bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
1 Kings 20
1 Kings 20
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 21 →
1
ଏଥିଉତ୍ତାରେ ଅରାମର ରାଜା ବିନ୍ହଦଦ୍ ଆପଣାର ସମସ୍ତ ସୈନ୍ୟ ଏକତ୍ର କଲା; ପୁଣି, ତାହା ସଙ୍ଗେ ବତିଶ ରାଜା, ଆଉ ଅଶ୍ୱ ଓ ରଥମାନ ଥିଲେ; ପୁଣି, ସେ ଯାଇ ଶମରୀୟା ଅବରୋଧ କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲା।
2
ଆଉ ନଗର ମଧ୍ୟକୁ ଇସ୍ରାଏଲର ରାଜା ଆହାବଙ୍କ ନିକଟକୁ ଦୂତଗଣ ପଠାଇ ତାଙ୍କୁ କହିଲା, “ବିନ୍ହଦଦ୍ ଏହି କଥା କହନ୍ତି,
3
‘ତୁମ୍ଭର ରୂପା ଓ ତୁମ୍ଭର ସୁନା ମୋହର ଅଟେ, ତୁମ୍ଭର ଭାର୍ଯ୍ୟା ଓ ତୁମ୍ଭର ସନ୍ତାନମାନେ, ମଧ୍ୟ ସର୍ବୋତ୍ତମ ଯେତେ, ମୋହର ଅଟନ୍ତି।’”
4
ଏଥିରେ ଇସ୍ରାଏଲର ରାଜା ଉତ୍ତର କରି କହିଲେ, “ହେ ମୋହର ପ୍ରଭୋ, ମହାରାଜ, ଆପଣଙ୍କ ବାକ୍ୟାନୁସାରେ ମୁଁ ଓ ମୋର ସର୍ବସ୍ୱ ହିଁ ଆପଣଙ୍କର।”
5
ଏଉତ୍ତାରେ ଦୂତମାନେ ପୁନର୍ବାର ଆସି କହିଲେ, “ବିନ୍ହଦଦ୍ ଏହି କଥା କହନ୍ତି, ‘ତୁମ୍ଭେ ଆପଣା ରୂପା, ଆପଣା ସୁନା, ଆପଣା ଭାର୍ଯ୍ୟା ଓ ଆପଣା ସନ୍ତାନମାନଙ୍କୁ ମୋʼ ହସ୍ତରେ ସମର୍ପଣ କର ବୋଲି ମୁଁ ତୁମ୍ଭକୁ କହି ପଠାଇଲି;
6
ମାତ୍ର କାଲି ପ୍ରାୟ ଏହି ସମୟରେ ମୁଁ ତୁମ୍ଭ ନିକଟକୁ ଆପଣା ଦାସମାନଙ୍କୁ ପଠାଇବି, ଆଉ ସେମାନେ ତୁମ୍ଭ ଗୃହ ଓ ତୁମ୍ଭ ଦାସମାନଙ୍କ ଗୃହ ଅନୁସନ୍ଧାନ କରିବେ; ପୁଣି, ତୁମ୍ଭ ଦୃଷ୍ଟିରେ ଯାହା ଯାହା ମନୋହର, ତାହାସବୁ ସେମାନେ ହାତରେ ଧରି ନେଇଯିବେ।’”
7
