bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV 2017 (ଓଡିଆ ବାଇବେଲ)
/
1 Corinthians 1
1 Corinthians 1
Odia IRV 2017 (ଓଡିଆ ବାଇବେଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 2 →
1
ପାଉଲ, ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଆହୂତ ଜଣେ ପ୍ରେରିତ, ଓ ଭ୍ରାତା ସୋସ୍ଥିନା,
2
କରିନ୍ଥରେ ଥିବା ଈଶ୍ୱରଙ୍କ ମଣ୍ଡଳୀ ନିକଟକୁ; ଯେଉଁମାନେ ସର୍ବତ୍ର, ସେମାନଙ୍କ ଓ ଆମ୍ଭମାନଙ୍କ ସ୍ଥାନରେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରନ୍ତି, ସେ ସମସ୍ତଙ୍କ ସହିତ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ରୀକୃତ ଓ ଆହୂତ ସାଧୁ ଯେ ତୁମ୍ଭେମାନେ,
3
ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ ।
4
ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କୁ ଦିଆଯାଇଥିବା ଈଶ୍ୱରଙ୍କ ଯେଉଁ ଅନୁଗ୍ରହ, ସେଥିନିମନ୍ତେ ମୁଁ ସର୍ବଦା ତୁମ୍ଭମାନଙ୍କ ବିଷୟରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛି,
5
କାରଣ ତାହାଙ୍କଠାରେ ସମସ୍ତ ବିଷୟରେ, ବିଶେଷତଃ ସମସ୍ତ ପ୍ରକାର ଶିକ୍ଷାଦାନରେ ଓ ସମସ୍ତ ପ୍ରକାର ଜ୍ଞାନରେ ତୁମ୍ଭେମାନେ ଧନବାନ ହୋଇଅଛ;
6
ଏହି ପ୍ରକାରେ ଖ୍ରୀଷ୍ଟଙ୍କର ସାକ୍ଷ୍ୟ ତୁମ୍ଭମାନଙ୍କ ମଧ୍ୟରେ ସ୍ଥିରୀକୃତ ହୋଇଅଛି ।
7
ଏଣୁ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶ ନିମନ୍ତେ ଅପେକ୍ଷାରେ ଥାଇ କୌଣସି ଅନୁଗ୍ରହଦାନର ଊଣା ପଡ଼ୁ ନାହଁ;
8
ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦିବସରେ ଯେପରି ତୁମ୍ଭେମାନେ ଅନିନ୍ଦନୀୟ ହୁଅ, ଏଥିପାଇଁ ସେ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ମଧ୍ୟ ସ୍ଥିର ରଖିବେ ।
9
ଈଶ୍ୱର ବିଶ୍ୱାସ୍ୟ, ଯାହାଙ୍କ ଦ୍ୱାରା ତୁମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ, ଆମ୍ଭମାନଙ୍କ ପ୍ରଭୁଙ୍କର ସହଭାଗିତା ନିମନ୍ତେ ଆହୂତ ହୋଇଅଛ ।
10
ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଯେପରି ତୁମ୍ଭେମାନେ ସମସ୍ତେ ଏକ କଥା କୁହ, ଆଉ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ନ ହୁଏ, କିନ୍ତୁ ତୁମ୍ଭେମାନେ ଏକ ମନରେ ଓ ଏକ ବିଚାରରେ ସମ୍ମିଳିତ ହୁଅ ।
11
କାରଣ, ହେ ମୋହର ଭାଇମାନେ, ଖ୍ଳୟୀଙ୍କ ପରିଜନଙ୍କଠାରୁ ତୁମ୍ଭମାନଙ୍କ ସମ୍ବନ୍ଧରେ ମୋ' ନିକଟରେ ଏହା ପ୍ରକାଶ ପାଇଅଛି ଯେ, ତୁମ୍ଭମାନଙ୍କ ମଧ୍ୟରେ ବାଦବିବାଦ ଅଛି ।
12
ମୋ' କଥାର ଭାବ ଏହି, ତୁମ୍ଭମାନଙ୍କ ମଧ୍ୟରୁ କେହି କେହିି କହନ୍ତି, ମୁଁ ପାଉଲଙ୍କର, କେହି କେହି କହନ୍ତି, ମୁଁ ଆପଲ୍ଲଙ୍କର, କେହି କେହି କହନ୍ତି, ମୁଁ କୈଫାଙ୍କର, ଆଉ କେହି କେହି କହନ୍ତି, ମୁଁ ଖ୍ରୀଷ୍ଟଙ୍କର ।
13
ଖ୍ରୀଷ୍ଟ କି ବିଭକ୍ତ ହୋଇଅଛନ୍ତି? ତୁମ୍ଭମାନଙ୍କ ନିମନ୍ତେ କି ପାଉଲ କ୍ରୁଶରେ ହତ ହୋଇଥିଲା? କିମ୍ବା ତୁମ୍ଭେମାନେ କି ପାଉଲ ନାମରେ ବାପ୍ତିଜିତ ହୋଇଥିଲ?
