bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
Acts 8
Acts 8
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 9 →
1
ଶାଉଲ, ସ୍ତିଫାନଙ୍କ ହତ୍ୟାରେ ଏକମତ ଥିଲେ। ସେହି ଦିନ ଯିରୂଶାଲମ ସହରରେ ଥିବା ମଣ୍ଡଳୀ ପ୍ରତି ଅତିଶୟ ତାଡ଼ନା ଘଟିଲା; ସେଥିରେ ପ୍ରେରିତମାନଙ୍କ ଛଡ଼ା ଅନ୍ୟସମସ୍ତେ ଯିହୂଦିୟା ପ୍ରଦେଶ ଓ ଶମିରୋଣ ଅଞ୍ଚଳ ସମୂହର ଚାରିଆଡ଼େ ଛିନ୍ନଭିନ୍ନ ହୋଇଗଲେ।
2
ତଥାପି କେତେକ ଭକ୍ତ ଲୋକମାନେ ସ୍ତିଫାନଙ୍କୁ ସମାଧି ଦେଇ ତାହାଙ୍କ ନିମନ୍ତେ ବହୁତ ବିଳାପ କଲେ।
3
କିନ୍ତୁ ଶାଉଲ ଘରେ ଘରେ ପଶି ବିଶ୍ୱାସୀ ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ଟାଣିଆଣି କାରାଗାରରେ ନିକ୍ଷେପ କରି ମଣ୍ଡଳୀକୁ ଧ୍ୱଂସ କରିବାକୁ ଲାଗିଲେ।
4
ସେଥିରେ ଯେଉଁମାନେ ଛିନ୍ନଭିନ୍ନ ହୋଇଥିଲେ, ସେମାନେ ଚତୁର୍ଦ୍ଦିଗରେ ଭ୍ରମଣ କରୁ କରୁ ସୁସମାଚାରର ବାକ୍ୟ ପ୍ରଚାର କଲେ।
5
ପୁଣି, ଫିଲିପ୍ପ ଶମିରୋଣର ପ୍ରଧାନ ନଗରକୁ ଯାଇ ଲୋକମାନଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ଘୋଷଣା କରିବାକୁ ଲାଗିଲେ।
6
ଆଉ ଲୋକସମୂହ ଫିଲିପ୍ପଙ୍କ କଥା ଶୁଣି ଓ ସେ କରିଥିବା ଆଶ୍ଚର୍ଯ୍ୟକର୍ମଗୁଡ଼ିକ ଦେଖି ଏକଚିତ୍ତରେ ତାହାଙ୍କ କଥାରେ ମନୋଯୋଗ କରୁଥିଲେ।
7
କାରଣ ଅଶୁଚି ଆତ୍ମାବିଷ୍ଟ ଅନେକ ଲୋକଙ୍କଠାରୁ ସେହି ଆତ୍ମାଗୁଡ଼ାକ ଉଚ୍ଚସ୍ୱରରେ ଚିତ୍କାର କରି ବାହାରିଆସିବାକୁ ଲାଗିଲେ, ପୁଣି, ଅନେକ ପକ୍ଷାଘାତରୋଗୀ ଓ ଖଞ୍ଜ ସୁସ୍ଥ ହେଲେ।
8
ସେଥିରେ ସେ ନଗରରେ ମହା ଆନନ୍ଦ ହେଲା।
9
କିନ୍ତୁ ଶିମୋନ ନାମକ ଜଣେ ଲୋକ ଏଥିପୂର୍ବେ ସେହି ନଗରରେ କୁହୁକକର୍ମ କରି ନିଜକୁ ଜଣେ ମହାପୁରୁଷ ବୋଲି କହି ଶମିରୋଣୀୟ ଲୋକମାନଙ୍କୁ ଆଚମ୍ଭିତ କରୁଥିଲା;
10
ଈଶ୍ବରଙ୍କର ଯେଉଁ ଶକ୍ତିକୁ ମହାନ ବୋଲି କୁହାଯାଏ, ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏ ସେହି ବୋଲି କହି ତାହାଙ୍କୁ ମାନ୍ୟ କରୁଥିଲେ।
