bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Joel 1
Joel 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 2 →
1
ପଙ୍ଗପାଳ ଶସ୍ୟର ଧ୍ୱଂସ ସାଧନ କରିବେ ପଥୂୟେଲଙ୍କ ପୁତ୍ର ଯୋୟେଲ ସଦାପ୍ରଭୁଙ୍କଠାରୁ ଏହି ବାର୍ତ୍ତା ଲାଭ କଲେ।
2
ହେ ପ୍ରାଚୀନଗଣ, ତୁମ୍ଭେମାନେ ମୋର ଏହି ବାର୍ତ୍ତା ଶୁଣ। ହେ ସମସ୍ତ ଦେଶବାସୀ, ମୋର କଥା ପ୍ରତି କର୍ଣ୍ଣପାତ କର। ତୁମ୍ଭ ସମୟରେ କି ତୁମ୍ଭ ପିତୃପୁରୁଷଙ୍କ ସମୟରେ ଏପରି କିଛି ଘଟିଅଛି? ନା, ଏହା ଘଟି ନାହିଁ କି ଘଟି ନ ଥିଲା।
3
ଏହି ସମ୍ବାଦ ତୁମ୍ଭେ ତୁମ୍ଭ ପିଲାମାନଙ୍କୁ ଜଣାଅ। ତୁମ୍ଭର ପିଲାମାନେ ସେମାନଙ୍କର ସନ୍ତାନମାନଙ୍କୁ ଜଣାନ୍ତୁ ଓ ତୁମ୍ଭର ନାତିମାନେ ସେମାନଙ୍କର ପରବର୍ତ୍ତୀ ବଂଶଧରଙ୍କୁ ଜଣାନ୍ତୁ।
4
ଯାହା ଶୂକ କୀଟ ଛାଡ଼ିଛନ୍ତି ତାକୁ ପଙ୍ଗପାଳ ଖାଇଛନ୍ତି। ଯାହା ପଙ୍ଗପାଳ ଛାଡ଼ିଛନ୍ତି ତାକୁ ପତଙ୍ଗ ଶେଷ କରିଛନ୍ତି ଏବଂ ଯାହା ପତଙ୍ଗ ଛାଡ଼ିଛନ୍ତି ତାକୁ ଘୁର୍ଘୁରିୟା ନଷ୍ଟ କରିଛନ୍ତି।
5
ପଙ୍ଗପାଳଙ୍କର ପ୍ରବେଶ ହେ ମଦ୍ୟପିଗଣ, ଉଠ ଓ ରୋଦନ କର। ତୁମ୍ଭେ ସମସ୍ତେ ଯେଉଁମାନେ ମଦ୍ୟପାନ କରିଛ, କ୍ରନ୍ଦନ କର। କାରଣ ତୁମ୍ଭର ସେହି ମଧୁର ଦ୍ରାକ୍ଷାରସ ଶେଷ ହୋଇଛି। ତୁମ୍ଭେମାନେ ଆଉ ତା’ର ସ୍ୱାଦ ପାଇବ ନାହିଁ।
6
ଆମ୍ଭ ଦେଶକୁ ଆକ୍ରମଣ କରିବାକୁ, ଏକ ବିରାଟ ଶକ୍ତିଶାଳୀ ଜାତି ଆସିଲା। ସେମାନଙ୍କର ସଂଖ୍ୟା ଅଗଣିତ ଥିଲା। ସେମାନଙ୍କର ଦାନ୍ତଗୁଡ଼ିକ ସିଂହର ଦନ୍ତଠାରୁ ତୀକ୍ଷ୍ଣ ଥିଲା ଏବଂ ସେମାନଙ୍କର କଳଦନ୍ତ ଏକ ବୃହତ୍ ସିଂହର କଳଦନ୍ତ ତୁଲ୍ୟ।
7
ସେମାନେ ଆମ୍ଭର ଦ୍ରାକ୍ଷାଲତାକୁ ନଷ୍ଟ କରିଛନ୍ତି, ଏହାର ସୁନ୍ଦର ଦ୍ରାକ୍ଷାଗୁଡ଼ିକ ଶୁଖି ନଷ୍ଟ ହୋଇଯାଇଛି। ସେମାନେ ମୋର ଡିମ୍ବିରି ବୃକ୍ଷର ବକ୍କଳ ଛଡ଼ାଇ ଫିଙ୍ଗି ଦେଇଛନ୍ତି।
8
ଲୋକମାନେ ବିଳାପ କରନ୍ତି ଗୋଟିଏ କୁଆଁରୀକନ୍ୟା ପରି କାନ୍ଦ ଏବଂ ଦୁଃଖ କର ଯେପରି ତା’ର ବର ମରିଛି। ସେ ତା’ର ବିବାହ ପୋଷାକ ଖୋଲି ଦେଉ ଏବଂ ଶୋକରେ ଚଟ ବସ୍ତ୍ର ପରିଧାନ କରୁ।
9
ସଦାପ୍ରଭୁଙ୍କର ଯାଜକ ଓ ପରିଗ୍ଭଳକଗଣ ରୋଦନ କର। କାରଣ ସଦାପ୍ରଭୁଙ୍କ ମନ୍ଦିରର ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ଆଉ ରହିବ ନାହିଁ।
10
ଶସ୍ୟକ୍ଷେତ୍ର ଧ୍ୱଂସ ହୋଇଛି, ଏପରିକି ଭୂମି ମଧ୍ୟ କାନ୍ଦୁଛି। କାରଣ ଶସ୍ୟସବୁ ନଷ୍ଟ ହୋଇଛି ଏବଂ ନୂତନ ଦ୍ରାକ୍ଷାଲତା ଶୁଖି ଯାଇଛି। ଅଲିଭ ତେଲ ଶେଷ ହୋଇଯାଇଛି।
11
