bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Philemon 1
Philemon 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
1
ଯୀଶୁ ଖ୍ରୀଷ୍ଟଙ୍କ ଲାଗି କାରାବରଣ କରିଥିବା ପାଉଲ ଓ ଭ୍ରାତା ତୀମଥିଙ୍କଠାରୁ, ବନ୍ଧୁ ଓ ସହକର୍ମୀ ଫିଲୀମନ,
2
ତାଙ୍କ ଗୃହରେ ସମବେତ ହେଉଥିବା ଉପାସକ ମଣ୍ଡଳୀ, ଭଗିନୀ ଅପ୍ପିୟା ଓ ଖ୍ରୀଷ୍ଟଧର୍ମ ସଂଗ୍ରାମରେ ଆମ୍ଭମାନଙ୍କର ସହଯୋଗୀ ଅଖିପ୍ପଙ୍କ ନିକଟକୁ ପତ୍ର: -
3
ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।
4
ପ୍ରତ୍ୟେକ ଥର ମୁଁ ପ୍ରାର୍ଥନା କରିବା ବେଳେ ତୁମକୁ ସ୍ମରଣ କରି ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥାଏ,
5
କାରଣ ମୁଁ ଶୁଣିଛି, ପ୍ରଭୁ ଯୀଶୁଙ୍କଠାରେ ତୁମର କେଡ଼େ ବିଶ୍ୱାସ ଓ ଈଶ୍ୱରପରାୟଣ ଲୋକମାନଙ୍କ ପ୍ରତି ତୁମର କେତେ ପ୍ରେମ!
6
ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତହେବା ଦ୍ୱାରା ଆମେ ଜୀବନରେ ଯେଉଁ ସମସ୍ତ ଆଶୀର୍ବାଦ ପାଇଛୁ, ଖ୍ରୀଷ୍ଟବିଶ୍ୱାସୀ ଭାବରେ ତୁମ ସହିତ ଆମର ସାହସଚର୍ଯ୍ୟ ସେ ସବୁର ଗଭୀର ତାତ୍ପର୍ଯ୍ୟ ବୁଝିବା ପାଇଁ ତୁମକୁ ସାହାଯ୍ୟ କରୁ ଏହା ମୋର ପ୍ରାର୍ଥନା।
7
ପ୍ରିୟ ଭାଇ, ତୁମର ସ୍ନେହ ମୋତେ ଅଶେଷ ଆନନ୍ଦ ଦେଇଛି ଓ ଉତ୍ସାହିତ ମଧ୍ୟ କରିଛି; କାରଣ ତୁମେ ପ୍ରଭୁଙ୍କ ଲୋକମାନଙ୍କ ହୃଦୟରେ ଆନନ୍ଦ ଭରି ଦେଇଛ।
8
ଏଣୁ ତୁମର ଖ୍ରୀଷ୍ଟବିଶ୍ୱାସୀ ଭାଇ ସ୍ୱରୂପେ ତୁମର କର୍ତ୍ତବ୍ୟ ବିଷୟରେ ନିର୍ଦ୍ଦେଶ ଦେବାକୁ ମୋର ସାହସ ଅଛି।
9
କିନ୍ତୁ ତୁମ ପ୍ରତି ମୋର ସ୍ନେହ ଥିବାରୁ କେବଳ ଅନୁରୋଧ କରିବି। ଯଦିଓ ମୁଁ ପାଉଲ, ଯୀଶୁ ଖ୍ରୀଷ୍ଟଙ୍କର ରାଜଦୂତ ଏବଂ ତାଙ୍କ ପାଇଁ ବର୍ତ୍ତମାନ ବନ୍ଦୀ,
10
ତଥାପି ମୁଁ ବିନୟ ପୂର୍ବକ ଏହା କହୁଛି। ଏହି ବନ୍ଦୀ ଅବସ୍ଥାରେ ମୁଁ ଯାହାଙ୍କୁ ଖ୍ରୀଷ୍ଟଙ୍କ ଯୋଗୁଁ ନିଜ ପୁତ୍ର ସ୍ୱରୂପେ ପାଇଛି, ସେହି ଅନୀସିମସ୍ ପାଇଁ ମୋର ଏହି ଅନୁରୋଧ।
11
ଦିନେ ଅନୀସିମସ୍ ତୁମ ପାଇଁ ଅଦରକାରୀ ଥିଲା; କିନ୍ତୁ ବର୍ତ୍ତମାନ ସେ ତୁମର ଓ ମୋର ବିଶେଷ ଉପକାରରେ ଆସିବ।
12
ଏବେ ତାଙ୍କୁ ତୁମ ନିକଟକୁ ପଠାଇ ଦେବା ବେଳେ ମୋ’ ହୃଦୟ ବିଦୀର୍ଣ୍ଣ ହୋଇଗଲା ପରି ଲାଗୁଛି।
13
ଖ୍ରୀଷ୍ଟଙ୍କ ଶୁଭ ବାର୍ତ୍ତା ପ୍ରଚାର କରିବା ହେତୁ ମୁଁ ଏ ବନ୍ଦୀଶାଳାରେ ରହିଛି। ଏଠାରେ ଥିବା ଯାଏ ତୁମ ପରିବର୍ତ୍ତେ ତାକୁ ମୋ’ କାର୍ଯ୍ୟରେ ଲଗାଇବାକୁ ମୋର ଇଚ୍ଛା ଥିଲା।