14
କାଳେ ତୁମ୍ଭେମାନେ ମୋହର ନାମରେ ବାପ୍ତିଜିତ ହୋଇଅଛ ବୋଲି କେହି କହିବ,
15
ଏଥିପାଇଁ କ୍ରୀଷ୍ପ ଓ ଗାୟ ବିନା ତୁମ୍ଭମାନଙ୍କ ମଧ୍ୟରେ ଆଉ କାହାରିକି ବାପ୍ତିସ୍ମ ଦେଇ ନାହିଁ ବୋଲି ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ ।
16
ଆଉ ସ୍ତିଫାନଙ୍କ ପରିଜନଙ୍କୁ ମଧ୍ୟ ବାପ୍ତିସ୍ମ ଦେଇଅଛିନ୍ତ ଏହାଛଡ଼ା ମୁଁ ଆଉ କାହାରିକି ବାପ୍ତିସ୍ମ ଦେଇଅଛି ବୋଲି ମୋର ମନେ ପଡ଼ୁ ନାହିଁ ।
17
କାରଣ ଖ୍ରୀଷ୍ଟ ମୋତେ ବାପ୍ତିସ୍ମ ଦେବା ନିମନ୍ତେ ପ୍ରେରଣ କଲେ ନାହିଁ, ମାତ୍ର ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କଲେ; ତାହା ମଧ୍ୟ ବାକ୍ୟ ଆଡ଼ମ୍ବରରେ ନୁହେଁ, କାଳେ ଖ୍ରୀଷ୍ଟଙ୍କ କ୍ରୁଶ ବ୍ୟର୍ଥ ହୁଏ ।
18
କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଈଶ୍ୱରଙ୍କ ଶକ୍ତି ଅଟେ ।
19
ଯେଣୁ ଏହା ଲେଖା ଅଛି, "ଆମ୍ଭେ ଜ୍ଞାନୀମାନଙ୍କର ଜ୍ଞାନ ନଷ୍ଟ କରିବା, ଆଉ ବୁଦ୍ଧିମାନମାନଙ୍କର ବୁଦ୍ଧି ଅଗ୍ରାହ୍ୟ କରିବା "।
20
ଜ୍ଞାନୀ କାହିଁ? ଶାସ୍ତ୍ରୀ କାହିଁ? ଏହି ଯୁଗର ତାର୍କିକ କାହିଁ? ଈଶ୍ୱର କି ଜଗତର ଜ୍ଞାନକୁ ମୂର୍ଖତା ବୋଲି ପ୍ରକାଶ କରି ନାହାଁନ୍ତି?