11
ସେମାନେ ତାହାକୁ ମାନ୍ୟ କରୁଥିବାର କାରଣ ଏହି ଯେ, ସେ ବହୁକାଳ ହେଲା ନିଜ କୁହୁକକର୍ମ ଦ୍ୱାରା ସେମାନଙ୍କୁ ଆଚମ୍ଭିତ କରିଥିଲା।
12
କିନ୍ତୁ ଫିଲିପ୍ପ ଈଶ୍ବରଙ୍କ ରାଜ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ନାମ ବିଷୟକ ସୁସମାଚାର ପ୍ରଚାର କରିବାରୁ ସେମାନେ ଯେତେବେଳେ ତାହାଙ୍କ କଥାରେ ବିଶ୍ୱାସ କଲେ, ସେତେବେଳେ ପୁରୁଷ ଓ ସ୍ତ୍ରୀ ଉଭୟ ବାପ୍ତିଜିତ ହେବାକୁ ଲାଗିଲେ।
13
ଆଉ, ଶିମୋନ ନିଜେ ମଧ୍ୟ ବିଶ୍ୱାସ କରି ବାପ୍ତିଜିତ ହେଲା ଓ ଫିଲିପ୍ପଙ୍କ ସାଥେ ସାଥେ ରହିଲା, ଆଉ ନାନା ଲକ୍ଷଣ ଓ ମହା ମହା ଆଶ୍ଚର୍ଯ୍ୟର କାର୍ଯ୍ୟ ଦେଖି ଆଚମ୍ଭିତ ହେବାକୁ ଲାଗିଲା।
14
ଶମିରୋଣର ଲୋକମାନେ ଯେ ଈଶ୍ବରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି, ଏହା ଯେତେବେଳେ ଯିରୂଶାଲମ ସହରରେ ଥିବା ପ୍ରେରିତମାନେ ଶୁଣିଲେ, ସେତେବେଳେ ସେମାନେ ପିତର ଓ ଯୋହନଙ୍କୁ ସେମାନଙ୍କ ନିକଟକୁ ପଠାଇଲେ।
15
ସେମାନେ ଯାଇ, ସେହି ଲୋକମାନେ ଯେପରି ପବିତ୍ର ଆତ୍ମା ପ୍ରାପ୍ତ ହୁଅନ୍ତି, ଏଥିନିମନ୍ତେ ସେମାନଙ୍କ ପାଇଁ ପ୍ରାର୍ଥନା କଲେ,
16
କାରଣ ଏପର୍ଯ୍ୟନ୍ତ ସେ ସେମାନଙ୍କ ମଧ୍ୟରୁ କାହାରି ଉପରେ ଆସି ନ ଥିଲେ, କେବଳ ସେମାନେ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହୋଇଥିଲେ।
17
ସେତେବେଳେ ସେମାନେ ସେମାନଙ୍କ ଉପରେ ହସ୍ତାର୍ପଣ କଲେ, ଆଉ ସେମାନେ ପବିତ୍ର ଆତ୍ମା ପ୍ରାପ୍ତ ହେଲେ।
18
ପ୍ରେରିତମାନଙ୍କର ହସ୍ତାର୍ପଣ ଦ୍ୱାରା ପବିତ୍ର ଆତ୍ମା ଆସୁଥିବା ଦେଖି, ଶିମୋନ ସେମାନଙ୍କୁ ଟଙ୍କା ଯାଚି କହିଲା,
19
ମୋତେ ମଧ୍ୟ ଏହି ଶକ୍ତି ଦିଅନ୍ତୁ, ଯେପରି ମୁଁ ଯେକୌଣସି ଲୋକ ଉପରେ ହସ୍ତାର୍ପଣ କରିବି, ସେ ପବିତ୍ର ଆତ୍ମା ପାଇବ।
20
କିନ୍ତୁ ପିତର ତାହାକୁ କହିଲେ, ତୁମ୍ଭର ଟଙ୍କା ତୁମ୍ଭ ସହିତ ବିନଷ୍ଟ ହେଉ, କାରଣ ତୁମ୍ଭେ ଟଙ୍କା ଦ୍ୱାରା ଈଶ୍ବରଙ୍କ ଦାନ କିଣିବାକୁ ଭାବିଲ।