ତେବେ ଇସ୍ରାଏଲର ରାଜା ଦେଶର ସମସ୍ତ ପ୍ରାଚୀନବର୍ଗଙ୍କୁ ଡକାଇ କହିଲେ, “ବିନୟ କରୁଅଛି, ତୁମ୍ଭେମାନେ ବିଚାର କରି ଦେଖ, ଏ ଲୋକ କିପରି ଅନିଷ୍ଟ ଚେଷ୍ଟା କରୁଅଛି; କାରଣ ସେ ମୋʼ ଭାର୍ଯ୍ୟା ଓ ସନ୍ତାନଗଣ ପାଇଁ, ପୁଣି, ମୋହର ରୂପା ଓ ସୁନା ପାଇଁ ଲୋକ ପଠାନ୍ତେ, ମୁଁ ତାହାକୁ ମନା କଲି ନାହିଁ।”
8
ଏଥିରେ ସମସ୍ତ ପ୍ରାଚୀନବର୍ଗ ଓ ସମୁଦାୟ ଲୋକ ତାଙ୍କୁ କହିଲେ, “ଆପଣ ତାହାର କଥାରେ କର୍ଣ୍ଣ ନ ଦେଉନ୍ତୁ, ଅବା ସମ୍ମତ ନ ହେଉନ୍ତୁ।”
9
ଏହେତୁ ସେ ବିନ୍ହଦଦ୍ର ଦୂତମାନଙ୍କୁ କହିଲେ, “ମୋହର ପ୍ରଭୁ ମହାରାଜଙ୍କୁ କୁହ, ଆପଣ ପ୍ରଥମେ ଆପଣା ଦାସ ନିକଟକୁ ଯହିଁ ପାଇଁ ପଠାଇଥିଲେ, ସେସବୁ ମୁଁ କରିବି; ମାତ୍ର ଏହି କାର୍ଯ୍ୟ ମୁଁ କରି ପାରିବି ନାହିଁ।” ତହୁଁ ଦୂତମାନେ ପ୍ରସ୍ଥାନ କରି ତାହାକୁ ସମ୍ବାଦ ଦେଲେ।
10
ଏଉତ୍ତାରେ ବିନ୍ହଦଦ୍ ତାଙ୍କ ନିକଟକୁ ଲୋକ ପଠାଇ କହିଲା, “ଯେବେ ଶମରୀୟାର ଧୂଳି ମୋʼ ପଶ୍ଚାତ୍ଗାମୀ ସମସ୍ତ ଲୋକଙ୍କ ପୂର୍ଣ୍ଣ ମୁଷ୍ଟି ନିମନ୍ତେ ଯଥେଷ୍ଟ ହୁଏ, ତେବେ ଦେବତାମାନେ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ମୋତେ ଦେଉନ୍ତୁ।”
11
ତହୁଁ ଇସ୍ରାଏଲର ରାଜା ଉତ୍ତର କରି କହିଲେ, “ତାହାକୁ କୁହ, ଯେ ସଜ୍ଜା ପରିଧାନ କରେ, ସେ ସଜ୍ଜା ତ୍ୟାଗ କରିବା ଲୋକ ତୁଲ୍ୟ ଦର୍ପ ନ କରୁ।”
12
ବିନ୍ହଦଦ୍ ଓ ରାଜାମାନେ କୁଟୀରରେ ପାନ କରୁଥିବା ସମୟରେ ସେ ଏହି ସମ୍ବାଦ ଶୁଣି ଆପଣା ଦାସମାନଙ୍କୁ କହିଲା, “ଆପଣାମାନଙ୍କୁ ସଜାଅ।” ତହୁଁ ସେମାନେ ନଗର ବିରୁଦ୍ଧରେ ଆପଣାମାନଙ୍କୁ ସଜାଇଲେ।
13
ଏଥିମଧ୍ୟରେ ଦେଖ, ଜଣେ ଭବିଷ୍ୟଦ୍ବକ୍ତା ଇସ୍ରାଏଲର ରାଜା ଆହାବଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ କି ଏହି ସମସ୍ତ ମହାଜନତା ଦେଖିଅଛ? ଦେଖ, ଆମ୍ଭେ ଆଜି ତାହା ତୁମ୍ଭ ହସ୍ତରେ ସମର୍ପଣ କରିବା, ଆଉ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜ୍ଞାତ ହେବ।’”
