bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Zephaniah 1
Zephaniah 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 2 →
1
ଏହି ବାର୍ତ୍ତା ସଦାପ୍ରଭୁ ସିଫନିୟଙ୍କୁ ପ୍ରଦାନ କରିଥିଲେ। ଯିହୁଦାର ରାଜା ଆମୋନଙ୍କ ପୁତ୍ର ଯୋଶିୟଙ୍କ ସମୟରେ ସେ ଏହି ବାର୍ତ୍ତା ଗ୍ରହଣ କଲେ। ସିଫନିୟ କୂଶିଙ୍କ ପୁତ୍ର, କୂଶି ଗଦଲିୟଙ୍କ ପୁତ୍ର, ଗଦଲିୟ ଅମରିୟଙ୍କ ପୁତ୍ର ଓ ଅମରିୟ ହିଜକିୟଙ୍କ ପୁତ୍ର ଥିଲେ।
2
ଲୋକଙ୍କ ବିଗ୍ଭର ପାଇଁ ସଦାପ୍ରଭୁଙ୍କର ଦିନ ସଦାପ୍ରଭୁ କହନ୍ତି, “ପୃଥିବୀର ସମସ୍ତ ଜିନିଷ ଆମ୍ଭେ ଧ୍ୱଂସ କରିବା।
3
ଆମ୍ଭେ ସମସ୍ତ ପ୍ରାଣୀ ଓ ସମସ୍ତ ମାନବମାନଙ୍କୁ ବିନଷ୍ଟ କରିବା। ଆକାଶର ପକ୍ଷୀ ଓ ସମୁଦ୍ରର ମାଛଗୁଡ଼ିକୁ ବିନାଶ କରିବା। ସମସ୍ତ ମନ୍ଦ ଲୋକ ଓ ସମସ୍ତ ଜିନିଷ ଯେଉଁଗୁଡ଼ିକ ସେମାନଙ୍କୁ ପାପ କରାଉଛି ସେହିସବୁକୁ ଧ୍ୱଂସ କରିବା। ସବୁ ଲୋକଙ୍କୁ ପୃଥିବୀରୁ ବିତାଡ଼ିତ କରିବା।” ଏହିସବୁ କଥା ସଦାପ୍ରଭୁ କହିଲେ।
4
ସଦାପ୍ରଭୁ କହିଲେ, “ଆମ୍ଭେ ଯିହୁଦା ଓ ଯିରୁଶାଲମ ବାସିନ୍ଦାଙ୍କୁ ଦଣ୍ତ ଦେବା। ଆମ୍ଭେ ସେହି ସ୍ଥାନରୁ ମୂର୍ତ୍ତି ପୂଜକ ଯାଜକଙ୍କୁ ହଟାଇଦେବା। ଆମ୍ଭେ ବାଲ୍ର ଶେଷ ସଙ୍କେତକୁ ହଟାଇ ଦେବା। ସମସ୍ତ ଲୋକ
5
ଯେଉଁମାନେ କି ଛାତ ଉପରକୁ ଯାଇ ତାରାମାନଙ୍କୁ ପୂଜା କରନ୍ତି ଆମ୍ଭେ ସେ ସମସ୍ତଙ୍କୁ ତଡ଼ି ଦେବା। କେତେଜଣ ଲୋକ ଉଭୟ ସଦାପ୍ରଭୁ ଏବଂ ମିଥ୍ୟାପ୍ରଭୁ ମାଲିକମାନଙ୍କୁ ମଧ୍ୟ ପୂଜା କରୁଛନ୍ତି। ତେଣୁ ଆମ୍ଭେ ସେହି ଲୋକମାନଙ୍କୁ ସେହି ସ୍ଥାନରୁ ତଡ଼ିଦେବା।
6
କେତେକ ଲୋକ ସଦାପ୍ରଭୁଙ୍କୁ ଅନୁସରଣ କରିବା ବନ୍ଦ କଲେ। ସେମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବା ବନ୍ଦ କରିଦେଲେ। ତେଣୁ ସେ ଲୋକମାନଙ୍କୁ ସେହି ସ୍ଥାନରୁ ତଡ଼ି ଦେବା।”
