Romans 9:8 — Compare Translations
7 translations compared side by side
Odia - 1840
"ଏହାର ଅର୍ଥ ଯେ ଅବ୍ରାହମଙ୍କ ବଂଶର ସମସ୍ତେ ପରମେଶ୍ବରଙ୍କର ପ୍ରକୃତ ସନ୍ତାନ ନୁହଁନ୍ତି। କବଳେ ଯେଉଁମାନେ ପରମେଶ୍ବରଙ୍କ ପ୍ରତିଜ୍ଞା ଦ୍ବାରା ପରମେଶ୍ବରଙ୍କ ସନ୍ତାନ ହଇେଥିଲେ ସହେିମାନେ ଅବ୍ରାହମଙ୍କ ପ୍ରକୃତ ସନ୍ତାନ ହେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିର ଅର୍ଥ ଏହି, ଶାରୀରିକଭାବେ ଯେଉଁମାନେ ସନ୍ତାନ, ସେମାନେ ଯେ ଈଶ୍ଵରଙ୍କ ସନ୍ତାନ, ତାହା ନୁହେଁ, କିନ୍ତୁ ପ୍ରତିଜ୍ଞାର ସନ୍ତାନ ବଂଶ ରୂପେ ଗଣିତ ହୁଅନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହାର ଅର୍ଥ ହେଉଛି, ମନୁଷ୍ୟ ସନ୍ତାନ ମାତ୍ରକେ ଈଶ୍ୱରଙ୍କ ସନ୍ତାନ ହୋଇ ପାରିବେ ନାହିଁ। ଈଶ୍ୱରଙ୍କ ପ୍ରତିଜ୍ଞା ଅନୁସାରେ ଜନ୍ମଲାଭ କରିଥିବା ସନ୍ତାନମାନେ ଈଶ୍ୱରଙ୍କ ଦୃଷ୍ଟିରେ ପ୍ରକୃତ ସନ୍ତାନ ରୂପେ ପରିଗଣିତ ହୁଅନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ଏହାର ଅର୍ଥ ଯେ ଅବ୍ରାହମଙ୍କ ବଂଶର ସମସ୍ତେ ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ ନୁହନ୍ତି। କେବଳ ଯେଉଁମାନେ ପରମେଶ୍ୱରଙ୍କ ପ୍ରତିଜ୍ଞା ଦ୍ୱାରା ପରମେଶ୍ୱରଙ୍କ ସନ୍ତାନ ହୋଇଥିଲେ ସେହିମାନେ ଅବ୍ରାହମଙ୍କ ପ୍ରକୃତ ସନ୍ତାନ ହେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହାର ଅର୍ଥ ଯେ, ଯେଉଁମାନେ ଶାରୀରିକ ଭାବେ ସନ୍ତାନ, ସେମାନେ ଯେ ଈଶ୍ବରଙ୍କ ସନ୍ତାନ, ତାହା ନୁହେଁ, କିନ୍ତୁ ପ୍ରତିଜ୍ଞାର ସନ୍ତାନ ବଂଶ ରୂପେ ଗଣିତ ହୁଅନ୍ତି।
Odia IRV 2017 (ଓଡିଆ ବାଇବେଲ)
ଏଥିର ଅର୍ଥ ଏହି, ଶାରୀରିକ ଭାବେ ଯେଉଁମାନେ ସନ୍ତାନ, ସେମାନେ ଯେ ଈଶ୍ୱରଙ୍କ ସନ୍ତାନ, ତାହା ନୁହେଁ, କିନ୍ତୁ ପ୍ରତିଜ୍ଞାର ସନ୍ତାନ ବଂଶ ରୂପେ ଗଣିତ ହୁଅନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ಮಟ್ಲ್ಯಾರ್ ಅಸೆಚ್ ಸಹಜ್ ಜಲಮಲ್ಲೆ ಸಗ್ಳೆ ಜಾನಾ ದೆವಾಚಿ ಪೊರಾ ನ್ಹಯ್; ಹೆಚ್ಯಾ ಬದ್ಲಾಕ್, ಕಾಯ್ ಮಟ್ಲ್ಯಾರ್ ದೆವಾನ್ ಗೊಸ್ಟ್ ದಿವ್ನ್ ಸಾಂಗಲ್ಲ್ಯಾ ಗೊಸ್ಟಿಕ್ ಲಾಗುನ್ ಜೆ ಕೊನ್ ಜಲಮ್ಲ್ಯಾತ್ ತೆನಿ ಖರ್ಯಾ ಘರಾನ್ಯಾಚೆ ಮನುನ್ ಹೊಲೆ.