bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV 2017 (ଓଡିଆ ବାଇବେଲ)
/
2 Kings 2
2 Kings 2
Odia IRV 2017 (ଓଡିଆ ବାଇବେଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 3 →
1
ଏଥିଉତ୍ତାରେ ସଦାପ୍ରଭୁ ଏଲୀୟଙ୍କୁ ଘୂର୍ଣ୍ଣିବାୟୁରେ ସ୍ୱର୍ଗକୁ ଘେନି ଯିବା ପାଇଁ ଉଦ୍ୟତ ହୁଅନ୍ତେ, ଏଲୀୟ ଇଲୀଶାୟଙ୍କ ସହିତ ଗିଲ୍ଗଲ୍ରୁ ଗଲେ।
2
ପୁଣି ଏଲୀୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଅଛି, ତୁମ୍ଭେ ଏଠାରେ ଥାଅ; କାରଣ ସଦାପ୍ରଭୁ ମୋତେ ବେଥେଲ୍ ପର୍ଯ୍ୟନ୍ତ ପଠାଇଅଛନ୍ତି।” ତହିଁରେ ଇଲୀଶାୟ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।” ତହୁଁ ସେମାନେ ବେଥେଲ୍କୁ ଗଲେ।
3
ସେତେବେଳେ ବେଥେଲ୍ ନିବାସୀ ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ଇଲୀଶାୟଙ୍କ ନିକଟକୁ ବାହାରି ଆସି ତାଙ୍କୁ କହିଲେ, “ଆଜି ସଦାପ୍ରଭୁ ତୁମ୍ଭ ଠାରୁ ତୁମ୍ଭ ପ୍ରଭୁଙ୍କୁ ନେଇଯିବେ ବୋଲି ତୁମ୍ଭେ କ’ଣ ଜାଣୁଅଛ?” ତହୁଁ ସେ କହିଲେ, “ହଁ, ମୁଁ ଜାଣୁଅଛି; ତୁମ୍ଭେମାନେ ତୁନି ହୁଅ।”
4
ଏଉତ୍ତାରେ ଏଲୀୟ ତାଙ୍କୁ କହିଲେ, “ହେ ଇଲୀଶାୟ, ମୁଁ ବିନୟ କରୁଅଛି, ତୁମ୍ଭେ ଏଠାରେ ଥାଅ; କାରଣ ସଦାପ୍ରଭୁ ମୋତେ ଯିରୀହୋକୁ ପଠାଇଅଛନ୍ତି।” ଏଥିରେ ଇଲୀଶାୟ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।” ତହୁଁ ସେମାନେ ଯିରୀହୋକୁ ଗଲେ।
5
ଏଥିରେ ଯିରୀହୋ ନିବାସୀ ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ଇଲୀଶାୟଙ୍କ ନିକଟକୁ ଆସି ତାଙ୍କୁ କହିଲେ, “ସଦାପ୍ରଭୁ ଆଜି ତୁମ୍ଭ ଠାରୁ ତୁମ୍ଭ ପ୍ରଭୁଙ୍କୁ ନେଇଯିବେ ବୋଲି ତୁମ୍ଭେ କ’ଣ ଜାଣୁଅଛ?” ସେ ଉତ୍ତର କଲେ, “ହଁ, ମୁଁ ଜାଣୁଅଛି; ତୁମ୍ଭେମାନେ ତୁନି ହୁଅ।”
6
ଏଥିଉତ୍ତାରେ ଏଲୀୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଅଛି, ଏଠାରେ ଥାଅ; କାରଣ ସଦାପ୍ରଭୁ ମୋତେ ଯର୍ଦ୍ଦନକୁ ପଠାଇଅଛନ୍ତି।” ତହୁଁ ସେ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।” ଏଥିରେ ସେ ଦୁହେଁ ଅଗ୍ରସର ହେଲେ।
7
