bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Psalms 119
Psalms 119
Odia Bible ERV 2004 (ପବିତ୍ର ବାଇବଲ)
← Chapter 118
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 53
Chapter 54
Chapter 55
Chapter 56
Chapter 57
Chapter 58
Chapter 59
Chapter 60
Chapter 61
Chapter 62
Chapter 63
Chapter 64
Chapter 65
Chapter 66
Chapter 67
Chapter 68
Chapter 69
Chapter 70
Chapter 71
Chapter 72
Chapter 73
Chapter 74
Chapter 75
Chapter 76
Chapter 77
Chapter 78
Chapter 79
Chapter 80
Chapter 81
Chapter 82
Chapter 83
Chapter 84
Chapter 85
Chapter 86
Chapter 87
Chapter 88
Chapter 89
Chapter 90
Chapter 91
Chapter 92
Chapter 93
Chapter 94
Chapter 95
Chapter 96
Chapter 97
Chapter 98
Chapter 99
Chapter 100
Chapter 101
Chapter 102
Chapter 103
Chapter 104
Chapter 105
Chapter 106
Chapter 107
Chapter 108
Chapter 109
Chapter 110
Chapter 111
Chapter 112
Chapter 113
Chapter 114
Chapter 115
Chapter 116
Chapter 117
Chapter 118
Chapter 119
Chapter 120
Chapter 121
Chapter 122
Chapter 123
Chapter 124
Chapter 125
Chapter 126
Chapter 127
Chapter 128
Chapter 129
Chapter 130
Chapter 131
Chapter 132
Chapter 133
Chapter 134
Chapter 135
Chapter 136
Chapter 137
Chapter 138
Chapter 139
Chapter 140
Chapter 141
Chapter 142
Chapter 143
Chapter 144
Chapter 145
Chapter 146
Chapter 147
Chapter 148
Chapter 149
Chapter 150
Chapter 120 →
1
ଆଲେଫ୍ ଯେଉଁ ଲୋକମାନେ ପବିତ୍ର ଭାବରେ ଜୀବନଯାପନ କରନ୍ତି, ଓ ଯେଉଁମାନେ ସଦାପ୍ରଭୁଙ୍କର ନିୟମସବୁ ଅନୁସରଣ କରନ୍ତି, ସେମାନେ ଧନ୍ୟ!
2
ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି, ଓ ଯେଉଁମାନେ ହୃଦୟରେ ସଦାପ୍ରଭୁଙ୍କୁ ଖୋଜନ୍ତି, ସେମାନେ ଧନ୍ୟ!
3
ସେହି ଲୋକମାନେ କୌଣସି ଅଧର୍ମ କାର୍ଯ୍ୟ କରନ୍ତି ନାହିଁ, କିନ୍ତୁ ସେମାନେ ସଦାପ୍ରଭୁଙ୍କ ପଥ ଅନୁସରଣ କରନ୍ତି।
4
ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦେଇଅଛ।
5
ମୁଁ ଆଶା କରୁଛି ଯେ, ମୁଁ ବୋଧହୁଏ ତୁମ୍ଭର ନିୟମ ଅପରିବର୍ତ୍ତନୀୟ ଭାବରେ ଅଧିକ ମାନିବି।
6
ଯଦି ମୁଁ ତୁମ୍ଭର ଆଜ୍ଞା ସକଳ ପ୍ରତି ଦୃଷ୍ଟି ରଖିବି, ତେବେ ମୁଁ ଲଜ୍ଜିତ ହେବି ନାହିଁ।
7
ମୁଁ ତୁମ୍ଭକୁ ସର୍ବାନ୍ତକରଣ ହୃଦୟ ସହିତ ପ୍ରଶଂସା କରିବି, ଯେତେବେଳେ ମୁଁ ତୁମ୍ଭର ନ୍ୟାୟପରାୟଣତା ବିଷୟରେ ଜାଣିବି।
8
ମୁଁ ତୁମ୍ଭର ବିଧିସବୁ ପାଳନ କରିବି। ମୋତେ ଏକୁଟିଆ କରି ଛାଡ଼ ନାହିଁ।
9
ବୈତ୍ ତୁମ୍ଭର ବାକ୍ୟାନୁଯାୟୀ କିପରି ଜଣେ ଯୁବକ ତା’ର ଜୀବନକୁ ପବିତ୍ର କରି ପାରିବ?
10
ସଦାପ୍ରଭୁ, ମୁଁ ଚେଷ୍ଟା କରିବି ମୋର ସର୍ବାନ୍ତକରଣ ହୃଦୟରେ ତୁମ୍ଭର ସେବା କରିବି। ତୁମ୍ଭର ଆଜ୍ଞାରୁ ଗ୍ଭଲିଯିବାକୁ ମୋତେ ପ୍ରତିରୋଧ କର।
11
ମୁଁ ମୋ’ ହୃଦୟରେ ତୁମ୍ଭର ପ୍ରତିଜ୍ଞାକୁ ସଞ୍ଚୟ କରି ରଖିଅଛି, ଯେପରି ମୁଁ ତୁମ୍ଭ ବିରୁଦ୍ଧରେ ପାପ ନ କରିବି।
12
ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରଶଂସା କରେ। ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
13
