bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Jude 1
Jude 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
1
ଯେଉଁମାନେ ଈଶ୍ୱରଙ୍କ ଦ୍ୱାରା ଦ୍ୱାରା ଆହୂତ ଓ ତାଙ୍କର ପ୍ରିୟ ପାତ୍ର ଏବଂ ଯୀଶୁ ଖ୍ରୀଷ୍ଟଙ୍କସେବକ ଓ ଯାକୁବଙ୍କ ଭ୍ରାତା ଯିହୂଦାଙ୍କ ପତ୍ର:-
2
ଦୟା, ଶାନ୍ତି ଓ ପୂର୍ଣ୍ଣମାତ୍ରାରେ ତୁମ୍ଭମାନଙ୍କର ସହବର୍ତ୍ତୀ ହେଉ।
3
ପ୍ରିୟ ବନ୍ଧୁଗଣ, ଆମେ ସମସ୍ତେ ଯେଉଁ ପରିତ୍ରାଣର ଅଂଶୀ, ସେ ବିଷୟରେ ତୁମ୍ଭମାନଙ୍କ ନିକଟକୁ ଲେଖିବାପାଇଁ ମୁଁ ଉତ୍ସୁକ ଥିଲି। କିନ୍ତୁ ଇତିମଧ୍ୟରେ ଈଶ୍ୱର ତାଙ୍କ ଲୋକମାନଙ୍କୁ ଅନନ୍ତ କାଳ ପାଇଁ ପ୍ରଦାନ କରିଥିବା ବଶ୍ୱାସ ସପକ୍ଷରେ ସଂଗ୍ରାମ କରିବା ପାଇଁ ତୁମ୍ଭମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ମୁଁ ମନେ କଲି।
4
କେତେକ ଅଧାର୍ମିକ ଲୋକ ଅଲକ୍ଷିତ ଭାବରେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି। ସେମାନେ ନିଜର ଅନୈତିକ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ଈଶ୍ୱରଙ୍କ “ଅନୁଗ୍ରହ” ବିଷୟକ ବାର୍ତ୍ତା ବିକୃତ ଅର୍ଥ କରୁଛନ୍ତି। ଆମର ଏକମାତ୍ର ଗୁରୁ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ଅସ୍ୱୀକାର କରୁଛନ୍ତି। ସେମାନଙ୍କ ପ୍ରତି ନିରୂପିତ ହୋଇଥିବା ଦଣ୍ଡ ବିଧାନ ସମ୍ପର୍କରେ ବହୁ ପୂର୍ବରୁ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି।
5
ଏକଦା ଈଶ୍ରାଲୀୟମାନଙ୍କୁ ଈଶ୍ୱର କିପରି ମିସର ଦେଶରୁ ଉଦ୍ଧାର କରି ଆଣିଥିଲେ, କିନ୍ତୁ ପରେ ସେମାନଙ୍କ ମଧ୍ୟରେ ଥିବା ଅବିଶ୍ୱାସୀମାନଙ୍କୁ ବିନଷ୍ଟ କରିଥିଲେ, ତୁମେ ଏ ସବୁ କଥା ଜାଣିଥଲେ ସୁଦ୍ଧା; ତାହା ମୁଁ ତୁମକୁ ସ୍ମରଣ କରାଇ ଦେବାକୁ ଚାହେଁ।
6
ଯେଉଁ ସ୍ୱର୍ଗଦୂତମାନେ ନିଜ କ୍ଷମତାର ପରିସର ଭିତରେ ନ ରହ ସେମାନଙ୍କ ବାସସ୍ଥାନ ପରିତ୍ୟାଗ କଲେ, ସେମାନଙ୍କ କଥା ସ୍ମରଣ କର। ମହାବିଚାର ଦିନରେ ସମୁଚି ଦଣ୍ଡ ପାଇବା ନିମନ୍ତେ ଈଶ୍ୱର ସେମାନଙ୍କୁ ଅଧଃଲୋକର ଅନ୍ଧକାରରେ ଚରିଦିନ ପାଇଁ ଶୃଙ୍ଖଳବଦ୍ଧ କରି ରଖିଛନ୍ତି।
7
