Zechariah 11:5 — Compare Translations
5 translations compared side by side
Odia - 1840
"ଯେଉଁମାନେ ସଗେୁଡିକୁ କିଣନ୍ତି ସମାନେେ ସଗେୁଡିକୁ ହତ୍ଯା କଲେ, ଆଉ ସମାନେେ ଦୋଷୀ ସାବ୍ଯସ୍ତ ହବେେ ନାହିଁ। ଯେଉଁମାନେ ସଗେୁଡିକୁ ବିକ୍ରୀ କରନ୍ତି, କହିବେ, 'ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ମୁଁ ଧନୀ ହାଇେଅଛି।' ଏବଂ ସମାନଙ୍କେର ମଷେପାଳକମାନଙ୍କର ସମାନଙ୍କେର ମଷେ ଦଳର ଉପ ରେ ଦୟା ନଥିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନଙ୍କର ଅଧିକାରୀମାନେ ସେମାନଙ୍କୁ ବଧ କରନ୍ତି ଓ ଆପଣାମାନଙ୍କୁ ନିର୍ଦ୍ଦୋଷ ବୋଲି ଜ୍ଞାନ କରନ୍ତି; ଆଉ, ଯେଉଁମାନେ ସେମାନଙ୍କୁ ବିକ୍ରୟ କରନ୍ତି, ସେମାନେ କହନ୍ତି, ସଦାପ୍ରଭୁ ଧନ୍ୟ ହେଉନ୍ତୁ, କାରଣ ମୁଁ ଧନୀ ହୋଇଅଛି ଓ ସେମାନଙ୍କର ନିଜ ପାଳକମାନେ ସେମାନଙ୍କୁ ଦୟା କରନ୍ତି ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ଯେଉଁମାନେ ସେଗୁଡ଼ିକୁ କିଣନ୍ତି ସେମାନେ ସେଗୁଡ଼ିକୁ ହତ୍ୟା କଲେ, ଆଉ ସେମାନେ ଦୋଷୀ ସାବ୍ୟସ୍ତ ହେବେ ନାହିଁ। ଯେଉଁମାନେ ସେଗୁଡ଼ିକୁ ବିକ୍ରୀ କରନ୍ତି, କହିବେ, ‘ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ମୁଁ ଧନୀ ହୋଇଅଛି।’ ଏବଂ ସେମାନଙ୍କର ମେଷପାଳକମାନଙ୍କର ସେମାନଙ୍କର ମେଷ ଦଳର ଉପରେ ଦୟା ନ ଥିବ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନଙ୍କୁ ଯେଉଁମାନେ କ୍ରୟ କରି ବଧ କରନ୍ତି ମାତ୍ର ଦଣ୍ଡ ପାଆନ୍ତି ନାହିଁ; ଆଉ, ଯେଉଁମାନେ ସେମାନଙ୍କୁ ବିକ୍ରୟ କରନ୍ତି, ସେମାନେ କହନ୍ତି, ସଦାପ୍ରଭୁ ଧନ୍ୟ ହେଉନ୍ତୁ, କାରଣ ମୁଁ ଧନୀ ହୋଇଅଛି ଓ ସେମାନଙ୍କର ନିଜ ପାଳକମାନେ ସେମାନଙ୍କୁ ଦୟା କରି ନାହାନ୍ତି।
Odia IRV 2017 (ଓଡିଆ ବାଇବେଲ)