ମୋ’ ଓଷ୍ଠସହ ତୁମ୍ଭର ନ୍ୟାୟପରାୟଣତାକୁ ବାରମ୍ବାର କହିଅଛି।
14
ତୁମ୍ଭର ବାକ୍ୟରେ ରହି ମୁଁ ସବୁ ସମ୍ଭବ ସମ୍ପଦ ପାଇଅଛି।
15
ମୁଁ ତୁମ୍ଭର ନିର୍ଦ୍ଦେଶର ମଧ୍ୟସ୍ଥି ହେବାକୁ ଗ୍ଭହୁଁଛି ଏବଂ ଯେଉଁ ରାସ୍ତା ତୁମ୍ଭେ ଅନୁସରଣ କରିବାକୁ କହିଅଛ ମୁଁ ତାହା ଅନୁସରଣ କରିବି।
16
ମୁଁ ତୁମ୍ଭ ବ୍ୟବସ୍ଥାରେ ଆନନ୍ଦ କରିବି। ମୁଁ ତୁମ୍ଭର ବାକ୍ୟ ପାଶୋରିବି ନାହିଁ।
17
ଗିମେଲ୍ ମୁଁ ଯେମନ୍ତ ବଞ୍ଚିପାରିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର, ଯେଉଁଥିରେ ମୁଁ ତୁମ୍ଭର ବାକ୍ୟ ପାଳନ କରି ପାରିବି।
18
ହେ ସଦାପ୍ରଭୁ, ମୋର ଆଖି ଉନ୍ମୁକ୍ତ କର। ଯେଉଁଥିରେ ମୁଁ ତୁମ୍ଭର ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି ପାରିବି।
19
ମୁଁ ଏହି ସ୍ଥାନରେ ଜଣେ ପ୍ରବାସୀ। ହେ ସଦାପ୍ରଭୁ, ତୁମ୍ଭର ଆଜ୍ଞାସବୁ ମୋ’ଠାରୁ ଲୁଗ୍ଭଅ ନାହିଁ।
20
ମୁଁ ସର୍ବଦା ତୁମ୍ଭର ଶାସନସକଳ ପଢ଼ିବା ପାଇଁ ବହୁତ ଗ୍ଭହେଁ।
21
ସଦାପ୍ରଭୁ ତୁମ୍ଭେ ଗର୍ବୀ ଲୋକମାନଙ୍କୁ ଉପହାସ କର। ଯେଉଁମାନେ ତୁମ୍ଭର ଆଜ୍ଞାଗୁଡ଼ିକୁ ଅନୁସରଣ କରିବାକୁ ବନ୍ଦ କରନ୍ତି ସେମାନେ ଅଭିଶପ୍ତ ହୁଅନ୍ତି।
22
ମୋ’ଠାରୁ ନିନ୍ଦା ଓ ଅପମାନସବୁ ଦୂର କର। ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିଅଛି।
23
ଏପରିକି ଅଧିପତିମାନେ ଶିଖନ୍ତି ଏବଂ ମୋ’ ବିରୁଦ୍ଧରେ ମନ୍ଦ ଉପାୟ କରନ୍ତି। ମୁଁ ତୁମ୍ଭର ଦାସ, ତୁମ୍ଭର ନିୟମର ମଧ୍ୟସ୍ଥି ହୋଇଛି।
24
ତୁମ୍ଭର ଆଇନଗତ ଆଦେଶ ମୋତେ ଆନନ୍ଦ ଦିଏ। ସେମାନେ ମୋର ଅତି ଆପଣାର ଆଦେଶଦାତା।
25
ଦାଲତ୍ ମୁଁ ମରିବା ବେଳେ ଧୂଳିରେ ଗଡ଼େ। ଯେପରି ତୁମ୍ଭର ବାକ୍ୟ ଦ୍ୱାରା ପ୍ରତିଜ୍ଞା କରିଛି, ମୋତେ ବଞ୍ଚିବାକୁ ଦିଅ।
26
ମୁଁ ତୁମ୍ଭକୁ ମୋର ଜୀବନ ବିଷୟରେ କହିଅଛି। ଏବଂ ତୁମ୍ଭେ ମୋତେ ଉତ୍ତର ଦେଇଅଛ। ବର୍ତ୍ତମାନ ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
27
ତୁମ୍ଭର ନିର୍ଦ୍ଦେଶଗୁଡ଼ିକ ଅନୁସାରେ ମୋତେ ବୁଝିବା ପାଇଁ ସାହାଯ୍ୟ କର। ତେବେ ମୁଁ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନ ବିଷୟରେ ଗଭୀରତମ ଭାବିବି।
28
ମୁଁ ଦୁଃଖିତ ଓ କ୍ଳାନ୍ତ ଅଟେ। ତୁମ୍ଭର ବାକ୍ୟର ପ୍ରତିଜ୍ଞା ଅନୁସାରେ ମୋତେ ପୁଣି ଶକ୍ତିଶାଳୀ କର।
29
ମୋତେ ମିଥ୍ୟା ଜୀବନ ବିତାଇବାକୁ ଦିଅ ନାହିଁ। ଦୟାକରି ମୋତେ ତୁମ୍ଭର ବ୍ୟବସ୍ଥା ଶିଖାଅ।
30
ମୁଁ ତୁମ୍ଭ ନିକଟରେ ବିଶ୍ୱସ୍ତ ହେବା ପାଇଁ ମନୋନୀତ ହୋଇଅଛି। ମୁଁ ଯତ୍ନ ସହକାରେ ତୁମ୍ଭର ନ୍ୟାୟପରାୟଣତାକୁ ଶିକ୍ଷା କରିବି।
31
ମୁଁ ତୁମ୍ଭ ବାକ୍ୟ ନିକଟବର୍ତ୍ତୀ ହୋଇ ଅନୁସରଣ କଲି। ହେ ସଦାପ୍ରଭୁ, ମୋତେ ନିରାଶ କର ନାହିଁ।
32
ମୁଁ ବହୁ ଆନନ୍ଦ ସହକାରେ ତୁମ୍ଭର ଆଦେଶସବୁ ମାନିବି, ଯେତେବେଳେ ତୁମ୍ଭେ ମୋର ବୁଝିବା ଶକ୍ତିକୁ ପ୍ରଶସ୍ତ କରିବ।
33
ହେ ହେ ସଦାପ୍ରଭୁ, ତୁମ୍ଭ ନିୟମ ଦ୍ୱାରା ମୋତେ କିପରି ବଞ୍ଚିବାକୁ ହେବ ଶିଖାଅ ଏବଂ ତାକୁ ଅନୁସରଣ କଲେ ମୋର ପୁରସ୍କାର ହେବ।
34
ସେସବୁକୁ ବୁଝିବା ପାଇଁ ମୋତେ ସାହାଯ୍ୟ କର। ଏବଂ ମୁଁ ତୁମ୍ଭର ଶିକ୍ଷା ମାନିବି। ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତାହାକୁ ପାଳନ କରିବି।
35
ସଦାପ୍ରଭୁ ତୁମ୍ଭର ନିର୍ଦ୍ଦେଶ ପଥରେ ମୋତେ ଆଗେଇ ନିଅ। ମୁଁ ବାସ୍ତବରେ ସେହିପରି ଜୀବନ ବିତାଇବା ପାଇଁ ବହୁତ ଭଲପାଏ।
36
ମୋତେ ଧନୀ ହେବା ପରିବର୍ତ୍ତେ ମୋତେ ବାକ୍ୟ ବିଷୟରେ ବୁଝିବା ପାଇଁ ସାହାଯ୍ୟ କର।
37
ସଦାପ୍ରଭୁ ଅସାର ବସ୍ତୁ ମୋତେ ଦେଖିବାକୁ ଦିଅ ନାହିଁ। ତୁମ୍ଭ ପଥରେ ଗ୍ଭଲିକି ମୋତେ ଜୀବନ ଖୋଜିବାକୁ ଦିଅ।
38
