bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Peter 1
1 Peter 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 2 →
1
ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ ପିତରଙ୍କଠାରୁ ପନ୍ତ, ଗାଲାତିଆ, କାପ୍ପାଦକିଆ, ଆସିଆ ଓ ବୀଥୂନିଆ ଅଞ୍ଚଳରେ ସର୍ବତ୍ର ଛିନ୍ନଭିନ୍ନ ହୋଇଥିବା ପରମେଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ପତ୍ର।
2
ପରମେଶ୍ୱର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହେବା ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ପବିତ୍ର ହୋଇ ତୁମ୍ଭେ ଯେପରି ପରମେଶ୍ୱରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଗ୍ଭହିଁଥିଲେ। ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବର୍ତ୍ତୁ।
3
ଯୀଶୁଙ୍କ ଜୀବନ୍ତ ଭରସା ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱର ଧନ୍ୟ ହେଉନ୍ତୁ। ପରମେଶ୍ୱରଙ୍କ କରୁଣା ଅପାର, ଓ ଏହି କରୁଣା (କୃପା) ଦ୍ୱାରା ସେ ଆମ୍ଭକୁ ଗୋଟିଏ ନୂତନ ଜୀବନ ଦେଇଛନ୍ତି। ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେବା ଦ୍ୱାରା ଏହି ନୂତନ ଜୀବନ ଆମ୍ଭକୁ ଗୋଟିଏ ଜୀବନ୍ତ ଭରସା ଦେଇଛି।
4
ପରମେଶ୍ୱର ଆପଣା ସନ୍ତାନମାନଙ୍କ ପାଇଁ ରଖିଥିବା ଆଶୀର୍ବାଦ ଆମ୍ଭେ ଏବେ ପାଇବାକୁ ଭରସା କରୁ। ସେହି ଆଶୀର୍ବାଦଗୁଡ଼ିକ ସ୍ୱର୍ଗରେ ତୁମ୍ଭ ପାଇଁ ସୁରକ୍ଷିତ। ସେହି ଆଶୀର୍ବାଦଗୁଡ଼ିକ କଦାପି ନଷ୍ଟ ହେବ ନାହିଁ, ବା ଧ୍ୱଂସ ପାଇବ ନାହିଁ କିଅବା ସେଗୁଡ଼ିକ ସେମାନଙ୍କର ସୌନ୍ଦର୍ଯ୍ୟ ହରାଇବେ ନାହିଁ।
5
ତୁମ୍ଭର ପରିତ୍ରାଣର ସମୟ ନ ଆସିବା ପର୍ଯ୍ୟନ୍ତ ତୁମ୍ଭ ବିଶ୍ୱାସ ମାଧ୍ୟମରେ ପରମେଶ୍ୱରଙ୍କ ଶକ୍ତି ତୁମ୍ଭକୁ ରକ୍ଷା କରିବ। ସେହି ପରିତ୍ରାଣ ତୁମ୍ଭ ପାଇଁ ପ୍ରସ୍ତୁତ ହୋଇ ରହିଛି ଏବଂ ଯୁଗର ଶେଷରେ ତୁମ୍ଭେ ଏହା ପାଇବ।