7
ତୁମ୍ଭେ ସଦାପ୍ରଭୁ ମୋର ପ୍ରଭୁଙ୍କ ସମ୍ମୁଖରେ ନୀରବ ହୁଅ କାରଣ ଲୋକମାନଙ୍କୁ ଶାସ୍ତି ଦେବା ପାଇଁ ସଦାପ୍ରଭୁଙ୍କ ବିଶେଷଦିନ ଶୀଘ୍ର ଆସୁଅଛି। ସଦାପ୍ରଭୁ ତାଙ୍କର ବଳିଦାନ ପ୍ରସ୍ତୁତ କରି ସାରିଛନ୍ତି ଏବଂ ତାଙ୍କର ନିମନ୍ତ୍ରିତ ଅତିଥିମାନଙ୍କୁ ଅଲଗା କରିଛନ୍ତି।
8
ସଦାପ୍ରଭୁ କହିଲେ, “ସଦାପ୍ରଭୁଙ୍କର ଉତ୍ସର୍ଗ ଦିନରେ, ଆମ୍ଭେ ରାଜାର ପୁତ୍ରମାନଙ୍କୁ ଓ ଅନ୍ୟ ନେତାମାନଙ୍କୁ ଦଣ୍ତ ଦେବା। ବିଦେଶୀ ବସ୍ତ୍ର ପରିଧାନ କରିଥିବା ସମସ୍ତ ଲୋକଙ୍କୁ ଆମ୍ଭେ ଦଣ୍ତ ଦେବା।
9
ସେହି ସମୟରେ ପ୍ରବେଶଦ୍ୱାରକୁ ଡେଇଁ ଯାଇଥିବା ଲୋକମାନଙ୍କୁ ଆମ୍ଭେ ଦଣ୍ତ ଦେବା। ଯେଉଁମାନେ ତାଙ୍କ ମିଥ୍ୟା ପ୍ରଭୁଙ୍କର ଗୃହକୁ ମିଥ୍ୟା ଓ ହିଂସାରେ ପୂର୍ଣ୍ଣ କରିଛନ୍ତି ସେମାନଙ୍କୁ ମଧ୍ୟ ଦଣ୍ତ ଦେବା।”
10
ସଦାପ୍ରଭୁ ମଧ୍ୟ କହିଲେ, “ସେହି ସମୟରେ ଯିରୁଶାଲମର ମତ୍ସ୍ୟ ଦ୍ୱାରଠାରେ ସାହାଯ୍ୟ ପାଇଁ ଡାକୁଥିବେ। ଲୋକମାନେ ସହରର ଅନ୍ୟ ପାର୍ଶ୍ୱରେ ମଧ୍ୟ ସାହାଯ୍ୟ ପାଇଁ ଚିତ୍କାର କରୁଥିବେ। ସେମାନେ ମଧ୍ୟ ପାହାଡ଼ମାନଙ୍କରୁ ଖୁବ୍ ଜୋର୍ରେ ଶବ୍ଦ ଶୁଣିବେ।
11
ସହରର ନିମ୍ନ ଅଂଶରେ ବାସ କରୁଥିବା ତୁମ୍ଭ ଲୋକମାନେ ଚିତ୍କାର କରିବେ। କାରଣ ସମସ୍ତ ବ୍ୟବସାୟୀ ଓ ଧନୀ ବଣିକମାନେ ଧ୍ୱଂସ ହୋଇଯିବେ।
12
“ସେହି ଦିନ ଆମ୍ଭେ ଗୋଟିଏ ପ୍ରଦୀପ ନେଇ ଯିରୁଶାଲମ ମଧ୍ୟରେ ଖୋଜିବା। ଓ ସେହି ଆତ୍ମତୃପ୍ତ ଲୋକମାନଙ୍କୁ ବାଛିବା ଯେଉଁମାନେ ସେମାନଙ୍କ ଶୈଳୀରେ ଜୀବନ ଧାରଣ କରିବା ପାଇଁ ସନ୍ତୁଷ୍ଟ। ସେହି ଲୋକମାନେ କୁହନ୍ତୁ, ‘ସଦାପ୍ରଭୁ କାହାରିକୁ ସାହାଯ୍ୟ କରନ୍ତି ନାହିଁ କି କାହାରିକୁ ଆଘାତ କରନ୍ତି ନାହିଁ।’ ଆମ୍ଭେ ସେମାନଙ୍କୁ ଖୋଜି ବାହାର କରିବା ଓ ଦଣ୍ତ ଦେବା।
13