ତୁମ୍ଭେ ଆପଣା ଦାସ ପାଇଁ ଯାହା ପ୍ରତିଜ୍ଞା କରିଅଛ, ତାହା କର। ତେଣୁ ଲୋକମାନେ ତୁମ୍ଭକୁ ସମ୍ମାନ କରିବେ।
39
ସଦାପ୍ରଭୁ, ଅପମାନକୁ ଦୂରେଇ ନିଅ ଯାହାକୁ ମୁଁ ଭୟ କରେ। ତୁମ୍ଭର ବିଜ୍ଞ ନିଷ୍ପତ୍ତି ଉତ୍ତମ।
40
ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶ ସବୁକୁ ଭଲପାଏ। ତୁମ୍ଭର ଧର୍ମରେ ମୋତେ ବଞ୍ଚିବାକୁ ଦିଅ।
41
ବୌ ହେ ସଦାପ୍ରଭୁ, ମୋ’ ପ୍ରତି ତୁମ୍ଭର ପ୍ରେମ ପ୍ରଦର୍ଶନ କର। ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ପରିତ୍ରାଣ କର।
42
ତହିଁରେ ମୁଁ ସେମାନଙ୍କୁ ଉତ୍ତର ଦେବି, ଯେଉଁମାନେ ମୋତେ ଅପମାନିତ କରୁଥିଲେ। ହେ ସଦାପ୍ରଭୁ, ବାସ୍ତବରେ ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
43
ମୋତେ ତୁମ୍ଭର ସତ୍ୟ ଶିକ୍ଷା ବିଷୟରେ କହିବାକୁ ଦିଅ। ମୁଁ ତୁମ୍ଭର ବୁଦ୍ଧିମାନ ବାକ୍ୟରେ ନିର୍ଭର କରେ।
44
ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭର ଶିକ୍ଷା ଅନୁସରଣ କରିବି।
45
ତେଣୁ ମୁଁ ମୁକ୍ତ ହେବି, କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଅନୁସରଣ କରିବାକୁ ଚେଷ୍ଟା କରେ।
46
ମୁଁ ରାଜାମାନଙ୍କ ସହିତ ତୁମ୍ଭର ବାକ୍ୟ ବିଷୟରେ ଆଲୋଚନା କରିବି। ଏବଂ ମୁଁ ଲଜ୍ଜିତ ହେବି ନାହିଁ।
47
ମୁଁ ତୁମ୍ଭର ନୀତି ଆଦେଶମାନ ମାନି ବହୁତ ଖୁସୀ। ହେ ସଦାପ୍ରଭୁ, ମୁଁ ତୁମ୍ଭର ଆଜ୍ଞାସମୂହ ସ୍ନେହ କରିଅଛି।
48
ମୁଁ ତୁମ୍ଭର ଆଦେଶଗୁଡ଼ିକୁ ପ୍ରଶଂସା କରେ, ଯେଉଁଗୁଡ଼ିକ କି ମୁଁ ଭଲପାଏ। ଏବଂ ମୁଁ ତୁମ୍ଭର ବ୍ୟବସ୍ଥାସବୁ ଧ୍ୟାନ କରିବି।
49
ସୟିନ୍ ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କରିଥିବା ପ୍ରତିଜ୍ଞା ସ୍ମରଣ କର। ସେହି ପ୍ରତିଜ୍ଞା ମୋତେ ଭରସା ଦେଇଅଛି।
50
ମୁଁ ଯେତେବେଳେ ଦୁଃଖରେ ଥିଲି, ତୁମ୍ଭେ ସେତେବେଳେ ମୋତେ ସାନ୍ତ୍ୱନା ଦେଇଅଛ। ତୁମ୍ଭର ବାକ୍ୟସବୁ ମୋତେ ପୁନଃର୍ଜୀବିତ କରିଅଛି।
51
ଲୋକମାନେ ଭାବନ୍ତି ସେମାନେ ମୋ’ଠାରୁ ଉତ୍ତମ ଏବଂ ମୋତେ ଅତିଶୟ ଅପମାନିତ କରିଛନ୍ତି, କିନ୍ତୁ ମୁଁ ତୁମ୍ଭ ଶିକ୍ଷାରୁ ବିଚ୍ୟୁତ ହୋଇ ନାହିଁ।
52
ମୁଁ ତୁମ୍ଭର ପୂର୍ବରୁ ଦେଇଥିବା ଶାସନକୁ ସ୍ମରଣ କରେ ଏବଂ ସେଗୁଡ଼ିକ ମୋତେ ସାନ୍ତ୍ୱନା ଦିଏ।
53
ମୁଁ କ୍ରୋଧିତ ହୋଇଯାଏ, ଯେତେବେଳେ ଦେଖେ ଦୁଷ୍ଟ ଲୋକମାନେ ତୁମ୍ଭର ଶିକ୍ଷା ସମୂହକୁ ଆଉ ଅନୁସରଣ କରୁ ନାହାନ୍ତି।
54
ମୋର ଗୃହରେ ମୁଁ ତୁମ୍ଭର ବ୍ୟବସ୍ଥାସବୁ ଗାନ କରେ।
55
ହେ ସଦାପ୍ରଭୁ, ରାତ୍ରିରେ ମୁଁ ତୁମ୍ଭ ନାମ ସ୍ମରଣ କରେ। ମୁଁ ତୁମ୍ଭର ଶିକ୍ଷାସବୁ ସ୍ମରଣ କରେ।
56
ଏହିପରି ଘଟେ କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଯତ୍ନର ସହକାରେ ମାନି ଚଳେ।
57
ହେତ୍ ସଦାପ୍ରଭୁ, ମୁଁ ନିଷ୍ପତ୍ତି କରିଛି ମୋର କର୍ତ୍ତବ୍ୟ ହେଉଛି ତୁମ୍ଭର ଆଜ୍ଞାକୁ ମାନିବା।
58
ସଦାପ୍ରଭୁ ମୁଁ ମୋର ସମ୍ପୂର୍ଣ୍ଣ ହୃଦୟ ସହିତ ତୁମ୍ଭକୁ ଭିକ୍ଷା କରେ। ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋ’ ପ୍ରତି ଦୟାକର।
59
ମୁଁ ମୋ’ ଜୀବନକୁ ଯତ୍ନ ସହକାରେ ଅନୁଶୀଳନ କଲି। ଏବଂ ମୁଁ ତୁମ୍ଭର ନିୟମକୁ ପୁଣି ଫେରିଲି।
60
ମୁଁ ତୁମ୍ଭର ଆଜ୍ଞାସବୁ ପାଳନ କରିବାରେ, ବିଳମ୍ବ କରି ନାହିଁ।
61
ଦୁଷ୍ଟଲୋକମାନେ ମୋ’ ଗ୍ଭରିପାଖରେ ଫାନ୍ଦ ବସାଇଛନ୍ତି, କିନ୍ତୁ ମୁଁ ତୁମ୍ଭର ଶିକ୍ଷାସବୁ ଭୁଲି ନାହିଁ।
62
ମୁଁ ତୁମ୍ଭର ଧର୍ମମୟ ନିଷ୍ପତ୍ତିକୁ ଧନ୍ୟବାଦ ଦେବା ପାଇଁ ମଧ୍ୟରାତ୍ରିରେ ଉଠିଥାଏ।
63
ଯେଉଁମାନେ ତୁମ୍ଭଙ୍କୁ ଉପାସନା କରନ୍ତି ଓ ଯେଉଁମାନେ ତୁମ୍ଭର ନିର୍ଦ୍ଦେଶ ମାନନ୍ତି, ମୁଁ ସେମାନଙ୍କର ବନ୍ଧୁ।
64
