bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
Ezekiel 22
Ezekiel 22
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 23 →
1
ଆହୁରି, ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
2
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ବିଚାର କରିବ? ତୁମ୍ଭେ କି ଏହି ରକ୍ତମୟୀ ନଗରୀର ବିଚାର କରିବ? ତେବେ ତାହାର ଘୃଣାଯୋଗ୍ୟ କ୍ରିୟାସକଳ ତାହାକୁ ଜ୍ଞାତ କରାଅ।
3
ପୁଣି, ତୁମ୍ଭେ ତାହାକୁ କହିବ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହେ ନଗରୀ! ତୁମ୍ଭେ ଆପଣାର କାଳ ଉପସ୍ଥିତ କରାଇବା ନିମନ୍ତେ ଆପଣା ମଧ୍ୟରେ ରକ୍ତପାତ କରୁଅଛ ଓ ଆପଣାକୁ ଅଶୁଚି କରିବା ନିମନ୍ତେ ଆପଣା ପାଇଁ ପ୍ରତିମାଗଣ ନିର୍ମାଣ କରୁଅଛ।
4
ତୁମ୍ଭେ ଯେଉଁ ରକ୍ତପାତ କରିଅଛ, ତଦ୍ଦ୍ୱାରା ଦୋଷୀ ହୋଇଅଛ ଓ ତୁମ୍ଭେ ଯେଉଁ ପ୍ରତିମାଗଣ ନିର୍ମାଣ କରିଅଛ, ତଦ୍ଦ୍ୱାରା ଅଶୁଚି ହୋଇଅଛ; ଆଉ, ତୁମ୍ଭେ ଆପଣାର ଦିନ ନିକଟବର୍ତ୍ତୀ କରାଇଅଛ ଓ ମଧ୍ୟ ଆପଣା ଆୟୁର ଶେଷାଂଶରେ ଉପସ୍ଥିତ ହୋଇଅଛ; ଏଣୁ ଆମ୍ଭେ ତୁମ୍ଭକୁ ଗୋଷ୍ଠୀଗଣ ନିକଟରେ ନିନ୍ଦାର ପାତ୍ର ଓ ସବୁ ଦେଶ ନିକଟରେ ପରିହାସର ପାତ୍ର କରିଅଛୁ।
5
ହେ ଦୁର୍ନାମୀ ଓ କଳହପୂର୍ଣ୍ଣେ, ତୁମ୍ଭର ନିକଟସ୍ଥ ଓ ଦୂରସ୍ଥ ସମସ୍ତେ ତୁମ୍ଭକୁ ପରିହାସ କରିବେ।
6
ଦେଖ, ଇସ୍ରାଏଲର ଅଧିପତିଗଣ ପ୍ରତ୍ୟେକେ ଆପଣା ଆପଣା ପରାକ୍ରମ ଅନୁସାରେ ରକ୍ତପାତ କରିବା ନିମନ୍ତେ ତୁମ୍ଭ ମଧ୍ୟରେ ରହିଅଛନ୍ତି।
7
ତୁମ୍ଭ ମଧ୍ୟରେ ଲୋକମାନେ ପିତାମାତାଙ୍କୁ ଅବଜ୍ଞା କରିଅଛନ୍ତି; ତୁମ୍ଭ ମଧ୍ୟରେ ଲୋକମାନେ ବିଦେଶୀ ପ୍ରତି ଉପଦ୍ରବ କରିଅଛନ୍ତି; ତୁମ୍ଭ ମଧ୍ୟରେ ଲୋକମାନେ ପିତୃହୀନ ଓ ବିଧବା ପ୍ରତି ଅନ୍ୟାୟ କରିଅଛନ୍ତି।
8
ତୁମ୍ଭେ ଆମ୍ଭର ପବିତ୍ର ବସ୍ତୁସକଳ ତୁଚ୍ଛ କରିଅଛ ଓ ଆମ୍ଭର ବିଶ୍ରାମ ଦିନସବୁ ଅପବିତ୍ର କରିଅଛ।
9
ରକ୍ତପାତ କରିବା ପାଇଁ ନିନ୍ଦକମାନେ ତୁମ୍ଭ ମଧ୍ୟରେ ରହିଅଛନ୍ତି ଓ ତୁମ୍ଭ ମଧ୍ୟରେ ଲୋକମାନେ ପର୍ବତ ଉପରେ ଭୋଜନ କରିଅଛନ୍ତି; ତୁମ୍ଭ ମଧ୍ୟରେ ଲୋକମାନେ ଲମ୍ପଟାଚରଣ କରିଅଛନ୍ତି।