ହେ କୃଷକଗଣ, ଦୁଃଖ କର। ଉଚ୍ଚ ସ୍ୱରରେ କ୍ରନ୍ଦନ କର। ଦ୍ରାକ୍ଷା କୃଷିକାରୀଗଣ, ତୁମ୍ଭେମାନେ ମଧ୍ୟ ରୋଦନ କର। କାରଣ ତୁମ୍ଭର କ୍ଷେତରେ ଗହମ ଓ ବାର୍ଲି ଅମଳ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି।
12
ଦ୍ରାକ୍ଷାଲତାଗୁଡ଼ିକ ଶୁଷ୍କ ହୋଇଛନ୍ତି ଓ ଡିମ୍ବିରି ବୃକ୍ଷ ମରି ଯାଇଛି। ସମସ୍ତ ଡାଳିମ୍ବ, ତାଳ ଓ ସେଓ ବୃକ୍ଷଗୁଡ଼ିକ ଶୁଖି ଯାଇଛି। ଲୋକମାନଙ୍କର ସମସ୍ତ ସୁଖ ମରିଯାଇଛି।
13
ହେ ଯାଜକଗଣ, ଚଟ ବସ୍ତ୍ର ପରିଧାନ କରି ଉଚ୍ଚ ସ୍ୱରରେ ବିଳାପ କର। ହେ ଯଜ୍ଞବେଦିର ପରିଗ୍ଭଳକ ଗଣ, ତୁମ୍ଭେମାନେ ଚଟ ବସ୍ତ୍ର ପରିଧାନ କରି ରାତ୍ରିଯାପନ କର। କାରଣ ପରମେଶ୍ୱରଙ୍କ ମନ୍ଦିରରେ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ମିଳିବ ନାହିଁ।
14
ପଙ୍ଗପାଳମାନଙ୍କର ଭୟଙ୍କର ବିନାଶ ଲୋକମାନଙ୍କୁ କୁହ ଯେ, ଉପବାସ ପାଇଁ ଗୋଟିଏ ସ୍ୱତନ୍ତ୍ର ସମୟ ହେବ। ସମସ୍ତ ଲୋକଙ୍କୁ ଏକ ସ୍ୱତନ୍ତ୍ର ସଭାକୁ ଆହ୍ୱାନ କର। ପ୍ରାଚୀନ ଲୋକମାନଙ୍କୁ ଓ ନାଗରିକମାନଙ୍କୁ ଏକତ୍ରିତ କର। ସେମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିରକୁ ଆଣି ସାରିଲା ପରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବାକୁ ସେମାନଙ୍କୁ କୁହ।
15
ଦୁଃଖ କର, କାରଣ ସଦାପ୍ରଭୁଙ୍କ ସମୟ ଅତି ନିକଟ। ସେହି ସମୟରେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ନିକଟରୁ ଦଣ୍ତ ପ୍ରଳୟ ତୁଲ୍ୟ ଆସିବ।
16
ଆମ୍ଭମାନଙ୍କର ଖାଦ୍ୟ ଓ ଆନନ୍ଦ ଉଲ୍ଲାସ ପରମେଶ୍ୱରଙ୍କ ମନ୍ଦିରରୁ ଗ୍ଭଲି ଯାଇଛି।
17
ଆମ୍ଭେମାନେ ଯେଉଁ ମଞ୍ଜି ଭୁମିରେ ରୋପଣ କରିଥିଲୁ ସେଗୁଡ଼ିକ ମାଟିରେ ଶୁଖି ମରିଯାଇଛି। ଆମ୍ଭମାନଙ୍କର ରୋପିତ ବୃକ୍ଷ ଶୁଷ୍କ ଓ ମୃତ। ଆମ୍ଭର ଶସ୍ୟ ଅମାର ଶୂନ୍ୟ ଓ ଭଗ୍ନ ପ୍ରାୟ।
18
ପଶୁଗଣ କ୍ଷୁଧାରେ ବିଳାପ କରୁଛନ୍ତି। ଗୋରୁପଲ ଏଣେତେଣେ ବିଚରଣ କରୁଛନ୍ତି, ଘାସ ନ ପାଇ ବ୍ୟାକୁଳ ହେଉଛନ୍ତି। ମେଷପଲ ମଧ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି।
19
ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି। ଅଗ୍ନି ସବୁଜ ପ୍ରାନ୍ତରକୁ ମରୁଭୂମିରେ ପରିଣତ କରି ଦେଇଛି। ସେହି ଅଗ୍ନିଶିଖା ପ୍ରାନ୍ତରର ସମସ୍ତ ବୃକ୍ଷକୁ ପୋଡ଼ି ଜାଳି ଦେଇଛି।
20
ବନ୍ୟ ପ୍ରାଣୀମାନେ ମଧ୍ୟ ତୁମ୍ଭର ସାହାଯ୍ୟ ଭିକ୍ଷା କରୁଛନ୍ତି। ଝରଣାଗୁଡ଼ିକ ଜଳଶୂନ୍ୟ ଓ ଶୁଷ୍କ। ଅଗ୍ନି ଆମ୍ଭର ସବୁଜ ପ୍ରାନ୍ତରକୁ ମରୁଭୂମିରେ ପରିଣତ କରିଛି।
Jump to:
Chapter 1
Chapter 2
Chapter 3
Chapter 2 →
All chapters:
1
2
3