ହେ ସଦାପ୍ରଭୁ, ପୃଥିବୀ ତୁମ୍ଭର ଦୟାରେ ପୂର୍ଣ୍ଣ। ତୁମ୍ଭର ବ୍ୟବସ୍ଥାସବୁ ମୋତେ ଶିଖାଅ।
65
ଟେଟ୍ ହେ ସଦାପ୍ରଭୁ, ତୁମ୍ଭେ ନିଜ ଦାସ ପ୍ରତି ଉତ୍ତମ ବ୍ୟବହାର କରିଛ। ତୁମ୍ଭେ ଯାହା କରିବାକୁ ପ୍ରତିଜ୍ଞା କରିଥିଲ ଠିକ୍ ତାହା କରିଛ।
66
ହେ ସଦାପ୍ରଭୁ, ମୋତେ ବିଜ୍ଞ ନିଷ୍ପତ୍ତି କରିବା ପାଇଁ ଜ୍ଞାନ ପ୍ରଦାନ କର। ମୁଁ ତୁମ୍ଭର ଆଜ୍ଞା ସମୂହରେ ବିଶ୍ୱାସ କରିଅଛି।
67
ମୁଁ ଦୁଃଖ ଭୋଗିବା ପୂର୍ବରୁ ବହୁତ କୁକର୍ମମାନ କଲି। ମାତ୍ର ମୁଁ ବର୍ତ୍ତମାନ ତୁମ୍ଭର ନିର୍ଦ୍ଦେଶ ଯତ୍ନରେ ମାନୁଅଛି।
68
ହେ ପରମେଶ୍ୱର, ତୁମ୍ଭେ ମଙ୍ଗଳମୟ, ତୁମ୍ଭେ ମଙ୍ଗଳ କର। ମୋତେ ତୁମ୍ଭର ନିୟମସବୁ ଶିଖାଅ।
69
ଯେଉଁ ଲୋକମାନେ ଭାବନ୍ତି ସେମାନେ ମୋ’ଠାରୁ ଉତ୍ତମ, ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି। କିନ୍ତୁ ହେ ସଦାପ୍ରଭୁ, ମୁଁ ହୃଦୟ ଅନ୍ତକରଣ ସହକାରେ ତୁମ୍ଭର ନିର୍ଦ୍ଦେଶ ଅନୁସରଣ କରିଅଛି।
70
ସେହି ଲୋକମାନେ ବହୁତ ମୂର୍ଖ। ମାତ୍ର ମୁଁ ତୁମ୍ଭ ଶିକ୍ଷାରେ ଆନନ୍ଦିତ ହୁଏ।
71
ଏହି ଯନ୍ତ୍ରଣା ଭୋଗ କରିବା ମୋ’ ପାଇଁ ଉତ୍ତମ ଥିଲା, ଯେପରିକି ମୁଁ ତୁମ୍ଭ ବ୍ୟବସ୍ଥା ଶିକ୍ଷା କରିପାରେ।
72
ତୁମ୍ଭର ଶିକ୍ଷାସବୁ ମୋ’ ପାଇଁ ଉତ୍ତମ, ଏହା ଏକହଜାର ଖଣ୍ଡ ସୁନା ଓ ରୂପାଖଣ୍ଡଠାରୁ ଉତ୍ତମ।
73
ଇୟୂଦ୍ ହେ ସଦାପ୍ରଭୁ, ତୁମ୍ଭର ହସ୍ତ ମୋତେ ନିର୍ମାଣ କଲା ଏବଂ ମୁଁ କ’ଣ ତିଆରି କଲି? ମୋତେ ବୁଝିବା ଶକ୍ତି ପ୍ରଦାନ କର, ଯେପରିକି ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଶିକ୍ଷା କରିପାରେ।
74
ସଦାପ୍ରଭୁ ଯେଉଁମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି, ସେମାନେ ମୋତେ ଦେଖିବେ ଏବଂ ଖୁସୀ ହେବେ। କାରଣ ମୁଁ ତୁମ୍ଭଠାରେ ଭରସା କରେ।
75
ହେ ସଦାପ୍ରଭୁ, ମୁଁ ଜାଣେ ତୁମ୍ଭ ନିଷ୍ପତ୍ତି ସବୁ ଧର୍ମମୟ। ମୋତେ ତୁମ୍ଭେ ଦଣ୍ଡ ଦେଇ ଠିକ୍ କରିଥିଲ।
76
ତୁମ୍ଭର ପ୍ରକୃତ ପ୍ରେମରେ ମୋତେ ସାନ୍ତ୍ୱନା ଦିଅ। ତୁମ୍ଭ ପ୍ରତିଜ୍ଞାନୁସାରେ, ତୁମ୍ଭର ଦାସକୁ ସାନ୍ତ୍ୱନା ଦିଅ।
77
ସଦାପ୍ରଭୁ ମୋ’ ଉପରେ ଦୟା ରଖ, ଯେପରିକି ମୁଁ ବଞ୍ଚିପାରେ। ମୁଁ ବାସ୍ତବରେ ତୁମ୍ଭର ଶିକ୍ଷାକୁ ଉପଭୋଗ କରେ।
78
ଯେଉଁ ଲୋକମାନେ ନିଜକୁ ମୋ’ଠାରୁ ଧାର୍ମିକ ଭାବନ୍ତି, ମୋ’ ବିଷୟରେ ମିଥ୍ୟା କହନ୍ତି। ମୁଁ ଆଶାକରେ ସେମାନେ ଲଜ୍ଜିତ ହୁଅନ୍ତୁ। ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାସବୁ ଉପରେ ଧ୍ୟାନ କରେ।
79
ଯେଉଁମାନେ ତୁମ୍ଭକୁ ସମ୍ମାନ କରି ପାରନ୍ତି, ତୁମ୍ଭେ ସେମାନଙ୍କୁ ମୋ’ ପାଖକୁ ଫେରାଅ। ଯେପରିକି ସେମାନେ ତୁମ୍ଭର ବାକ୍ୟ ବିଷୟରେ ଶିକ୍ଷା କରି ପାରିବେ।
80
ସଦାପ୍ରଭୁ, ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତୁମ୍ଭର ନିୟମକୁ ମାନିପାରେ, ତେବେ ମୁଁ ଲଜ୍ଜିତ ହେବି ନାହିଁ।
81
କଫ୍ ସଦାପ୍ରଭୁ, ତୁମ୍ଭକୁ ଅପେକ୍ଷା କରି ମୁଁ ଦୁର୍ବଳ ଅଟେ ତୁମ୍ଭେ ମୋତେ ରକ୍ଷା କର। କିନ୍ତୁ ମୁଁ ତୁମ୍ଭର ବାକ୍ୟ ଉପରେ ନିର୍ଭର ରଖେ।
82
ସଦାପ୍ରଭୁ, ତୁମ୍ଭେ କରିଥିବା ପ୍ରତିଜ୍ଞାର ଅପେକ୍ଷାରେ ମୋର ଚକ୍ଷୁକ୍ଳାନ୍ତ ହେଲାଣି, ତୁମ୍ଭେ ମୋତେ କେବେ ସାନ୍ତ୍ୱନା ଦେବ?
83
ଏପରିକି ମୁଁ ଅଳିଆ ଗଦାରେ ପଡ଼ିଥିବା ଏକ ପଗ୍ଭ ଚମଡ଼ା ଥଳୀ ଅଟେ। ମୁଁ ତୁମ୍ଭର ନିୟମ ଭୁଲିବି ନାହିଁ।
84
କେତେଦିନ ମୁଁ ବଞ୍ଚିବି? ହେ ସଦାପ୍ରଭୁ ତୁମ୍ଭେ କେବେ ମୋର ଦଣ୍ଡବିଧାନକାରୀମାନଙ୍କୁ ଦଣ୍ଡିତ କରିବ।
85
ଅହଂକାରୀମାନେ ମିଥ୍ୟାଦ୍ୱାରା ଆଘାତ କରନ୍ତି ଏବଂ ତାହା ତୁମ୍ଭ ଶିକ୍ଷା ବିରୁଦ୍ଧ ଅଟେ।
86
ହେ ସଦାପ୍ରଭୁ, ତୁମ୍ଭର ଆଦେଶସବୁ ବିଶ୍ୱାସନୀୟ। ସେମାନେ ଅନ୍ୟାୟରେ ମୋତେ ତାଡ଼ନା କରନ୍ତି। ମୋତେ ସାହାଯ୍ୟ କର!
