bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
3 John 1
3 John 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
1
ପ୍ରାଚୀନ ଯେ ମୁଁ, ମୁଁ ମୋର ପ୍ରିୟ ବନ୍ଧୁ ଗାୟଙ୍କ ନିକଟକୁ ଲେଖୁଛି। ମୁଁ ତାହାଙ୍କୁ ସତ୍ୟରେ ରହି ପ୍ରେମ କରେ।
2
ପ୍ରିୟ ବନ୍ଧୁ, ମୁଁ ଜାଣେ, ତୁମ୍ଭର ଆତ୍ମା କୁଶଳରେ ଅଛି। ତେଣୁ ମୁଁ ପ୍ରାର୍ଥନା କରେ, ତୁମ୍ଭେ ସବୁ ଦୃଷ୍ଟିରୁ ଭଲରେଥିବ। ତୁମ୍ଭର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।
3
ଖ୍ରୀଷ୍ଟରେ କେତେକ ଭାଇମାନେ ଏଠାକୁ ଆସିଲେ ଓ ସତ୍ୟ ପ୍ରତି ତୁମ୍ଭର ବିଶ୍ୱସ୍ତତା ସମ୍ପର୍କରେ କହିଲେ। ସେମାନେ ମୋତେ କହିଲେ ଯେ ତୁମ୍ଭେ ଅବିରତ ସତ୍ୟ ପଥ ଅନୁସରଣ କରୁଛ। ଏହା ଶୁଣି ମୁଁ ଅତ୍ୟନ୍ତ ଆନନ୍ଦିତ ହେଲି।
4
ମୁଁ ଯେତେବେଳେ ଶୁଣେ ଯେ ମୋର ପିଲାମାନେ ସତ୍ୟର ମାର୍ଗ ଅନୁସରଣ କରୁଛନ୍ତି, ତାହା ମୋତେ ବିଶେଷ ଆନନ୍ଦ ଦିଏ।
5
ମୋର ପ୍ରିୟ ବନ୍ଧୁ, ଏହା ଉତ୍ତମ ଯେ ତୁମ୍ଭେ ଖ୍ରୀଷ୍ଟରେ ଥିବା ଭାଇମାନଙ୍କୁ ସାହାଯ୍ୟ କରୁଛ। ତୁମ୍ଭେ ଅପରିଚିତ ଭାଇମାନଙ୍କୁ ମଧ୍ୟ ସାହାଯ୍ୟ କରୁଛ।
6
ସେହି ଭାଇମାନେ, ତୁମ୍ଭର ପ୍ରେମ ସମ୍ବନ୍ଧରେ ମଣ୍ଡଳୀକୁ କହିଛନ୍ତି। ଦୟାକରି ତୁମ୍ଭେ ସେମାନଙ୍କୁ ସେମାନଙ୍କର ଯାତ୍ରାରେ ସାହାଯ୍ୟ କର। ତୁମ୍ଭେ ସେମାନଙ୍କୁ ଏପରି ସାହାଯ୍ୟ କର, ଯେପରି ତାହା ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବ।
7
ସେହି ଭାଇମାନେ ଖ୍ରୀଷ୍ଟଙ୍କର ସେବା ପାଇଁ ଭ୍ରମଣ କରନ୍ତି। ସେମାନେ ବିଶ୍ୱାସ ନ କରୁଥିବା ଲୋକମାନଙ୍କଠାରୁ କିଛି ଗ୍ରହଣ କରନ୍ତି ନାହିଁ।
8
ତେଣୁ ଆମ୍ଭେ ସେହି ଭାଇମାନଙ୍କୁ ସାହାଯ୍ୟ କରିବା ଉଚିତ୍। ଆମ୍ଭେ ତାହାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆମ୍ଭେ ସତ୍ୟ ନିମନ୍ତେ ସେମାନଙ୍କର କାର୍ଯ୍ୟରେ ଭାଗୀଦାର ହୋଇପାରିବା।
