Titus 2:14 — Compare Translations
7 translations compared side by side
Odia - 1840
"ନିଜ ଜୀବନକୁ ସତ୍ କର୍ମ ରେ ଲଗାଇବା ପାଇଁ ଲୋକମାନେ ଶିଖିବା ଆବଶ୍ଯକ। ଯେଉଁମାନଙ୍କର ପ୍ରକୃତ ରେ ଦରକାର, ସମାନଙ୍କେର ମଙ୍ଗଳ କର। ତା' ହେଲେ ଆମ୍ଭ ଲୋକେ ବିଫଳ ଜୀବନଯାପନ କରିବେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କୁ ସମସ୍ତ ଅଧର୍ମରୁ ମୁକ୍ତ କରିବାକୁ ଓ ଆପଣା ନିମନ୍ତେ ଉତ୍ତମତାରେ ଉଦ୍ଯୋଗୀ ନିଜସ୍ଵ ଲୋକ ସ୍ଵରୂପେ ଶୁଦ୍ଧ କରିବାକୁ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆମ୍ଭମାନଙ୍କୁ ସବୁ ଦୁଷ୍କର୍ମରୁ ନିବୃତ୍ତ କରାଇ ସତ୍କର୍ମ ପ୍ରତି ଆଗ୍ରହ ଜନ୍ମାଇବାକୁ ଯୀଶୁ ଖ୍ରୀଷ୍ଟ ଆତ୍ମବଳିଦାନ କରିଛନ୍ତି। ଏହା ଦ୍ୱାରା ଆମ୍ଭେମାନେ ଶୁଦ୍ଧପୂତ ହୋଇ ତାଙ୍କର ନିଜ ଲୋକ ହେବା ପାଇଁ ସୁଯୋଗ ପାଇଛୁ।
Odia Bible ERV 2004 (ପବିତ୍ର ବାଇବଲ)
ସେ ଆମ୍ଭ ପାଇଁ ନିଜକୁ ଦେଲେ। ଆମ୍ଭକୁ ସମସ୍ତ ମନ୍ଦରୁ ମୁକ୍ତ କରିବା ପାଇଁ ଏବଂ ଆମ୍ଭକୁ ଜଣେ ପବିତ୍ର ଜାତି ଓ କେବଳ ତାହାଙ୍କ ଭଳି ବ୍ୟକ୍ତିସମୂହ ଭାବରେ ଗଢ଼ିବା ପାଇଁ ସେ ମଲେ। ଏହି ପବିତ୍ର ଲୋକମାନେ ସର୍ବଦା ଭଲ କାମ କରିବା ପାଇଁ ଇଚ୍ଛା କରନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କୁ ସମସ୍ତ ଅଧର୍ମରୁ ମୁକ୍ତ କରିବାକୁ ଓ ଆପଣା ନିମନ୍ତେ ସତ୍କର୍ମରେ ଉଦ୍ଯୋଗୀ ନିଜସ୍ୱ ଲୋକ ସ୍ୱରୂପେ ଶୁଦ୍ଧ କରିବାକୁ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ।
Odia IRV 2017 (ଓଡିଆ ବାଇବେଲ)
ସେହି ଖ୍ରୀଷ୍ଟ ଯୀଶୁ ଆମ୍ଭମାନଙ୍କୁ ସମସ୍ତ ଅଧର୍ମରୁ ମୁକ୍ତ କରିବାକୁ ଓ ଆପଣା ନିମନ୍ତେ ସତ୍କର୍ମରେ ଉଦ୍ଯୋଗୀ ନିଜସ୍ୱ ଲୋକ ସ୍ୱରୂପେ ଶୁଦ୍ଧ କରିବାକୁ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮ್ಕಾ ಸಗ್ಳ್ಯಾ ರಿತಿಚ್ಯಾ ಬುರ್ಶ್ಯಾ ಪಾನಾತ್ನಾ ಸುಟ್ಕಾ ಕರುಕ್ ಅನಿ ಅಮ್ಕಾ ಪವಿತ್ರ್ ಲೊಕಾ ಕರುಕ್ ಅನಿ ತೆಕಾ ಎಕ್ಲ್ಯಾಕುಚ್ ಸಮಂದ್ ಪಡಲ್ಲೆ ಅನಿ ಬರೆ ಕಾಮ್ ಕರುಕ್ ಉಮ್ಮೆದಿನ್ ಭರಲ್ಲಿ ಲೊಕಾ ಕರುಕ್, ತೆನಿ ಅಮ್ಚ್ಯಾಸಾಟ್ನಿ ಅಪ್ನಾಕುಚ್ ಒಪ್ಸುನ್ ದಿಲ್ಯಾನ್.