14
ତହିଁରେ ଆହାବ ପଚାରିଲେ, “କାହା ଦ୍ୱାରା?” ସେ କହିଲେ, ସଦାପ୍ରଭୁ ଏହି କଥା କହନ୍ତି; ପ୍ରଦେଶର ଅଧିପତିମାନଙ୍କ ଯୁବା ଲୋକଙ୍କ ଦ୍ୱାରା। ତେବେ ସେ ପଚାରିଲେ, “କିଏ ଯୁଦ୍ଧ ଆରମ୍ଭ କରିବ?” ତହିଁରେ ସେ ଉତ୍ତର କଲେ, “ତୁମ୍ଭେ।”
15
ତହୁଁ ସେ ପ୍ରଦେଶର ଅଧିପତିମାନଙ୍କ ଯୁବା ଲୋକଙ୍କୁ ଗଣନା କଲେ, ସେମାନେ ଦୁଇ ଶହ ବତିଶ ଜଣ ହେଲେ, ପୁଣି, ସେମାନଙ୍କ ଉତ୍ତାରେ ସମୁଦାୟ ଲୋକଙ୍କୁ, ଅର୍ଥାତ୍, ସମଗ୍ର ଇସ୍ରାଏଲ-ସନ୍ତାନଙ୍କୁ ଗଣନା କରନ୍ତେ, ସାତ ସହସ୍ର ଜଣ ହେଲେ।
16
ଏଉତ୍ତାରେ ସେମାନେ ମଧ୍ୟାହ୍ନ କାଳରେ ବାହାରିଲେ। ମାତ୍ର ବିନ୍ହଦଦ୍ ଓ ତାହାର ସାହାଯ୍ୟକାରୀ ବତିଶ ଜଣ ରାଜା କୁଟୀରରେ ପାନ କରି ମତ୍ତ ହେଉଥିଲେ।
17
ଏହି ସମୟରେ ପ୍ରଦେଶର ଅଧିପତିମାନଙ୍କ ଯୁବା ଲୋକେ ପ୍ରଥମେ ବାହାରିଲେ; ତହିଁରେ ବିନ୍ହଦଦ୍ ଲୋକ ପଠାନ୍ତେ, ସେମାନେ ତାହାକୁ ସମ୍ବାଦ ଦେଇ କହିଲେ, “ଶମରୀୟାରୁ ଲୋକେ ଆସିଅଛନ୍ତି।”
18
ତହୁଁ ସେ କହିଲା, “ସେମାନେ ସନ୍ଧି ପାଇଁ ଆସିଥିଲେ, ସେମାନଙ୍କୁ ଜୀବିତ ଧର, ପୁଣି, ଯୁଦ୍ଧ ପାଇଁ ଆସିଥିଲେ ମଧ୍ୟ ସେମାନଙ୍କୁ ଜୀବିତ ଧର।”
19
ଏଥିମଧ୍ୟରେ ପ୍ରଦେଶର ଅଧିପତିମାନଙ୍କ ସେହି ଯୁବାମାନେ ଓ ସେମାନଙ୍କ ପଶ୍ଚାତ୍ଗାମୀ ସୈନ୍ୟଦଳ ନଗରରୁ ବାହାରିଲେ।
20
ପୁଣି, ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିଯୋଦ୍ଧାକୁ ବଧ କଲେ; ତହିଁରେ ଅରାମୀୟମାନେ ପଳାଇଲେ ଓ ଇସ୍ରାଏଲ ସେମାନଙ୍କ ପଛେ ପଛେ ଗୋଡ଼ାଇଲେ; ପୁଣି, ଅରାମର ରାଜା ବିନ୍ହଦଦ୍ ଅଶ୍ୱାରୋହୀମାନଙ୍କ ସହିତ ଏକ ଅଶ୍ୱ ଆରୋହଣ କରି ରକ୍ଷା ପାଇଲା।
