Titus 1:11 — Compare Translations

7 translations compared side by side

Odia - 1840
"ଜଣେ ପ୍ରାଚୀନ ସମାନଙ୍କେର ଭୁଲ ବିଷୟ ରେ ତାହାଙ୍କୁ ଅବଗତ କରାଇବାକୁ ସକ୍ଷମ ଥିବେ ଓ ସମାନଙ୍କେୁ ଏପରି ଅବାନ୍ତର କଥା କହିବାରୁ ବନ୍ଦ କରାଇପାରୁଥିବେ। ସହେି ଲୋକମାନେ କୁଶିକ୍ଷାର ଉପଦେଶ ଦଇେ ସମ୍ପୂର୍ଣ୍ଣ ପରିବାରଗୁଡ଼ିକୁ ନଷ୍ଟ କରୁଛନ୍ତି। ସମାନେେ କବଳେ ଲୋକମାନଙ୍କୁ ଠକିବା ପାଇଁ ଏଭଳି ଶିକ୍ଷା ଦିଅନ୍ତି କାରଣ ସମାନେେ ଧନ ଅର୍ଜନ କରିବାକୁ ଇଚ୍ଛା କରନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନଙ୍କର ମୁଖ ବନ୍ଦ କରିବାର ଆବଶ୍ୟକ । ସେମାନେ କୁତ୍ସିତ ଧନଲାଭ ନିମନ୍ତେ ଅନୁପଯୁକ୍ତ ଶିକ୍ଷା ଦେଇ ଗୋଟିଏ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ରୂପେ ପଥଭ୍ରଷ୍ଟ କରନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନଙ୍କୁ ଏଥିରୁ ନିବୃତ୍ତ କରିବାକୁ ହେବ, କାରଣ ସେମାନେ ନିର୍ଲ୍ଲଜ୍ଜ ଭାବରେ କେବଳ ଅର୍ଥ ଲାଭ ଉଦ୍ଦେଶ୍ୟରେ ଅବାନ୍ତର ଶିକ୍ଷା ଦେଇ ଅନେକ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି କରୁଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ଜଣେ ପ୍ରାଚୀନ ସେମାନଙ୍କର ଭୁଲ୍ ବିଷୟରେ ତାହାଙ୍କୁ ଅବଗତ କରାଇବାକୁ ସକ୍ଷମ ଥିବେ ଓ ସେମାନଙ୍କୁ ଏପରି ଅବାନ୍ତର କଥା କହିବାରୁ ବନ୍ଦ କରାଇପାରୁଥିବେ। ସେହି ଲୋକମାନେ କୁଶିକ୍ଷାର ଉପଦେଶ ଦେଇ ସମ୍ପୂର୍ଣ୍ଣ ପରିବାରଗୁଡ଼ିକୁ ନଷ୍ଟ କରୁଛନ୍ତି। ସେମାନେ କେବଳ ଲୋକମାନଙ୍କୁ ଠକିବା ପାଇଁ ଏଭଳି ଶିକ୍ଷା ଦିଅନ୍ତି କାରଣ ସେମାନେ ଧନ ଅର୍ଜନ କରିବାକୁ ଇଚ୍ଛା କରନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନଙ୍କର ମୁଖ ବନ୍ଦ କରିବାର ଆବଶ୍ୟକ। ସେମାନେ କୁତ୍ସିତ ଧନଲାଭ ନିମନ୍ତେ ଅନୁପଯୁକ୍ତ ଶିକ୍ଷା ଦେଇ ଗୋଟିଏ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ରୂପେ ପଥଭ୍ରଷ୍ଟ କରନ୍ତି।
Odia IRV 2017 (ଓଡିଆ ବାଇବେଲ)
ସେମାନଙ୍କର ମୁଖ ବନ୍ଦ କରିବାର ଆବଶ୍ୟକ । ସେମାନେ କୁତ୍ସିତ ଧନଲାଭ ନିମନ୍ତେ ଅନୁପଯୁକ୍ତ ଶିକ୍ଷା ଦେଇ ଗୋଟିଏ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ରୂପେ ପଥଭ୍ରଷ୍ଟ କରନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸ್ಲ್ಯಾಂಚಿ ತೊಂಡಾ ಧಾಪುಚೆ ನಕ್ಕೊ ಹೊಲ್ಲೆಚ್ ಶಿಕ್ವುನ್ ಸಗ್ಳಿ ಕುಟ್ಮಾ ಚಾವ್ತಳಿ ಸರ್ಕೆ ತೆನಿ ಕರ್‍ತಾತ್, ಹೆ ಸಗ್ಳೆ ತೆನಿ ಹೆ ಬುರ್ಶೆ ಕಾಮ್ ತೆನಿ ಪೈಸ್ಯಾಚ್ಯಾ ಆಸೆನ್ ಕರ್‍ತಾತ್.