bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Malachi 3
Malachi 3
Odia Bible ERV 2004 (ପବିତ୍ର ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 4 →
1
ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍ଭେ ଆପଣା ଦୂତକୁ ପ୍ରେରଣ କରିବା। ଆଉ ଦେଖ ତୁମ୍ଭେମାନେ ଯେଉଁ ପ୍ରଭୁଙ୍କୁ ଅନ୍ୱେଷଣ କରୁଛ ସେ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚୟ ଚୁକ୍ତିର ବାର୍ତ୍ତାବାହକ ତୁମ୍ଭେ ଯାହା ବିଷୟରେ ସନ୍ତୁଷ୍ଟ ସେ ଆସୁଛନ୍ତି।
2
“ମାତ୍ର ସେହି ସମୟ ପାଇଁ କୌଣସି ବ୍ୟକ୍ତି ପ୍ରସ୍ତୁତ ହୋଇ ପାରିବ ନାହିଁ। ସେ ଯେତେବେଳେ ଆସିବେ କେହି ରକ୍ଷା କରିବେ ନାହିଁ। ସେ ଏକ ମାର୍ଜିତ ଅଗ୍ନି ସଦୃଶ ହେବ, ଆଉ ମଧ୍ୟ ପରିଷ୍କାରକାରୀ ରଜକର କ୍ଷାର ସ୍ୱରୂପ ହେବ।
3
ଅଗ୍ନିରେ ରୂପା ବିଶୁଦ୍ଧ ହେଲାପରି ସେ ଲେବୀୟମାନଙ୍କୁ ପବିତ୍ର କରିବ। ସେ ସୁବର୍ଣ୍ଣ ଓ ରୌପ୍ୟ ସଦୃଶ ସେମାନଙ୍କୁ ଶୁଦ୍ଧ କରିବ। ତା’ପରେ ସେମାନେ ସଦାପ୍ରଭୁଙ୍କ ପାଇଁ ଉପଯୁକ୍ତ ନୈବେଦ୍ୟ ଆଣିବେ।
4
ତା’ପରେ ସଦାପ୍ରଭୁ ଯିରୁଶାଲମ ଓ ଯିହୁଦା ନିକଟରୁ ଭେଟି ଗ୍ରହଣ କରିବେ, ସେ ଯେପରି ପ୍ରାଚୀନ କାଳରେ କରିଥିଲେ।
5
ତା’ପରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ୟ ଦେବା ସେମାନଙ୍କ ବିରୁଦ୍ଧରେ, ଯେଉଁମାନେ ମାୟାବୀ, ବ୍ୟଭିଗ୍ଭରୀ, ମିଥ୍ୟାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ୟାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡ଼ି ଦିଅନ୍ତି। ସେହିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।
6
ପରମେଶ୍ୱରଙ୍କଠାରୁ ଗ୍ଭେରି “ଆମ୍ଭେ ସଦାପ୍ରଭୁ ଏବଂ ଆମ୍ଭେ ପରିବର୍ତ୍ତନ ହେବା ନାହିଁ। ସେଥିପାଇଁ ତୁମ୍ଭେ ଯାକୁବର ବଂଶଧର ବିନାଶ ହୋଇ ନାହଁ।
7
ମାତ୍ର ତୁମ୍ଭେମାନେ ମୋର ବ୍ୟବସ୍ଥା ପାଳନ କଲ ନାହିଁ, ଠିକ୍ ଯେପରି ତୁମ୍ଭର ପୂର୍ବପୁରୁଷଗଣ ମଧ୍ୟ ଆମ୍ଭକୁ ଅବଜ୍ଞା କଲେ। ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସ, ତାହାହେଲେ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଫେରିଯିବା,” ସଦାପ୍ରଭୁ ଏହିକଥା କହିଥିଲେ। “ତୁମ୍ଭେମାନେ ପଗ୍ଭରୁଛ, ‘ଆମ୍ଭେମାନେ କିପରି ଫେରିଯାଇ ପାରିବୁ?’