ପୁଣି ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ମଧ୍ୟରୁ ପଚାଶ ଜଣ ଯାଇ ସେମାନଙ୍କ ସମ୍ମୁଖରେ ଦୂରରେ ଠିଆ ହେଲେ; ଆଉ ସେ ଦୁହେଁ ଯର୍ଦ୍ଦନ ନିକଟରେ ଠିଆ ହେଲେ।
8
ଏଥିରେ ଏଲୀୟ ଆପଣା ବସ୍ତ୍ର ନେଇ ଏକତ୍ର ଗୁଡ଼ାଇ ଜଳକୁ ଆଘାତ କଲେ, ତହିଁରେ ଜଳ ଏପାଖେ ସେପାଖେ ବିଭକ୍ତ ହୋଇଯାଆନ୍ତେ, ସେ ଦୁହେଁ ଶୁଷ୍କ ଭୂମି ଦେଇ ପାର ହୋଇଗଲେ।
9
ପୁଣି ସେମାନେ ପାର ହୋଇ ଗଲା ଉତ୍ତାରେ ଏଲୀୟ ଇଲୀଶାୟଙ୍କୁ କହିଲେ, “ମୁଁ ତୁମ୍ଭ ପାଇଁ କଅଣ କରିବି, ଏହା ମୁଁ ତୁମ୍ଭ ନିକଟରୁ ନିଆଯିବା ପୂର୍ବରୁ ମାଗ।” ତହିଁରେ ଇଲୀଶାୟ କହିଲେ, “ମୁଁ ବିନୟ କରୁଅଛି, ଆପଣଙ୍କ ଆତ୍ମାର ଦୁଇଗୁଣ ଅଂଶ ମୋ’ ଉପରେ ବର୍ତ୍ତୁ।”
10
ଏଥିରେ ଏଲୀୟ କହିଲେ, “ତୁମ୍ଭେ ଦୁଃସାଧ୍ୟ ବିଷୟ ମାଗିଲ; ତଥାପି ମୁଁ ତୁମ୍ଭ ନିକଟରୁ ନିଆଯିବା ବେଳେ ଯେବେ ତୁମ୍ଭେ ମୋତେ ଦେଖିବ, ତେବେ ତୁମ୍ଭ ପ୍ରତି ତଦ୍ରୂପ ବର୍ତ୍ତିବ; ମାତ୍ର ତାହା ନ ହେଲେ, ବର୍ତ୍ତିବ ନାହିଁ।”
11
ଏହିରୂପେ ସେମାନେ ଯାଉ ଯାଉ ଓ କଥାବାର୍ତ୍ତା କରୁ କରୁ ଦେଖ, ଏକ ଅଗ୍ନିମୟ ରଥ ଓ ଅଗ୍ନିମୟ ଅଶ୍ୱମାନ ଉପସ୍ଥିତ ହୋଇ ସେ ଦୁହିଁଙ୍କୁ ପୃଥକ୍ କଲା; ପୁଣି ଏଲୀୟ ଘୂର୍ଣ୍ଣିବାୟୁରେ ସ୍ୱର୍ଗାରୋହଣ କଲେ।
12
ଆଉ ଇଲୀଶାୟ ତାହା ଦେଖି ଉଚ୍ଚୈଃସ୍ୱରରେ କହିଲେ, “ହେ ଆମ୍ଭ ପିତଃ, ହେ ଆମ୍ଭ ପିତଃ, ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ!” ଏଉତ୍ତାରେ ସେ ଏଲୀୟଙ୍କୁ ଆଉ ଦେଖିଲେ ନାହିଁ; ଏଣୁ ସେ ଆପଣା ବସ୍ତ୍ର ଧରି ଦୁଇ ଖଣ୍ଡ କରି ଚିରିଲେ।
13
ମଧ୍ୟ ସେ ଏଲୀୟଙ୍କଠାରୁ ପଡ଼ିଥିବା ବସ୍ତ୍ରଖଣ୍ଡ ଉଠାଇ ନେଲେ ଓ ଫେରିଯାଇ ଯର୍ଦ୍ଦନ ତୀରରେ ଠିଆ ହେଲେ।
14
ପୁଣି ସେ ଏଲୀୟଙ୍କଠାରୁ ପଡ଼ିଥିବା ବସ୍ତ୍ର ନେଇ ଜଳକୁ ଆଘାତ କରି କହିଲେ, “ସଦାପ୍ରଭୁ ଏଲୀୟଙ୍କର ପରମେଶ୍ୱର କାହାନ୍ତି?” ପୁଣି ସେ ମଧ୍ୟ ଜଳକୁ ଆଘାତ କରନ୍ତେ, ତାହା ଏପାଖେ ସେପାଖେ ବିଭକ୍ତ ହୋଇଗଲା; ତହିଁରେ ଇଲୀଶାୟ ପାର ହୋଇଗଲେ।
15
ଆଉ ଯିରୀହୋ ନିବାସୀ ଭବିଷ୍ୟଦ୍ବକ୍ତାଗଣଙ୍କ ଯେଉଁ ଦଳ ତାଙ୍କ ସମ୍ମୁଖରେ ଥିଲେ, ସେମାନେ ତାଙ୍କୁ ଦେଖି କହିଲେ, ଏଲୀୟଙ୍କର ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା। ତହୁଁ ସେମାନେ ଇଲୀଶାୟଙ୍କୁ ଭେଟିବାକୁ ଆସି ତାଙ୍କ ସମ୍ମୁଖରେ ଭୂମିଷ୍ଠ ପ୍ରଣାମ କଲେ।
16
