bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
1 Chronicles 9
1 Chronicles 9
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 10 →
1
ଏହି ପ୍ରକାରେ ସମଗ୍ର ଇସ୍ରାଏଲ ବଂଶାବଳୀ କ୍ରମେ ଲିଖିତ ହେଲେ; ଦେଖ, ତାହା ଇସ୍ରାଏଲ ରାଜାମାନଙ୍କ ପୁସ୍ତକରେ ଲିଖିତ ଅଛି; ଏଥିଉତ୍ତାରେ ଯିହୁଦା ଆପଣାମାନଙ୍କ ଅବିଶ୍ଵସ୍ତତା ସକାଶୁ ବନ୍ଦୀ ହୋଇ ବାବିଲକୁ ନୀତ ହେଲେ।
2
ପୁଣି, ଇସ୍ରାଏଲ, ଯାଜକଗଣ, ଲେବୀୟମାନେ ଓ ନଥୀନୀୟମାନେ ସେମାନଙ୍କ ଅଧିକାରସ୍ଥ ନଗରସମୂହରେ ପ୍ରଥମେ ବସତି କଲେ।
3
ପୁଣି, ଯିହୁଦା-ସନ୍ତାନଗଣ ମଧ୍ୟରୁ, ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟରୁ, ଇଫ୍ରୟିମ ଓ ମନଃଶି-ସନ୍ତାନଗଣ ମଧ୍ୟରୁ ଏମାନେ ଯିରୂଶାଲମରେ ବାସ କଲେ; ଯଥା,
4
ଯିହୁଦାର ପୁତ୍ର ପେରସର ସନ୍ତାନଗଣ ମଧ୍ୟରୁ ବାନିର ବୃଦ୍ଧ ପ୍ରପୌତ୍ର ଇମ୍ରିର ପ୍ରପୌତ୍ର ଅମ୍ରିଙ୍କର ପୌତ୍ର ଅମ୍ମୀହୂଦର ପୁତ୍ର ଊଥୟ;
5
ଆଉ ଶୀଲୋନୀୟମାନଙ୍କ ମଧ୍ୟରୁ ପ୍ରଥମଜାତ ଅସାୟ ଓ ତାହାର ସନ୍ତାନଗଣ।
6
ଆଉ ସେରହର ସନ୍ତାନମାନଙ୍କ ମଧ୍ୟରୁ ଯୁୟେଲ ଓ ସେମାନଙ୍କ ଭ୍ରାତୃଗଣ, ଏମାନେ ଛଅ ଶହ ନବେ ଜଣ।
7
ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟରୁ ହସନୁୟେଲର ପ୍ରପୌତ୍ର ହୋଦବୀୟର ପୌତ୍ର ମଶୁଲ୍ଲମ୍ର ପୁତ୍ର ସଲ୍ଲୁ;
8
ଆଉ ଯିରୋହମର ପୁତ୍ର ଯିବ୍ନୀୟ ଓ ମିଖ୍ରିର ପୌତ୍ର ଉଷିର ପୁତ୍ର ଏଲା, ଆଉ ଇଦ୍ନୀୟର ପ୍ରପୌତ୍ର ରୁୟେଲର ପୌତ୍ର ଶଫଟୀୟର ପୁତ୍ର ମଶୁଲ୍ଲମ୍;
9
ଏମାନେ ଓ ଏମାନଙ୍କ ଭ୍ରାତୃଗଣ ଆପଣା ଆପଣା ବଂଶାବଳୀ ଅନୁସାରେ ନଅ ଶହ ଛପନ ଜଣ ଥିଲେ। ଏସମସ୍ତେ ଆପଣା ଆପଣା ପିତୃବଂଶାନୁସାରେ ପିତୃବଂଶର ପ୍ରଧାନ ଲୋକ ଥିଲେ।
10
ଆଉ ଯାଜକମାନଙ୍କ ମଧ୍ୟରେ ଯିଦୟୀୟ, ଯିହୋୟାରୀବ୍, ଯାଖୀନ୍
11