21
ଏହି ବିଷୟରେ ତୁମ୍ଭର ଅଂଶ ନାହିଁ କି ଅଧିକାର ନାହିଁ, କାରଣ ଈଶ୍ବରଙ୍କ ସାକ୍ଷାତରେ ତୁମ୍ଭର ହୃଦୟ ସରଳ ନୁହେଁ।
22
ଅତଏବ, ତୁମ୍ଭର ଏହି ଦୁଷ୍ଟ ପଣରୁ ମନ-ପରିବର୍ତ୍ତନ କରି ପ୍ରଭୁଙ୍କଠାରେ ପ୍ରାର୍ଥନା କର, କେଜାଣି ଅବା ତୁମ୍ଭ ହୃଦୟର କଳ୍ପନା କ୍ଷମା ହୋଇପାରେ;
23
କାରଣ ତୁମ୍ଭେ ତିକ୍ତ ବିଷରେ ପରିପୂର୍ଣ୍ଣ ହୋଇ ଅଧର୍ମରୂପ ବନ୍ଧନରେ ଆବଦ୍ଧ ଅଛ ବୋଲି ମୁଁ ଦେଖୁଅଛି।
24
ସେଥିରେ ଶିମୋନ ଉତ୍ତର କଲା, ଆପଣମାନେ ଯାହା ଯାହା କହିଲେ, ସେଥିରୁ କୌଣସି ବିଷୟ ଯେପରି ମୋ ପ୍ରତି ନ ଘଟେ, ଏଥିପାଇଁ ଆପଣମାନେ ମୋ ନିମନ୍ତେ ପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରନ୍ତୁ।
25
ଏହି ପ୍ରକାରେ ସେମାନେ ସାକ୍ଷ୍ୟ ଦେଇ ଓ ପ୍ରଭୁଙ୍କ ବାକ୍ୟ କହି ଶମିରୋଣୀୟମାନଙ୍କ ଅନେକ ଗ୍ରାମରେ ସୁସମାଚାର ପ୍ରଚାର କରୁ କରୁ ଯିରୂଶାଲମ ସହରକୁ ବାହୁଡ଼ିଗଲେ।
26
ପରେ ପ୍ରଭୁଙ୍କ ଜଣେ ଦୂତ ଫିଲିପ୍ପଙ୍କୁ କହିଲେ, ଉଠ, ଦକ୍ଷିଣ ଦିଗରେ ଯେଉଁ ପଥ ଯିରୂଶାଲମ ସହରରୁ ଗଜ୍ଜା ସହର ଆଡ଼କୁ ଯାଇଅଛି, ସେହି ପଥକୁ ଯାଅ। ତାହା ମରୁଭୂମି।
27
ସେଥିରେ ସେ ଉଠି ଗମନ କଲେ। ଆଉ ଦେଖ, ଇଥିଓପିଆ ଦେଶୀୟମାନଙ୍କ କାଣ୍ଡାକୀ ନାମ୍ନୀ ରାଣୀଙ୍କର ଅଧୀନସ୍ଥ ଜଣେ ଉଚ୍ଚପଦ ପ୍ରାପ୍ତ ଇଥିଓପିଆର ନପୁଂସକ, ଯେ ତାହାଙ୍କ ସମସ୍ତ ଥିଲେ, ସେ ଉପାସନା କରିବା ନିମନ୍ତେ ଯିରୂଶାଲମ ସହରକୁ ଆସିଥିଲେ;
28
ସେ ବାହୁଡ଼ି ଯାଉ ଯାଉ ଆପଣା ରଥରେ ବସି ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରପାଠ କରୁଥିଲେ।
29
ସେତେବେଳେ ପବିତ୍ର ଆତ୍ମା ଫିଲିପ୍ପଙ୍କୁ କହିଲେ, ନିକଟକୁ ଯାଇ ଏହି ରଥର ସାଙ୍ଗ ଧର।
30
ସେଥିରେ ଫିଲିପ୍ପ ଦୌଡ଼ିଯାଇ ସେ ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ର ପାଠ କରୁଥିବା ଶୁଣି ପଚାରିଲେ, ଆପଣ ଯାହା ପାଠ କରୁଅଛନ୍ତି, ତାହା କଅଣ ବୁଝୁଅଛନ୍ତି?
