bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
2 Samuel 15
2 Samuel 15
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 16 →
1
ଏଥିଉତ୍ତାରେ ଅବଶାଲୋମ ଆପଣା ନିମନ୍ତେ ଏକ ରଥ ଓ ଅଶ୍ୱମାନ ଓ ଆପଣା ଆଗେ ଆଗେ ଦୌଡ଼ିବା ନିମନ୍ତେ ପଚାଶ ଅଙ୍ଗରକ୍ଷକ ରଖିଲା।
2
ପୁଣି ଅବଶାଲୋମ ପ୍ରଭାତରେ ଉଠି ରାଜଦ୍ୱାରର ପଥ ପାର୍ଶ୍ୱରେ ଠିଆ ହୁଏ; ଆଉ ଏପରି କରେ ଯେ, କାହାରି ବିଚାରାର୍ଥେ ରାଜାଙ୍କ ନିକଟକୁ ଆସିବାର ଯୋଗ୍ୟ କୌଣସି ବିବାଦ ଥିଲେ, ଅବଶାଲୋମ ତାହାକୁ ଡାକି କହେ, “ତୁମ୍ଭେ କେଉଁ ନଗରର ଲୋକ?” ତହିଁରେ “ଆପଣଙ୍କ ଦାସ ଆମ୍ଭେ ଇସ୍ରାଏଲର ଗୋଟିଏ ବଂଶର ଲୋକ ବୋଲି କହିଲେ,”
3
ଅବଶାଲୋମ ତାହାକୁ କହେ, “ଦେଖ, ତୁମ୍ଭ କଥା ଉତ୍ତମ ଓ ଯଥାର୍ଥ; ମାତ୍ର ତୁମ୍ଭ କଥା ଶୁଣିବାକୁ ରାଜାଙ୍କର କୌଣସି ଲୋକ ନିଯୁକ୍ତ ନାହିଁ।”
4
ଅବଶାଲୋମ ଆହୁରି କହେ, “ଆଃ, ମୁଁ ଯେବେ ଦେଶର ବିଚାରକର୍ତ୍ତା ହୁଅନ୍ତି ଓ କାହାରି କୌଣସି ବିବାଦ ବା କୌଣସି କଥା ଥିଲେ ଯେବେ ସେ ମୋʼ ନିକଟକୁ ଆସନ୍ତା, ତେବେ ମୁଁ ତାହାର ଯଥାର୍ଥ ବିଚାର କରନ୍ତି।”
5
ଆହୁରି କେହି ପ୍ରଣାମ କରିବା ପାଇଁ ତାହା ନିକଟକୁ ଆସିଲେ, ସେ ଆପଣା ହାତ ବଢ଼ାଇ ତାହାକୁ ଧରି ଚୁମ୍ବନ କରେ।
6
ଇସ୍ରାଏଲର ଯେତେ ଲୋକ ବିଚାରାର୍ଥେ ରାଜାଙ୍କ ନିକଟକୁ ଆସନ୍ତି, ଅବଶାଲୋମ ସେହି ସମସ୍ତଙ୍କ ପ୍ରତି ଏହିପରି କରେ; ଏହି ପ୍ରକାରେ ଅବଶାଲୋମ ଇସ୍ରାଏଲ ଲୋକମାନଙ୍କ ମନ ହରଣ କଲା।
7
ଏଥିଉତ୍ତାରେ ଚାରି ବର୍ଷ ଶେଷରେ ଅବଶାଲୋମ ରାଜାଙ୍କୁ କହିଲା, “ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରିଅଛି, ତାହା ପୂର୍ଣ୍ଣ କରିବା ପାଇଁ ମୋତେ ହିବ୍ରୋଣକୁ ଯିବାକୁ ଦିଅନ୍ତୁ।
8