87
ସେହି ଲୋକମାନେ ମୋତେ ଧ୍ୱଂସ କରି ଦେଲେଣି। ମାତ୍ର ମୁଁ ତୁମ୍ଭର ଆଦେଶ ପରିତ୍ୟାଗ କରି ନାହିଁ।
88
ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋତେ ଦେଖାଅ ଏବଂ ମୋତେ ବଞ୍ଚାଅ। ଯେପରି ମୁଁ ତୁମ୍ଭର ଆଦେଶ ରଖିପାରେ।
89
ଲାମଦ୍ ହେ ସଦାପ୍ରଭୁ, ତୁମ୍ଭର ବାକ୍ୟ ସର୍ବଦା ପାଇଁ ସ୍ୱର୍ଗରେ ସଂସ୍ଥାପିତ ଅଛି।
90
ତୁମ୍ଭର ବିଶ୍ୱସ୍ତତା ବଂଶାନୁକ୍ରମେ ଗ୍ଭଲିବ। ତୁମ୍ଭେ ପୃଥିବୀକୁ ଉଚିତ୍ ଜାଗାରେ ରଖିଛ ଏବଂ ଏହା ଏଠାରେ ସବୁବେଳେ ରହିଅଛି।
91
ତୁମ୍ଭର ବ୍ୟବସ୍ଥା ଯୋଗୁଁ ସ୍ୱର୍ଗ ଓ ପୃଥିବୀ ଆଜି ପର୍ଯ୍ୟନ୍ତ ଗ୍ଭଲୁ ରହିଛି। କାରଣ ସବୁକିଛି ତୁମ୍ଭର ଦାସମାନେ।
92
ଯଦି ମୁଁ ଶିକ୍ଷାଗୁଡ଼ିକ ପସନ୍ଦ କରି ନ ଥା’ନ୍ତି, ମୁଁ ଆପଣା କଷ୍ଟରେ ବିନଷ୍ଟ ହୋଇଥା’ନ୍ତି।
93
ସଦାପ୍ରଭୁ, ତୁମ୍ଭର ନିର୍ଦ୍ଦେଶକୁ ମୁଁ କଦାପି ପାଶୋରିବି ନାହିଁ। କାରଣ ସେମାନଙ୍କ ଦ୍ୱାରା ମୋତେ ତୁମ୍ଭେ ଜୀବିତ ରହିବାକୁ ଦିଅ।
94
ମୁଁ ତୁମ୍ଭର, ତେଣୁ ମୋତେ ରକ୍ଷା କର। କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁର ଅନ୍ୱେଷଣ କରିଅଛ।
95
ଦୁଷ୍ଟ ଲୋକମାନେ ମୋତେ ଧ୍ୱଂସ କରିବାକୁ ଅପେକ୍ଷା କରୁଛନ୍ତି, କିନ୍ତୁ ମୁଁ ତୁମ୍ଭର ବାକ୍ୟ ବିଷୟରେ ଭାବିବି।
96
ମୁଁ ଦେଖିଅଛି ଯେ, ସବୁ ଜିନିଷର ତା’ର ସୀମା ରହିଅଛି, ତୁମ୍ଭର ବ୍ୟବସ୍ଥା ଛଡ଼ା।
97
ମେମ୍ ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ। ତାହା ମୁଁ ଦିନସାରା ଭାବେ।
98
ତୁମ୍ଭର ନିର୍ଦ୍ଦେଶ ମୋତେ ମୋର ଶତ୍ରୁମାନଙ୍କଠାରୁ ବୁଦ୍ଧିମାନ୍ କରିଛି। ତୁମ୍ଭର ନିୟମ ସର୍ବଦା ମୋ’ ସହିତ ଅଛି।
99
ମୋର ସମସ୍ତ ଗୁରୁଙ୍କଠାରୁ ମୁଁ ଅଧିକ ବୁଦ୍ଧିମାନ୍। କାରଣ ମୁଁ ତୁମ୍ଭର ବାକ୍ୟସବୁ ଶିକ୍ଷା କରେ।
100
ମୁଁ ପ୍ରାଚୀନବର୍ଗମାନଙ୍କଠାରୁ ଅଧିକ ବୁଝେ। କାରଣ ମୁଁ ତୁମ୍ଭର ନିର୍ଦ୍ଦେଶ ରକ୍ଷା କରେ।
101
ସଦାପ୍ରଭୁ, ପ୍ରତ୍ୟେକ କୁପଥଠାରୁ ମୁଁ ଦୂରେଇ ରହିବି, ଯେପରିକି ମୁଁ ତୁମ୍ଭର ବାକ୍ୟ ରକ୍ଷା କରି ପାରିବି।
102
ସଦାପ୍ରଭୁ ମୁଁ ତୁମ୍ଭର ଶାସନରୁ ଫେରି ନାହିଁ, କାରଣ ତୁମ୍ଭେ ନିଜେ ମୋତେ ଶିକ୍ଷା ଦେଇଅଛ।
103
ତୁମ୍ଭର ପ୍ରତିଜ୍ଞା ସର୍ବଦା ମୋ’ ପାଟିକୁ ମହୁଠାରୁ ଅଧିକ ମଧୁର ଲାଗେ।
104
ତୁମ୍ଭର ଶିକ୍ଷା ମୋତେ ବୁଦ୍ଧିମାନ କରେ। ତେଣୁ ମୁଁ ସବୁ ମିଥ୍ୟା ଶିକ୍ଷାକୁ ଘୃଣା କରେ।
105
ନୂନ୍ ସଦାପ୍ରଭୁ, ତୁମ୍ଭର ବାକ୍ୟ ମୋର ପାଦ ପାଇଁ ବତୀ ସଦୃଶ, ଓ ମୋର ପଥ ପାଇଁ ଆଲୋକ ଅଟେ।
106
ତୁମ୍ଭର ବିଗ୍ଭର ଉତ୍ତମ ଏବଂ ମୁଁ ତାହା ସବୁ ମାନିବା ପାଇଁ ଶପଥ କରେ।
107
ହେ ସଦାପ୍ରଭୁ, ମୁଁ ବହୁତ ଯନ୍ତ୍ରଣା ଭୋଗି ଅଛି। ଦୟାପୂର୍ବକ ମୋତେ ନିର୍ଦ୍ଦେଶ ଦିଅ ଓ ମୋତେ ଆଉଥରେ ବଞ୍ଚିବାକୁ ଦିଅ।
108
ସଦାପ୍ରଭୁ, ମୋର ପ୍ରଶଂସା ଗ୍ରହଣ କର। ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
109
ମୋ’ ଜୀବନ ବିପଦପୂର୍ଣ୍ଣ ସବୁବେଳେ ଥାଏ, କିନ୍ତୁ ମୁଁ ଏବେ ପର୍ଯ୍ୟନ୍ତ କଦାପି ତୁମ୍ଭ ଶିକ୍ଷା ପଥରୁ ନିବୃତ୍ତ ହୋଇ ନାହିଁ।
110
ଦୁଷ୍ଟ ଲୋକମାନେ ସର୍ବଦା ମୋତେ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶ କେବେ ଅବମାନନା କରି ନାହିଁ।
111
ସଦାପ୍ରଭୁ, ମୁଁ ତୁମ୍ଭର ନିୟମକୁ ସବୁଦିନ ଦେଖାଇବାକୁ ଉପହାର ଆକାରରେ ଗ୍ରହଣ କରିଅଛି। ଏହା ମୋତେ ବହୁ ଆନନ୍ଦ ଦିଏ।
112
ତୁମ୍ଭର ନିୟମସବୁ ମାନିବା ପାଇଁ ମୁଁ ଆପଣା ମନକୁ ପ୍ରବର୍ତ୍ତାଇଛି, ତାହା ମୋର ପୁରସ୍କାର ହେବ।
113
ସାମକ୍ ହେ ସଦାପ୍ରଭୁ, ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି, ମୁଁ ସେମାନଙ୍କୁ ଘୃଣା କରେ। କିନ୍ତୁ ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
114
ତୁମ୍ଭେ ହେଉଛ ମୋର ଲୁଚିବା ସ୍ଥାନ ଏବଂ ସୁରକ୍ଷା ବ୍ୟକ୍ତି। ମୁଁ ତୁମ୍ଭ ବାକ୍ୟରେ ସର୍ବଦା ଭରସା କରେ।
115
ମନ୍ଦ ଲୋକମାନେ, ମୋ’ ନିକଟକୁ ଆସନ୍ତି ନାହିଁ, ଯେପରିକି ମୁଁ ମୋର ପରମେଶ୍ୱରଙ୍କର ଆଜ୍ଞାମାନ ପାଳନ କରି ପାରିବି।
