bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Habakkuk 1
Habakkuk 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 2 →
1
ହବକ୍କୂକଙ୍କର ପରମେଶ୍ୱରଙ୍କଠାରେ ଅଭିଯୋଗ ଏହି ବାର୍ତ୍ତାଟି ଭବିଷ୍ୟଦ୍ବକ୍ତା ହବକ୍କୂକକୁ ପ୍ରଦାନ କରାଯାଇଥିଲା। ହବକ୍କୂକଙ୍କର ପରମେଶ୍ୱରଙ୍କଠାରେ ଅଭିଯୋଗ
2
ହେ ସଦାପ୍ରଭୁ, କେତେକାଳ ପର୍ଯ୍ୟନ୍ତ ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକିବି? କେତେବେଳେ ତୁମ୍ଭେ ମୋର ଡାକ ଶୁଣିବ? ଏହି ଗୋଳମାଳ ବିଷୟରେ ମୁଁ ତୁମ୍ଭକୁ ଆହ୍ୱାନ କଲି କିନ୍ତୁ ତୁମ୍ଭେ କିଛି କଲ ନାହିଁ।
3
ଲୋକମାନେ ଜିନିଷ ଧ୍ୱଂସ କରୁଛନ୍ତି ଓ ଅନ୍ୟକୁ ଆଘାତ କରୁଛନ୍ତି। ସେମାନେ ଯୁକ୍ତି କରୁଛନ୍ତି ଓ ଲଢ଼ୁଛନ୍ତି। ଏହି ଅନ୍ୟାୟ ସବୁ ମୁଁ କାହିଁକି ଦେଖିବି? ଏହି ଖରାପ ଦ୍ରବ୍ୟ ମୁଁ କାହିଁକି ଦେଖିବି?
4
ଏଠାରେ ବ୍ୟବସ୍ଥା ଅତି କୋହଳ ଏବଂ ନ୍ୟାୟ ବିଗ୍ଭର କରାଯାଏ ନାହିଁ। ମନ୍ଦଲୋକମାନେ ଭଲ ଲୋକଙ୍କ ଉପରେ ଜୟଲାଭ କରୁଛନ୍ତି। ତେଣୁ ନ୍ୟାୟ ହେଉ ନାହିଁ।
5
ହବକ୍କୂକଙ୍କୁ ପରମେଶ୍ୱରଙ୍କ ଉତ୍ତର ସଦାପ୍ରଭୁ ଉତ୍ତର ଦେଲେ, “ଅନ୍ୟ ଗୋଷ୍ଠୀଗୁଡ଼ିକୁ ଗ୍ଭହଁ। ସେମାନଙ୍କୁ ଲକ୍ଷ୍ୟ କର ଏବଂ ତୁମ୍ଭେ ଆଶ୍ଚର୍ଯ୍ୟାନ୍ୱିତ ହେବ। ତୁମ୍ଭର ଜୀବନ କାଳ ମଧ୍ୟରେ ଆମ୍ଭେ ଯାହା କରିବା ତାହା ତୁମ୍ଭକୁ ଆଶ୍ଚର୍ଯ୍ୟାନ୍ୱିତ କରିବ। ଯଦି କେହି ତୁମ୍ଭକୁ କହେ, କ’ଣ ହେବାକୁ ଯାଉଥିଲା, ତୁମ୍ଭେ କେବେ ବିଶ୍ୱାସ କରି ନ ଥା’ନ୍ତ।
6
ଆମ୍ଭେ ବାବିଲନୀୟମାନଙ୍କୁ ଗୋଟିଏ ଶକ୍ତିଶାଳୀ ଗୋଷ୍ଠୀରେ ପରିଣତ କରିବା। ସେହି ଲୋକମାନେ ଦୁଷ୍ଟ ଓ କ୍ଷିପ୍ର ଯୋଦ୍ଧା। ସେମାନେ ସମଗ୍ର ପୃଥିବୀରେ ମାଡ଼ିଯିବେ। ସେମାନେ ଅନ୍ୟ ଲୋକମାନଙ୍କର ଗୃହ ଓ ନଗରଗୁଡ଼ିକୁ ଅଧିକାର କରିବେ।
7
ବାବିଲୀୟମାନେ ଅନ୍ୟ ଲୋକମାନଙ୍କୁ ଭୟଭୀତ କରାଇବେ। ସେମାନେ ନିଜ ପାଇଁ ଆଇନ୍ ତିଆରି କରିବେ ଏବଂ ନିଜ ପାଇଁ ବ୍ୟବହାର କରିବେ।
8
ସେମାନଙ୍କର ଘୋଡ଼ାଗୁଡ଼ିକ ଚିତାବାଘଠାରୁ ଦ୍ରୁତଗାମୀ ହେବେ ଏବଂ ଗଧିଆଠାରୁ ଦ୍ରୁତଗାମୀ ସମସ୍ଥଳରେ ହେବେ। ସେମାନଙ୍କର ସୈନ୍ୟମାନେ ଘୋଡ଼ା ଚଢ଼ି ବହୁଦୂରରୁ ଆସିବେ। ଗୋଟିଏ ଭୋକିଲା ଚିଲ ପକ୍ଷୀ ଆକାଶରୁ ଶିକାର ଉପରେ ଝାମ୍ପ ମାରିଲା ପରି ସେମାନେ ଦ୍ରୁତ ବେଗରେ ଶତ୍ରୁଙ୍କୁ ଆକ୍ରମଣ କରିବେ।