କାରଣ ଆପଣଙ୍କ ଦାସ ଅରାମ ଦେଶସ୍ଥ ଗଶୂରରେ ଥିବା ବେଳେ ମାନତ କରି କହିଅଛି, ‘ଯଦି ସଦାପ୍ରଭୁ ନିଶ୍ଚୟ ମୋତେ ପୁନର୍ବାର ଯିରୂଶାଲମକୁ ଆଣିବେ, ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି।’”
9
ତହିଁରେ ରାଜା ତାହାକୁ କହିଲେ, “କୁଶଳରେ ଯାଅ।” ତହୁଁ ସେ ଉଠି ହିବ୍ରୋଣକୁ ଗଲା।
10
ମାତ୍ର ଅବଶାଲୋମ ସମୁଦାୟ ଇସ୍ରାଏଲ ବଂଶ ନିକଟକୁ ଗୁପ୍ତଚର ପଠାଇ କହିଥିଲା, “ତୁମ୍ଭେମାନେ ତୂରୀଧ୍ୱନି ଶୁଣିବା କ୍ଷଣେ ‘ଅବଶାଲୋମ ହିବ୍ରୋଣରେ ରାଜା ହେଲେ’ ବୋଲି କହିବ।”
11
ଆଉ ଅବଶାଲୋମ ସଙ୍ଗେ ଯିରୂଶାଲମରୁ ଦୁଇ ଶହ ଲୋକ ଗଲେ; ସେମାନେ ନିମନ୍ତ୍ରିତ ହୋଇ ସରଳ ମନରେ ଗଲେ; ସେମାନେ କୌଣସି କଥା ଜାଣି ନ ଥିଲେ।
12
ପୁଣି ଅବଶାଲୋମ ବଳିଦାନ କରିବା ସମୟରେ ଲୋକ ପଠାଇ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀୟ ଅହୀଥୋଫଲକୁ ତାହାର ନଗର ଗୀଲୋରୁ ଡକାଇଲା। ତାଙ୍କର ଚକ୍ରାନ୍ତ ଦୃଢ଼ ହେଲା; କାରଣ ଅବଶାଲୋମର ସପକ୍ଷ ଲୋକ ଆହୁରି ଆହୁରି ଅନେକ ବୃଦ୍ଧି ପାଇଲେ।
13
ଏଥିଉତ୍ତାରେ ଜଣେ ଦାସ ଦାଉଦଙ୍କ ନିକଟକୁ ଆସି କହିଲା, “ଇସ୍ରାଏଲ ଲୋକମାନଙ୍କର ମନ ଅବଶାଲୋମ ଆଡ଼େ ଅଛି।”
14
ତହିଁରେ ଦାଉଦ ଆପଣା ସଙ୍ଗେ ଯିରୂଶାଲମରେ ଥିବା ସମସ୍ତ ଦାସଙ୍କୁ କହିଲେ, “ଉଠ, ଆମ୍ଭେମାନେ ପଳାଉ; ନୋହିଲେ ଆମ୍ଭେମାନେ କେହି ଅବଶାଲୋମଠାରୁ ରକ୍ଷା ପାଇବୁ ନାହିଁ; ଏଣୁ ଚଞ୍ଚଳ ଚାଲ, କେଜାଣି ସେ ଶୀଘ୍ର ଆମ୍ଭମାନଙ୍କୁ ଧରି ଆମ୍ଭମାନଙ୍କୁ ବିପଦଗ୍ରସ୍ତ କରିବ ଓ ଖଡ୍ଗଧାରରେ ନଗର ଆଘାତ କରିବ।”
15
ତହୁଁ ରାଜାଙ୍କ ଦାସମାନେ ରାଜାଙ୍କୁ କହିଲେ, “ଦେଖନ୍ତୁ, ଆମ୍ଭମାନଙ୍କ ପ୍ରଭୁ ମହାରାଜ ଯାହା ପସନ୍ଦ କରନ୍ତି, ତାହା କରିବାକୁ ଆପଣଙ୍କ ଦାସମାନେ ପ୍ରସ୍ତୁତ ଅଛନ୍ତି।”
16