8
ଉତ୍ତରରେ ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ,“ତୁମ୍ଭେମାନେ ପରମେଶ୍ୱରଙ୍କ ଦ୍ରବ୍ୟ ଗ୍ଭେରି କରିବା ବନ୍ଦ କର। ପରମେଶ୍ୱରଙ୍କ ଦ୍ରବ୍ୟ ଗ୍ଭେରି କରିବା ଉଚିତ୍ ନୁହେଁ। ମାତ୍ର ତୁମ୍ଭେମାନେ ଆମ୍ଭର ଦ୍ରବ୍ୟ ଗ୍ଭେରିକଲ। “ତୁମ୍ଭେମାନେ ପୁଣି ପ୍ରଶ୍ନ କଲ, ‘ଆମ୍ଭେମାନେ ତୁମ୍ଭଠାରୁ କ’ଣ ଗ୍ଭେରି କଲୁ?’ ଉତ୍ତରରେ ସଦାପ୍ରଭୁ କହିଲେ, “ତୁମ୍ଭେମାନେ ତୁମ୍ଭ ଦ୍ରବ୍ୟର ଏକ ଦଶମାଂଶ ଦେବା କଥା। ମୋତେ ଏକ ସ୍ୱତନ୍ତ୍ର ଭେଟି ଦେବା କଥା। ମାତ୍ର ସେ ସବୁ ତୁମ୍ଭେମାନେ ମୋତେ ଦେଲନାହିଁ।
9
ଏହିପରି ଭାବରେ, ସମଗ୍ର ଗୋଷ୍ଠୀ ମୋର ଦ୍ରବ୍ୟ ଗ୍ଭେରି କରିଛ। ତୁମ୍ଭେମାନେ ସମ୍ପୂର୍ଣ୍ଣ ଅଭିଶପ୍ତ।”
10
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ତୁମ୍ଭମାନଙ୍କ ଦ୍ରବ୍ୟର ଏକ ଦଶମାଂଶ ଆମ୍ଭ ଭଣ୍ତାରକୁ ଆଣ ଯଦ୍ଦ୍ୱାରା କି ତୁମ୍ଭର ଗୃହରେ ଯଥେଷ୍ଟ ଖାଦ୍ୟ ରହିବ। ଆମ୍ଭକୁ ପରୀକ୍ଷା କର। ଯଦି ତୁମ୍ଭେମାନେ ଏହି କାର୍ଯ୍ୟ କର, ଆମ୍ଭେ ଆକାଶର ଝରକାସବୁ ଖୋଲିଦେବା ଏବଂ ତୁମ୍ଭ ଉପରେ ଆଶୀର୍ବାଦ ବୃଷ୍ଟି କରିବା। ପ୍ରତ୍ୟେକ ଦିଗରୁ ତୁମ୍ଭମାନଙ୍କର ଦରକାରଠାରୁ ଅଧିକ ତୁମ୍ଭେମାନେ ଲାଭ କରିବ।
11
ଆମ୍ଭେ ତୁମ୍ଭର ଶସ୍ୟକୁ ନଷ୍ଟ କରିବା ପାଇଁ କୀଟ ପଠାଇବା ନାହିଁ। ତୁମ୍ଭମାନଙ୍କର ଦ୍ରାକ୍ଷାଲତାସବୁ ଫଳ ଧାରଣ କରିବ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଥିଲେ।
12
“ଅନ୍ୟ ଦେଶର ଲୋକମାନେ ତୁମ୍ଭମାନଙ୍କୁ ସୁଖୀ ବୋଲି କହିବେ। ତୁମ୍ଭର ଦେଶ ଉତ୍ତମ ଓ ମନୋହର ହେବ।” ଏହା ସର୍ବଶକ୍ତିମାନ୍ ସଦାପ୍ରଭୁ କହିଥିଲେ।
13
ବିଗ୍ଭରର ସ୍ୱତନ୍ତ୍ର ଦିନ ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ କଟୁବାକ୍ୟ ପ୍ରୟୋଗ କରୁଛ।” ତଥାପି ତୁମ୍ଭେ କହୁଛ, “ଆମ୍ଭେମାନେ ଆପଣଙ୍କ ବିରୁଦ୍ଧରେ କ’ଣ କହିଅଛୁ?”