9
ସେମାନେ କେବଳ ଯୁଦ୍ଧ କରିବାକୁ ଗ୍ଭହାନ୍ତି। ସେମାନଙ୍କର ସୈନ୍ୟମାନେ ବନ୍ଦୀମାନଙ୍କୁ ବାଲିପରି ଆଣିବା ପାଇଁ ସଂକଳ୍ପର ସହିତ ଯାଉଛନ୍ତି।
10
“ବାବିଲ ସୈନ୍ୟମାନେ ଅନ୍ୟ ଦେଶର ରାଜାମାନଙ୍କୁ ଉପହାସ କରିବେ। ବିଦେଶୀ ଶାସକମାନେ ସେମାନଙ୍କ ପାଇଁ ଉପହାସର ପାତ୍ର ହେବେ। ସେମାନେ ସୁଦୃଢ଼ ଉଚ୍ଚ ପ୍ରାଚୀର ବିଶିଷ୍ଟ ନଗରକୁ ଦେଖି ହସିବେ। ସେମାନେ ତ୍ରିଭୁଜାକାର ଚଟାଣ ତିଆରି କରିବେ ଏବଂ ସେହିସବୁ ନଗରକୁ କରାୟତ କରିବେ।
11
ତା’ପରେ ସେମାନେ ପବନ ପରି ଗତିରେ ଯିବେ। ସେମାନେ ଦୋଷୀ ଅଟନ୍ତି ଯେ, ସେମାନେ ତାଙ୍କର ନିଜର ଶକ୍ତିକୁ ପୂଜା କରନ୍ତି।”
12
ହବକ୍କୂକର ଦ୍ୱିତୀୟ ଅଭିଯୋଗ ତା’ପରେ ହବକ୍କୂକ କହିଲେ, “ହେ ସଦାପ୍ରଭୁ, ତୁମ୍ଭେ ପୁରାତନ କାଳର ସଦାପ୍ରଭୁ ଅଟ। ତୁମ୍ଭେ ଏକମାତ୍ର ପବିତ୍ର ଅଟ, ଯିଏ କେବେ ଅନ୍ତର୍ହିତ କରିବ ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ବିଗ୍ଭର କରିବା ପାଇଁ ନିଯୁକ୍ତି କଲ କି? ହେ ଶୈଳ, ଲୋକମାନଙ୍କୁ ଦଣ୍ତ ଦେବା ପାଇଁ ତୁମ୍ଭେ ସେମାନଙ୍କୁ ପଠାଇଲ କି?
13
ତୁମ୍ଭର ଚକ୍ଷୁଗୁଡ଼ିକ ଏତେ ଶୁଦ୍ଧ ଯେ, ତୁମ୍ଭେ ଦୁଷ୍କର୍ମ ଦେଖି ପାରିବ ନାହିଁ। ଲୋକମାନେ ଦୁଷ୍କର୍ମ କରୁଥିବାର ଦେଖି ତୁମ୍ଭେ ସହ୍ୟ କରି ପାରିବ ନାହିଁ। ତେଣୁ କିପରି ସେହି ମନ୍ଦ ଲୋକମାନେ ଜୟ କରିବାର ତୁମ୍ଭେ ଦେଖି ପାରିବ? କାହିଁକି ତୁମ୍ଭେ ପ୍ରତିକ୍ରିୟା କରୁ ନାହଁ, ଯେତେବେଳେ ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ପରାସ୍ତ କରିବାର ଦେଖୁଛ?
14
“ତୁମ୍ଭେ ସମୁଦ୍ରର ମାଛ ସଦୃଶ ଲୋକମାନଙ୍କୁ ତିଆରି କରିଛ ସେମାନେ ବିନା ନେତାରେ ସମୁଦ୍ରର ଛୋଟ ପ୍ରାଣୀ ସଦୃଶ।
15
ଶତ୍ରୁ ଆଙ୍କୁଡ଼ି ଓ ଜାଲ ସାହାଯ୍ୟରେ ସେମାନଙ୍କୁ ଧରେ। ସେମାନେ ସେମାନଙ୍କୁ ଜାଲରେ ଧରି ଖୁସୀ ହୁଅନ୍ତି।
16
ତା’ର ଜାଲ ତାକୁ ଧନୀଲୋକ ପରି ଚଳିବାରେ ସାହାଯ୍ୟ କରେ ଏବଂ ଉତ୍ତମ ଖାଦ୍ୟ ଯୋଗାଏ। ତେଣୁ ଶତ୍ରୁ ତା’ର ଜାଲକୁ ପୂଜା କରେ। ସେ ତା’ର ଜାଲକୁ ସମ୍ମାନ ଦେବାକୁ ବଳିଦାନ ଓ ଧୂପ ଦିଏ।
17
ଏ ନିମନ୍ତେ ସେ କି ଆପଣା ଜାଲ ଖାଲି କରୁଥିବ ଓ ସେ କ’ଣ ରାଜ୍ୟକୁ ଦୟା ନ ଦେଖାଇ ଧ୍ୱଂସ ସାଧନ କରି ଗ୍ଭଲିଥିବ?
Jump to:
Chapter 1
Chapter 2
Chapter 3
Chapter 2 →
All chapters:
1
2
3