ତହୁଁ ରାଜା ଓ ତାଙ୍କ ପଛେ ପଛେ ତାଙ୍କର ସମସ୍ତ ପରିବାର ପ୍ରସ୍ଥାନ କଲେ। କିନ୍ତୁ ରାଜା ଗୃହ ଜଗିବା ନିମନ୍ତେ ଦଶ ଜଣ ଉପପତ୍ନୀ ଛାଡ଼ିଗଲେ।
17
ଏରୂପେ ରାଜା ଓ ତାଙ୍କ ପଛେ ତାଙ୍କର ସମସ୍ତ ଲୋକ ପ୍ରସ୍ଥାନ କରି ବେଥ୍-ହମ୍ମିର୍ହକରେ (ଦୂର ସ୍ଥାନରେ) ରହିଲେ।
18
ପୁଣି ତାଙ୍କର ସମସ୍ତ ଦାସ ଅଗ୍ରସର ହେଲେ ଓ ଗାଥ୍ ନଗରରୁ ତାଙ୍କ ପଛେ ଯେଉଁ ଛଅ ଶହ ଲୋକ ଆସିଥିଲେ, ସେହି କରେଥୀୟ ଓ ପଲେଥୀୟ ଓ ଗାଥୀୟ ଲୋକ ସମସ୍ତେ ରାଜାଙ୍କ ସମ୍ମୁଖରେ ପାର ହୋଇଗଲେ।
19
ସେତେବେଳେ ରାଜା ଗାଥୀୟ ଇତ୍ତୟକୁ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କ ସଙ୍ଗେ ଯାଉଅଛ? ଫେରିଯାଅ, ରାଜାଙ୍କ ସଙ୍ଗେ ରୁହ; କାରଣ ତୁମ୍ଭେ ତ ଜଣେ ବିଦେଶୀ, ମଧ୍ୟ ନିର୍ବାସିତ ଲୋକ; ତୁମ୍ଭେ ନିଜ ସ୍ଥାନକୁ ଫେରିଯାଅ।
20
ଆମ୍ଭେ ଯେଉଁଆଡ଼େ ପାରିବୁ, ସେହିଆଡ଼େ ଯିବୁ, ତୁମ୍ଭେ ତ କେବଳ କାଲି ଆସିଲ, ଆଜି ଆମ୍ଭେ କି ତୁମ୍ଭକୁ ଆମ୍ଭମାନଙ୍କ ସଙ୍ଗେ ନେଇ ଏଣେତେଣେ ବୁଲାଇବା? ତୁମ୍ଭେ ଫେରିଯାଅ, ତୁମ୍ଭ ଭାଇମାନଙ୍କୁ ଫେରାଇ ନିଅ; ଦୟା ଓ ସତ୍ୟତା ତୁମ୍ଭ ସହବର୍ତ୍ତୀ ହେଉ।”
21
ଏଥିରେ ଇତ୍ତୟ ରାଜାଙ୍କୁ ଉତ୍ତର କରି କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ମୋର ପ୍ରଭୁ ମହାରାଜ ଜୀବିତ ଥିବା ପ୍ରମାଣେ, ଜୀବନ ପାଇଁ ହେଉ ବା ମରଣ ପାଇଁ ହେଉ, ଅବଶ୍ୟ ମୋହର ପ୍ରଭୁ ମହାରାଜ ଯେଉଁଠାରେ ରହିବେ, ସେଠାରେ ମଧ୍ୟ ଆପଣଙ୍କ ଦାସ ରହିବ।”
22
ତହୁଁ ଦାଉଦ ଇତ୍ତୟକୁ କହିଲେ, “ତେବେ ଯାଅ, ଅଗ୍ରସର ହୁଅ।” ତହିଁରେ ଗାଥୀୟ ଇତ୍ତୟ ଓ ତାହାର ସମସ୍ତ ଲୋକ ଓ ତାହା ସହିତ ଥିବା ସମସ୍ତ ବାଳକ ଅଗ୍ରସର ହୋଇଗଲେ।
23
ତେଣୁ ଦେଶଯାକ ଉଚ୍ଚସ୍ୱର କରି ରୋଦନ କଲେ ଓ ସମସ୍ତ ଲୋକ ଅଗ୍ରସର ହେଲେ; ରାଜା ମଧ୍ୟ ଆପେ କିଦ୍ରୋଣ ନଦୀ ପାର ହୋଇଗଲେ ଓ ସମସ୍ତ ଲୋକ ପାର ହୋଇ ପ୍ରାନ୍ତର-ପଥ ଆଡ଼େ ଗଲେ।