ଓ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଅହୀଟୂବ୍ର ଅତି ବୃଦ୍ଧ ପ୍ରପୌତ୍ର ମରାୟୋତ୍ର ବୃଦ୍ଧ ପ୍ରପୌତ୍ର ସାଦୋକର ପ୍ରପୌତ୍ର ମଶୁଲ୍ଲମ୍ର ପୌତ୍ର ହିଲ୍କୀୟର ପୁତ୍ର ଅସରୀୟ,
12
ଆଉ ମଲ୍କୀୟର ପ୍ରପୌତ୍ର ପଶ୍ହୂରର ପୌତ୍ର ଯିରୋହମର ପୁତ୍ର ଅଦାୟା, ପୁଣି, ଇମ୍ମେରର ଅତି ବୃଦ୍ଧ ପ୍ରପୌତ୍ର ମଶିଲ୍ଲମୋରର ବୃଦ୍ଧ ପ୍ରପୌତ୍ର ମଶୁଲ୍ଲମ୍ର ପ୍ରପୌତ୍ର ଯହସେରାର ପୌତ୍ର ଅଦୀୟେଲର ପୁତ୍ର ମାସୟ;
13
ଏମାନେ ଓ ଏମାନଙ୍କ ଭ୍ରାତୃଗଣ ଏକ ହଜାର ସାତ ଶହ ଷାଠିଏ ଜଣ; ଏମାନେ ଆପଣା ଆପଣା ପିତୃବଂଶର ପ୍ରଧାନ ଓ ପରମେଶ୍ୱରଙ୍କ ଗୃହର ସେବାକର୍ମରେ ଅତି ଦକ୍ଷ ଥିଲେ।
14
ଆଉ ଲେବୀୟମାନଙ୍କ ମଧ୍ୟରେ ମରାରି-ବଂଶଜାତ ହଶବୀୟର ପ୍ରପୌତ୍ର ଅସ୍ରୀକାମର ପୌତ୍ର ହଶୂବର ପୁତ୍ର ଶମୟୀୟ;
15
ଆଉ ବକ୍ବକର, ହେରଶ୍, ଗାଲଲ୍ ଓ ଆସଫର ପ୍ରପୌତ୍ର ସିଖ୍ରିର ପୌତ୍ର ମୀକାର ପୁତ୍ର ମତ୍ତନୀୟ
16
ଓ ଯିଦୂଥୂନ୍ର ପ୍ରପୌତ୍ର ଗାଲଲ୍ର ପୌତ୍ର ଶମୟୀୟର ପୁତ୍ର ଓବଦୀୟ; ଆଉ ନଟୋଫାତୀୟମାନଙ୍କ ଗ୍ରାମବାସୀ ଇଲ୍କାନାର ପୌତ୍ର ଆସାର ପୁତ୍ର ବେରିଖୀୟ।
17
ଆଉ ଦ୍ୱାରପାଳ, ଶଲ୍ଲୁମ୍, ଅକ୍କୂବ, ଟଲ୍ମୋନ, ଅହୀମାନ୍ ଓ ଏମାନଙ୍କ ଭ୍ରାତୃଗଣ; ଶଲ୍ଲୁମ୍ ପ୍ରଧାନ ଥିଲା।
18
ଏମାନେ ଏପର୍ଯ୍ୟନ୍ତ ପୂର୍ବଦିଗସ୍ଥିତ ରାଜଦ୍ୱାରରେ ରହିଲେ; ଏମାନେ ଲେବୀ-ସନ୍ତାନମାନଙ୍କ ଛାଉଣିର ଦ୍ୱାରପାଳ।
19
ଏହି ଶଲ୍ଲୁମ୍ କୋରହର ପ୍ରପୌତ୍ର ଅବୀୟାସଫର ପୌତ୍ର କୋରିର ପୁତ୍ର; ଏ ଓ ଏହାର ପିତୃବଂଶଜ କୋରହୀୟ ଭ୍ରାତୃଗଣ ସେବାକର୍ମରେ ନିଯୁକ୍ତ ଓ ତମ୍ବୁଦ୍ୱାରସବୁର ରକ୍ଷକ ଥିଲେ। ଏମାନଙ୍କ ପିତୃଲୋକମାନେ ସଦାପ୍ରଭୁଙ୍କ ଛାଉଣିରେ ନିଯୁକ୍ତ ଓ ପ୍ରବେଶ ସ୍ଥାନର ରକ୍ଷକ ଥିଲେ।
20
ପୂର୍ବକାଳରେ ଇଲୀୟାସରର ପୁତ୍ର ପୀନହସ୍ ସେମାନଙ୍କର ଅଧ୍ୟକ୍ଷ ଥିଲା, ଆଉ ସଦାପ୍ରଭୁ ତାହାର ସହବର୍ତ୍ତୀ ଥିଲେ।
21
ମଶେଲିମୀୟର ପୁତ୍ର ଜିଖରୀୟ ସମାଗମ-ତମ୍ବୁର ଦ୍ୱାରପାଳ।
22