ତା’ପରେ ଅନ୍ୟ ଲୋକମାନେ ସେମାନଙ୍କର ଧନସମ୍ପଦ ଲୁଣ୍ଠନ କରିବେ ଓ ସେମାନଙ୍କର ଘରଗୁଡ଼ିକୁ ଧ୍ୱଂସ କରିବେ। ସେହି ସମୟରେ ସେମାନେ ନିର୍ମାଣ କରିଥିବା ଘରେ ଲୋକମାନେ ରହିବେ ନାହିଁ ଏବଂ ସେମାନେ ବଢ଼ାଇଥିବା ଅଙ୍ଗୁରରୁ ପ୍ରସ୍ତୁତ ଦ୍ରାକ୍ଷାରସ ପିଇବେ ନାହିଁ।”
14
ସଦାପ୍ରଭୁଙ୍କର ସେହି ବିଶେଷ ଦିବସ ଖୁବ୍ ଶୀଘ୍ର ଆସୁଛି। ସେହି ଦିନ ଅତି ସନ୍ନିକଟ। ବିଗ୍ଭରର ସେହି ବିଶେଷ ଦିବସରେ ଲୋକମାନେ ଏକ ଅତି ଦୁଃଖପୂର୍ଣ୍ଣ ଶବ୍ଦ ଶୁଣିବେ। ଏପରିକି ଶକ୍ତିଶାଳୀ ସୈନ୍ୟମାନେ ଚିତ୍କାର କରି ଉଠିବେ।
15
ସେହି ଦିନ ପରମେଶ୍ୱର ତାଙ୍କର କ୍ରୋଧ ଦେଖାଇବେ। ଏହା ଅତି ଭୟଙ୍କର ଦୁଃଖ ଓ ଧ୍ୱଂସର ସମୟ ହେବ। ଏହା ଏକ ଧ୍ୱଂସ ବିଧ୍ୱଂସ୍ତର ଦିନ ହେବ। ଏହା ଏକ ଅନ୍ଧକାର ଓ ଖେଦର ଦିନ ହେବ। ଏହି ଦିନଟି ମେଘ ଓ ଅନ୍ଧକାରର ଦିନ ହେବ।
16
ଏହା ଯୁଦ୍ଧ ସମୟ ପରି ଏକ ସମୟ ହେବ, ଯେତେବେଳେ ଲୋକମାନେ ପ୍ରତିରକ୍ଷା ଦୁର୍ଗ ଓ ସୁରକ୍ଷିତ ନଗରୀରେ ତୂରୀର ଓ ଯୁଦ୍ଧର କାନ୍ଦଣା ଶୁଣିବେ।
17
ସଦାପ୍ରଭୁ କହିଲେ, “ସେହି ସମୟରେ ଆମ୍ଭେ ଲୋକମାନଙ୍କୁ ସମସ୍ୟା ଘଟାଇବା। ଲୋକମାନେ ଅନ୍ଧଭଳି ଗ୍ଭଲିବେ, ଏହା କାହିଁକି ଘଟିବ? କାରଣ ସେହି ଲୋକମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଛନ୍ତି। ସେମାନଙ୍କର ମୃତ ଶରୀର ଭୂମି ଉପରେ ଗୋବର ପରି ପଡ଼ି ରହିବ।
18
ସେମାନଙ୍କର ସୁନାରୂପା ସେମାନଙ୍କୁ ରକ୍ଷା କରି ପାରିବ ନାହିଁ। ସେହି ସମୟରେ ସଦାପ୍ରଭୁ ଅତ୍ୟନ୍ତ ବିବ୍ରତ ଓ କ୍ରୋଧୀ ହୋଇ ପଡ଼ିବେ। ସଦାପ୍ରଭୁ ସମଗ୍ର ବିଶ୍ୱକୁ ଧ୍ୱଂସ କରିବେ। ସଦାପ୍ରଭୁ ସମ୍ପୂର୍ଣ୍ଣ ଭାବରେ ବିଶ୍ୱରେ ସମସ୍ତଙ୍କୁ ବିନାଶ କରିବେ।”
Jump to:
Chapter 1
Chapter 2
Chapter 3
Chapter 2 →
All chapters:
1
2
3