bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV 2017 (ଓଡିଆ ବାଇବେଲ)
/
Malachi 3
Malachi 3
Odia IRV 2017 (ଓଡିଆ ବାଇବେଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 4 →
1
“ଦେଖ, ଆମ୍ଭେ ଆପଣା ବାର୍ତ୍ତାବାହକଙ୍କୁ ପ୍ରେରଣ କରୁଅଛୁ ଓ ସେ ଆମ୍ଭ ଆଗରେ ପଥ ପ୍ରସ୍ତୁତ କରିବ; ପୁଣି, ତୁମ୍ଭେମାନେ ଯେଉଁ ପ୍ରଭୁଙ୍କର ଅନ୍ୱେଷଣ କରୁଅଛ, ସେ ଅକସ୍ମାତ୍ ଆପଣା ମନ୍ଦିରକୁ ଆସିବେ; ଆଉ, ନିୟମର ଯେଉଁ ବାର୍ତ୍ତାବାହକଠାରେ ତୁମ୍ଭେମାନେ ସନ୍ତୁଷ୍ଟ ଅଟ, ଦେଖ, ସେ ଆସୁଅଛନ୍ତି,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
2
ମାତ୍ର ତାହାଙ୍କର ଆଗମନ ଦିନ କିଏ ସହି ପାରେ? ଆଉ, ସେ ଦର୍ଶନ ଦେବା ବେଳେ କିଏ ଠିଆ ହେବ? କାରଣ ସେ ପରିଷ୍କାରକାରୀର ଅଗ୍ନି ତୁଲ୍ୟ ଓ ଲୁଗା ସଫା କ୍ଷାର ସ୍ୱରୂପ;
3
ପୁଣି, ସେ ରୌପ୍ୟ ପରିଷ୍କାରକ ଓ ଶୁଚିକାରକର ତୁଲ୍ୟ ବସିବେ ଓ ସେ ଲେବୀର ସନ୍ତାନଗଣଙ୍କୁ ପରିଷ୍କାର କରିବେ ପୁଣି ସୁନା ଓ ରୂପା ପରି ସେମାନଙ୍କୁ ବିଶୁଦ୍ଧ କରିବେ; ତହିଁରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧାର୍ମିକତାର ନୈବେଦ୍ୟ ଉତ୍ସର୍ଗ କରିବେ।
4
ସେତେବେଳେ, ପୁରାତନ କାଳର ଦିନରେ ଓ ପ୍ରାଚୀନ କାଳର ବର୍ଷରେ ଯେପରି ହେଉଥିଲା, ସେପରି ଯିହୁଦାର ଓ ଯିରୂଶାଲମର ନୈବେଦ୍ୟ ସଦାପ୍ରଭୁଙ୍କର ସନ୍ତୋଷଜନକ ହେବ।
5
“ପୁଣି, ଆମ୍ଭେ ବିଚାର କରିବା ପାଇଁ ତୁମ୍ଭମାନଙ୍କ ନିକଟକୁ ଆସିବା ଆଉ, ତାନ୍ତ୍ରିକ ଓ ବ୍ୟଭିଚାରୀ ଓ ମିଥ୍ୟା ଶପଥକାରୀମାନଙ୍କ ବିରୁଦ୍ଧରେ ଓ ଯେଉଁମାନେ ବେତନଜୀବୀର ବେତନ ବିଷୟରେ, ବିଧବା ଓ ପିତୃହୀନ ପ୍ରତି ଅତ୍ୟାଚାର କରନ୍ତି, ଆଉ ବିଦେଶୀର ପ୍ରତି ଅନ୍ୟାୟ କରନ୍ତି ଓ ଆମ୍ଭଙ୍କୁ ଭୟ ନ କରନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭେ ଶୀଘ୍ର ସାକ୍ଷୀ ହେବା,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
6
“କାରଣ ଆମ୍ଭେ ସଦାପ୍ରଭୁ, ଆମ୍ଭର ପରିବର୍ତ୍ତନ ନାହିଁ; ଏହେତୁ ହେ ଯାକୁବଙ୍କ ସନ୍ତାନଗଣ, ତୁମ୍ଭମାନଙ୍କର ବିନାଶ ହୋଇ ନାହିଁ।
7
ତୁମ୍ଭମାନଙ୍କର ପୂର୍ବପୁରୁଷଗଣର ସମୟଠାରୁ ତୁମ୍ଭେମାନେ ଆମ୍ଭର ବିଧିସବୁ ଲଙ୍ଘନ କରିଅଛ ଓ ସେହିସବୁ ପାଳନ କରି ନାହଁ। ଆମ୍ଭ ନିକଟକୁ ଫେରି ଆସ, ତହିଁରେ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବା,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ମାତ୍ର ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ କିପରି ଫେରିବା?”
8
ମନୁଷ୍ୟ କି ପରମେଶ୍ୱରଙ୍କ ଦ୍ରବ୍ୟ ଚୋରି କରିବ? ତଥାପି ତୁମ୍ଭେମାନେ ଆମ୍ଭର ଦ୍ରବ୍ୟ ଚୋରି କରୁଅଛ। ମାତ୍ର ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ କିପରି ତୁମ୍ଭର ଦ୍ରବ୍ୟ ଦଶମାଂଶରେ ଓ ନୈବେଦ୍ୟରେ ଚୋରି କରିଅଛୁ?”