21
କାରଣ ଈଶ୍ୱରଙ୍କ ଜ୍ଞାନ ପ୍ରକାଶିତ ହୋଇଥିଲେ ହେଁ ଜଗତ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ନ ଜାଣିବାରୁ ପ୍ରଚାରିତ ପ୍ରସଙ୍ଗର ମୂର୍ଖତା ଦ୍ୱାରା ବିଶ୍ୱାସୀମାନଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ୱର ସନ୍ତୁଷ୍ଟ ହେଲେ ।
22
କାରଣ ଯିହୂଦୀମାନେ ଚିହ୍ନ ଲୋଡ଼ନ୍ତି, ଆଉ ଗ୍ରୀକ୍ମାନେ ଜ୍ଞାନ ଅନ୍ୱେଷଣ କରନ୍ତି,
23
କିନ୍ତୁ ଆମ୍ଭେମାନେ କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ, ସେ ଯିହୂଦୀମାନଙ୍କ ନିମନ୍ତେ ବିଘ୍ନସ୍ୱରୂପ ଓ ଅଣଯିହୂଦୀମାନଙ୍କ ନିମନ୍ତେ ମୂର୍ଖତାସ୍ୱରୂପ,
24
କିନ୍ତୁ ଯିହୂଦୀ ହେଉ ବା ଗ୍ରୀକ୍ ହେଉ, ଯେଉଁମାନେ ଆହୂତ, ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ଈଶ୍ୱରଙ୍କ ଶକ୍ତି ଓ ଈଶ୍ୱରଙ୍କ ଜ୍ଞାନସ୍ୱରୂପ ଅଟନ୍ତି ।
25
ଯେଣୁ ଈଶ୍ୱରଙ୍କ ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ, ଆଉ ଈଶ୍ୱରଙ୍କ ଦୁର୍ବଳ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ ।
26
କାରଣ, ହେ ଭାଇମାନେ, ତୁମ୍ଭମାନଙ୍କ ଆହ୍ୱାନ ବିଷୟ ଭାବି ଦେଖ, ସାଂସାରିକ ମତାନୁସାରେ ଅନେକ ଜ୍ଞାନୀ, ଅନେକ କ୍ଷମତାପନ୍ନ ବା ଅନେକ କୁଳୀନ ଆହୂତ ହୋଇ ନାହାଁନ୍ତି;
27
କିନ୍ତୁ ଯେପରି କୌଣସି ମର୍ତ୍ତ୍ୟ ଈଶ୍ୱରଙ୍କ ଛାମୁରେ ଗର୍ବ ନ କରେ,
28
ଏଥିପାଇଁ ଈଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟସବୁ ମନୋନୀତ କଲେ, ପୁଣି, ବଳବାନ ବିଷୟସବୁକୁ ଲଜ୍ଜା ଦେବା ନିମନ୍ତେ ଈଶ୍ୱର ଜଗତର ଦୁର୍ବଳ ବିଷୟସବୁ ମନୋନୀତ କଲେ,
29
ଆଉ ଯାହା ଜଗତ ଚକ୍ଷୁରେ ମାନ୍ୟଗଣ୍ୟ, ସେ ସବୁକୁ ବ୍ୟର୍ଥ କରିବା ନିମନ୍ତେ ଈଶ୍ୱର ଜଗତର ନୀଚ ଓ ତୁଚ୍ଛ ବିଷୟଗୁଡ଼ିକ, ହଁ, ନଗଣ୍ୟ ବିଷୟଗୁଡ଼ିକ ମନୋନୀତ କଲେ ।
30
କିନ୍ତୁ ତାହାଙ୍କ ହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛ, ସେ ଈଶ୍ୱରଙ୍କଠାରୁ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ, ଅର୍ଥାତ୍, ଧାର୍ମିକତା, ପବିତ୍ରତା ଓ ମୁକ୍ତିସ୍ୱରୂପ ହୋଇଅଛନ୍ତି ।
31
ଅତଏବ, ଯେପରି ଲେଖା ଅଛି, "ଯେ ଦର୍ପ କରେ, ସେ ପ୍ରଭୁଙ୍କଠାରେ ଦର୍ପ କରୁ ।"
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16