bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
3 John 1
3 John 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
1
ସ୍ନେହର ଗାୟସ୍ଙ୍କ ନିକଟକୁ ଜଣେ ବୟୋଜ୍ୟେଷ୍ଠ ପତ୍ର। ମୋର ଆନ୍ତିରିକ ଶ୍ରଦ୍ଧା ଗ୍ରହଣ କର।
2
ପ୍ରିୟ ବନ୍ଧୁ, ତୁମର ସ୍ୱାସ୍ଥ୍ୟ ଓ ସର୍ବଶୁଭ କାମନା କରି ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି- ମୁଁ ଜାଣେ, ଆଧାତ୍ମିକ ଜୀବରେ ତୁମେ ବେଶ୍ ସୁସ୍ଥ ଅଛ।
3
ତୁମେ କିପରି ସତ୍ୟ ପ୍ରତି ବିଶ୍ୱସ୍ତ ରହିଛ ଏବଂ କିପରି ଜୀବନରେ ସବୁବେଳେ ସତ୍ୟ ଆଚରଣ କରୁଛ, ଏ କଥା କେତେଜଣ ଖ୍ରୀଷ୍ଟିୟାନ ଭାଇମାନଙ୍କଠାରୁ ଶୁଣି ଖୁସି ହେଲି।
4
ମୋର ପିଲାମାନେ ସତ୍ୟକୁ ଅନୁସରଣ କରି ଜୀବନ ଯାପନ କରୁଛନ୍ତି ବୋଲି ଶୁଣିଲେ, ମୋର ସବୁାଂରୁ ଅଧିକ ଆନନ୍ଦ ହୁଏ।
5
ପ୍ରିୟ ବନ୍ଧୁ, ଖ୍ରୀଷ୍ଟୟାନ ପ୍ରତି, ଏପରି କି ସେମାନେ ଅପରିଚିତ ହୋଇଥିଲେ ସୁଦ୍ଧା, ସେମାନଙ୍କ ପ୍ରତି ତୁମେ ଅତି ବିଶ୍ୱସ୍ତ ଆଚରଣ କରୁଛ।
6
ତୁମର ଦ୍ନେହ ବ୍ୟବହାର ବିଷୟରେ ସେମାନେ ଏଠିକର ମଣ୍ଡଳୀରେ ପ୍ରକାଶ କରିଛନ୍ତି। ମୋର ଅନୁରୋଧ, ତୁମେ ସେମାନଙ୍କ ଯାତ୍ରା ପାଇଁ ସାହାଯ୍ୟ ଦିଅ। ଏହା ଦ୍ୱରା ଈଶ୍ବର ପ୍ରୀତ ହେବେ,
7
କାରଣ ସେମାନେ ଅଣ-ବିଶ୍ୱାସୀମାନଙ୍କଠାରୁ କୌଣସି ସାହାଯ୍ୟ ନ ନେଇ ଖ୍ରୀଷ୍ଟଙ୍କ ସେବା ପାଇଁ ଏହି ଯାତ୍ରାରେ ବାହାରିଛନ୍ତି।
8
ଆମେ ଖ୍ରୀଷ୍ଟବିଶ୍ୱାସୀମାନେ ସେମାନଙ୍କୁ ସାହାଯ୍ୟ କରି ସତ୍ୟର ପ୍ରାଶ ପାଇଁ ସେମାନଙ୍କ କାର୍ଯ୍ୟରେ ଅଂଶ ଗ୍ରହଣ କରିବା ଉଚିତ।
9
ମୁଁ ତୁମ ମଣ୍ଡଳୀକି ଗୋଟିଏ ଛୋଟ ପତ୍ର ଲେଖିଥିଲି, କିନ୍ତୁ ମଣ୍ଡଳୀର ନେତା ହେବାକୁ ଇଚ୍ଛା କରୁଥିବା ଡାୟୋଟ୍ରେଫିସ୍ ମୋର କଥାକୁ ଭ୍ରୂକ୍ଷେପ କରି ନାହାଁନ୍ତି।
10
ମୁଁ ସେଠାକୁ ଆସିଲେ, ସେ ଯାହା କରୁଛନ୍ତି, ସବୁ ପ୍ରଶାଶ କରିଦେବି- ଆମ ସମ୍ପର୍କରେ ସେ କେଡ଼େ ଜଘନ୍ୟ କୁତ୍ସା ରଟନା କରୁଛନ୍ତି ଓ କେତେ ମିଧ୍ୟା କହୁଛନ୍ତି, ସେ ସବୁ ପଦାରେ ପଡ଼ିଯିବ। ସେତିକି କେବଳ ନୁହେଁ, ସେ ଖ୍ରୀଷ୍ଟବିଶ୍ୱାସୀ ଭାଇମାନଙ୍କର ଆତିଥ୍ୟ କରୁ ନାହାଁନ୍ତି କିମ୍ବା ତାହା କରିବାକୁ ଅନ୍ୟ କାହାକୁ ଛାଡ଼ି ଦେଉ ନାହିଁନ୍ତି ଏବଂ ଯେଉଁମାନେ ତାହା କରିବାକୁ ଯାଉଛନ୍ତି, ସେମାନଙ୍କୁ ମଣ୍ଡଳୀରୁ ବହିଷ୍କାର କରିବାକୁ ଚେଷ୍ଟା କରୁଛନ୍ତି।
11
ପ୍ରିୟ ବନ୍ଧୁ, କୁଆଦର୍ଶକୁ ଅନୁକରଣ କର ନାହିଁ କେବଳ ସୁଆଦର୍ଶକୁ ଗ୍ରହଣ କର। ଯେ ସତ୍କାର୍ଯ୍ୟ କରେ, ସେ ଈଶ୍ୱରଙ୍କ ଲୋକ: ଯେ ଅସତ୍ କାର୍ଯ୍ୟ କରେ, ସେ ଈଶ୍ୱରଙ୍କୁ ଜାଣେ ନାହିଁ।
12
ସମସ୍ତେ ଡିମଂଟ୍ରିଅସ୍ଙ୍କ ପ୍ରଶଂସା କରୁଛନ୍ତି; ସତ୍ୟର ମାପକାଠି ଦ୍ୱାରା ସେ ପ୍ରଶଂସିତ। ଆମେ ମଧ୍ୟ ତାଙ୍କୁ ସମର୍ଥନ କରୁଛୁ। ତୁମେ ଜାଣିଛ, ଆମେ ଯାହା କହୁ, ତାହା ସବୁ ନିରାଟ ସତ୍ୟ।
13
ତୁମକୁ ମୋର ଅନେକ କଥା କହିବାର ଅଛି, କିନ୍ତୁ ସେ ସବୁ ମୁଁ ଏବେ ଲେଖବାକୁ ଚାହୁଁ ନାହିଁ।
14
ତୁମ ସହିତ ସାକ୍ଷାତ ହେବ ବୋଲି ମୋର ଆଶା।- ସେତେବେଳେ ବ୍ୟକ୍ତିଜତ ଭାବରେ କଥାବାର୍ତ୍ତା ହେବା।
15
ତୁମେ ଶାନ୍ତିରେ ରୁହ, ତୁମର ବନ୍ଧୁମାନେ ସମସ୍ତେ ତୁମକୁ ଶୁଭେଚ୍ଛା ଜଣାଉଛନ୍ତି। ଆମର ସବୁ ବନ୍ଧୁମାନଙ୍କୁ ବ୍ୟକ୍ତିଗତ ଭାବରେ ନମସ୍କାର ଜଣାଇବ।
Jump to:
Chapter 1
All chapters:
1