21
ଏଥିରେ ଇସ୍ରାଏଲର ରାଜା ବାହାରକୁ ଯାଇ ଅଶ୍ୱ ଓ ରଥସକଳ ଆଘାତ କଲେ ଓ ଅରାମୀୟମାନଙ୍କୁ ମହାସଂହାରରେ ବଧ କଲେ।
22
ଏଉତ୍ତାରେ ସେହି ଭବିଷ୍ୟଦ୍ବକ୍ତା ଇସ୍ରାଏଲର ରାଜାଙ୍କ ନିକଟକୁ ଆସି ତାଙ୍କୁ କହିଲେ, “ଯାଅ, ଆପଣାକୁ ସବଳ କର ଓ ଯାହା କରୁଅଛ, ତାହା ବିଚାର କରି ଦେଖ; କାରଣ ଆସନ୍ତା ବର୍ଷ ଅରାମର ରାଜା ପୁନର୍ବାର ତୁମ୍ଭ ବିରୁଦ୍ଧରେ ଆସିବ।”
23
ଏଥିଉତ୍ତାରେ ଅରାମ-ରାଜାର ଦାସମାନେ ତାହାକୁ କହିଲେ, “ସେମାନଙ୍କ ଦେବତା ପର୍ବତଗଣର ଦେବତା ଅଟନ୍ତି; ଏଥିପାଇଁ ସେମାନେ ଆମ୍ଭମାନଙ୍କ ଅପେକ୍ଷା ବଳବାନ ହେଲେ; ମାତ୍ର ଆମ୍ଭେମାନେ ଯଦି ପଦାରେ ସେମାନଙ୍କ ସଙ୍ଗେ ଯୁଦ୍ଧ କରୁ, ତେବେ ଆମ୍ଭେମାନେ ସେମାନଙ୍କ ଅପେକ୍ଷା ନିଶ୍ଚୟ ଅଧିକ ବଳବାନ ହେବା।
24
ଏଣୁ ଏହି କାର୍ଯ୍ୟ କରନ୍ତୁ; ରାଜାମାନଙ୍କର ପ୍ରତି ଜଣକୁ ଆପଣା ଆପଣା ସ୍ଥାନରୁ କାଢ଼ି ଦେଉନ୍ତୁ ଓ ସେମାନଙ୍କ ସ୍ଥାନରେ ସେନାପତିମାନଙ୍କୁ ରଖନ୍ତୁ;
25
ଆଉ ଆପଣ ଯେଉଁ ସୈନ୍ୟ ହରାଇଅଛନ୍ତି, ତାହାରି ପରି ସୈନ୍ୟ ଓ ଅଶ୍ୱ ବଦଳେ ଅଶ୍ୱ ଓ ରଥ ବଦଳେ ରଥ ସଂଗ୍ରହ କରନ୍ତୁ; ତହୁଁ ଆମ୍ଭେମାନେ ପଦାରେ ସେମାନଙ୍କ ସଙ୍ଗେ ଯୁଦ୍ଧ କରିବା, ଆଉ ନିଶ୍ଚୟ ଆମ୍ଭେମାନେ ସେମାନଙ୍କ ଅପେକ୍ଷା ଅଧିକ ବଳବାନ ହେବା।” ଏଥିରେ ରାଜା ସେମାନଙ୍କ କଥା ଶୁଣି ସେହିରୂପ କଲା।
26
ଏଥିଉତ୍ତାରେ ପର ବର୍ଷ ଉପସ୍ଥିତ ହୁଅନ୍ତେ, ବିନ୍ହଦଦ୍ ଅରାମୀୟମାନଙ୍କୁ ଗଣନା କରି ଇସ୍ରାଏଲ ସଙ୍ଗେ ଯୁଦ୍ଧ କରିବା ପାଇଁ ଅଫେକକୁ ଗଲା।
27
ତହିଁରେ ଇସ୍ରାଏଲ-ସନ୍ତାନଗଣ ଗଣିତ ହୋଇ ଖାଦ୍ୟ-ଦ୍ରବ୍ୟାଦି ପ୍ରସ୍ତୁତ କରି ସେମାନଙ୍କ ବିରୁଦ୍ଧରେ ଯାତ୍ରା କଲେ; ପୁଣି, ଇସ୍ରାଏଲ ସନ୍ତାନମାନେ ଦୁଇ କ୍ଷୁଦ୍ର ଛାଗପଲ ପରି ସେମାନଙ୍କ ସମ୍ମୁଖରେ ଛାଉଣି ସ୍ଥାପନ କଲେ; ମାତ୍ର ଅରାମୀୟ ଲୋକମାନେ ଦେଶଯାକ ବ୍ୟାପିଲେ।