116
ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ମନୋନୀତ କଲ, ଯେପରି ମୁଁ ବଞ୍ଚିପାରିବି। ମୁଁ ତୁମ୍ଭ ଉପରେ ଭରସା ରଖେ, ମୋତେ ହତୋତ୍ସାହ କର ନାହିଁ।
117
ମୋର ସହାୟ ହୁଅ, ସଦାପ୍ରଭୁ, ମୁଁ ସୁରକ୍ଷିତ ହେବି। ମୁଁ ସର୍ବଦା ତୁମ୍ଭର ନିୟମ ମାନିବି।
118
ସଦାପ୍ରଭୁ ଯେଉଁମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରେଇ ଯାଆନ୍ତି ତୁମ୍ଭେ ତାଙ୍କୁ ଗ୍ରହଣ କର ନାହିଁ। କାରଣ ସେମାନେ ମିଥ୍ୟାବାଦୀ ଏବଂ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।
119
ହେ ସଦାପ୍ରଭୁ, ପୃଥିବୀର ଦୁଷ୍ଟଗଣଙ୍କୁ ତୁମ୍ଭେ ଆବର୍ଜ୍ଜନା ପରି ଫିଙ୍ଗିଦିଅ। ଯେପରି ମୁଁ ତୁମ୍ଭର ନିୟମକୁ ସ୍ନେହ କରିବି।
120
ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ। ମୁଁ ତୁମ୍ଭର ବ୍ୟବସ୍ଥାକୁ ଭୟ କରେ ଓ ସମ୍ମାନ କରେ।
121
ଅଇନ୍ ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି। ହେ ସଦାପ୍ରଭୁ, ଉପଦ୍ରବ କରୁଥିବା ଲୋକମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ।
122
ମୋତେ ସାହାଯ୍ୟ କରିବାକୁ ପ୍ରତିଜ୍ଞା କର। ମୁଁ ତୁମ୍ଭର ସେବକ। ହେ ସଦାପ୍ରଭୁ, ଅହଙ୍କାରୀମାନଙ୍କୁ ମୋ’ ପ୍ରତି କ୍ଷତି କରିବାକୁ ଦିଅ ନାହିଁ।
123
ସଦାପ୍ରଭୁ ତୁମ୍ଭର ବିଶ୍ୱସ୍ତ ପ୍ରତିଜ୍ଞା ସତ୍ୟ ହେବାକୁ, ତୁମ୍ଭର ପରିତ୍ରାଣ ପଥକୁ ଗ୍ଭହିଁ ଗ୍ଭହିଁ ମୋର ଚକ୍ଷୁ କ୍ଷୀଣ ହୋଇଯାଏ।
124
ମୁଁ ତୁମ୍ଭର ସେବକ ଅଟେ। ମୋ’ ପ୍ରତି ତୁମ୍ଭର ପ୍ରେମ ଦେଖାଅ। ତୁମ୍ଭର ବ୍ୟବସ୍ଥାମାନ ଶିଖାଅ।
125
ମୁଁ ତୁମ୍ଭର ଦାସ, ତୁମ୍ଭର ବ୍ୟବସ୍ଥାସବୁ ବୁଝିବାରେ ମୋତେ ସାହାଯ୍ୟ କର।
126
ହେ ସଦାପ୍ରଭୁ, ତୁମ୍ଭର କାର୍ଯ୍ୟ କରିବାର ସମୟ ଏହି। କାରଣ ଲୋକମାନେ ତୁମ୍ଭ ନିୟମ ଭାଙ୍ଗିଛନ୍ତି।
127
ସଦାପ୍ରଭୁ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ମୁଁ ତୁମ୍ଭର ନିର୍ଦ୍ଦେଶକୁ ସ୍ନେହ କରେ।
128
ମୁଁ ଯତ୍ନର ସହକାରେ ତୁମ୍ଭର ନିର୍ଦ୍ଦେଶକୁ ଅନୁସରଣ କରେ। ମୁଁ ମିଥ୍ୟା ଉପଦେଶକୁ ଘୃଣା କରେ।
129
ପେ ସଦାପ୍ରଭୁ, ତୁମ୍ଭର ବାକ୍ୟସକଳ ଆଶ୍ଚର୍ଯ୍ୟଜନକ ଅଟେ। ସେଥିପାଇଁ ମୁଁ ତାହା ଅନୁସରଣ କରେ।
130
ତୁମ୍ଭର କଥାର ବିସ୍ତାରତା ମସ୍ତକକୁ ଆଲୋକ ପ୍ରଦାନ କରେ। ଏପରିକି ଏହା ମୂର୍ଖ ଲୋକମାନଙ୍କୁ ମଧ୍ୟ ବୁଦ୍ଧିମାନ କରେ।
131
ହେ ସଦାପ୍ରଭୁ, ମୁଁ ତୁମ୍ଭର ସମସ୍ତ ନିର୍ଦ୍ଦେଶ ଶିକ୍ଷା କରିବାକୁ ଗ୍ଭହେଁ। ମୁଁ ସେସବୁ ପାଇଁ ଧୈର୍ଯ୍ୟଶୀଳ ହୋଇ ଅପେକ୍ଷା କରୁଅଛି, ମୁଁ ପ୍ରାୟ ନିଶ୍ୱାସ ଅପ୍ରଚଳିତ।
132
ହେ ପରମେଶ୍ୱର, ମୋତେ ଦେଖ ଓ ମୋ’ ପ୍ରତି ଦୟା କର। ତୁମ୍ଭର ନାମକୁ ଭଲପାଉଥିବା ଲୋକମାନଙ୍କ ପାଇଁ ଯାହା କରିବା ଉଚିତ୍ ତାହା କର।
133
ହେ ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ପରିଗ୍ଭଳିତ କର। ମୋ’ ପ୍ରତି କୌଣସି ଅଘଟଣ ଘଟିବାକୁ ଦିଅ ନାହିଁ।
134
ହେ ସଦାପ୍ରଭୁ, ଯେଉଁମାନେ ମୋତେ ଆହତ କରନ୍ତି ସେମାନଙ୍କଠାରୁ ମୋତେ ରକ୍ଷା କର ଯେପରିକି ମୁଁ ତୁମ୍ଭର ନିର୍ଦ୍ଦେଶ ସକଳ ମାନିବି।
135
ହେ ସଦାପ୍ରଭୁ, ତୁମ୍ଭର ଦାସକୁ ଗ୍ରହଣ କର। ଏବଂ ତୁମ୍ଭର ବ୍ୟବସ୍ଥାମାନ ମୋତେ ଶିକ୍ଷା ଦିଅ।
136
ମୋ’ ଚକ୍ଷୁରୁ ଅଶ୍ରୁ ନଦୀପରି ବହୁଛି। କାରଣ ଲୋକମାନେ ତୁମ୍ଭର ବ୍ୟବସ୍ଥାମାନ ପାଳନ କରୁ ନାହାନ୍ତି।
137
ସାଦେ ହେ ସଦାପ୍ରଭୁ, ତୁମ୍ଭେ ଧାର୍ମିକ ଅଟ। ଏବଂ ତୁମ୍ଭର ନିୟମ ସବୁ ଧର୍ମମୟ।
138
ତୁମ୍ଭେ ଆପଣା ନିୟମ ଦେଇଅଛ। ସେଗୁଡ଼ିକ ଧର୍ମମୟ ଓ ଆମ୍ଭେ ତା’ଉପରେ ସମ୍ପୂର୍ଣ୍ଣ ରୂପେ ଭରସା କରି ପାରିବୁ।
139
ମୋର ଦୃଢ଼ ଅନୁଭବ ମୋତେ ଗ୍ରାସ କରିଅଛି। ମୁଁ ବହୁତ ମାନସିକ ଅଶାନ୍ତିରେ ଅଛି। କାରଣ ମୋର ଶତ୍ରୁଗଣ ତୁମ୍ଭର ବାକ୍ୟସବୁ ପାଶୋରି ଯାଇଛନ୍ତି।
140
ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ପରୀକ୍ଷା ହୋଇଅଛି ଏବଂ ବିଶ୍ୱସ୍ତ ବାହାରିଲା, ମୁଁ ତୁମ୍ଭର ଦାସ, ଏହାକୁ ଭଲ ପାଏ।