14
କିନ୍ତୁ ଏ ବିଷୟରେ ମୋତେ ସାହାଯ୍ୟ କରିବା ପାଇଁ ତୁମକୁ ବାଧ୍ୟ କରିବି ନାହିଁ - ବରଂ ସ୍ୱେଚ୍ଛାରେ ତୁମେ ତାହା କରିପାର। ସେ ଯାହାହେଉ, ତୁମ ସମ୍ମତି ବିନା ମୁଁ କିଛି କରିବାକୁ ଚାହେଁ ନାହିଁ।
15
ହୁଏତ ଚିରଦିନ ତୁମର ହୋଇ ରହିବ ବୋଲି, ଅନୀସିମସ୍ କିଛି ଦିନ ତୁମକୁ ଛାଡ଼ି ଚାଲି ଯାଇଥିଲା।
16
କିନ୍ତୁ ମନେରଖ, ସେ ଏବେ କେବଳ ଏକ କ୍ରୀତଦାସ ନୁହେଁ। ଖ୍ରୀଷ୍ଟଙ୍କ ବିଶ୍ୱାସୀ ସ୍ୱରୂପେ ସେ ଏବେ ଆମର ଜଣେ ଭାଇ। ମୋ’ ଦୃଷ୍ଟିରେ ବର୍ତ୍ତମାନ ସେ କେଡ଼େ ଉପକାରୀ! ତୁମର ଜଣେ ଦାସ ଓ ଖ୍ରୀଷ୍ଟବିଶ୍ୱାସୀ ଭାଇ ସ୍ୱରୂପେ ସେ ତୁମ ପାଇଁ ଆହୁରି କେଡ଼େ ଉପକାରୀ ନ ହେବ!
17
ତେଣୁ ମୋତେ ଯଦି ତୁମର ସହଯୋଗୀ ବୋଲି ମନେ କରୁଥାଅ, ମୋତେ ଯେପରି ସ୍ୱାଗତ କରି ଥାଆନ୍ତ, ତାକୁ ସେପରି ଗ୍ରହଣ କର।
18
ସେ ଯଦି ତୁମର କିଛି କ୍ଷତି କରିଥାଏ, କିମ୍ବା ତୁମକୁ ତା’ର କିଛି ଦେବାର ଥାଏ, ତାହା ମୋ’ ହିସାବରେ ଲେଖି ଦିଅ।
19
ଏହି ଦେଖ, ମୁଁ ସ୍ୱହସ୍ତରେ ଲେଖି ଦେଉଛି: “ମୁଁ, ପାଉଲ, ନିଶ୍ଚୟ ତାହା ପରିଶୋଧ କରିବି।” (ଅବଶ୍ୟ ତୁମକୁ ମୁଁ ସ୍ମରଣ କରାଇ ଦେବା ଅନାବଶ୍ୟକ ଯେ, ତୁମର ଅନ୍ତରାତ୍ମା ପାଇଁ ମଧ୍ୟ ତୁମେ ମୋ’ଠାରେ ଋଣୀ।)
20
ତେଣୁ ଭାଇ! ମୋ” ପରି ଜଣେ ଖ୍ରୀଷ୍ଟବିଶ୍ୱାସୀ ଭାଇକୁ ପ୍ରଭୁଙ୍କ ଲାଗି ଅନୁଗୃହୀତ କର - ଏହାଦ୍ୱାରା ମୁଁ ବିଶେଷ ଉତ୍ସାହିତ ହେବି।
21
ତୁମେ ମୋର ଅନୁରୋଧ ରକ୍ଷା କରିବ ବୋଲି ନିଶ୍ଚିତଭାବେ ଜାଣି, ମୁଁ ଏ ପତ୍ର ଲେଖୁଛି। ବାସ୍ତବିକ ମୁଁ ଜାଣେ, ତୁମଠାରୁ ମୁଁ ଯେତିକି ଅପେକ୍ଷା କରୁଛି, ତୁମେ ମୋ’ ପାଇଁ ତା’ଠାରୁ ଅଧିକ କରିବ।
22
ଏହା ସହିତ ମୋର ଆଉ ଏକ ଅନୁରୋଧ, ସେଠାରେ ମୋ’ ପାଇଁ ଗୋଟିଏ କୋଠରୀ ପ୍ରସ୍ତୁତ କରି ରଖ। ମୋର ବିଶ୍ୱାସ, ତୁମ ପ୍ରାର୍ଥନା ଫଳରେ ମୁଁ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବି।
23
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୋ’ ସହିତ କାରାବରଣ କରୁଥିବା ଏପାଫ୍ରା ଓ ମୋର ସହକର୍ମୀ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ ତୁମକୁ ନମସ୍କାର ଜଣାଉଛନ୍ତି।
25
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ ସମସ୍ତଙ୍କ ନିକଟରେ ରହୁ।
Jump to:
Chapter 1
All chapters:
1