bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV 2017 (ଓଡିଆ ବାଇବେଲ)
/
Acts 25
Acts 25
Odia IRV 2017 (ଓଡିଆ ବାଇବେଲ)
← Chapter 24
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 26 →
1
ସେଥିରେ ଫେଷ୍ଟସ୍ ଅଧିପତି ପଦ ଗ୍ରହଣ କରି ତିନି ଦିନ ଉତ୍ତାରେ କାଇସରିୟାରୁ ଯିରୂଶାଲମକୁ ଗଲେ,
2
ପୁଣି, ପ୍ରଧାନ ଯାଜକମାନେ ଓ ଯିହୂଦୀମାନଙ୍କର ମୁଖ୍ୟ ବ୍ୟକ୍ତିମାନେ ପାଉଲଙ୍କ ବିରୁଦ୍ଧରେ ତାଙ୍କ ନିକଟରେ ଆବେଦନ କଲେ
3
ଆଉ ସେ ଯେପରି ତାଙ୍କୁ ଯିରୂଶାଲମକୁ ଡକାଇ ପଠାନ୍ତି ଏଥି ନିମନ୍ତେ ବିନତିପୁର୍ବକ ତାଙ୍କ ବିରୁଦ୍ଧରେ ଏହି ଅନୁଗ୍ରହ ପ୍ରାର୍ଥନା କଲେ; ପୁଣି, ସେମାନେ ତାଙ୍କୁ ବାଟରେ ବଧ କରିବା ପାଇଁ ଛକି ବସିଲେ ।
4
ସେଥିରେ ଫେଷ୍ଟସ୍ ଉତ୍ତର ଦେଲେ, ପାଉଲ କାଇସରିିୟାରେ ବନ୍ଦୀ ହୋଇ ରହିଅଛି, ଆଉ ଆମ୍ଭେ ନିଜେ ଶୀଘ୍ର ସେଠାକୁ ଯାଉଅଛୁ ।
5
ଅତଏବ, ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ କ୍ଷମତାପନ୍ନ, ସେମାନେ ଆମ୍ଭ ସାଙ୍ଗରେ ଯାଇ, ସେହି ଲୋକର ଯଦି କୌଣସି ଦୋଷ ଥାଏ, ତେବେ ତାହାର ବିରୁଦ୍ଧରେ ଅଭିଯୋଗ କରନ୍ତୁ ।
6
ପରେ ସେ ସେମାନଙ୍କ ମଧ୍ୟରେ ଆଠ ବା ଦଶ ଦିନରୁ ଅଧିକ ନ ରହି କାଇସରିୟାକୁ ବାହୁଡ଼ି ଗଲେ, ଆଉ ପରଦିନ ବିଚାରାସନରେ ବସି ପାଉଲଙ୍କୁ ଆଣିବା ନିମନ୍ତେ ଆଦେଶ ଦେଲେ ।
7
ସେ ଆସନ୍ତେ ଯିରୂଶାଲମରୁ ଆଗତ ଯିହୂଦୀମାନେ ତାଙ୍କ ଚାରିଆଡ଼େ ଠିଆ ହୋଇ ତାଙ୍କ ବିରୁଦ୍ଧରେ ଅନେକ ଗୁରୁତର ଅଭିଯୋଗ ଆଣିବାକୁ ଲାଗିଲେ, କିନ୍ତୁ ସେମାନେ ସେହି ସବୁ ପ୍ରମାଣ କରି ପାରିଲେ ନାହିଁ ।
8
ସେଥିରେ ପାଉଲ ଆପଣା ପକ୍ଷ ସମର୍ଥନ କରି କହିଲେ, ଯିହୂଦୀମାନଙ୍କ ମୋଶାଙ୍କ ବ୍ୟବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧରେ ମୁଁ କୌଣସି ଅପରାଧ କରି ନାହିଁ ।
9
କିନ୍ତୁ ଫେଷ୍ଟସ୍ ଯିହୂଦୀମାନଙ୍କର ପ୍ରିୟପାତ୍ର ହେବାକୁ ଇଚ୍ଛା କରି ପାଉଲଙ୍କୁ ଉତ୍ତର ଦେଲେ, ତୁମ୍ଭେ କି ଯିରୂଶାଲମକୁ ଯାଇ ସେ ସ୍ଥାନରେ ଆମ୍ଭ ସାକ୍ଷାତରେ ଏହି ସବୁ ବିଷୟ ନେଇ ବିଚାରିତ ହେବାକୁ ଇଚ୍ଛା କରୁଅଛ?