24
ଆଉ ଦେଖ, ସାଦୋକ ମଧ୍ୟ ଓ ତାହା ସଙ୍ଗେ ସମସ୍ତ ଲେବୀୟ ଲୋକ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ବହି ଆସିଲେ, ପୁଣି ନଗରରୁ ସମସ୍ତ ଲୋକ ବାହାର ହୋଇ ଯିବା ପର୍ଯ୍ୟନ୍ତ ସେମାନେ ପରମେଶ୍ୱରଙ୍କ ସିନ୍ଦୁକ ଓହ୍ଲାଇ ରଖିଲେ ଓ ଅବୀୟାଥର ଉପରକୁ ଗଲା।
25
ତହୁଁ ରାଜା ସାଦୋକଙ୍କୁ କହିଲେ, “ପରମେଶ୍ୱରଙ୍କ ସିନ୍ଦୁକ ନଗରକୁ ଫେରାଇ ନିଅ; ଯେବେ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଏ, ତେବେ ସେ ମୋତେ ପୁନର୍ବାର ଆଣିବେ, ପୁଣି ଏହା ଓ ଆପଣା ନିବାସ ସ୍ଥାନ ମୋତେ ଦେଖାଇବେ।
26
ମାତ୍ର ‘ତୁମ୍ଭଠାରେ ଆମ୍ଭର ସନ୍ତୋଷ ନାହିଁ,’ ଯଦି ସେ ଏପରି କହିବେ, ତେବେ ଦେଖ, ମୁଁ ଉପସ୍ଥିତ ଅଛି, ଯାହା ତାହାଙ୍କୁ ଭଲ ଦିଶେ, ତାହା ସେ ମୋʼ ପ୍ରତି କରନ୍ତୁ।”
27
ରାଜା ସାଦୋକ ଯାଜକକୁ ଆହୁରି କହିଲେ, “ତୁମ୍ଭେ କି ଦର୍ଶକ ନୁହଁ? ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ର ଅହୀମାସ୍ ଓ ଅବୀୟାଥରର ପୁତ୍ର ଯୋନାଥନ, ତୁମ୍ଭମାନଙ୍କର ଏହି ଦୁଇ ପୁତ୍ର କୁଶଳରେ ନଗରକୁ ଫେରିଯାଅ।
28
ଦେଖ, ତୁମ୍ଭମାନଙ୍କଠାରୁ ମୋʼ ଠାକୁ ତଥ୍ୟ-ବାର୍ତ୍ତା ଆସିବା ପର୍ଯ୍ୟନ୍ତ ମୁଁ ପ୍ରାନ୍ତରସ୍ଥ ଘାଟି ପାଖରେ ଅପେକ୍ଷା କରିବି।”
29
ଏଣୁ ସାଦୋକ ଓ ଅବୀୟାଥର ପୁନର୍ବାର ଯିରୂଶାଲମକୁ ପରମେଶ୍ୱରଙ୍କ ସିନ୍ଦୁକ ନେଇଗଲେ ଓ ସେମାନେ ସେଠାରେ ରହିଲେ।
30
ଏଥିଉତ୍ତାରେ ଦାଉଦ ଜୈତୁନ ପର୍ବତର ଉଠାଣି ଦେଇ ଗଲେ ଓ ଉପରକୁ ଯିବା ବେଳେ ରୋଦନ କରି କରି ଉପରକୁ ଗଲେ; ସେହି ସମୟରେ ତାଙ୍କର ମସ୍ତକ ଆଚ୍ଛାଦିତ ଥିଲା ଓ ସେ ଖାଲି ପାଦରେ ଚାଲୁଥିଲେ; ପୁଣି ତାଙ୍କର ସଙ୍ଗୀ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ମସ୍ତକ ଆଚ୍ଛାଦନ କରିଥିଲେ ଓ ସେମାନେ ଉପରକୁ ଯିବା ବେଳେ ରୋଦନ କରୁ କରୁ ଉପରକୁ ଗଲେ।
