bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 John 1
2 John 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
1
ଜଣେ ବୟୋଜ୍ୟେଷ୍କଙ୍କଠାରୁ- ମନୋନୀତା ଭଦ୍ରମହିଳା ଓ ତାଙ୍କର ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖୁଛି। ତୁମ୍ଭମାନଙ୍କୁ ମୋର ସ୍ନେହ ଜଣାଉ ଅଛି। କେବଳ ମୁଁ କାହିଁକି, ଯେଉଁମାନେ ସତ୍ୟର ସନ୍ଧାନ ପାଇଛନ୍ତି, ସମସ୍ତେ ତୁମ୍ଭମାନଙ୍କୁ ସ୍ନେହ କରନ୍ତି।
2
ଆମ ଅନ୍ତରରେ ସେହି ସତ୍ୟ ରହିଛି ଓ ଚିରଦିନ ରହିଥିବ।
3
ପିତା ଈଶ୍ବର ଓ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ଆମକୁ ଅନୁଗ୍ରହ, କୃପା ଓ ଶାନ୍ତି ପ୍ରଦାନ କରି ସତ୍ୟ ଓ ପ୍ରେମରେ ଅନୁପ୍ରାଣିତ କରନ୍ତୁ।
4
ଈଶ୍ୱରଙ୍କ ଆଜ୍ଞାନୁଯାୟୀ ତୁମର କେତେକ ସନ୍ତାନ ଯେ ସତ୍ୟ ଉପରେ ଜୀବନକୁ ଅଧାରିତ କରିଛନ୍ତି, ଏ କଥା ମୁଁ ବଡ଼ ଆନନ୍ଦିତ।
5
ପ୍ରିୟ ଭଦ୍ରମହିଳା, ତୁମକୁ ମୋର କହିବାର କଥା, ଆମେ ପରସ୍ପରକୁ ପ୍ରେମ କରିବା ଉଚିତ। ଏହା ଗୋଟଏ ନୂଆ ଆଦେଶ ନୁହେଁ, ଆଦ୍ୟରୁ ଆମେ ଏହି ଆଦେଶ ପାଇଅଛୁ।
6
ଯେଉଁ ପ୍ରେମ କଥା ଏଠାରେ ମୁଁ ଉଲ୍ଲେଖ କରୁଛି, ତା’ର ଅର୍ଥ ହେଲା, ଜୀବନରେ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା। ସେହି ଆଜ୍ଞା କଅଣ, ତୁମେ ଆଦ୍ୟରୁ ଶୁଣଇଛ- ତାହା ହେଉଛି, ଆମେ ସମସ୍ତେ ପରସ୍ପର ପ୍ରତି ପ୍ରେମରେ ଆବଦ୍ଧ ହୋଇ ରହିବା ଉଚିତି।
7
ଅନେକ ପ୍ରତାରକ ଏବେ ଜଗତରେ ବିଚରଣ କରୁଛନ୍ତି। ଯୀଶୁ ଖ୍ରୀଷ୍ଟ ମନୁଷ୍ୟ ଶରୀରରେ ଅବତାର ଗ୍ରହଣ କରିଥିଲେ ବୋଲି ସେମାନେ ସ୍ୱୀକାର କରନ୍ତି ନାହିଁ। ଏପରି ବ୍ୟକ୍ତି ନିଶ୍ଚୟ ପ୍ରତାରକ, ସେ ଖ୍ରୀଷ୍ଟଙ୍କର ଶତ୍ରୁ!
8
ଏଣୁ ସାବଧାନ ରୁହ- ଆମେ ତୁମ ପାଇଁ ଯାହା କରିଛୁ, ତାହା ସବୁ ନ ହରାଇ ଯେପରି ପୂର୍ଣ୍ଣ ମାତ୍ରାରେ ପୁରସ୍କୃତ ହେବ।
9
ଯେ କେହି ଖ୍ରୀଷତଟଙ୍କ ଶିକ୍ଷଶର ପରିସର ଭିତରେ ନ ରହି ବାହାରକୁ ଚାଲିଯାଏ, ସେ ଈଶ୍ବରଙ୍କଠାରୁ ବିଚ୍ଛିନ୍ନ ହୋଇଛି। ଯେ କେହି ଖ୍ରୀଷ୍ଟଙ୍କ ଶିକ୍ଷଶରେ ଦୃଢ଼ ରହେ, ସେ ଈଶ୍ୱର ଓ ତାଙ୍କ ପୁତ୍ର ଉଭୟଙ୍କ ସହିତ ସଂଯୁକ୍ତ ହୋଇ ରହିଛି।
10
କେହି ଯଦି ଏହି ଶିକ୍ଷଶ ନେଇ ତୁମ ନିକଟକୁ ଆସି ନ ଥାଏ, ତାକୁ ତୁମ ଘରକୁ ସ୍ୱାଗତ କର ନାହିଁ- “ତୁମ୍ଭର ଶାନ୍ତି ହେଉ” ବୋଲି କହି ତାକୁ ନମସ୍କାର ଜଣାଅ ନାହିଁ।
11
ଯେ କେହି ତା’ର ଶାନ୍ତି କାମନା କରେ, ସେ ତା’ର ଦୁଷ୍କର୍ମରେ ଅଂହଶୀ ହେବ।
12
ମୋର ତୁମ୍ଭମାନଙ୍କୁ ଅନେକ କଥା କହିବାର ଅଛି- କିନ୍ତୁ କାଗଜ ଓ କାଳିରେ ସେ ସବୁ ଏବେ ମୁଁ କହିବାକୁ ଚାହେଁ ନାହିଁ। ତୁମ୍ଭମାନଙ୍କ ନିକଟକୁ ଆସି ବ୍ୟକ୍ତିଗତ ଭାବରେ କଥାବାର୍ତ୍ତା ହେବାର ଆଶା ମୁଁ ରଖିଛି। ତାହା କରି ପାରିଲେ, ଆମେ ସମ୍ପୁର୍ଣ୍ଣ ସୁଖୀ ହେବା।।
13
ତୁମ୍ଭମାନଙ୍କ ପ୍ରିୟ ଭଗିନୀର ପିଲାମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉ ଅଛନ୍ତି।
Jump to:
Chapter 1
All chapters:
1
Recommended Reading
Commentary
2 John Commentaries
→
Devotional
2 John Devotional Guide
→
Get This Bible
CL Study Bible
→