10
ମାତ୍ର ପାଉଲ କହିଲେ, ମୁଁ କାଇସରଙ୍କ ସମ୍ମୁଖରେ ଠିଆ ହୋଇଅଛି, ସେ ସ୍ଥାନରେ ମୋହର ବିଚାର ହେବା ଉଚିତ । ମୁଁ ଯିହୂଦୀମାନଙ୍କ ପ୍ରତି କୌଣସି ଅନ୍ୟାୟ କରି ନାହିଁ, ଆପଣ ମଧ୍ୟ ତାହା ଅତି ଉତ୍ତମ ରୂପେ ଜାଣନ୍ତି ।
11
ତେବେ, ଯଦି ମୁଁ ଅନ୍ୟାୟକାରୀ ହୋଇଥାଏ ଓ ମୃତ୍ୟୁ ଯୋଗ୍ୟ କୌଣସି କର୍ମ କରିଥାଏ, ତାହାହେଲେ ମୁଁ ମୃତ୍ୟୁଭୋଗ କରିବାକୁ ମନା କରୁ ନାହିଁ; କିନ୍ତୁ ଏମାନେ ମୋ, ବିରୁଦ୍ଧରେ ଯାହାସବୁ ଅଭିଯୋଗ କରୁଅଛନ୍ତି, ସେହି ସବୁ ମଧ୍ୟରେ ଯଦି ପଦେ ସତ୍ୟ ନାହିଁ, ତାହାହେଲେ କୌଣସି ବ୍ୟକ୍ତି ସେମାନଙ୍କ ହସ୍ତରେ ମୋତେ ସମର୍ପଣ କରି ପାରିବେ ନାହିଁ । ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରୁଅଛି ।
12
ସେଥିରେ ଫେଷ୍ଟସ୍ ମନ୍ତ୍ରୀମଣ୍ଡଳ ସହିତ ପରାମର୍ଶ କରି ଉତ୍ତର ଦେଲେ, ତୁମ୍ଭେ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିଅଛ, ତୁମ୍ଭେ କାଇସରଙ୍କ ନିକଟକୁ ଯିବ ।
13
କେତେକ ଦିନ ଗତ ହେଲା ପରେ ରାଜା ଆଗ୍ରିପ୍ପା ଓ ବର୍ଣ୍ଣୀକୀ କାଇସରିୟାକୁ ଆସି ଫେଷ୍ଟସଙ୍କୁ ସାକ୍ଷାତ କଲେ ।
14
ସେମାନେ ଅନେକ ଦିନ ସେ ସ୍ଥାନରେ ରୁହନ୍ତେ, ରାଜାଙ୍କ ଆଗରେ ଫେଷ୍ଟସ୍ ପାଉଲଙ୍କ କଥା ଜଣାଇ କହିଲେ, ଫେଲୀକ୍ସ୍ ଜଣେ ଲୋକଙ୍କୁ ବନ୍ଦୀ କରି ରଖିଯାଇଅଛନ୍ତି ।
15
ମୁଁ ଯିରୂଶାଲମରେ ଥିବା ସମୟରେ ଯିହୂଦୀମାନଙ୍କର ପ୍ରଧାନ ଯାଜକବର୍ଗ ଓ ପ୍ରାଚୀନମାନେ ତାହା ବିଷୟରେ ମୋ, ନିକଟରେ ଆବେଦନ କରି ତାହା ବିରୁଦ୍ଧରେ ଦଣ୍ଡାଜ୍ଞା ବିନତି କଲେ ।
16
ମୁଁ ସେମାନଙ୍କୁ ଉତ୍ତର ଦେଲି, ଅଭିଯୁକ୍ତକାରୀ ଓ ଅଭିଯୁକ୍ତ ମୁଖାମୁଖୀ ନ ହେବା ପର୍ଯ୍ୟନ୍ତ ପୁଣି, ଅଭିଯୁକ୍ତ ତାହା ବିରୁଦ୍ଧରେ କରାଯାଇଥିବା ଅଭିଯୋଗ ସମ୍ବନ୍ଧରେ ଆତ୍ମପକ୍ଷ ସମର୍ଥନ କରିବାର ସୁଯୋଗ ନ ପାଇବା ପର୍ଯ୍ୟନ୍ତ ତାହାକୁ ସମର୍ପଣ କରିବା ରୋମୀୟ ମାନଙ୍କର ବିଧି ନୁହେଁ ।
17
ଏଣୁ ସେମାନେ ମୋ ସାଙ୍ଗରେ ଏ ସ୍ଥାନକୁ ଆସନ୍ତେ ମୁଁ ବିଳମ୍ବ ନ କରି ପରଦିନ ବିଚାରାସନରେ ବସି ସେହି ଲୋକକୁ ଆଣିବା ନିମନ୍ତେ ଆଜ୍ଞା ଦେଲି ।
18
ଅଭିଯୋଗକାରୀମାନେ ଠିଆ ହୋଇ, ମୁଁ ଯେପ୍ରକାର ଦୋଷର କଥା ଅପେକ୍ଷା କରୁଥିଲି, ସେପରି କୌଣସି ଅଭିଯୋଗ ତାହା ସମ୍ବନ୍ଧରେ ଆଣିଲେ ନାହିଁ,
19