6
ତେଣୁ ତୁମ୍ଭେ ଆନନ୍ଦିତ ହୁଅ। କିନ୍ତୁ ଏବେ ଅଳ୍ପ ସମୟ ପାଇଁ ଅନେକ ପ୍ରକାରର ସମସ୍ୟା ତୁମ୍ଭକୁ ଦୁଃଖୀ କରୁଥାଇପାରେ।
7
ଏହି ସମସ୍ୟାଗୁଡ଼ିକ କାହିଁକି ହୁଏ? କେବଳ ତୁମ୍ଭର ବିଶ୍ୱାସର ସତ୍ୟତା ପ୍ରମାଣିତ କରିବା ଲାଗି ଏପରି ଘଟେ। ଏହି ବିଶ୍ୱାସର ପ୍ରମାଣ ସୁନାଠାରୁ ଅଧିକ ମୂଲ୍ୟବାନ। ସୁନାର ବିଶୁଦ୍ଧତା ଅଗ୍ନି ଦ୍ୱାରା ପରୀକ୍ଷିତ ହୁଏ, କିନ୍ତୁ ତାହା ନଷ୍ଟଶୀଳ। ଯୀଶୁ ପୁନଃ ଆସିବା ବେଳେ, ତୁମ୍ଭ ବିଶ୍ୱାସର ପବିତ୍ରତା ହେତୁ ତୁମ୍ଭେ ପ୍ରଶଂସା, ମହିମା ଓ ସମ୍ମାନ ପାଇବ।
8
ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ନ ଦେଖି ମଧ୍ୟ ପ୍ରେମ କରୁଛ। ଏବେ ତୁମ୍ଭେ ତାହାଙ୍କୁ ନ ଦେଖି ମଧ୍ୟ ବିଶ୍ୱାସ କରୁଛ। ତୁମ୍ଭେ ଅତୁଳନୀୟ ଆନନ୍ଦ ପାଉଛ। ସେହି ଆନନ୍ଦ ମହିମାରେ ପରିପୂର୍ଣ୍ଣ।
9
ତୁମ୍ଭ ବିଶ୍ୱାସର ଗୋଟିଏ ଲକ୍ଷ୍ୟ ଅଛି। ତାହା ହେଲା ଆତ୍ମାର ଉଦ୍ଧାର। ତୁମ୍ଭେ ସେହି ଲକ୍ଷ୍ୟ ଅର୍ଥାତ୍ ଉଦ୍ଧାର ପାଉଛ।
10
ଭବିଷ୍ୟଦ୍ବକ୍ତାମାନେ ମନୋଯୋଗ ସହକାରେ ଅଧ୍ୟୟନ କରି ଏହି ଉଦ୍ଧାର ବିଷୟରେ ଜାଣିବା ପାଇଁ ଚେଷ୍ଟା କଲେ। ସେହି ଭବିଷ୍ୟଦ୍ବକ୍ତାମାନେ ତୁମ୍ଭ ପ୍ରତି ଆଗତ ଅନୁଗ୍ରହ ବିଷୟରେ କହିଥିଲେ।
11
ଖ୍ରୀଷ୍ଟଙ୍କ ଆତ୍ମା ସେହି ଭବିଷ୍ୟଦ୍ବକ୍ତାମାନଙ୍କ ଅନ୍ତରରେ ଥିଲା। ଖ୍ରୀଷ୍ଟଙ୍କୁ କିପରି କଷ୍ଟ ଭୋଗିବାକୁ ହେବ ଓ ତା’ପରେ କିପରି ମହିମା ପ୍ରକାଶିତ ହେବ, ସେହି ବିଷୟରେ ‘ଆତ୍ମା’ କଥା କହୁଥିଲେ। ସେହି ଆତ୍ମା ଯାହା ଦେଖାଉଥିଲେ, ସେହି ଭବିଷ୍ୟଦ୍ବକ୍ତାମାନେ ତାହା ଶିଖିବାକୁ ଚେଷ୍ଟା କଲେ। ସେମାନେ ଜାଣିବାକୁ ଚେଷ୍ଟା କଲେ ଯେ କେତେବେଳେ ଏହିସବୁ ଘଟଣାମାନ ଘଟିବ ଏବଂ ସେତେବେଳେ ଜଗତର ଅବସ୍ଥା କିପରି ହୋଇଥିବ।
12