9
ମୁଁ ମଣ୍ଡଳୀକୁ ଗୋଟିଏ ପତ୍ର ଲେଖିଥିଲି। କିନ୍ତୁ ଦିୟତ୍ରଫା ଆମ୍ଭ କଥା ଶୁଣିବା ପାଇଁ ରାଜି ନୁହେଁ। ସେ ସର୍ବଦା ସେଠାରେ ନେତା ହୋଇ ରହିବା ପାଇଁ ଗ୍ଭହେଁ।
10
ମୁଁ ସେଠାରୁ ଆସିଲେ, ଦିୟତ୍ରିଫାର କାର୍ଯ୍ୟ ବିଷୟରେ କଥାବାର୍ତ୍ତା କରିବି। ସେ ଆମ୍ଭମାନଙ୍କ ବିଷୟରେ ମିଥ୍ୟା ଓ ମନ୍ଦ କଥାମାନ କହୁଛି। ଏହାଛଡ଼ା, ସେ ଖ୍ରୀଷ୍ଟଙ୍କ ପାଇଁ ସେବା କରୁଥିବା ଭାଇମାନଙ୍କୁ ମଧ୍ୟ ସାହାଯ୍ୟ କରୁ ନାହିଁ। ଯେଉଁମାନେ ସେହି ଭାଇମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହାନ୍ତି, ସେମାନଙ୍କୁ ମଧ୍ୟ ସେ ମନା କରୁଛି। ସେ ସେମାନଙ୍କୁ ମଣ୍ଡଳୀରୁ ବାହାର କରିଦିଏ।
11
ମୋର ପ୍ରିୟ ବନ୍ଧୁ, ମନ୍ଦ ବିଷୟକୁ ଅନୁସରଣ କର ନାହିଁ, କିନ୍ତୁ ଉତ୍ତମ ବିଷୟର ଅନୁଗାମୀ ହୁଅ। ଉତ୍ତମ କାର୍ଯ୍ୟ କରୁଥିବା ବ୍ୟକ୍ତି ପରମେଶ୍ୱରଙ୍କ ପାଖରୁ ଆସିଥାଏ। କିନ୍ତୁ ମନ୍ଦ କାର୍ଯ୍ୟ କରୁଥିବା ବ୍ୟକ୍ତି ପରମେଶ୍ୱରଙ୍କୁ କେବେ ଦେଖି ନାହିଁ।
12
ଦୀମୀତ୍ରିୟଙ୍କ ବିଷୟରେ ସମସ୍ତେ ଭଲକଥା କହନ୍ତି। ସେମାନେ ଯାହା କହନ୍ତି, ସତ୍ୟ ଏଥିର ସାକ୍ଷ୍ୟ ଦିଏ। ଆମ୍ଭେ ମଧ୍ୟ ତାହା ବିଷୟରେ ଭଲକଥା କହୁ, ଏବଂ ତୁମ୍ଭେ ଜାଣ ଯେ ଆମ୍ଭର ସାକ୍ଷ୍ୟ ସତ୍ୟ ଅଟେ।
13
ମୋର ତୁମ୍ଭକୁ କହିବା ପାଇଁ ବହୁତ ବିଷୟ ଅଛି। କିନ୍ତୁ ମୁଁ ତାହା କାଳି ଏବଂ କଲମରେ ଲେଖିବା ପାଇଁ ଗ୍ଭହୁଁ ନାହିଁ।
14
ମୋର ତୁମ୍ଭ ସହିତ ଶୀଘ୍ର ଦେଖା ହେବ ବୋଲି ଆଶା କରୁଛି। ସେତେବେଳେ ଆମ୍ଭେ ଏକାଠି ହୋଇ କଥା ହେବା।
15
ତୁମ୍ଭ ପ୍ରତି ଶାନ୍ତି ହେଉ। ମୋର ଏଠାରେ ଥିବା ବନ୍ଧୁମାନେ ତୁମ୍ଭ ପାଖକୁ ସେମାନଙ୍କର ପ୍ରେମ ଜଣାଉଛନ୍ତି। ଦୟାକରି ଆମ୍ଭର ପ୍ରେମ ସେଠାରେ ଥିବା ପ୍ରତ୍ୟେକ ବନ୍ଧୁଙ୍କୁ ଜଣାଇବ।
Jump to:
Chapter 1
All chapters:
1