14
ତୁମ୍ଭେମାନେ କହିଲ, “ପରମେଶ୍ୱରଙ୍କୁ ଉପାସନା କରିବା ନିରର୍ଥକ। ଆମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ପାଳନ କରିଥିଲୁ ମାତ୍ର ଆମ୍ଭେମାନେ କିଛି ଉପକୃତ ହେଲୁ ନାହିଁ। ଆମ୍ଭେମାନେ ଆମ୍ଭମାନଙ୍କର ପାପ ପାଇଁ ଡାକିଲୁ, ମାତ୍ର ତା’ର ଫଳ କିଛି ହେଲା ନାହିଁ।
15
ଆମ୍ଭେମାନେ ଚିନ୍ତା କରୁଛୁ ଗର୍ବୀ ଲୋକମାନେ ସୁଖୀ। ଦୁଷ୍ଟାଗ୍ଭରୀମାନେ କୃତକାର୍ଯ୍ୟ ହୁଅନ୍ତି। ସେମାନେ ପରମେଶ୍ୱରଙ୍କ ଧୈର୍ଯ୍ୟ ପରୀକ୍ଷା କରିବାକୁ ମନ୍ଦକାର୍ଯ୍ୟ କରି ଗ୍ଭଲନ୍ତି ଏବଂ ସେମାନେ କିଛି ଦଣ୍ତ ପାଆନ୍ତି ନାହିଁ।”
16
ଯେଉଁମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଲେ ଏବଂ ସଦାପ୍ରଭୁ ସେମାନଙ୍କ କଥାବାର୍ତ୍ତା ଶୁଣିଲେ। ସେ ଗୋଟିଏ ପୁସ୍ତକରେ ସେହିମାନଙ୍କର ନାମ ଲେଖିଲେ, ଯେଉଁମାନେ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରନ୍ତି। ଏବଂ ସେହି ଲୋକମାନଙ୍କର ଯେଉଁମାନେ ସଦାପ୍ରଭୁଙ୍କର ନାମକୁ ଭକ୍ତି କରନ୍ତି।
17
ସଦାପ୍ରଭୁ କହିଲେ, “ସେମାନେ ଆମ୍ଭର ନିଜ ଲୋକ, ଯେଉଁ ଦିନ ମୁଁ କାର୍ଯ୍ୟ କରିବାକୁ ସ୍ଥିର କରିଥାଏ ନ୍ୟାୟ ଦେବା ପାଇଁ। ମୁଁ ମୋ’ ଅନ୍ୱେଷଣକାରୀମାନଙ୍କୁ ସ୍ନେହ କରିବି ଯେପରି ଜଣେ ବାପା ତା’ର ଆଜ୍ଞାଧୀନ ପୁତ୍ରକୁ ସ୍ନେହ କରେ।
18
ତେଣୁ ତୁମ୍ଭେମାନେ ମୋ’ ନିକଟକୁ ଫେରି ଆସିବ ଏବଂ ତୁମ୍ଭେମାନେ ଉତ୍ତମ ବ୍ୟକ୍ତି ଓ ମନ୍ଦ ବ୍ୟକ୍ତି ମଧ୍ୟରେ ପ୍ରଭେଦ ଜାଣି ପାରିବ। ପରମେଶ୍ୱରଙ୍କ ଅନୁସରଣକାରୀ ଓ ପରମେଶ୍ୱରଙ୍କ ଅନୁସରଣ କରୁ ନ ଥିବା ବ୍ୟକ୍ତିମାନଙ୍କୁ ତୁମ୍ଭେମାନେ ବାରି ପାରିବ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 4 →
All chapters:
1
2
3
4