କିନ୍ତୁ ସେମାନଙ୍କ ସ୍ୱଧର୍ମ ପୁଣି, ଯୀଶୁ ନାମକ ଜଣେ ମୃତ ବ୍ୟକ୍ତି, ଯାହାକୁ ପାଉଲ ସଜୀବ ବୋଲି କହୁଥିଲା, ସେହି ସବୁ ବିଷୟରେ ତାହା ବିରୁଦ୍ଧରେ ସେମାନଙ୍କର କେତେକ ବିବାଦ ଥିଲା ।
20
ଏହି ସମସ୍ତ ବିଷୟ କିପ୍ରକାରେ ଅନୁସନ୍ଧାନ କରିବି ବୋଲି ମୁଁ ହତବୁଦ୍ଧି ହୋଇ, ସେ ଯିରୂଶାଲକୁ ଯାଇ ସେଠାରେ ଏସମସ୍ତ ବିଷୟରେ ବିଚାରିତ ହେବା ପାଇଁ ଇଚ୍ଛା କରେ କି ନାହିଁ, ଏହା ପଚାରିଲି ।
21
କିନ୍ତୁ ପାଉଲ ସମ୍ରାଟଙ୍କ ବିଚାର ନିମନ୍ତେ ରଖା ହେବା ପାଇଁ ନିବେଦନ କରନ୍ତେ, ମୁଁ ତାଙ୍କୁ କାଇସରଙ୍କ ନିକଟକୁ ନ ପଠାଇବା ପର୍ଯ୍ୟନ୍ତ ବନ୍ଦୀ କରି ରଖିବାକୁ ଆଦେଶ ଦେଲି ।
22
ସେଥିରେ ଆଗ୍ରିପ୍ପା ଫେଷ୍ଟସଙ୍କୁ କହିଲେ ଆମ୍ଭେ ମଧ୍ୟ ସ୍ୱୟଂ ସେହି ଲୋକର କଥା ଶୁଣିବାକୁ ଇଚ୍ଛା କରୁଅଛୁ । ସେ କହିଲେ, କାଲି ଆପଣ ତାହାଙ୍କ କଥା ଶୁଣିବେ ।
23
ଅତଏବ, ପରଦିନ ଆଗ୍ରିପ୍ପା ଓ ବର୍ଣ୍ଣୀକୀ ମହା ସମାରୋହରେ ଆସି ପ୍ରଧାନ ପ୍ରଧାନ ସେନାପତି ଓ ନଗରର ମୁଖ୍ୟ ମୁଖ୍ୟ ବ୍ୟକ୍ତିଙ୍କ ସହିତ ବିଚାରାଳୟରେ ପ୍ରବେଶ ହୁଅନ୍ତେ ଫେଷ୍ଟସ୍ ଆଦେଶ ଅନୁସାରେ ପାଉଲ ଅଣାଗଲେ ।
24
ସେଥିରେ ଫେଷ୍ଟସ୍ କହିଲେ, ହେ ରାଜନ ଆଗ୍ରିପ୍ପା ଓ ଆମ୍ଭମାନଙ୍କ ସହିତ ଏହି ସ୍ଥାନରେ ଉପସ୍ଥିତ ମହାଶୟ ବୃନ୍ଦ, ଆପଣମାନେ ଏହି ଲୋକକୁ ଦେଖିଅଛନ୍ତି; ଏହା ବିରୁଦ୍ଧରେ ଓ ଯିରୂଶାଲମରେ ଏହି ସ୍ଥାନରେ ମଧ୍ୟ ଯିହୂଦୀ ଲୋକସମୂହ ଆମ୍ଭ ନିକଟରେ ଆବେଦନ କରି ତାହାର ଆଉ ବଞ୍ଚି ରହିବାର ଉଚିତ ନୁହେଁ ବୋଲି ଚିତ୍କାର କଲେ ।
25
କିନ୍ତୁ ସେ ମୃତ୍ୟୁ ଯୋଗ୍ୟ କୌଣସି କର୍ମ କରି ନାହିଁ ବୋଲି ମୁଁ ବୁଝିଲି, ଆଉ ସେ ନିଜେ ସମ୍ରାଟଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିବାରୁ ମୁଁ ତାଙ୍କୁ ପଠାଇବା ନିମନ୍ତେ ସ୍ଥିର କଲି ।
26
ମୋର ପ୍ରଭୁଙ୍କ ଛାମୁକୁ ତା'ର ବିଷୟରେ ଲେଖିବା ନିମନ୍ତେ ମୋର କୌଣସି ନିଶ୍ଚିତ ବିଷୟ ନାହିଁ । ଏଣୁ ବିଚାର କରି ଯେପରି ମୁଁ ଲେଖିବା ନିମନ୍ତେ କିଛି ପାଇ ପାରେ, ସେଥିପାଇଁ ତାଙ୍କୁ ଆପଣମାନଙ୍କ, ବିଶେଷତଃ ହେ ରାଜନ ଆଗ୍ରିପ୍ପା ଆପଣଙ୍କ ସମ୍ମୁଖକୁ ଆଣିଅଛି;
27
କାରଣ ବନ୍ଦୀକି ପଠାଇବା ସମୟରେ ତା' ବିରୁଦ୍ଧରେ ଅଭିଯୋଗ ଗୁଡ଼ିକ ନିର୍ଦ୍ଦେଶ ନ କରିବା ମୋତେ ଅସଙ୍ଗତ ବୋଧ ହେଉଅଛି ।
← Chapter 24
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 26 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28