Ruth 2:11 — Compare Translations

5 translations compared side by side

Odia - 1840
"ବୋୟଜ ତାଙ୍କୁ କହିଲେ, ତୁମ୍ଭେ କିପରି ତକ୍ସ୍ଟମ୍ଭ ଶାଶୂ ନୟମୀକକ୍ସ୍ଟ ସାହାୟ୍ଯ କଲ, ମାେତେ ସେ ବିଷଯ ରେ କକ୍ସ୍ଟହାଗଲା। ମୁ ଜାଣେ ତୁମ୍ଭର ସ୍ବାମୀର ମୃତକ୍ସ୍ଟ୍ଯ ପରେ ତୁମ୍ଭେ କିପରି ତାକକ୍ସ୍ଟ ସାହାୟ୍ଯ କଲ। ଏବଂ ମୁ ଏହା ମଧ୍ଯ ଜାଣେ ଯେ ତୁମ୍ଭେ ତୁମ୍ଭର ନିଜର ଦେଶ, ମାତାପିତାଙ୍କୁ ଛାଡି ପକ୍ସ୍ଟଣି ଯେଉଁମାନଙ୍କୁ ତୁମ୍ଭେ ପର୍ବରକ୍ସ୍ଟ ଜାଣି ନଥିଲ, ସହେିମାନଙ୍କ ସହିତ ରହିବା ପାଇଁ ଆସିଅଛ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବୋୟଜ ତାହାକୁ ଉତ୍ତର ଦେଇ କହିଲା, ତୁମ୍ଭ ସ୍ଵାମୀର ମୃତ୍ୟୁ ଉତ୍ତାରେ ତୁମ୍ଭେ ଆପଣା ଶାଶୁ ପ୍ରତି ଯେରୂପ ବ୍ୟବହାର କରିଅଛ, ପୁଣି ଆପଣା ପିତା ଓ ଆପଣା ମାତା ଓ ଆପଣା ଜନ୍ମଦେଶ ତ୍ୟାଗ କରି ପୂର୍ବେ ଯେଉଁମାନଙ୍କୁ ଜାଣିଲ ନାହିଁ, ଏପରି ଲୋକଙ୍କ ନିକଟକୁ ଆସିଅଛ, ଏହିସବୁ କଥା ମୋତେ ସମ୍ପୂର୍ଣ୍ଣ ରୂପେ କୁହା ଯାଇଅଛି ।
Odia Bible ERV 2004 (ପବିତ୍ର ବାଇବଲ)
ବୋୟାଜ ତାଙ୍କୁ କହିଲେ, “ତୁମ୍ଭେ କିପରି ତୁମ୍ଭ ଶାଶୁ ନୟମୀକୁ ସାହାଯ୍ୟ କଲ, ମୋତେ ସେ ବିଷୟରେ କୁହାଗଲା। ମୁଁ ଜାଣେ ତୁମ୍ଭର ସ୍ୱାମୀର ମୃତ୍ୟୁ ପରେ ତୁମ୍ଭେ କିପରି ତାକୁ ସାହାଯ୍ୟ କଲ। ଏବଂ ମୁଁ ଏହା ମଧ୍ୟ ଜାଣେ ଯେ ତୁମ୍ଭେ ତୁମ୍ଭର ନିଜର ଦେଶ, ପିତାମାତାଙ୍କୁ ଛାଡ଼ି ପୁଣି ଯେଉଁମାନଙ୍କୁ ତୁମ୍ଭେ ପୂର୍ବରୁ ଜାଣି ନ ଥିଲ, ସେହିମାନଙ୍କ ସହିତ ରହିବା ପାଇଁ ଆସିଅଛ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବୋୟଜ ତାହାକୁ ଉତ୍ତର ଦେଇ କହିଲା, “ତୁମ୍ଭ ସ୍ୱାମୀର ମୃତ୍ୟୁୁ ଉତ୍ତାରେ ତୁମ୍ଭେ ନିଜ ଶାଶୁ ପ୍ରତି ଯେରୂପ ବ୍ୟବହାର କରିଅଛ, ପୁଣି ନିଜ ପିତା ଓ ନିଜ ମାତା ଓ ନିଜ ଜନ୍ମ ଦେଶ ତ୍ୟାଗ କରି ପୂର୍ବେ ଯେଉଁମାନଙ୍କୁ ଜାଣିଲ ନାହିଁ, ଏପରି ଲୋକଙ୍କ ନିକଟକୁ ଆସିଅଛ, ଏହିସବୁ କଥା ମୋତେ ସମ୍ପୂର୍ଣ୍ଣ ରୂପେ କୁହାଯାଇଅଛି।
Odia IRV 2017 (ଓଡିଆ ବାଇବେଲ)
ବୋୟଜ ତାହାକୁ ଉତ୍ତର ଦେଇ କହିଲା, “ତୁମ୍ଭ ସ୍ୱାମୀର ମୃତ୍ୟୁୁ ଉତ୍ତାରେ ତୁମ୍ଭେ ନିଜ ଶାଶୁ ପ୍ରତି ଯେରୂପ ବ୍ୟବହାର କରିଅଛ, ପୁଣି ନିଜ ପିତା ଓ ନିଜ ମାତା ଓ ନିଜ ଜନ୍ମଦେଶ ତ୍ୟାଗ କରି ପୂର୍ବେ ଯେଉଁମାନଙ୍କୁ ଜାଣିଲ ନାହିଁ, ଏପରି ଲୋକଙ୍କ ନିକଟକୁ ଆସିଅଛ, ଏହିସବୁ କଥା ମୋତେ ସମ୍ପୂର୍ଣ୍ଣ ରୂପେ କୁହା ଯାଇଅଛି।