ସେହି ଭବିଷ୍ୟଦ୍ବକ୍ତାମାନଙ୍କ ସେବାକାର୍ଯ୍ୟ ସେମାନଙ୍କ ନିଜ ପାଇଁ ନୁହେଁ ବୋଲି ସେମାନଙ୍କୁ ଦେଖାଇ ଦିଆ ହେଲା। ଭବିଷ୍ୟଦ୍ବକ୍ତାମାନେ ତୁମ୍ଭର ସେବା କରୁଥିଲେ। ସେମାନେ ସେବା କଲାବେଳେ ଯାହା କହିଥିଲେ ତୁମ୍ଭେ ତାହା ଶୁଣିଛ। ଯେଉଁ ଲୋକମାନେ ତୁମ୍ଭକୁ ସେହି ସୁସମାଗ୍ଭର କହିଲେ, ସେମାନେ ହିଁ ତାହା କହିଥିଲେ। ସ୍ୱର୍ଗରୁ ପଠାଯାଇଥିବା ପବିତ୍ରଆତ୍ମା ସାହାଯ୍ୟରେ ସେମାନେ କହିଥିଲେ। ଯେଉଁ କଥାଗୁଡ଼ିକ ତୁମ୍ଭକୁ କୁହାଯାଇଛି, ସେଗୁଡ଼ିକୁ ସ୍ୱର୍ଗଦୂତମାନେ ମଧ୍ୟ ଜାଣିବା ପାଇଁ ବହୁତ ଆଗ୍ରହୀ।
13
ପବିତ୍ର ଜୀବନ ପାଇଁ ଡାକରା ଆତ୍ମସଂଯମୀ ହୁଅ ଓ ନିଜ ମନକୁ ସେବାକାର୍ଯ୍ୟ ପାଇଁ ପ୍ରସ୍ତୁତ କର। ଯୀଶୁ ଖ୍ରୀଷ୍ଟ ଆସିବା ବେଳେ, ଯେଉଁ ଅନୁଗ୍ରହ ତୁମ୍ଭ ପ୍ରତି ବର୍ତ୍ତିବ, ସେଥିରେ ତୁମ୍ଭର ପୂର୍ଣ୍ଣ ଭରସା ରହିବା ଉଚିତ୍।
14
ଅତୀତରେ ତୁମ୍ଭେ ଏହି କଥା ବୁଝି ନ ପାରି, ନିଜ ଇଚ୍ଛାରେ ସେହିସବୁ ମନ୍ଦ କାମ କରିଥିଲ କିନ୍ତୁ ଏବେ ତୁମ୍ଭେ ପରମେଶ୍ୱରଙ୍କ ଆଜ୍ଞାକାରୀ ସନ୍ତାନ ଅଟ। ଅତଏବ ଅତୀତର ମନ୍ଦ ଜୀବନଯାପନ କର ନାହିଁ।
15
ନିଜେ କରୁଥିବା ସମସ୍ତ କାମରେ, ପରମେଶ୍ୱର ଯେପରି ପବିତ୍ର, ସେହିପରି ପବିତ୍ର ହୁଅ। ପରମେଶ୍ୱର ହିଁ ତୁମ୍ଭକୁ ଆହ୍ୱାନ କରିଥିଲେ।
16
ଶାସ୍ତ୍ରରେ ଲେଖାଅଛି: “ପବିତ୍ର ହୁଅ, କାରଣ ମୁଁ ହେଉଛି ପବିତ୍ର।”
17
ତୁମ୍ଭେ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛ ଓ ପିତା ବୋଲି ଡାକୁଛ। ପରମେଶ୍ୱର ପ୍ରତ୍ୟେକ ଲୋକଙ୍କୁ ତାହାର କାର୍ଯ୍ୟ ଅନୁସାରେ ସମାନ ଭାବରେ ବିଗ୍ଭର କରନ୍ତି। ତେଣୁ ତୁମ୍ଭେ ଯେପର୍ଯ୍ୟନ୍ତ ପୃଥିବୀରେ ବଞ୍ଚି ରହିଛ, ତୁମ୍ଭେ ପରମେଶ୍ୱରଙ୍କ ପ୍ରତି ଭୟ ରଖି ବଞ୍ଚିବା ଉଚିତ୍।
18
ତୁମ୍ଭେ ଜାଣିଛ ଯେ ଅତୀତରେ ତୁମ୍ଭେ ନିରର୍ଥକ ଜୀବନଯାପନ କରୁଥିଲ। ତୁମ୍ଭ ପୂର୍ବ ବଂଶଧରମାନଙ୍କଠାରୁ ତୁମ୍ଭେ ସେହିପରି ଜୀବନ କାଟିବାକୁ ଶିଖିଥିଲ। କିନ୍ତୁ ତୁମ୍ଭେ ବର୍ତ୍ତମାନ ସେହିପରି ଜୀବନ କାଟିବାରୁ ରକ୍ଷା ପାଇଛ। ସୁନା ଓ ରୂପା ଭଳି କ୍ଷଣସ୍ଥାୟୀ ଜିନିଷ ବଦଳରେ ନୁହେଁ,