31
ଏଥିମଧ୍ୟରେ ଜଣେ ଦାଉଦଙ୍କୁ କହିଲା, “ଅବଶାଲୋମ ସଙ୍ଗେ ଚକ୍ରାନ୍ତକାରୀମାନଙ୍କ ମଧ୍ୟରେ ଅହୀଥୋଫଲ ଅଛି।” ତହିଁରେ ଦାଉଦ କହିଲେ, “ହେ ସଦାପ୍ରଭୋ, ବିନୟ କରୁଅଛି, ଅହୀଥୋଫଲର ମନ୍ତ୍ରଣାକୁ ମୂର୍ଖତା କର।”
32
ଏଉତ୍ତାରେ ଲୋକେ ଯେଉଁଠାରେ ପରମେଶ୍ୱରଙ୍କର ଆରାଧନା କରନ୍ତି, ଉଠାଣିର ସେହି ଶୃଙ୍ଗ ନିକଟରେ ଦାଉଦ ଉପସ୍ଥିତ ହୁଅନ୍ତେ, ଦେଖ, ଅର୍କୀୟ ହୂଶୟ ଆପଣା ଚିରା ଜାମା ପିନ୍ଧି ଓ ମସ୍ତକରେ ମୃତ୍ତିକା ଦେଇ ତାଙ୍କୁ ଭେଟିବା ପାଇଁ ଉପସ୍ଥିତ ହେଲା।
33
ତହିଁରେ ଦାଉଦ ତାହାଙ୍କୁ କହିଲେ, “ଯେବେ ତୁମ୍ଭେ ମୋʼ ସଙ୍ଗେ ଅଗ୍ରସର ହୁଅ, ତେବେ ତୁମ୍ଭେ ମୋʼ ପ୍ରତି ଭାର ସ୍ୱରୂପ ହେବ।
34
ମାତ୍ର ଯେବେ ତୁମ୍ଭେ ନଗରକୁ ଫେରିଯାଇ ଅବଶାଲୋମଙ୍କୁ କହିବ, ‘ହେ ମହାରାଜ, ମୁଁ ଆପଣଙ୍କର ଦାସ ହେବି; ମୁଁ ପୂର୍ବରେ ଯେପରି ଆପଣଙ୍କ ପିତାଙ୍କର ଦାସ ଥିଲି, ସେପରି ଏବେ ମୁଁ ଆପଣଙ୍କର ଦାସ ହେବି,’ ତେବେ ତୁମ୍ଭେ ଆମ୍ଭ ପକ୍ଷରେ ଅହୀଥୋଫଲର ମନ୍ତ୍ରଣା ବ୍ୟର୍ଥ କରି ପାରିବ।
35
ସେଠାରେ ତୁମ୍ଭ ସଙ୍ଗେ କି ସାଦୋକ ଓ ଅବୀୟାଥର ଯାଜକମାନେ ନ ଥିବେ? ଏଣୁ ତୁମ୍ଭେ ରାଜଗୃହରୁ ଯାହା କିଛି ଶୁଣିବ, ତାହା ସାଦୋକ ଓ ଅବୀୟାଥର ଯାଜକମାନଙ୍କୁ ଜଣାଇବ।
36
ଦେଖ, ସେହି ସ୍ଥାନରେ ସେମାନଙ୍କ ସଙ୍ଗେ ସେମାନଙ୍କର ଦୁଇ ପୁତ୍ର, ଅର୍ଥାତ୍, ସାଦୋକର ପୁତ୍ର ଅହୀମାସ୍ ଓ ଅବୀୟାଥରର ପୁତ୍ର ଯୋନାଥନ ଅଛନ୍ତି, ତୁମ୍ଭେମାନେ ଯାହା ଯାହା ଶୁଣିବ, ସେହି ସବୁ କଥା ସେମାନଙ୍କ ହାତରେ ମୋʼ ନିକଟକୁ କହି ପଠାଇବ।”
37
ତହୁଁ ଦାଉଦଙ୍କର ମିତ୍ର ହୂଶୟ ନଗରକୁ ଆସିଲା; ପୁଣି ଅବଶାଲୋମ ଯିରୂଶାଲମକୁ ଆସିଲା।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24