ଦ୍ୱାରପାଳର କାର୍ଯ୍ୟାର୍ଥେ ମନୋନୀତ ଏହି ଲୋକମାନେ ସର୍ବସୁଦ୍ଧା ଦୁଇ ଶହ ବାର ଜଣ; ଏମାନଙ୍କ ଗ୍ରାମ ସମୂହରେ ଏମାନଙ୍କ ବଂଶାବଳୀ ଲିଖିତ ହୋଇଥିଲା, ଦାଉଦ ଓ ଶାମୁୟେଲ ଦର୍ଶକ ଏମାନଙ୍କୁ ଏମାନଙ୍କ ନିରୂପିତ କର୍ମରେ ନିଯୁକ୍ତ କରିଥିଲେ।
23
ଏହେତୁ ଏମାନେ ଓ ଏମାନଙ୍କ ସନ୍ତାନଗଣ ସଦାପ୍ରଭୁଙ୍କ ଗୃହର, ଅର୍ଥାତ୍, ତମ୍ବୁଗୃହର ଦ୍ୱାରପାଳ-କର୍ମରେ ପ୍ରହରକୁ ପ୍ରହର ନିଯୁକ୍ତ ହେଲେ।
24
ଏହି ଦ୍ୱାରପାଳମାନେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରି ଦିଗରେ ରହିଲେ।
25
ଆଉ ଏମାନଙ୍କ ଗ୍ରାମସ୍ଥ ଭ୍ରାତୃଗଣକୁ ପ୍ରତି ସପ୍ତାହରେ ସେମାନଙ୍କ ସଙ୍ଗେ ରହିବା ପାଇଁ ସମୟକୁ ସମୟ ଆସିବାକୁ ହେଲା;
26
କାରଣ ଏହି ଲେବୀୟ ଚାରି ପ୍ରଧାନ ଦ୍ୱାରପାଳ ନିରୂପିତ କାର୍ଯ୍ୟରେ ନିଯୁକ୍ତ ଓ ପରମେଶ୍ୱରଙ୍କ ଗୃହର କୋଠରି ଓ ଭଣ୍ଡାରସମୂହର ଅଧ୍ୟକ୍ଷ ଥିଲେ।
27
ଆଉ ସେମାନେ ପରମେଶ୍ୱରଙ୍କ ଗୃହର ଚତୁର୍ଦ୍ଦିଗରେ ରାତ୍ରି କ୍ଷେପଣ କଲେ, କାରଣ ସେମାନଙ୍କ ଉପରେ ତହିଁର ରକ୍ଷାର ଭାର ଓ ପ୍ରତି ପ୍ରଭାତରେ ଦ୍ୱାର ଫିଟାଇବାର କାର୍ଯ୍ୟ ଥିଲା।
28
ଆଉ ସେମାନଙ୍କର କେତେକ ଲୋକ ସେବାର୍ଥକ ପାତ୍ରସବୁ ରକ୍ଷା କରିବାକୁ ନିଯୁକ୍ତ ଥିଲେ; କାରଣ ସେହି ପାତ୍ରସବୁ ସଂଖ୍ୟାନୁସାରେ ଭିତରକୁ ଅଣାଗଲା ଓ ବାହାରକୁ ନିଆଗଲା।
29
ମଧ୍ୟ ସେମାନଙ୍କର କେତେକ ଲୋକ ଆବାସର ସାମଗ୍ରୀ, ସକଳ ପାତ୍ର, ସରୁ ମଇଦା, ଦ୍ରାକ୍ଷାରସ, ତୈଳ, କୁନ୍ଦୁରୁ ଓ ଗନ୍ଧଦ୍ରବ୍ୟ ରକ୍ଷା କାର୍ଯ୍ୟରେ ନିଯୁକ୍ତ ଥିଲେ।
30
ଆଉ ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ କେତେକ ଜଣ ସୁଗନ୍ଧିଦ୍ରବ୍ୟର ତୈଳ ପ୍ରସ୍ତୁତ କଲେ।
31
ଆଉ ଲେବୀୟମାନଙ୍କ ମଧ୍ୟରୁ କୋରହୀୟ ଶଲ୍ଲୁମ୍ର ଜ୍ୟେଷ୍ଠ ପୁତ୍ର ମତ୍ତଥୀୟ ପକ୍ୱାନ୍ନ-ତତ୍ତ୍ୱାବଧାରଣର ନିରୂପିତ କର୍ମରେ ନିଯୁକ୍ତ ଥିଲା।
32