19
ବରଂ ନିର୍ଦ୍ଦୋଷ ପବିତ୍ର ମେଷଶାବକ ଖ୍ରୀଷ୍ଟଙ୍କର ବହୁମୂଲ୍ୟ ରକ୍ତ ଦ୍ୱାରା ତୁମ୍ଭେ କିଣା ହୋଇଅଛ।
20
ଜଗତ ଆରମ୍ଭ ହେବା ପୂର୍ବରୁ ଖ୍ରୀଷ୍ଟ ମନୋନୀତ ହୋଇଥିଲେ। କିନ୍ତୁ ଏହି ଶେଷ ସମୟରେ ତୁମ୍ଭ ନିମନ୍ତେ ସେ ଜଗତରେ ପ୍ରକାଶିତ ହେଲେ।
21
ତୁମ୍ଭେ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କୁ ବିଶ୍ୱାସ କର। ପରମେଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କଲେ। ତା’ପରେ ସେ ତାହାଙ୍କୁ ମହିମା ପ୍ରଦାନ କଲେ। ତେଣୁ ତୁମ୍ଭର ବିଶ୍ୱାସ ଓ ଭରସା ପରମେଶ୍ୱରଙ୍କଠାରେ ଅଛି।
22
ଏବେ, ସତ୍ୟ ପାଳନ ଦ୍ୱାରା ତୁମ୍ଭେମାନେ ନିଜ ନିଜକୁ ପବିତ୍ର କରିଛ। ତୁମ୍ଭେମାନେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ସତ୍ୟ ପ୍ରେମ ଦେଖାଇ ପାରିବ। ଅତଏବ, ପୂର୍ଣ୍ଣ ହୃଦୟ ସହିତ ଗଭୀର ଭାବରେ ପରସ୍ପରକୁ ପ୍ରେମ କର।
23
ତୁମ୍ଭେ ପୁନର୍ଜନ୍ମ ଗ୍ରହଣ କରିଛ। ଏହି ନୂତନ ଜୀବନ ମରଣଶୀଳ ବିଷୟରୁ ଆସି ନାହିଁ କିନ୍ତୁ ଯାହାକିଛି କେବେ ମରେ ନାହିଁ, ସେଠାରୁ ଆସିଛି। ଯାହା ସବୁଦିନ ପାଇଁ ରୁହେ, ପରମେଶ୍ୱରଙ୍କ ସେହି ଜୀବନ୍ତ ସୁସମାଗ୍ଭର ଯୋଗୁଁ ତୁମ୍ଭେ ଆଉ ଥରେ ଜନ୍ମ ଗ୍ରହଣ କରିଛ।
24
ଶାସ୍ତ୍ର କୁହେ: “ସମସ୍ତ ମନୁଷ୍ୟ ନିତ୍ୟଜୀବୀ ନୁହନ୍ତି, ସେମାନେ ଘାସ ଭଳି, ସେମାନଙ୍କର ମହିମା ଏକ ବନ୍ୟଫୁଲ ଭଳି। ଘାସ ଶୁଖି ଯାଏ, ଫୁଲ ଝଡ଼ି ଯାଏ।
25
କିନ୍ତୁ ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ ଏବଂ ଏହି ଶିକ୍ଷା ତୁମ୍ଭକୁ ଦିଆ ଯାଇଥିଲା।”
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 2 →
All chapters:
1
2
3
4
5
Recommended Reading
Commentary
1 Peter Commentaries
→
Devotional
1 Peter Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→