bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Thessalonians 2
1 Thessalonians 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 3 →
1
ଥେସଲନୀକୀଠାରେ ପାଉଲଙ୍କ କାର୍ଯ୍ୟ ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଜାଣିଛ ଯେ, ଆମ୍ଭମାନଙ୍କର ତୁମ୍ଭମାନଙ୍କ ପାଖକୁ ଯିବା ବୃଥା ନ ଥିଲା।
2
ତୁମ୍ଭମାନଙ୍କ ପାଖକୁ ଯିବା ପୂର୍ବରୁ ଫିଲିପ୍ପୀଠାରେ ଆମ୍ଭେ ଦୁଃଖ ଓ ଅପମାନ ପାଇଥିଲୁ। ଏହି ବିଷୟରେ ତୁମ୍ଭେମାନେ ଜାଣିଛ। ଆମ୍ଭେମାନେ ଯେତେବେଳେ ତୁମ୍ଭମାନଙ୍କ ପାଖକୁ ଗଲୁ, ସେତେବେଳେ ଅନେକ ଲୋକ ଆମ୍ଭର ବିରୁଦ୍ଧ ଥିଲେ। କିନ୍ତୁ ପରମେଶ୍ୱରଙ୍କ ସାହାଯ୍ୟରୁ ଆମ୍ଭେ ସାହସୀ ହୋଇ ପାରିଲୁ। ତୁମ୍ଭମାନଙ୍କୁ ତାହାଙ୍କର ସୁସମାଗ୍ଭର କହିବା ପାଇଁ ସେ ଆମ୍ଭକୁ ସାହାଯ୍ୟ କଲେ।
3
ଆମ୍ଭେ ଲୋକଙ୍କୁ ଶିକ୍ଷା ଦେଉ। କେହି ଆମ୍ଭକୁ ପ୍ରବଞ୍ଚିତ କରି ନାହିଁ। ଆମ୍ଭେ ମନ୍ଦ ନୋହୁଁ। ଆମ୍ଭେ ଲୋକମାନଙ୍କୁ ଛଳନା କରି ନାହୁଁ। କିନ୍ତୁ ଏଗୁଡ଼ିକ ଆମ୍ଭର ଶିକ୍ଷାଦାନ କରିବା ଉଦ୍ଦେଶ୍ୟ ନୁହେଁ।
4
ପରମେଶ୍ୱର ଆମ୍ଭକୁ ପରୀକ୍ଷା କରି ଓ ବିଶ୍ୱାସ କରି ସୁସମାଗ୍ଭର କହିବା ଦାୟିତ୍ୱ ଦେଇଥିବାରୁ ଆମ୍ଭେ ସୁସମାଗ୍ଭର ପ୍ରଗ୍ଭର କରୁଛୁ। ଅତଏବ ଯେତେବେଳେ ଆମ୍ଭେ କିଛି କହୁ ମନୁଷ୍ୟକୁ ସନ୍ତୁଷ୍ଟ କଲାପରି ନୁହେଁ, ପରମେଶ୍ୱରଙ୍କୁ ଖୁସୀ କରିବା ଆମ୍ଭର ଉଦ୍ଦେଶ୍ୟ ଅଟେ। ପରମେଶ୍ୱର ଆମ୍ଭର ହୃଦୟ ଗୁଡ଼ିକୁ ପରୀକ୍ଷା କରନ୍ତି।
5
ତୁମ୍ଭେମାନେ ଜାଣିଛ ଯେ, କେବେ ହେଲେ ଆମ୍ଭେ ଖୋସାମଦିଆ କଥା କହି ତୁମ୍ଭକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରି ନାହୁଁ। ଆମ୍ଭେ ତୁମ୍ଭମାନଙ୍କର ଟଙ୍କା ପାଇବା ପାଇଁ ଗ୍ଭହିଁ ନାହୁଁ। ତୁମ୍ଭମାନଙ୍କଠାରୁ ଆମ୍ଭେ ନିଜର କୌଣସି ସ୍ୱାର୍ଥପର ଭାବ ଗୁପ୍ତ ରଖି ନାହୁଁ। ପରମେଶ୍ୱର ଜାଣନ୍ତି ଯେ, ଏହା ସତ୍ୟ।
6
ଆମ୍ଭେ ଲୋକମାନଙ୍କର ପ୍ରଶଂସା ଗ୍ଭହୁଁ ନାହୁଁ। ଆମ୍ଭେ ତୁମ୍ଭମାନଙ୍କ ପାଖରୁ ବା ଅନ୍ୟମାନଙ୍କ ପାଖରୁ ପ୍ରଶଂସା ଗ୍ଭହୁଁ ନାହୁଁ।
7
ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ। ଅତଏବ ତୁମ୍ଭମାନଙ୍କ ମଧ୍ୟରେ ଥିଲାବେଳେ ଆମ୍ଭେମାନେ ତୁମ୍ଭମାନଙ୍କ ଦ୍ୱାରା କାମ କରାଇବା ପାଇଁ ଆମ୍ଭ ଅଧିକାର ପ୍ରୟୋଗ କରି ପାରିଥାଆନ୍ତୁ। କିନ୍ତୁ ଆମ୍ଭେ ତୁମ୍ଭମାନଙ୍କ ସହିତ ଭଦ୍ର ବ୍ୟବହାର କଲୁ। ଜଣେ ମା ନିଜ ଶିଶୁମାନଙ୍କର ଯେପରି ଯତ୍ନ ନିଏ, ଆମ୍ଭେ ଠିକ୍ ସେହିପରି କଲୁ।
8
ଆମ୍ଭେ ତୁମ୍ଭମାନଙ୍କୁ ବହୁତ ଭଲ ପାଇଲୁ। ଅତଏବ ଆମ୍ଭେ ତୁମ୍ଭମାନଙ୍କୁ କେବଳ ପରମେଶ୍ୱରଙ୍କ ସୁସମାଗ୍ଭରର ଅଂଶୀ କଲୁ ତାହା ନୁହେଁ, ବରଂ ନିଜର ଜୀବନ ମଧ୍ୟ ତୁମ୍ଭମାନଙ୍କ ସହିତ ବାଣ୍ଟି ଦେବାକୁ ପ୍ରସ୍ତୁତ ଥିଲୁ।
9
ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ମନେ ପକାଅ ଯେ, ଆମ୍ଭେ କେତେ କଠିନ ପରିଶ୍ରମ କରିଛୁ। ଆମ୍ଭେ ଦିନରାତି କାମ କରିଛୁ। ଆମ୍ଭେମାନେ ପରମେଶ୍ୱରଙ୍କ ସୁସମାଗ୍ଭର ପ୍ରଗ୍ଭର କଲାବେଳେ, ତୁମ୍ଭେମାନେ ଆମ୍ଭକୁ କିଛି ଦେଇ ଭାରାକ୍ରାନ୍ତ ହୁଅ, ସେ କଥା ଆମ୍ଭେ ଗ୍ଭହିଁଲୁ ନାହିଁ।
10
ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଗହଣରେ ରହିଥିଲାବେଳେ, ଆମ୍ଭେମାନେ ପବିତ୍ର, ଧାର୍ମିକ ଓ ତ୍ରୁଟି ରହିତ ଜୀବନଯାପନ କରିଥିଲୁ।
11
ତୁମ୍ଭେମାନେ ଓ ପରମେଶ୍ୱର ମଧ୍ୟ ଜାଣନ୍ତି ଯେ, ଏହା ସତ୍ୟ। ପିତା ନିଜ ସନ୍ତାନମାନଙ୍କୁ ସ୍ନେହ କଲା ଭଳି ଆମ୍ଭେ ତୁମ୍ଭମାନଙ୍କ ସହିତ ସ୍ନେହପୂର୍ବକ ବ୍ୟବହାର କରିଛୁ।
12
ଆମ୍ଭେ ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିଛୁ, ଆମ୍ଭେ ତୁମ୍ଭମାନଙ୍କୁ ଆଶ୍ୱାସନା ଦେଲୁ ଏବଂ ପରମେଶ୍ୱରଙ୍କ ପାଇଁ ଭଲ ଜୀବନଯାପନ କରିବା ପାଇଁ କହିଛୁ। ପରମେଶ୍ୱର ତୁମ୍ଭମାନଙ୍କୁ ନିଜ ରାଜ୍ୟ ଓ ମହିମା ପ୍ରାପ୍ତ କରିବା ପାଇଁ ଡାକୁଛନ୍ତି।
13
ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଶୁଣିଥିବା ଶିକ୍ଷାଗୁଡ଼ିକୁ ମଣିଷମାନଙ୍କର ନୁହେଁ ବରଂ ପରମେଶ୍ୱରଙ୍କ ବାକ୍ୟ ବୋଲି ଭାବି ଗ୍ରହଣ କରିଥିବାରୁ, ଆମ୍ଭେ ପରମେଶ୍ୱରଙ୍କୁ ଅନବରତ ଧନ୍ୟବାଦ ଜଣାଉଛୁ। ଏହା ପ୍ରକୃତରେ ପରମେଶ୍ୱରଙ୍କ ଶିକ୍ଷା। ଏହି ଶିକ୍ଷାର ପ୍ରଭାବ, ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଉପରେ ପଡ଼ିଛି।
14
ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଯିହୂଦାରେ ଥିବା ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱରଙ୍କ ମଣ୍ଡଳୀଗୁଡ଼ିକର ଲୋକମାନଙ୍କ ଭଳି ହୋଇଛ। ଯିହୂଦାରେ ପରମେଶ୍ୱରଙ୍କ ଲୋକମାନେ ଅନ୍ୟ ଯିହୂଦୀମାନଙ୍କଠାରୁ ଯାତନା ଭୋଗ କରିଥିଲେ। ତୁମ୍ଭେମାନେ ନିଜ ଦେଶର ଲୋକମାନଙ୍କଠାରୁ ମଧ୍ୟ ସେହିଭଳି ଯାତନା ପାଇଛ।
15
ସେ ଯିହୂଦୀମାନେ ପ୍ରଭୁ ଯୀଶୁଙ୍କୁ ମାରିଦେଲେ। ସେମାନେ ଭବିଷ୍ୟଦ୍ବକ୍ତାମାନଙ୍କୁ ମଧ୍ୟ ମାରିଦେଲେ। ସେହି ଯିହୂଦୀମାନେ ଆମ୍ଭକୁ ସେହି ଅଞ୍ଚଳ ଛାଡ଼ିବା ପାଇଁ ବାଧ୍ୟ କଲେ। ପରମେଶ୍ୱର ସେମାନଙ୍କଠାରେ ସନ୍ତୁଷ୍ଟ ନୁହନ୍ତି। ସେମାନେ ସମଗ୍ର ମାନବ ଜାତିର ବିରୋଧୀ।
16
ସେମାନେ ଆମ୍ଭକୁ ଅଣଯିହୂଦୀମାନଙ୍କ ନିକଟରେ ଶିକ୍ଷା ଦେବା ପାଇଁ ଅଟକାଇବାକୁ ଚେଷ୍ଟା କରନ୍ତି। ଅଣଯିହୂଦୀମାନେ ଉଦ୍ଧାର ହୁଅନ୍ତୁ, ଏହି ଉଦ୍ଦେଶ୍ୟରେ ଆମ୍ଭେ ସେମାନଙ୍କୁ ଶିକ୍ଷା ଦେଉ। କିନ୍ତୁ ଯିହୂଦୀମାନେ ପୂର୍ବରୁ କରିଥିବା ପାପଗୁଡ଼ିକର ସୂଚୀ, ବର୍ତ୍ତମାନ ମଧ୍ୟ ବଢ଼ି ଗ୍ଭଲିଛି। ଏବେ ପୂର୍ଣ୍ଣଭାବରେ ପରମେଶ୍ୱରଙ୍କ କ୍ରୋଧ ସେମାନଙ୍କ ଉପରେ ଆସି ପଡ଼ିଲାଣି।
17
ପାଉଲ ପୁଣି ଥରେ ସେମାନଙ୍କୁ ଦେଖାକରିବାକୁ ଇଚ୍ଛା କରନ୍ତି ଭାଇ ଓ ଭଉଣୀମାନେ! ଆମ୍ଭେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ପାଖରୁ ଦୂରରେ ଥିଲୁ। ଆମ୍ଭେ ଶାରୀରିକ ଭାବରେ ସେଠାରେ ନ ଥିଲେ ମଧ୍ୟ, ଆମ୍ଭର ଚିନ୍ତାଗୁଡ଼ିକ ସେଠାରେ ଅଛି। ଆମ୍ଭେ ତୁମ୍ଭମାନଙ୍କୁ ଦେଖିବା ଲାଗି ବ୍ୟଗ୍ର ଥିଲୁ ଓ ସେଥିପାଇଁ ଅଧିକ ଯତ୍ନ ମଧ୍ୟ କରିଥିଲୁ।
18
ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଥିଲୁ। ମୁଁ ପାଉଲ ନିଜେ କେତେ ଥର ଆସିବାକୁ ଚେଷ୍ଟା କରିଛି, କିନ୍ତୁ ଶୟତାନ ଆମ୍ଭକୁ ବାଧା ଦେଇଛି।
19
ତୁମ୍ଭେମାନେ ଆମ୍ଭର ଆଶା, ଆମ୍ଭର ଆନନ୍ଦ ଓ ଆମ୍ଭର ମୁକୁଟ। ଯେତେବେଳେ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଆସିବେ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ଗର୍ବ ଅନୁଭବ କରିବୁ।
20
ପ୍ରକୃତରେ ତୁମ୍ଭେମାନେ ଆମ୍ଭର ମହିମା ଓ ଆମ୍ଭର ଆନନ୍ଦ ଅଟ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 3 →
All chapters:
1
2
3
4
5