141
ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଏବଂ ଲୋକମାନେ ମୋତେ ସମ୍ମାନ କରନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଭୁଲି ନାହିଁ।
142
ହେ ସଦାପ୍ରଭୁ, ତୁମ୍ଭର ଧାର୍ମିକତା ଅନନ୍ତକାଳସ୍ଥାୟୀ। ତୁମ୍ଭର ବ୍ୟବସ୍ଥାସବୁକୁ ଭରସା କରାଯାଇ ପାରିବ।
143
କ୍ଳେଶ ଓ ଯନ୍ତ୍ରଣା ମୋ’ ଉପରେ ଆସିଅଛି। କିନ୍ତୁ ମୁଁ ତୁମ୍ଭର ଆଜ୍ଞାରେ ଆନନ୍ଦିତ ହୁଏ।
144
ସଦାପ୍ରଭୁ, ତୁମ୍ଭର ପ୍ରମାଣ ବାକ୍ୟଗୁଡ଼ିକ ଚିରକାଳ ଉତ୍ତମ। ତାହା ସବୁ ବୁଝିବାରେ ସହାୟ ହୁଅ, ଯେପରିକି ମୁଁ ବଞ୍ଚିପାରିବି।
145
କଫ ହେ ସଦାପ୍ରଭୁ, ମୁଁ ହୃଦୟ ସହକାରେ ତୁମ୍ଭକୁ ପ୍ରାର୍ଥନା କରେ। ମୋତେ ଉତ୍ତର ଦିଅ! ମୁଁ ତୁମ୍ଭର ନିୟମସବୁ ଅନୁସରଣ କରିବି।
146
ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଡାକ ପକାଉଛି, ମୋତେ ରକ୍ଷା କର, ଏବଂ ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିବି।
147
ମୁଁ ପ୍ରଭାତରୁ ଉଠିଲି ଏବଂ ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
148
ମୁଁ ତୁମ୍ଭର ପ୍ରତିଜ୍ଞା ଧ୍ୟାନ କରିବା ପାଇଁ ରାତ୍ରି ଉଜାଗର ରହିଲି।
149
ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ସହକାରେ ମୋର ପ୍ରାର୍ଥନା ଶୁଣ। ତୁମ୍ଭ ଶାସନ ଦ୍ୱାରା ମୋତେ ବଞ୍ଚିବାକୁ ଦିଅ।
150
ମନ୍ଦ ଯୋଜନା ସହିତ ଲୋକମାନେ ମୋତେ ଆକ୍ରମଣ କରିବା ପାଇଁ ମୋ’ ପାଖକୁ ଆସନ୍ତି। ସେମାନେ ତୁମ୍ଭର ଶିକ୍ଷାଠାରୁ ବହୁ ଦୂରରେ।
151
ହେ ସଦାପ୍ରଭୁ, ତୁମ୍ଭେ ମୋର ନିକଟବର୍ତ୍ତୀ। ତୁମ୍ଭର ଆଦେଶ ସକଳ ଭରସା ଯୋଗ୍ୟ।
152
ବହୁତ ଦିନ ପୂର୍ବରୁ ମୁଁ ଜାଣେ ଯେ, ତୁମ୍ଭର ଶାସନ ଅଛି। ମୁଁ ଜାଣେ ଯେ, ତୁମ୍ଭେ ସେମାନଙ୍କୁ ଅନନ୍ତକାଳ ପାଇଁ ଶେଷ କରିପକାଇଲ।
153
ରେଶ୍ ହେ ସଦାପ୍ରଭୁ, ମୋର ଯନ୍ତ୍ରଣାକୁ ଦେଖ ଓ ମୋତେ ଉଦ୍ଧାର କର। କାରଣ ମୁଁ ତୁମ୍ଭର ଶିକ୍ଷାମାନ ଭୁଲି ନାହିଁ।
154
ହେ ସଦାପ୍ରଭୁ, ତୁମ୍ଭେ ମୋ’ ପାଇଁ ନିଷ୍ପତ୍ତି କର ଏବଂ ମୋତେ ରକ୍ଷା କର। ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ବଞ୍ଚିବାକୁ ଦିଅ।
155
ଦୁଷ୍ଟଗଣ କେବେ ବିଜୟୀ ହେବେ ନାହିଁ। କାରଣ ସେମାନେ ତୁମ୍ଭର ବ୍ୟବସ୍ଥା ଅନୁସରଣ କରନ୍ତି ନାହିଁ।
156
ହେ ସଦାପ୍ରଭୁ, ତୁମ୍ଭେ ମହାନ ଦୟାଳୁ। ତୁମ୍ଭର ଶାସନ ନିୟମାନୁସାରେ କାମ କର ଓ ମୋତେ ବଞ୍ଚିବାକୁ ଦିଅ।
157
ମୋତେ କଷ୍ଟ ଦେବାକୁ ଚେଷ୍ଟା କରନ୍ତି, ସେହିପରି ମୋର ବହୁତ ଶତ୍ରୁ ଅଛନ୍ତି, କିନ୍ତୁ ମୁଁ ତୁମ୍ଭର ବାକ୍ୟରୁ ବିଚ୍ୟୁତ ହୋଇ ନାହିଁ।
158
ମୁଁ ବିଶ୍ୱାସଘାତକମାନଙ୍କୁ ଦେଖେ। ସେମାନେ ତୁମ୍ଭର ବାକ୍ୟ ମାନନ୍ତି ନାହିଁ। ମୁଁ ସେମାନଙ୍କୁ ଘୃଣାକରେ।
159
ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶସବୁ ପାଳନ କରିବା ପାଇଁ କଠିନ ଚେଷ୍ଟା କରୁଛି। ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋତେ ବଞ୍ଚିବାକୁ ଦିଅ।
160
ଆରମ୍ଭରୁ ତୁମ୍ଭର ସମୁଦାୟ ବାକ୍ୟ ଭରସା ଯୋଗ୍ୟ ଓ ତୁମ୍ଭର ସବୁ ଧର୍ମମୟ ବ୍ୟବସ୍ଥା ନିତ୍ୟସ୍ଥାୟୀ ପାଇଁ ସୁନ୍ଦର ହୋଇ ରହିବ।
161
ଶିନ୍ ସଦାପ୍ରଭୁ ଶକ୍ତିଶାଳୀ ଅଧିପତିମାନେ ବିନା କାରଣରେ ମୋତେ ଆକ୍ରମଣ କରନ୍ତି। କିନ୍ତୁ ମୁଁ କେବଳ ତୁମ୍ଭର ବାକ୍ୟକୁ ଭୟ ଓ ସମ୍ମାନ କରେ।
162
ତୁମ୍ଭର ପ୍ରତିଜ୍ଞା ମୋତେ ଆନନ୍ଦ ଦିଏ, ଯେପରି ଜଣେ ବ୍ୟକ୍ତି ବହୁତ ଲୁଟ୍ ଧନ ପାଇବା ପରେ ଖୁସୀ ହୁଏ।
163
ମୁଁ ମିଥ୍ୟାକୁ ଘୃଣା କରେ ଓ ଏହାକୁ ଅଶ୍ରଦ୍ଧା କରେ। ମାତ୍ର ମୁଁ ତୁମ୍ଭ ଶିକ୍ଷାସବୁ ସ୍ନେହ କରେ।
164
ତୁମ୍ଭର ଯଥାର୍ଥ ବିଗ୍ଭର ପାଇଁ, ମୁଁ ଦିନରେ ସାତଥର ତୁମ୍ଭର ପ୍ରଶଂସା କରେ।
165
ଯେଉଁ ବ୍ୟକ୍ତି ତୁମ୍ଭର ଶିକ୍ଷାକୁ ଭଲ ପାଏ, ସେ ଶାନ୍ତି ପାଇବ। ତାକୁ କୌଣସି ବସ୍ତୁ ପକେଇ ପାରିବ ନାହିଁ।
166
ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ ଅଛି, ମୋତେ ରକ୍ଷା କର। ମୁଁ ତୁମ୍ଭର ଆଦେଶସବୁ ପାଳନ କଲି।
167
ମୁଁ ତୁମ୍ଭର ବାକ୍ୟକୁ ଅନୁସରଣ କରିଅଛି। ଏବଂ ସେଗୁଡ଼ିକୁ ବହୁଳ ପରିମାଣରେ ଭଲ ପାଏ।
168
ମୁଁ ତୁମ୍ଭର ନିୟମ ଓ ନିର୍ଦ୍ଦେଶ ପାଳନ କରିଅଛି। ତୁମ୍ଭେ ସବୁ ଜାଣ, ଯାହା ମୁଁ କରିଅଛି।
169
ତୌ ହେ ସଦାପ୍ରଭୁ, ମୋର ସାହାଯ୍ୟ ପାଇଁ କାକୂକ୍ତି ଶୁଣ। ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ବୁଦ୍ଧିମାନ କର।
170
ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣ। ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ରକ୍ଷା କର।
171
ମୁଁ ତୁମ୍ଭର ପ୍ରଶଂସା ଗାନ କରିବି। କାରଣ ତୁମ୍ଭେ ଆପଣା ବ୍ୟବସ୍ଥାମାନ ମୋତେ ଶିଖାଇଅଛ।
172
ସଦାପ୍ରଭୁ, ମୁଁ ତୁମ୍ଭର ପ୍ରତିଜ୍ଞା ବିଷୟରେ ଗାନ କରିବି। କାରଣ ତୁମ୍ଭର ବ୍ୟବସ୍ଥାମାନ ଉତ୍ତମ।
173
ତୁମ୍ଭର ନିର୍ଦ୍ଦେଶ ଗୁଡ଼ିକୁ ମାନିବା ପାଇଁ ମୁଁ ମନୋନୀତ କରିଅଛି। ତେଣୁ ମୋର ସାହାଯ୍ୟ ପାଇଁ ବାହାରି ଆସ।
174
ହେ ସଦାପ୍ରଭୁ, ମୁଁ ଗ୍ଭହେଁ ତୁମ୍ଭେ ମୋତେ ରକ୍ଷା କର। ତୁମ୍ଭର ଶିକ୍ଷାସବୁ ମୋତେ ଉଲ୍ଲାସ ପ୍ରଦାନ କରେ।
175
ମୋତେ ବଞ୍ଚିବାକୁ ଦିଅ, ଯେପରିକି ମୁଁ ତୁମ୍ଭକୁ ପ୍ରଶଂସା କରିପାରେ। ତୁମ୍ଭର ବ୍ୟବସ୍ଥା ମୋର ସହାୟ ହେଉ।
176
ମୁଁ ହଜି ଯାଇଥିବା ମେଷପରି, ଏଣେତେଣେ ବୁଲୁଅଛି, ହେ ସଦାପ୍ରଭୁ, ଆପଣା ଦାସକୁ ଖୋଜ। କାରଣ ମୁଁ ତୁମ୍ଭର ଆଜ୍ଞା ସକଳ ପାଶୋରି ନାହିଁ।
← Chapter 118
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 51
Chapter 52
Chapter 53
Chapter 54
Chapter 55
Chapter 56
Chapter 57
Chapter 58
Chapter 59
Chapter 60
Chapter 61
Chapter 62
Chapter 63
Chapter 64
Chapter 65
Chapter 66
Chapter 67
Chapter 68
Chapter 69
Chapter 70
Chapter 71
Chapter 72
Chapter 73
Chapter 74
Chapter 75
Chapter 76
Chapter 77
Chapter 78
Chapter 79
Chapter 80
Chapter 81
Chapter 82
Chapter 83
Chapter 84
Chapter 85
Chapter 86
Chapter 87
Chapter 88
Chapter 89
Chapter 90
Chapter 91
Chapter 92
Chapter 93
Chapter 94
Chapter 95
Chapter 96
Chapter 97
Chapter 98
Chapter 99
Chapter 100
Chapter 101
Chapter 102
Chapter 103
Chapter 104
Chapter 105
Chapter 106
Chapter 107
Chapter 108
Chapter 109
Chapter 110
Chapter 111
Chapter 112
Chapter 113
Chapter 114
Chapter 115
Chapter 116
Chapter 117
Chapter 118
Chapter 119
Chapter 120
Chapter 121
Chapter 122
Chapter 123
Chapter 124
Chapter 125
Chapter 126
Chapter 127
Chapter 128
Chapter 129
Chapter 130
Chapter 131
Chapter 132
Chapter 133
Chapter 134
Chapter 135
Chapter 136
Chapter 137
Chapter 138
Chapter 139
Chapter 140
Chapter 141
Chapter 142
Chapter 143
Chapter 144
Chapter 145
Chapter 146
Chapter 147
Chapter 148
Chapter 149
Chapter 150
Chapter 120 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50
51
52
53
54
55
56
57
58
59
60
61
62
63
64
65
66
67
68
69
70
71
72
73
74
75
76
77
78
79
80
81
82
83
84
85
86
87
88
89
90
91
92
93
94
95
96
97
98
99
100
101
102
103
104
105
106
107
108
109
110
111
112
113
114
115
116
117
118
119
120
121
122
123
124
125
126
127
128
129
130
131
132
133
134
135
136
137
138
139
140
141
142
143
144
145
146
147
148
149
150