଅସମ୍ଭବ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಆಂಗಾಚಿ ಮಟ್ಲ್ಯಾರ್ ಮಾನುಸ್‍ಪಾನಾಚಿ ಆಶಾ ದೆವಾಕ್ ವಿರೊದ್ ರ್‍ಹಾತಾ, ದೆವಾಚ್ಯಾ ಖಾಯ್ದ್ಯಾಕ್ ಹೆ ಆಂಗ್ ಖಾಲ್ತಿ ಹೊವ್ನ್ ಚಲಿನಾ ಅನಿ ಖಾಲ್ತಿ ಹೊವ್ನ್ ಚಲುಕ್ ಮಾನ್ಸಾಚ್ಯಾ ಸ್ವಬಾವಾಕ್ ಹೊಯ್ಚನಾ.