28
ତହିଁରେ ପରମେଶ୍ୱରଙ୍କର ଜଣେ ଲୋକ ଇସ୍ରାଏଲର ରାଜାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ଅରାମୀୟମାନେ କହିଅଛନ୍ତି, ସଦାପ୍ରଭୁ ପର୍ବତଗଣର ଦେବତା, ମାତ୍ର ତଳଭୂମିର ଦେବତା ନୁହନ୍ତି; ଏହେତୁ ଆମ୍ଭେ ଏହି ସମସ୍ତ ମହାଜନତାକୁ ତୁମ୍ଭ ହସ୍ତରେ ସମର୍ପଣ କରିବା, ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭେମାନେ ଜ୍ଞାତ ହେବ।’”
29
ପୁଣି, ସେମାନେ ସାତ ଦିନ ସମ୍ମୁଖାସମ୍ମୁଖୀ ହୋଇ ଛାଉଣି ସ୍ଥାପନ କରି ରହିଲେ। ତହୁଁ ସପ୍ତମ ଦିନରେ ଯୁଦ୍ଧ ସଂଘଟନ ହେଲା; ତହିଁରେ ଇସ୍ରାଏଲ-ସନ୍ତାନଗଣ ଏକ ଦିନରେ ଅରାମୀୟମାନଙ୍କର ଏକ ଲକ୍ଷ ପଦାତିକ ସୈନ୍ୟ ବଧ କଲେ।
30
ମାତ୍ର ଅବଶିଷ୍ଟ ସମସ୍ତେ ଅଫେକକୁ ପଳାଇ ନଗରରେ ପ୍ରବେଶ କଲେ; ଆଉ ଅବଶିଷ୍ଟ ସତାଇଶ ହଜାର ଲୋକଙ୍କ ଉପରେ ପାଚେରୀ ପଡ଼ିଲା। ପୁଣି, ବିନ୍ହଦଦ୍ ପଳାଇ ନଗରରେ ପ୍ରବେଶ କରି ଗୋଟିଏ ଭିତର କୋଠରିକୁ ଗଲା।
31
ଏଥିରେ ତାହାର ଦାସମାନେ ତାହାଙ୍କୁ କହିଲେ, “ଦେଖନ୍ତୁ, ଆମ୍ଭେମାନେ ଶୁଣିଅଛୁ ଯେ, ଇସ୍ରାଏଲ ବଂଶୀୟ ରାଜାମାନେ ଦୟାଳୁ ଅଟନ୍ତି; ଆମ୍ଭେମାନେ ଆପଣଙ୍କୁ ବିନୟ କରୁଅଛୁ, ଆସନ୍ତୁ, ଆମ୍ଭେମାନେ କଟିରେ ଅଖା ପିନ୍ଧି ଓ ମସ୍ତକରେ ରଜ୍ଜୁ ବାନ୍ଧି ଇସ୍ରାଏଲର ରାଜା ନିକଟକୁ ଯାଉ; କେଜାଣି ସେ ଆପଣଙ୍କ ପ୍ରାଣ ବଞ୍ଚାଇବେ।”
32
ତହୁଁ ସେମାନେ କଟିରେ ଅଖା ଓ ମସ୍ତକରେ ରଜ୍ଜୁ ବାନ୍ଧି ଇସ୍ରାଏଲର ରାଜାଙ୍କ ନିକଟକୁ ଆସି କହିଲେ, “ଆପଣଙ୍କ ଦାସ ବିନ୍ହଦଦ୍ କହୁଅଛି, ‘ମୁଁ ଆପଣଙ୍କୁ ବିନୟ କରୁଅଛି, ମୋତେ ବଞ୍ଚାଉନ୍ତୁ।’” ଏଥିରେ ସେ କହିଲେ, “ସେ କʼଣ ଏଯାଏ ବଞ୍ଚିଅଛି? ସେ ତ ମୋହର ଭାଇ।”