ସଦୋମ ଓ ଗମୋର ଏବଂ ତନ୍ନିକଟସ୍ଥ ନଗରୀଗୁଡ଼ିକର ଦଶାସ୍ମରଣ କର। ସେମାନେ ଉକ୍ତ ଦୁତମାନଙ୍କର ଅନୁରୂପ ଆଚରଣ କରି ଇନ୍ଦ୍ରିୟ ଲାଳସା ଓ ଅସ୍ୱାଭାବିକ କାମୁକତାରେ ଲିପ୍ତ ହେଲେ। ଅନ୍ୟମାନଙ୍କୁ ସତର୍କ କରାଇ ଦେବା ନିମେନ୍ତ ସେମାନେ ଅନନ୍ତ ନରକାଗ୍ନିରେ ଦଣ୍ଡଭୋଗ କରୁଛନ୍ତି।
8
ସେହିପରି ଏହି ଲୋକମାନେ ସ୍ୱପ୍ନାଦେଶ ପାଇଛନ୍ତି ଭାବି ନିଜ ନିଜ ଶରୀର ବିରୁଦ୍ଧରେ ପାପ କରନ୍ତି। ସେମାନେ ଈଶ୍ବରଙ୍କ କତ୍ତ୍ୱର୍ତ୍ୱ ଅବଜ୍ଞା କରନ୍ତି ଓ ସ୍ୱର୍ଗଦୂତ ମାନଙ୍କୁ ଅପମାନ କରନ୍ତି।
9
ପ୍ରଧାନ ସ୍ୱର୍ଗଦୂତ ମିଖାଏଲ ମଧ୍ୟ ଏପରି ଆଚରଣ କରି ନ ଥିଲେ। ମୋଶାଙ୍କ ସମାଧି ନେଇ ଶୟତାନ ସହିତ ତର୍କ ବିତର୍କ କରିବ ସମୟରେ ମିଖାଏଲ ଅପମାନସୂଚକ ଭାଷା ପ୍ରୟୋଗ କରି ଶୟତାନର ବିଚାର କରି ନ ଥିଲେ। ସେ କେବଳ କହିଥିଲେ, “ପ୍ରଭୁ ତୋତେ ଉର୍ତ୍ସନା କରନ୍ତୁ।”
10
କିନ୍ତୁ ଏହି ଲୋକମାନେ ଯାହା ନ ବୁଛନ୍ତି, ତାତ୍ସଲ୍ୟ ପ୍ରକାଶ କରି ତା’ର ପ୍ରତିବାଦ କରନ୍ତି।” ପୁଣି ବନ୍ୟ ପଶୁ ପରି ତା’ର ପ୍ରତିବାଦ କରନ୍ତି। ପୁଣି ବନ୍ୟ ପଶୁ ପରି ସହଜାତ ପ୍ରବୃତ୍ତି ଦ୍ୱାରା ଯାହା ଜାଣନ୍ତି, ସେ ସବୁ ଦ୍ୱାରା ହିଁ ସେମାନ ବିନଷ୍ଠ ହୁଅନ୍ତି।
11
ଏହା ସେମାନଙ୍କ ପ୍ରତି କେଡ଼େ ଭୟାନକ। ସେମାନେ କୟିନର ଅସତ୍ମାର୍ଗ ଅନୁସରଣ କରୁଛନ୍ତି। ବାଲାମ ଅର୍ଥଲୋଭରେ ଯେଉଁ ଭୂଲ କରିଥିଲା, ସେମାନେ ସେହି ଭ୍ରାନ୍ତିରେ ପଡ଼ିଛନ୍ତି। କୋରହ ପରି ବିଦ୍ରୋହ କରି ସେମାନେ ବିନଷ୍ଟ ହେଉଛନ୍ତି।
12
ସେମାନ ନିର୍ଲ୍ଲଜ ଭାବରେ ସୁରାପାନରେ ମତ୍ତ ହୋଇ, ତୁମ୍ଭମାନଙ୍କ ପ୍ରୀତି ଭୋଜନରେ କଳଙ୍କ ସ୍ୱରୂପ ହେଉଛନ୍ତି। ସେମ।।ନେ କେବଳ ନିଜ ପ୍ରତି ମନୋଯୋଗୀ। ସେମାନେ ବୃଷ୍ଟିପାତ କରୁ ନ ଥିବା ବାୟୁରେ ଚଳିତ ମେଘ ତୂଲ୍ୟ। ସେମାନେ ଶରତ ଋତୁରେ ଫଳଶୂନ୍ୟ ବୃକ୍ଷ ଓ ମୂଳୋତ୍ପାଟିତ ଶୁଷ୍କ ବୃକ୍ଷ ସଦୃଶ।
13
ସେମାନେ ସମୁଦ୍ରର ଉତ୍ତାଳ ତରଙ୍ଗ ତୂଲ୍ୟ। ସେମାନଙ୍କର ର୍ନିର୍ଲ୍ଲଜ୍ଜ କର୍ମମାନ ଫେଣ ପରି ଉପରକୁ ଦେଖାଯାଏ। ସେମାନେ ଲକ୍ଷ୍ୟହୀନ ଭ୍ରମଣକାରୀ ନକ୍ଷତ୍ର ତୂଲ୍ୟ। ଈଶ୍ବର ସେମାନଙ୍କ ପାଇଁ ଅନ୍ଧକାରମୟ ଗହ୍ୱରରେ ସ୍ଥାନ ନିରୂପଣ କରିଛନ୍ତି।
14
ଆଦମଙ୍କ ଷଷ୍କ ପୁରୁଷର ବଂଶଧର ହନୋକ ବହୁ ପୂର୍ବେ ଏମାନଙ୍କ ସମ୍ବନ୍ଧରେ ଭବିଷ୍ୟତ୍ବାଣୀ ପ୍ରକାଶ କରି କହିଥିଲେ: “ପ୍ରଭୁ ସହସ୍ର ସହସ୍ର ସ୍ୱର୍ଗୀୟ ଦୂତମାନଙ୍କ ସହିତ