ଆଉ ସେମାନେ ଇଲୀଶାୟଙ୍କୁ କହିଲେ, “ଏବେ ଦେଖନ୍ତୁ, ଆପଣଙ୍କ ଦାସମାନଙ୍କ ସଙ୍ଗେ ପଚାଶ ବଳବାନ ଲୋକ ଅଛନ୍ତି; ଆମ୍ଭେମାନେ ବିନୟ କରୁଅଛୁ, ସେମାନେ ଯାଇ ଆପଣଙ୍କ ପ୍ରଭୁଙ୍କୁ ଖୋଜନ୍ତୁ; ହୋଇପାରେ, ସଦାପ୍ରଭୁଙ୍କ ଆତ୍ମା ତାଙ୍କୁ ଉର୍ଦ୍ଧ୍ୱକୁ ନେଇ କୌଣସି ପର୍ବତ ଅବା ଉପତ୍ୟକାରେ ପକାଇ ଦେଇଥିବେ।” ଏଥିରେ ଇଲୀଶାୟ କହିଲେ, “ତୁମ୍ଭେମାନେ ପଠାଅ ନାହିଁ।”
17
ତଥାପି ଇଲୀଶାୟ ଲଜ୍ଜିତ ହେବା ପର୍ଯ୍ୟନ୍ତ ସେମାନେ ତାଙ୍କୁ ପ୍ରବର୍ତ୍ତାନ୍ତେ, ସେ କହିଲେ, “ପଠାଅ।” ଏହେତୁ ସେମାନେ ପଚାଶ ଲୋକ ପଠାଇଲେ, ଆଉ ସେମାନେ ତାଙ୍କୁ ତିନି ଦିନ ଖୋଜିଲେ, ମାତ୍ର ପାଇଲେ ନାହିଁ।
18
ପୁଣି ଇଲୀଶାୟ ଯିରୀହୋରେ ଥାଉ ଥାଉ ସେମାନେ ତାଙ୍କ ନିକଟକୁ ଫେରି ଆସିଲେ; ଏଥିରେ ସେ ସେମାନଙ୍କୁ କହିଲେ, “ନ ଯାଅ ବୋଲି ମୁଁ କ’ଣ ତୁମ୍ଭମାନଙ୍କୁ କହି ନ ଥିଲି।”
19
ଏଥିଉତ୍ତାରେ ନଗରସ୍ଥ ଲୋକମାନେ ଇଲୀଶାୟଙ୍କୁ କହିଲେ, “ଦେଖନ୍ତୁ, ଆମ୍ଭେମାନେ ବିନୟ କରୁଅଛୁ, ଆମ୍ଭମାନଙ୍କ ପ୍ରଭୁ ଦେଖୁଅଛନ୍ତି ଯେ, ଏହି ନଗରର ସ୍ଥାନ ମନୋରମ; ମାତ୍ର ଜଳ ମନ୍ଦ ଓ ଭୂମି ଫଳନାଶକ।”
20
ତହିଁରେ ସେ କହିଲେ, “ମୋ’ ନିକଟକୁ ଗୋଟିଏ ନୂତନ ପାତ୍ର ଆଣ ଓ ତହିଁରେ ଲବଣ ଦିଅ।” ତହୁଁ ସେମାନେ ତାଙ୍କ ନିକଟକୁ ତାହା ଆଣିଲେ।
21
ଏଥିରେ ସେ ଜଳ ନିର୍ଝର ନିକଟକୁ ଗଲେ ଓ ତହିଁରେ ଲବଣ ପକାଇ କହିଲେ, ସଦାପ୍ରଭୁ ଏହି କଥା କହନ୍ତି, “ମୁଁ ଏହି ଜଳ ଭଲ କଲି; ତାହା ମୃତ୍ୟୁୁଜନକ ଅବା ଫଳନାଶକ ଆଉ ହେବ ନାହିଁ।”
22
ଏହିରୂପେ ଇଲୀଶାୟଙ୍କର ଉକ୍ତ ବାକ୍ୟାନୁସାରେ ସେହି ଜଳ ଆଜି ପର୍ଯ୍ୟନ୍ତ ଭଲ ହୋଇଅଛି।
23
ଏଥିଉତ୍ତାରେ ଇଲୀଶାୟ ସେଠାରୁ ବେଥେଲ୍କୁ ଗଲେ; ପୁଣି ସେ ପଥରେ ଯାଉ ଯାଉ କେତେକ କ୍ଷୁଦ୍ର ବାଳକ ନଗରରୁ ବାହାରି ଆସି ତାଙ୍କୁ ପରିହାସ କରି କହିଲେ, “ଆରେ ଟାଙ୍ଗରାମୁଣ୍ଡା, ଉପରକୁ ଯା; ଆରେ ଟାଙ୍ଗରାମୁଣ୍ଡା, ଉପରକୁ ଯା।”
24
ଏଥିରେ ସେ ଆପଣା ପଛକୁ ଅନାଇ ସେମାନଙ୍କୁ ଦେଖିଲେ ଓ ସଦାପ୍ରଭୁଙ୍କ ନାମରେ ସେମାନଙ୍କୁ ଅଭିଶାପ ଦେଲେ। ସେତେବେଳେ ବନରୁ ଦୁଇ ଭଲ୍ଲୁକୀ ବାହାରି ଆସି ସେମାନଙ୍କ ମଧ୍ୟରୁ ବୟାଳିଶ ଜଣ ବାଳକଙ୍କୁ ବିଦୀର୍ଣ୍ଣ କଲେ।
25
ଏଥିଉତ୍ତାରେ ସେ ସେଠାରୁ କର୍ମିଲ ପର୍ବତକୁ ଗଲେ ଓ ସେଠାରୁ ଶମରୀୟାକୁ ଫେରିଗଲେ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25