ଆଉ ସେମାନଙ୍କ ଭ୍ରାତୃଗଣ କହାତୀୟ ସନ୍ତାନଗଣ ମଧ୍ୟରୁ କେତେକ ଜଣ ପ୍ରତି ବିଶ୍ରାମବାର ଦର୍ଶନୀୟ ରୁଟି ପ୍ରସ୍ତୁତ କରିବା ପାଇଁ ନିଯୁକ୍ତ ଥିଲେ।
33
ପୁଣି, ଲେବୀୟମାନଙ୍କ ପିତୃବଂଶର ପ୍ରଧାନ ଯେଉଁ ଗାୟକମାନେ, ସେମାନେ କୋଠରିରେ ବାସ କଲେ ଓ ଅନ୍ୟ ସେବାରୁ ମୁକ୍ତ ଥିଲେ; କାରଣ ସେମାନଙ୍କୁ ଦିବାରାତ୍ରି ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ ରହିବାକୁ ହେଲା।
34
ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ଲେବୀୟମାନଙ୍କର ପିତୃବଂଶର ପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ।
35
ଆଉ ଗିବୀୟୋନ୍ର ପିତା ଯିୟୀୟେଲ୍ ଗିବୀୟୋନ୍ରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା;
36
ତାହାର ପ୍ରଥମଜାତ ପୁତ୍ର ଅବ୍ଦୋନ୍, ତହୁଁ ସୂର୍, କୀଶ୍, ବାଲ୍, ନେର୍, ନାଦବ୍,
37
ଗଦୋର, ଅହୀୟୋ, ଜିଖରୀୟ ଓ ମିକ୍ଲୋତ୍।
38
ମିକ୍ଲୋତ୍ ଶିମୀୟାମକୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ।
39
ନେର୍ କୀଶ୍କୁ ଜାତ କଲା, କୀଶ୍ ଶାଉଲଙ୍କୁ ଜାତ କଲା, ଶାଉଲ ଯୋନାଥନ, ମଲ୍କୀଶୂୟ, ଅବୀନାଦବ ଓ ଇଶ୍ବାଲକୁ ଜାତ କଲେ।
40
ପୁଣି, ମରୀବ୍ବାଲ୍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ୍ ମୀଖାକୁ ଜାତ କଲା।
41
ମୀଖାର ପୁତ୍ର ପିଥୋନ୍, ମେଲକ୍, ତହରେୟ ଓ ଆହସ୍।
42
ଆହସ୍ ଯାରହକୁ ଜାତ କଲା, ଯାରହ ଆଲେମତ୍, ଅସ୍ମାବତ୍ ଓ ସିମ୍ରିକୁ ଜାତ କଲା; ସିମ୍ରି ମୋତ୍ସାକୁ ଜାତ କଲା
43
ଓ ମୋତ୍ସା ବିନୀୟାକୁ ଜାତ କଲା; ବିନୀୟାର ପୁତ୍ର ରଫାୟ, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ।
44
ଆଉ ଆତ୍ସେଲର ଛଅ ପୁତ୍ର ଥିଲେ, ସେମାନଙ୍କ ନାମ ଏହି, ଅସ୍ରୀକାମ, ବୋଖରୁ, ଇଶ୍ମାୟେଲ, ଶିୟରୀୟ, ଓବଦୀୟ ଓ ହାନନ୍; ଏସମସ୍ତେ ଆତ୍ସେଲର ସନ୍ତାନ।
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29