Zechariah 1:6 — Compare Translations
5 translations compared side by side
Odia - 1840
"ଆମ୍ଭେ ଆପଣା ଭବିଷ୍ଯଦ୍ବକ୍ତାଗଣଙ୍କୁ, ଆମ୍ଭର ଆଜ୍ଞା ଓ ଶିକ୍ଷା ସମୂହ ବିଷଯ ରେ ପ୍ରଗ୍ଭର କରିବାକୁ ଆଦେଶ ଦଇେଥିଲୁ। ଏବଂ ତୁମ୍ଭର ପୂର୍ବପୁରୁଷଗଣ ଏହି ଆଦେଶ ଭାଙ୍ଗିବାରୁ ଶଷେ ରେ ଦଣ୍ତ ଦିଆୟାଇଥିଲା, କ'ଣ ସମାନଙ୍କେୁ ଦିଆୟାଇନଥିଲା? ତେଣୁ ତୁମ୍ଭର ପୂର୍ବପୁରୁଷଗଣ କହିଲେ, 'ସର୍ବଶକ୍ତିମାନ୍ ସଦାପ୍ରଭୁ ଆମ୍ଭଙ୍କୁ ଆମ୍ଭର କୁପଥ ଏବଂ କୁକର୍ମ ପାଇଁ ଦଣ୍ତ ଦଇେଥିଲେ।' ତେଣୁ ସମାନେେ ପରମେଶ୍ବରଙ୍କ ନିକଟକୁ ଫରେିଆସିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ଆମ୍ଭେ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣକୁ ଯେ ଯେ ବାକ୍ୟ ଓ ବିଧି ଆଜ୍ଞା କଲୁ, ସେସବୁ କି ତୁମ୍ଭମାନଙ୍କ ପୂର୍ବପୁରୁଷଗଣକୁ ଗୋଡ଼ାଇ ଧରିଲା ନାହିଁଣ? ତହିଁରେ ସେମାନେ ଫେରି କହିଲେ, ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ଆଚରଣ ଓ କ୍ରିୟାନୁସାରେ ଆମ୍ଭମାନଙ୍କ ପ୍ରତି ଯେରୂପ କରିବେ ବୋଲି ମନସ୍ଥ କଲେ, ତଦ୍ରୂପ ବ୍ୟବହାର ଆମ୍ଭମାନଙ୍କ ପ୍ରତି ସେ କରିଅଛନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭେ ଆପଣା ଭବିଷ୍ୟଦ୍ବକ୍ତାଗଣଙ୍କୁ, ଆମ୍ଭର ଆଜ୍ଞା ଓ ଶିକ୍ଷା ସମୂହ ବିଷୟରେ ପ୍ରଗ୍ଭର କରିବାକୁ ଆଦେଶ ଦେଇଥିଲୁ। ଏବଂ ତୁମ୍ଭର ପୂର୍ବପୁରୁଷଗଣ ଏହି ଆଦେଶ ଭାଙ୍ଗିବାରୁ ଶେଷରେ ଦଣ୍ତ ଦିଆଯାଇଥିଲା, କ’ଣ ସେମାନଙ୍କୁ ଦିଆଯାଇ ନ ଥିଲା? ତେଣୁ ତୁମ୍ଭର ପୂର୍ବପୁରୁଷଗଣ କହିଲେ, ‘ସର୍ବଶକ୍ତିମାନ୍ ସଦାପ୍ରଭୁ ଆମ୍ଭଙ୍କୁ ଆମ୍ଭର କୁପଥ ଏବଂ କୁକର୍ମ ପାଇଁ ଦଣ୍ତ ଦେଇଥିଲେ।’ ତେଣୁ ସେମାନେ ପରମେଶ୍ୱରଙ୍କ ନିକଟକୁ ଫେରି ଆସିଲେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ଆମ୍ଭେ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣକୁ ଯେଉଁ ଯେଉଁ ବାକ୍ୟ ଓ ବିଧି ଆଜ୍ଞା କଲୁ, ସେହି ସବୁ କି ତୁମ୍ଭମାନଙ୍କ ପୂର୍ବପୁରୁଷଗଣକୁ ସ୍ପର୍ଶ କଲା ନାହିଁ? ତେବେ ସେମାନେ ଫେରି କହିଲେ, ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ଆଚରଣ ଓ କ୍ରିୟାନୁସାରେ ଆମ୍ଭମାନଙ୍କ ପ୍ରତି ଯେରୂପ କରିବେ ବୋଲି ମନସ୍ଥ କଲେ, ସେହିପରି ବ୍ୟବହାର ଆମ୍ଭମାନଙ୍କ ପ୍ରତି ସେ କରିଅଛନ୍ତି।”
Odia IRV 2017 (ଓଡିଆ ବାଇବେଲ)
ମାତ୍ର ଆମ୍ଭେ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣକୁ ଯେଉଁ ଯେଉଁ ବାକ୍ୟ ଓ ବିଧି ଆଜ୍ଞା କଲୁ, ସେହିସବୁ କି ତୁମ୍ଭମାନଙ୍କ ପୂର୍ବପୁରୁଷଗଣକୁ ସ୍ପର୍ଶ କଲା ନାହିଁ? ତେବେ ସେମାନେ ଫେରି କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ଆଚରଣ ଓ କ୍ରିୟାନୁସାରେ ଆମ୍ଭମାନଙ୍କ ପ୍ରତି ଯେରୂପ କରିବେ ବୋଲି ମନସ୍ଥ କଲେ, ସେହିପରି ବ୍ୟବହାର ଆମ୍ଭମାନଙ୍କ ପ୍ରତି ସେ କରିଅଛନ୍ତି।”