Titus 3:8 — Compare Translations
7 translations compared side by side
Odia - 1840
"ତାହାହିଁ ଆମ୍ଭର ଭରସା। ଏହି ଶିକ୍ଷା ବିଶ୍ବାସ ଯୋଗ୍ଯ ଅଟେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହି କଥା ବିଶ୍ଵାସ୍ୟ, ଆଉ ଯେପରି ଈଶ୍ଵରଙ୍କଠାରେ ବିଶ୍ଵାସକାରୀମାନେ ସମସ୍ତ ସତ୍କର୍ମରେ ବ୍ୟାପୃତ ରହିବାକୁ ମନୋଯୋଗୀ ହୁଅନ୍ତି, ଏଥିନିମନ୍ତେ ଏହି ସମସ୍ତ ବିଷୟରେ ଦୃଢ଼ ରୂପେ ଶିକ୍ଷା ଦିଅ ବୋଲି ମୋହର ଇଚ୍ଛା । ଏହି ସମସ୍ତ ବିଷୟ ମନୁଷ୍ୟମାନଙ୍କ ପକ୍ଷରେ ଉତ୍ତମ ଓ ହିତଜନକ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହା ଏକ ନିରାଟ ସତ୍ୟ। ଏସବୁ ବିଷୟ ଉପରେ ତୁମେ ବିଶେଷ ଗୁରୁତ୍ୱ ଦେଇ ବୁଝାଇବ ଯେ, ଯେଉଁମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ସତ୍କର୍ମ କରି ଦିନାତିପାତ କରିବା ଉଚିତ୍; ସମସ୍ତଙ୍କ ପାଇଁ ଯାହା ହିତକର, ସେହି ସବୁ କାର୍ଯ୍ୟରେ ବ୍ୟାପୃତ ରହିବା ଉଚିତ୍।
Odia Bible ERV 2004 (ପବିତ୍ର ବାଇବଲ)
ତାହା ହିଁ ଆମ୍ଭର ଭରସା। ଏହି ଶିକ୍ଷା ବିଶ୍ୱାସ ଯୋଗ୍ୟ ଅଟେ। ମୁଁ ଗ୍ଭହେଁ ଯେ ଲୋକେ ଏହି ବିଷୟ ବୁଝନ୍ତୁ ବୋଲି ତୁମ୍ଭେ ନିଶ୍ଚିତ ହୁଅ। ତା’ହେଲେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଥିବା ଲୋକେ, ଭଲ କାମଗୁଡ଼ିକ କରିବା ପାଇଁ ନିଜ ଜୀବନକୁ ନିୟୋଜିତ କରିବା ବିଷୟରେ ଆଗ୍ରହୀ ହେବେ। ଏହି କଥାଗୁଡ଼ିକ ଭଲ ଓ ସବୁ ଲୋକଙ୍କୁ ସାହାଯ୍ୟ କରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି କଥା ବିଶ୍ୱାସ୍ୟ, ଆଉ ଯେପରି ଈଶ୍ବରଙ୍କଠାରେ ବିଶ୍ୱାସକାରୀମାନେ ସମସ୍ତ ସତ୍କର୍ମରେ ପ୍ରବୃତ୍ତ ରହିବାକୁ ମନୋଯୋଗୀ ହୁଅନ୍ତି, ଏଥିନିମନ୍ତେ ଏହି ସମସ୍ତ ବିଷୟରେ ଦୃଢ ରୂପେ ଶିକ୍ଷା ଦିଅ ବୋଲି ମୋହର ଇଚ୍ଛା। ଏହି ସମସ୍ତ ବିଷୟ ମନୁଷ୍ୟମାନଙ୍କ ପକ୍ଷରେ ଉତ୍ତମ ଓ ହିତଜନକ।
Odia IRV 2017 (ଓଡିଆ ବାଇବେଲ)
ଏହି କଥା ବିଶ୍ଵାସ୍ୟ, ଆଉ ଯେପରି ଈଶ୍ୱରଙ୍କଠାରେ ବିଶ୍ୱାସକାରୀମାନେ ସମସ୍ତ ସତ୍କର୍ମରେ ପ୍ରବୃତ୍ତ ରହିବାକୁ ମନୋଯୋଗୀ ହୁଅନ୍ତି, ଏଥି ନିମନ୍ତେ ଏହି ସମସ୍ତ ବିଷୟରେ ଦୃଢ ରୂପେ ଶିକ୍ଷା ଦିଅ ବୋଲି ମୋହର ଇଚ୍ଛା । ଏହି ସମସ୍ତ ବିଷୟ ମନୁଷ୍ୟମାନଙ୍କ ପକ୍ଷରେ ଉତ୍ତମ ଓ ହିତଜନକ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹಿ ಗೊಸ್ಟಿಯಾ ಖರ್ಯಾ ಅನಿ ಹ್ಯಾ ಸಂಗ್ತಿಯಾ ತಿಯಾ ತೆಂಕಾ ಬರೆ ಕರುನ್ ಸಾಂಗುಚೆ ಮನುನ್ ಮಾಜಿ ಆಶಾ, ದೆವಾಕ್ ವಿಶ್ವಾಸ್ ಕರ್ತಲೆ ಸಗ್ಳೆ ಜಾನಾ ಬರಿ ಕಾಮಾ ಕರ್ತಲ್ಯಾ ಉಮೆಂದಿನ್ ಭರುಂದಿತ್. ಹ್ಯಾ ಗೊಸ್ಟಿಯಾ ಸಗ್ಳ್ಯಾ ಲೊಕಾಕ್ನಿ ಬರೆಪಾನಾಚಿ ಅನಿ ಫಾಯ್ದ್ಯಾಚೆ ಹೊವ್ನ್ ಹಾತ್.