Titus 1:16 — Compare Translations
7 translations compared side by side
Odia - 1840
"ସେ ଲୋକମାନେ କୁହନ୍ତି ଯେ ସମାନେେ ପରମେଶ୍ବରଙ୍କୁ ଜାଣିଛନ୍ତି। କିନ୍ତୁ ଯେଉଁସବୁ ମନ୍ଦ କାମ ସମାନେେ କରୁଛନ୍ତି, ସେଥିରୁ ଜଣାଯାଏ ଯେ ସମାନେେ ପରମେଶ୍ବରଙ୍କୁ ଗ୍ରହଣ କରନ୍ତି ନାହିଁ। ସମାନେେ ଭୟଙ୍କର ଲୋକ, ଆଜ୍ଞା ବି ରୋଧୀ ଓ କୌଣସି ଭଲ କାମ ପାଇଁ ଅ ଯୋଗ୍ଯ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ଈଶ୍ଵରଙ୍କୁ ଜାଣନ୍ତି ବୋଲି ସ୍ଵୀକାର କରନ୍ତି, କିନ୍ତୁ ସେମାନଙ୍କ କର୍ମ ଦ୍ଵାରା ତାହାଙ୍କୁ ଅସ୍ଵୀକାର କରନ୍ତି; ସେମାନେ ଘୃଣ୍ୟ ଓ ଅବାଧ୍ୟ ପୁଣି ସମସ୍ତ ସତ୍କର୍ମର ଅଯୋଗ୍ୟ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଈଶ୍ୱରଙ୍କୁ ଜାଣିଛନ୍ତି ବୋଲି ଜୋର କରି କହନ୍ତି, କିନ୍ତୁ କାର୍ଯ୍ୟତଃ ସେମାନେ ଏ କଥା ଅସ୍ୱୀକାର କରନ୍ତି। ସେମାନେ ବିଦ୍ୱେଷପୂର୍ଣ୍ଣ ଏବଂ ଦୁର୍ଦ୍ଦାନ୍ତ - କୌଣସି ସତ୍କାର୍ଯ୍ୟ ସାଧନ କରିବାକୁ ସେମାନେ ଯୋଗ୍ୟ ନୁହନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ସେ ଲୋକମାନେ କୁହନ୍ତି ଯେ ସେମାନେ ପରମେଶ୍ୱରଙ୍କୁ ଜାଣିଛନ୍ତି। କିନ୍ତୁ ଯେଉଁସବୁ ମନ୍ଦ କାମ ସେମାନେ କରୁଛନ୍ତି, ସେଥିରୁ ଜଣାଯାଏ ଯେ ସେମାନେ ପରମେଶ୍ୱରଙ୍କୁ ଗ୍ରହଣ କରନ୍ତି ନାହିଁ। ସେମାନେ ଭୟଙ୍କର ଲୋକ, ଆଜ୍ଞା ବିରୋଧୀ ଓ କୌଣସି ଭଲ କାମ ପାଇଁ ଅଯୋଗ୍ୟ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ଈଶ୍ବରଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରନ୍ତି, କିନ୍ତୁ ସେମାନେ ଆପଣା କର୍ମ ଦ୍ୱାରା ତାହାଙ୍କୁ ଅସ୍ବୀକାର କରନ୍ତି; ସେମାନେ ଘୃଣ୍ୟ ଓ ଅବାଧ୍ୟ ପୁଣି, ସମସ୍ତ ସତ୍କର୍ମର ଅଯୋଗ୍ୟ।
Odia IRV 2017 (ଓଡିଆ ବାଇବେଲ)
ସେମାନେ ଈଶ୍ୱରଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରନ୍ତି; ସେମାନେ ଘୃଣ୍ୟ ଓ ଅବାଧ୍ୟ ପୁଣି, ସମସ୍ତ ସତ୍କର୍ମର ଅଯୋଗ୍ୟ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಪ್ನಿ ದೆವಾಕ್ ವಳಕ್ತಾಂವ್ ಮನುನ್ ತೆನಿ ಸಾಂಗುನ್ ಘೆತಾತ್, ಖರೆ ತೆನಿ ಕರ್ತಲ್ಯಾ ಕಾಮಾನಿ ತೆನಿ ದೆವಾಕ್ ತಿರಸ್ಕಾರ್ ಕರ್ತಾತ್ ತೆನಿ ಬುರ್ಶೆ ಹೊಲ್ಯಾತ್ ಅನಿ ದೆವಾಕ್ ಮಾನುನ್ ಘೆಯ್ನ್ಯಾತ್ ಬರಿ ಕಾಮಾ ಕರುಕ್ ಯೊಗ್ಯ್ ನಾತ್.