15
ସମସ୍ତଙ୍କର ବିଚାର କରିବାକୁ ଆସିବେ। ସେମାନଙ୍କର ସମସ୍ତ ପାପ କାର୍ଯ୍ୟ ପାଇଁ ଓ ଅଧାର୍ମିକମାନଙ୍କର ଉତ୍କଟ ଈଶ୍ୱରନିନ୍ଦା ପାଇଁ ସେମାନଙ୍କୁ ଦଣ୍ଡ ଦେବେ।”
16
ଏହି ଲୋକମାନେ ସବୁବେଳେ ଅସନ୍ତୁଷ୍ଠ ଓ ଅନ୍ୟମାନଙ୍କ ଉପରେ ଦୋଷାରୋପ କରନ୍ତି। ସେମାନେ କେବଳ ନିଜର କୂଅଭିଳାଷ ଚରିତାର୍ଥ କରୁଥାନ୍ତି; ନିଜର ବଡ଼ିମା ଦେଖାଇ ହୁଅନ୍ତି ଓ ନିଜର ସ୍ୱାର୍ଥସିଦ୍ଧି ନିମନ୍ତେ ଅନ୍ୟମାନଙ୍କର ଚାଟୁବାଦ କରନ୍ତି।
17
ବନ୍ଧୁଗଣ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷମାନେ ତୁମ୍ଭମାନଙ୍କୁ ଯାହା କହି ଯାଇଛନ୍ତି, ତାହା ସ୍ମରଣ କର।
18
ସେମାନେ ତୁମ୍ଭମାନଙ୍କୁ କହୁଥିଲେ, “ଶେଷ ଦିନମାନଭ୍କରେ କୁଅଭିଳାଷପୂର୍ଣ୍ଣ ଈଶ୍ବର-ବିରୋଧୀ ଲୋକମାନେ ବାହାରି ତୁମ୍ଭମାନଙ୍କୁ ପରିହାସ କରିବେ।”
19
ଏହି ଲୋକମାନେ ହିଁ ଦଳଭେଦ ସୃଷ୍ଟି କରନ୍ତି। ସେମାନେ କେବଳ ଶାରୀରିକ ପ୍ରବୃତ୍ତି ଦ୍ୱାରା ଚଳିତ। ସେମାନେ ଈଶ୍ୱରଙ୍କ ଆତ୍ମାବିହୀନ।
20
କିନ୍ତୁ ବନ୍ଧୁଗଣ, ତୁମ୍ଭେମାନେ ପବିତ୍ର ଧର୍ମବିଶ୍ୱାସର ଭିତ୍ତି ଉପରେ ନିଜ ନିଜ ଜୀବନ ଗଠନ କରିବାରେ ଲାଗି ରୁହ।
21
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଅନନ୍ତ ଜୀବନ ପାଇବା ପାଇଁ ଅପେକ୍ଷା କରୁ କରୁ ଈଶ୍ବରଙ୍କ ପ୍ରେମରେ ସ୍ଥିର ଣୁହ।
22
ସନ୍ଦିଗ୍ଧମନା ଲୋକମାନଙ୍କ ମନରେ ବିଶ୍ୱାସ ଜନ୍ମାଅ।
23
ଭ୍ରାନ୍ତିରେ ପଡ଼ି ବିଷ୍ଟ ହେବାକୁ ଯାଉଥିବା ଲୋକଙ୍କୁ ଅଗ୍ନିରୁ ଉଦ୍ଧାର କର। ଆଉ କେତେକଙ୍କର ପାପ କଳଙ୍କିତ ବସ୍ତ୍ରକୁ ସୁଦ୍ଧା ଘୃଣା କର, କିନ୍ତୁ ଭୟର ସହ ସେମାନଙ୍କୁ ଦୟା ପ୍ରଦର୍ଶ କର।
24
ଯେ ତୁମ୍ଭମାନଙ୍କୁ ପତନରୁ ରକ୍ଷା କରିବାକୁ ଓ ତାଙ୍କ ଗୌରବମୟ ଛାମୁରେ ନିର୍ଦ୍ଦୋଷ ଓ ଉଲ୍ଲେସିତ କରି ଉପସ୍ଥାପିତ କରିବାକୁ ସମର୍ଥ,
25
ଆମର ସେହି ଏକମାତ୍ର ତ୍ରାଣକର୍ତ୍ତା ଈଶ୍ୱରଙ୍କ ଗୌରବ, ପରାକ୍ରମ ଓ କତ୍ତୃତ୍ୱ; ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନାଦି କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓ ଯୁଗେ ଯୁଗେ ବିରାଜମାନ ହେଉ। ଆମେନ୍।
Jump to:
Chapter 1
All chapters:
1