33
ସେତେବେଳେ ସେହି ଲୋକମାନେ ଯତ୍ନପୂର୍ବକ ନିରୀକ୍ଷଣ କରି ତାହାର ମନ ସେପରି କି ନାହିଁ, ଏହା ଧରିବାକୁ ଚଞ୍ଚଳ ହେଲେ; ଆଉ ସେମାନେ କହିଲେ, “ଆପଣଙ୍କ ଭ୍ରାତା ବିନ୍ହଦଦ୍।” ତେବେ ସେ କହିଲେ, “ତୁମ୍ଭେମାନେ ଯାଇ ତାହାକୁ ଆଣ।” ତହୁଁ ବିନ୍ହଦଦ୍ ତାଙ୍କ ନିକଟକୁ ଆସନ୍ତେ, ସେ ତାହାକୁ ରଥ ଉପରକୁ ଅଣାଇଲେ।
34
ସେତେବେଳେ ବିନ୍ହଦଦ୍ ତାଙ୍କୁ କହିଲା, “ମୋʼ ପିତା ଆପଣଙ୍କ ପିତାଙ୍କଠାରୁ ଯେଉଁ ଯେଉଁ ନଗର ନେଇଅଛନ୍ତି, ତାହା ମୁଁ ଫେରାଇ ଦେବି; ପୁଣି, ଯେପରି ମୋʼ ପିତା ଶମରୀୟାରେ ନଗରଗୁଡ଼ିକ କରିଥିଲେ, ସେପରି ଆପଣ ଦମ୍ମେଶକରେ ଆପଣା ପାଇଁ କରିବେ।” ଏଥିରେ ଆହାବ କହିଲେ, “ମୁଁ ଏହି ନିୟମରେ ତୁମ୍ଭକୁ ଛାଡ଼ିଦେବି।” ତହୁଁ ସେ ତାହା ସଙ୍ଗେ ନିୟମ କରି ତାହାଙ୍କୁ ଛାଡ଼ିଦେଲେ।
35
ଏଥିଉତ୍ତାରେ ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ମଧ୍ୟରୁ କେହି ଜଣେ ସଦାପ୍ରଭୁଙ୍କ ବାକ୍ୟରେ ଆପଣା ସଙ୍ଗୀକୁ କହିଲା, “ମୁଁ ବିନୟ କରୁଅଛି; ମୋତେ ମାର।” ମାତ୍ର ସେ ଲୋକ ତାକୁ ମାରିବା ପାଇଁ ମନା କଲା।
36
ତହୁଁ ସେ ତାହାକୁ କହିଲା, “ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ମାନିଲ ନାହିଁ, ଏହେତୁ ଦେଖ, ତୁମ୍ଭେ ମୋʼ ନିକଟରୁ ପ୍ରସ୍ଥାନ କଲାକ୍ଷଣେ ସିଂହ ତୁମ୍ଭକୁ ବଧ କରିବ।” ଏଥିଉତ୍ତାରେ ସେ ପ୍ରସ୍ଥାନ କଲାକ୍ଷଣେ ସିଂହ ତାହାକୁ ଭେଟି ବଧ କଲା।
37
ପୁଣି, ସେ ଆଉ ଏକ ମନୁଷ୍ୟକୁ ଭେଟି କହିଲା, “ବିନୟ କରୁଅଛି, ମୋତେ ମାର।” ତହୁଁ ସେ ଲୋକ ତାହାକୁ ମାରିଲା ଓ ମାରି ମାରି ତାହାକୁ କ୍ଷତବିକ୍ଷତ କଲା।
38
