Ruth 1:13 — Compare Translations

5 translations compared side by side

Odia - 1840
"ସମାନେେ ବଡ ହବୋ ପର୍ୟ୍ଯନ୍ତ ତୁମ୍ଭେ କ'ଣ ଅପେକ୍ଷା କରିବ ଏବଂ ୟଥେଷ୍ଟ ବଯଷ୍କ ବିବାହ କରିବା ନିମନ୍ତେ? ତୁମ୍ଭେ ଯେତବେେଳେ ସମାନଙ୍କେୁ ଅପେକ୍ଷା କରିବ। ତୁମ୍ଭେ ନିଜକକ୍ସ୍ଟ ଅନ୍ୟ ସ୍ବାମୀମାନଙ୍କଠାରକ୍ସ୍ଟ ବିବାହ କରିବାଠାରକ୍ସ୍ଟ ଦୂ ରଇେ ରଖି ପାରିବ କି? ନା, ମାରେକନ୍ଯାଗଣ, ମୁ ତୁମ୍ଭମାନଙ୍କ ପାଇଁ ଖରାପ ଅନକ୍ସ୍ଟଭବ କରୁଛି, କାରଣ ଏହା ଜଣାୟାଏ ଯେ, ସଦାପ୍ରଭୁ ମାେ ବିରକ୍ସ୍ଟଦ୍ଧ ରେ ଅଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ତୁମ୍ଭେମାନେ କି ସେମାନଙ୍କର ବୟଃପ୍ରାପ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବ? ତୁମ୍ଭେମାନେ କି ଏଥି ନିମନ୍ତେ ଆନ ସ୍ଵାମୀ ଗ୍ରହଣ କରିବାରୁ ନିବୃତ୍ତ ହେବ? ନା, ହେ ମୋହର କନ୍ୟାମାନେ; କାରଣ ତୁମ୍ଭମାନଙ୍କ ହେତୁରୁ ମୋହର ଦୁଃଖ ଅତିଶୟ ହୋଇଅଛି; କାରଣ ସଦାପ୍ରଭୁଙ୍କ ହସ୍ତ ମୋʼ ବିରୁଦ୍ଧରେ ନିର୍ଗତ ହୋଇଅଛି ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ବଡ଼ ହେବା ପର୍ଯ୍ୟନ୍ତ ତୁମ୍ଭେ କ’ଣ ଅପେକ୍ଷା କରିବ ଏବଂ ଯଥେଷ୍ଟ ବୟଷ୍କ ବିବାହ କରିବା ନିମନ୍ତେ? ତୁମ୍ଭେ ଯେତେବେଳେ ସେମାନଙ୍କୁ ଅପେକ୍ଷା କରିବ। ତୁମ୍ଭେ ନିଜକୁ ଅନ୍ୟ ସ୍ୱାମୀମାନଙ୍କଠାରୁ ବିବାହ କରିବାଠାରୁ ଦୂରେଇ ରଖି ପାରିବ କି? ନା, ମୋର କନ୍ୟାଗଣ, ମୁଁ ତୁମ୍ଭମାନଙ୍କ ପାଇଁ ଖରାପ ଅନୁଭବ କରୁଛି, କାରଣ ଏହା ଜଣାଯାଏ ଯେ, ସଦାପ୍ରଭୁ ମୋ’ ବିରୁଦ୍ଧରେ ଅଛନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ତୁମ୍ଭେମାନେ କି ସେମାନଙ୍କର ବୟସପ୍ରାପ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବ? ତୁମ୍ଭେମାନେ କି ଏଥିନିମନ୍ତେ ଅନ୍ୟ ସ୍ୱାମୀ ଗ୍ରହଣ କରିବାରୁ ନିବୃତ୍ତ ହେବ? ନା, ହେ ମୋହର କନ୍ୟାମାନେ; କାରଣ ତୁମ୍ଭମାନଙ୍କ ହେତୁରୁ ମୋହର ଦୁଃଖ ଅତିଶୟ ହୋଇଅଛି କାରଣ ସଦାପ୍ରଭୁଙ୍କ ହସ୍ତ ମୋʼ ବିରୁଦ୍ଧରେ ଉଠିଅଛି।”
Odia IRV 2017 (ଓଡିଆ ବାଇବେଲ)
ତେବେ ତୁମ୍ଭେମାନେ କି ସେମାନଙ୍କର ବୟସପ୍ରାପ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବ? ତୁମ୍ଭେମାନେ କି ଏଥି ନିମନ୍ତେ ଅନ୍ୟ ସ୍ୱାମୀ ଗ୍ରହଣ କରିବାରୁ ନିବୃତ୍ତ ହେବ? ନା, ହେ ମୋହର କନ୍ୟାମାନେ; କାରଣ ତୁମ୍ଭମାନଙ୍କ ହେତୁରୁ ମୋହର ଦୁଃଖ ଅତିଶୟ ହୋଇଅଛି କାରଣ ସଦାପ୍ରଭୁଙ୍କ ହସ୍ତ ମୋ’ ବିରୁଦ୍ଧରେ ଉଠି ଅଛି।”