31
ସେ କହିଲେ, କେହି ମୋତେ ବୁଝାଇ ନ ଦେଲେ ମୁଁ କିପରି ବୁଝି ପାରିବି? ଆଉ, ସେ ଫିଲିପ୍ପଙ୍କୁ ରଥରେ ଚଢ଼ି ଆସି ଆପଣା ନିକଟରେ ବସିବାକୁ ବିନତି କଲେ।
32
ଶାସ୍ତ୍ରର ଯେଉଁ ଅଂଶ ସେ ପାଠ କରୁଥିଲେ, ତାହା ଏହି, “ସେ ମେଷ ତୁଲ୍ୟ ହତ ହେବା ନିମନ୍ତେ ନିଆଗଲେ ପୁଣି, ଲୋମଚ୍ଛେଦକ ସମ୍ମୁଖରେ ମେଷଶାବକ ଯେପରି ନୀରବ ରୁହେ, ସେହିପରି ସେ ଆପଣା ମୁଖ ଫିଟାଇଲେ ନାହିଁ।
33
ତାହାଙ୍କ ଅବନତ ହେବାରେ ତାହାଙ୍କ ଦଣ୍ଡ ଅପସାରିତ ହେଲା; ତାହାଙ୍କ ବଂଶ କିଏ ବର୍ଣ୍ଣନା କରିପାରିବ? କାରଣ ତାହାଙ୍କ ପ୍ରାଣ ପୃଥିବୀରୁ ଅପସାରିତ ହେଲା।”
34
ନପୁଂସକ ଉତ୍ତର ଦେଇ ଫିଲିପ୍ପଙ୍କୁ କହିଲେ, ମୁଁ ଆପଣଙ୍କୁ ନିବେଦନ କରେ, ଭାବବାଦୀ କାହା ବିଷୟରେ ଏ କଥା କହନ୍ତି? ଆପଣା ବା ଆଉ କାହା ବିଷୟରେ?
35
ସେଥିରେ ଫିଲିପ୍ପ ମୁଖ ଫିଟାଇ ଶାସ୍ତ୍ରର ଏହି ବାକ୍ୟରୁ ଆରମ୍ଭ କରି ତାହାଙ୍କ ନିକଟରେ ଯୀଶୁଙ୍କ ସୁସମାଚାର ପ୍ରଚାର କଲେ।
36
ଆଉ ସେମାନେ ପଥରେ ଯାଉ ଯାଉ କୌଣସି ଗୋଟିଏ ଜଳାଶୟ ନିକଟରେ ଉପସ୍ଥିତ ହେଲେ; ସେଥିରେ ନପୁଂସକ କହିଲେ, ଏଠାରେ ତ ଜଳ ଅଛି, ମୋହର ବାପ୍ତିଜିତ ହେବା ନିମନ୍ତେ କଅଣ ବାଧା ଅଛି?
37
[ଫିଲିପ୍ପ କହିଲେ, ଆପଣ ସମସ୍ତ ଅନ୍ତଃକରଣ ସହିତ ଯଦି ବିଶ୍ୱାସ କରନ୍ତି, ତାହାହେଲେ ହୋଇପାରେ। ସେଥିରେ ସେ ଉତ୍ତର ଦେଲେ, ଯୀଶୁ ଖ୍ରୀଷ୍ଟ ଯେ ଈଶ୍ବରଙ୍କ ପୁତ୍ର, ଏହା ମୁଁ ବିଶ୍ୱାସ କରୁଅଛି।]
38
ପୁଣି, ସେ ରଥ ଠିଆ କରିବାକୁ ଆଜ୍ଞା ଦେଲେ, ଆଉ ଫିଲିପ୍ପ ଓ ନପୁଂସକ ଉଭୟ ଜଳ ଭିତରକୁ ଓହ୍ଲାଇଗଲେ, ଆଉ ଫିଲିପ୍ପ ତାହାଙ୍କୁ ବାପ୍ତିସ୍ମ ଦେଲେ।
39
ସେମାନେ ଜଳ ମଧ୍ୟରୁ ଉଠି ଆସନ୍ତେ ପ୍ରଭୁଙ୍କର ଆତ୍ମା ଫିଲିପ୍ପଙ୍କୁ ଘେନିଗଲେ, ପୁଣି, ନପୁଂସକ ତାହାଙ୍କୁ ଆଉ ଦେଖିଲେ ନାହିଁ; ତଥାପି ସେ ଆନନ୍ଦ କରୁ କରୁ ଆପଣା ପଥରେ ଚାଲିଗଲେ।
40
କିନ୍ତୁ ଫିଲିପ୍ପ ଅଷ୍ଦୋଦ୍ ନାମକ ନଗରରେ ଦେଖାଗଲେ, ଆଉ ସେ ଯାଉ ଯାଉ ନଗରେ ନଗରେ ସୁସମାଚାର ପ୍ରଚାର କରି କାଇସରିୟାରେ ଯାଇ ପହଞ୍ଚିଲେ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28