ଏଥିରେ ଭବିଷ୍ୟଦ୍ବକ୍ତା ପ୍ରସ୍ଥାନ କରି ପଥରେ ରାଜାଙ୍କ ଅପେକ୍ଷାରେ ରହିଲା ଓ ଆପଣା ଚକ୍ଷୁ ଉପରେ ପାଗ ବାନ୍ଧି ଛଦ୍ମବେଶ ଧରିଲା।
39
ତହୁଁ ରାଜା ନିକଟ ଦେଇ ଯିବା ବେଳେ ସେ ଡାକ ପକାଇ ରାଜାଙ୍କୁ କହିଲା; “ଆପଣଙ୍କ ଦାସ ବାହାରି ଯୁଦ୍ଧ ମଧ୍ୟକୁ ଯାଇଥିଲା; ଆଉ ଦେଖନ୍ତୁ, ଜଣେ ମନୁଷ୍ୟ ମୋʼ ପାଖକୁ ଫେରି ଏକ ଲୋକକୁ ଆଣି କହିଲା, ‘ଏ ଲୋକକୁ ରଖ; ଯେବେ କୌଣସି ରୂପେ ତାହାର ସନ୍ଧାନ ନ ମିଳେ, ତେବେ ତାହାର ପ୍ରାଣ ବଦଳେ ତୁମ୍ଭର ପ୍ରାଣ ଯିବ, ନୋହିଲେ ତୁମ୍ଭେ ଏକ ତାଳନ୍ତ ରୂପା ଦେବ।’
40
ମାତ୍ର ଆପଣଙ୍କ ଦାସ ଏଣେତେଣେ କାର୍ଯ୍ୟରେ ବ୍ୟସ୍ତ ହେବା ବେଳେ ସେ ଚାଲିଗଲା।” ତହିଁରେ ଇସ୍ରାଏଲର ରାଜା ତାହାକୁ କହିଲେ, “ତୁମ୍ଭର ସେହି ପ୍ରକାର ଦଣ୍ଡ ହେବ; ତୁମ୍ଭେ ଆପେ ତାହା ନିଷ୍ପତ୍ତି କରିଅଛ।”
41
ଏଉତ୍ତାରେ ସେ ଶୀଘ୍ର ଆପଣା ଚକ୍ଷୁରୁ ପାଗ କାଢ଼ି ପକାଇଲା; ତହୁଁ ସେ ଯେ ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଜଣେ, ଏହା ଇସ୍ରାଏଲର ରାଜା ଚିହ୍ନିଲେ।
42
ପୁଣି, ଭବିଷ୍ୟଦ୍ବକ୍ତା ତାଙ୍କୁ କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଯେଉଁ ଲୋକକୁ ବିନାଶାର୍ଥେ ନିଯୁକ୍ତ କରିଥିଲୁ, ତୁମ୍ଭେ ତାହାକୁ ଆପଣା ହସ୍ତରୁ ଛାଡ଼ି ଦେଇଅଛ, ‘ଏହେତୁ ତାହାର ପ୍ରାଣ ବଦଳେ ତୁମ୍ଭର ପ୍ରାଣ ଯିବ ଓ ତାହାର ଲୋକଙ୍କ ବଦଳେ ତୁମ୍ଭ ଲୋକମାନେ ଯିବେ।’”
43
ତହୁଁ ଇସ୍ରାଏଲର ରାଜା ବିଷଣ୍ଣ ଓ ଅତୁଷ୍ଟ ହୋଇ ଆପଣା ଗୃହକୁ ଯାଇ ଶମରୀୟାରେ ଉପସ୍ଥିତ ହେଲେ।
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 21 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22