Titus 1:3 — Compare Translations

7 translations compared side by side

Odia - 1840
"ଉଚିତ ସମୟରେ ପରମେଶ୍ବର ସହେି ଜୀବନ ବିଷୟ ରେ ସଂସାରକୁ ଜଣାଇଲେ। ପ୍ରଚାର ଦ୍ବାରା ପରମେଶ୍ବର ଜଗତକୁ କହିଲେ। ପରମେଶ୍ବର ମାେତେ ସହେି କାମର ଦାଯିତ୍ବ ଦେଲେ। ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବର ଆଦେଶ ଦଇେଥିବାରୁ ମୁଁ ସଗେୁଡ଼ିକର ପ୍ରଚାର କଲି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ଅନ; ଜୀବନ, ସତ୍ୟବାଦୀ ଈଶ୍ଵର ଅନାଦିକାଳ ପୂର୍ବେ ପ୍ରତିଜ୍ଞା କରି ଯଥା ସମୟରେ ଆପଣା ବାକ୍ୟ ପ୍ରଚାର ଦ୍ଵାରା ପ୍ରକାଶ କଲେ; ସେହି ବାକ୍ୟ ପ୍ରଚାର କରିବାର ଭାର ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ଵରଙ୍କ ଆଜ୍ଞାନୁସାରେ ମୋʼଠାରେ ସମର୍ପିତ ହୋଇଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯଥା ସମୟରେ ଏହି ବାର୍ତ୍ତା ସେ ପ୍ରକାଶ କରିଛନ୍ତି। ଆମ୍ଭମାନଙ୍କର ମୁକ୍ତିଦାତା ଈଶ୍ୱରଙ୍କ ଆଦେଶରେ ଏହା ଘୋଷଣା କରିବାକୁ ମୋତେ ଦାୟିତ୍ୱ ଦିଆଯାଇଛି।
Odia Bible ERV 2004 (ପବିତ୍ର ବାଇବଲ)
ଉଚିତ୍ ସମୟରେ ପରମେଶ୍ୱର ସେହି ଜୀବନ ବିଷୟରେ ସଂସାରକୁ ଜଣାଇଲେ। ପ୍ରଗ୍ଭର ଦ୍ୱାରା ପରମେଶ୍ୱର ଜଗତକୁ କହିଲେ। ପରମେଶ୍ୱର ମୋତେ ସେହି କାମର ଦାୟିତ୍ୱ ଦେଲେ। ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱର ଆଦେଶ ଦେଇଥିବାରୁ ମୁଁ ସେଗୁଡ଼ିକର ପ୍ରଗ୍ଭର କଲି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ଅନନ୍ତ ଜୀବନ ସତ୍ୟ ଈଶ୍ବର, ଅନାଦିକାଳ ପୂର୍ବେ ପ୍ରତିଜ୍ଞା କରି ଯଥା ସମୟରେ ଆପଣା ବାକ୍ୟ ପ୍ରଚାର ଦ୍ୱାରା ପ୍ରକାଶ କଲେ; ସେହି ବାକ୍ୟ ପ୍ରଚାର କରିବାର ଭାର ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଆଜ୍ଞାନୁସାରେ ମୋʼ ଠାରେ ସମର୍ପିତ ହୋଇଅଛି।
Odia IRV 2017 (ଓଡିଆ ବାଇବେଲ)
ସେହି ଅନନ୍ତ ଜୀବନ ସତ୍ୟ ଈଶ୍ୱର, ଅନାଦିକାଳ ପୂର୍ବେ ପ୍ରତିଜ୍ଞା କରି ଯଥା ସମୟରେ ଆପଣା ବାକ୍ୟ ପ୍ରଚାର ଦ୍ୱାରା ପ୍ରକାଶ କଲେ; ସେହି ବାକ୍ୟ ପ୍ରଚାର କରିବାର ଭାର ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଆଜ୍ଞାନୁସାରେ ମୋ'ଠାରେ ସମର୍ପିତ ହୋଇଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಸಮಾ ಎಳಾರ್ ದೆವಾನ್ ಅಪ್ನಾಚಿ ಬರಿ ಖಬರ್ ಪರ್ಗಟ್ ಕರ್ಲ್ಯಾನ್, ರಾಕನ್ ಕರ್‍ತಲ್ಯಾ ದೆವಾಚ್ಯಾ ಆಜ್ಞಾ ಸರ್ಕೆ ಹಿ ಖಬರ್ ಮಾಜ್ಯಾ ಹಾತಿತ್ ಒಪ್ಸುನ್ ದಿಲ್ಲ್ಯಾನ್ ಅನಿ ತೆ ಮಿಯಾ ದೆವಾ ಅಮ್ಚ್ಯಾ ಸುಟ್ಕಾ ದಿನಾರ್‍ಯಾಚ್ಯಾ ಹುಕುಮಾ ಸರ್ಕೆ ಪರ್ಗಟ್ ಕರ್‍ತಾ.