9
ତୁମ୍ଭେମାନେ ଅଭିଶାପରେ ଅଭିଶପ୍ତ ହୋଇଅଛ; କାରଣ ତୁମ୍ଭେମାନେ, ହଁ, ଏହିସବୁ ଗୋଷ୍ଠୀ ଆମ୍ଭର ଦ୍ରବ୍ୟ ଚୋରି କରିଅଛି।
10
“ଆମ୍ଭର ଗୃହରେ ଯେପରି ଖାଦ୍ୟ ରହିବ, ଏଥିପାଇଁ ତୁମ୍ଭେମାନେ ଆମ୍ଭର ଭଣ୍ଡାରକୁ ସମ୍ପୂର୍ଣ୍ଣ ଦଶମାଂଶ ଆଣ, ଆଉ ଆମ୍ଭେ ଆକାଶସ୍ଥ ଦ୍ୱାରସବୁ ମୁକ୍ତ କରି, ରଖିବା ପାଇଁ ସ୍ଥାନ ନିଅଣ୍ଟ ହେବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦରୂପ ବୃଷ୍ଟି ବର୍ଷାଇବା କି ନାହିଁ, ଏହି ବିଷୟରେ ଏବେ ଆମ୍ଭର ପରୀକ୍ଷା ନିଅ,
11
ପୁଣି, ଆମ୍ଭେ ତୁମ୍ଭମାନଙ୍କ ସକାଶୁ ଗ୍ରାସକାରୀକୁ ଧମକାଇବା, ତହିଁରେ ସେ ତୁମ୍ଭମାନଙ୍କ ଭୂମିର ଫଳ ନଷ୍ଟ କରିବ ନାହିଁ; କିଅବା କ୍ଷେତ୍ରରେ ତୁମ୍ଭମାନଙ୍କର ଦ୍ରାକ୍ଷାଲତାର ଫଳ ଅକାଳରେ ଝଡ଼ିବ ନାହିଁ,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
12
“ସମସ୍ତ ଗୋଷ୍ଠୀ ତୁମ୍ଭମାନଙ୍କୁ ସୁଖୀ କହିବେ କାରଣ ତୁମ୍ଭେମାନେ ଏକ ମନୋହର ଦେଶ ହେବ,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
13
ସଦାପ୍ରଭୁ କହନ୍ତି, “ଆମ୍ଭ ବିରୁଦ୍ଧରେ ତୁମ୍ଭମାନଙ୍କର କଥାସବୁ କଠିନ ହୋଇଅଛି” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ତଥାପି ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ କାହିଁରେ ତୁମ୍ଭ ବିରୁଦ୍ଧରେ କଥା କହିଅଛୁ?”
14
ତୁମ୍ଭେମାନେ କହିଅଛ, ପରମେଶ୍ୱରଙ୍କର ସେବା କରିବାରେ କି ଲାଭ? ଆଉ, ଆମ୍ଭେମାନେ ଯେ ତାହାଙ୍କର ଅାଜ୍ଞା ରକ୍ଷା କରିଅଛୁ, ସୈନ୍ୟାଧିପତି ସଦାପ୍ରଭୁଙ୍କ ଛାମୁରେ ଅନୁତପ୍ତ ହୋଇ ଗମନାଗମନ କରିଅଛୁ, ଏଥିରେ ଆମ୍ଭମାନଙ୍କର କି ଲାଭ?
15
ପୁଣି, ଏବେ ଆମ୍ଭେମାନେ ଅହଙ୍କାରୀକୁ ସୁଖୀ କହୁ; ହଁ, ଦୁଷ୍ଟାଚାରୀମାନେ ବର୍ଦ୍ଧିଷ୍ଣୁ ହୁଅନ୍ତି; ହଁ, ଯେଉଁମାନେ ପରମେଶ୍ୱରଙ୍କର ପରୀକ୍ଷା କରନ୍ତି, ସେମାନେ ରକ୍ଷା ପାଆନ୍ତି।
16
ସେହି ସମୟରେ ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କଲେ, ସେମାନେ ଏକ ଆରେକର ସଙ୍ଗେ କଥାବାର୍ତ୍ତା କଲେ; ଆଉ, ସଦାପ୍ରଭୁ ମନୋଯୋଗ କରି ତାହା ଶୁଣିଲେ ଓ ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ତାହାଙ୍କ ନାମ ଧ୍ୟାନ କଲେ, ସେମାନଙ୍କ ନିମନ୍ତେ ଏକ ସ୍ମରଣାର୍ଥ ନଳାକାର ପୁସ୍ତକ ତାହାଙ୍କ ଛାମୁରେ ଲେଖାଗଲା।
17
ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଯେଉଁ ଦିନ ଆମ୍ଭେ କାର୍ଯ୍ୟ କରିବା, ସେହି ଦିନ ସେମାନେ ଆମ୍ଭର ଲୋକ, ଅର୍ଥାତ୍, ଆମ୍ଭର ସଞ୍ଚିତ ଧନ ହେବେ; ପୁଣି, କୌଣସି ମନୁଷ୍ୟ ଯେପରି ଆପଣାର ସେବାକାରୀ ନିଜ ପୁତ୍ର ପ୍ରତି ଦୟା କରେ, ସେହିପରି ଆମ୍ଭେ ସେମାନଙ୍କ ପ୍ରତି ଦୟା କରିବା।”
18
ସେତେବେଳେ ତୁମ୍ଭେମାନେ, ଧାର୍ମିକ ଓ ଦୁଷ୍ଟ, ଯେ ପରମେଶ୍ୱରଙ୍କ ସେବା କରେ ଓ ଯେ ତାହାଙ୍କର ସେବା ନ କରେ, ସେମାନଙ୍କ ମଧ୍ୟରେ ପ୍ରଭେଦ ଦେଖିବ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 4 →
All chapters:
1
2
3
4