10
ତୁମ୍ଭ ମଧ୍ୟରେ ଲୋକମାନେ ଆପଣା ଆପଣା ପିତାର ଆବରଣୀୟ ଅନାବୃତ କରିଅଛନ୍ତି; ତୁମ୍ଭ ମଧ୍ୟରେ ଲୋକମାନେ ଋତୁ ସମୟରେ ଅଶୁଚି ଥିବା ସ୍ତ୍ରୀକୁ ବଳାତ୍କାର କରିଅଛନ୍ତି।
11
ପୁଣି, କେହି କେହି ଆପଣା ପ୍ରତିବାସୀର ଭାର୍ଯ୍ୟା ସଙ୍ଗେ ଘୃଣାଯୋଗ୍ୟ କର୍ମ କରିଅଛନ୍ତି, ପୁଣି, ଅନ୍ୟ କେହି କେହି ଲମ୍ପଟତାପୂର୍ବକ ଆପଣା ପୁତ୍ରବଧୂକୁ ଅଶୁଚି କରିଅଛନ୍ତି; ଆଉ, ତୁମ୍ଭ ମଧ୍ୟରେ ଅନ୍ୟ କେହି କେହି ଆପଣା ଆପଣା ଭଗିନୀକୁ, ଆପଣା ପିତାର କନ୍ୟାକୁ ବଳାତ୍କାର କରିଅଛନ୍ତି।
12
ତୁମ୍ଭ ମଧ୍ୟରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନେଇଅଛନ୍ତି; ତୁମ୍ଭେ ସୁଧ ଓ ବୃଦ୍ଧି ଗ୍ରହଣ କରିଅଛ, ଆଉ ତୁମ୍ଭେ ଲୋଭରେ ଉପଦ୍ରବ କରି ଆପଣା ପ୍ରତିବାସୀଠାରୁ ଲାଭ ନେଇଅଛ, ପୁଣି, ଆମ୍ଭକୁ ପାସୋରିଅଛ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
13
ଏଥିପାଇଁ ଦେଖ, ତୁମ୍ଭର ଅନ୍ୟାୟ ଲାଭ ଓ ତୁମ୍ଭ ମଧ୍ୟରେ ଯେଉଁ ରକ୍ତପାତ ହୋଇଅଛି, ତହିଁ ନିମନ୍ତେ ଆମ୍ଭେ ଆପଣା ହସ୍ତ ଦେଇଅଛୁ।
14
ଯେଉଁ ଦିନ ଆମ୍ଭେ ତୁମ୍ଭଠାରୁ ନିକାଶ ନେବା, ସେହି ଦିନ ତୁମ୍ଭ ଅନ୍ତଃକରଣ କି ସହି ପାରିବ, ଅବା ତୁମ୍ଭର ହସ୍ତ କି ସବଳ ହୋଇ ପାରିବ? ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ଓ ଏହା ସିଦ୍ଧ କରିବା।
15
ପୁଣି, ଆମ୍ଭେ ନାନା ଗୋଷ୍ଠୀ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିବା ଓ ନାନା ଦେଶରେ ତୁମ୍ଭକୁ ନିକ୍ଷେପ କରିବା; ଆଉ, ଆମ୍ଭେ ତୁମ୍ଭର ଅଶୁଚିତା ତୁମ୍ଭଠାରୁ ନାଶ କରିବା।
16
ଆଉ, ତୁମ୍ଭେ ଗୋଷ୍ଠୀଗଣର ସାକ୍ଷାତରେ ଆପଣା ସକାଶୁ ଅପବିତ୍ର ହେବ,” ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ।
17
ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
18
“ହେ ମନୁଷ୍ୟ-ସନ୍ତାନ, ଇସ୍ରାଏଲ ବଂଶ ଆମ୍ଭ ନିକଟରେ ଖାଦ ସ୍ୱରୂପ ହୋଇଅଛନ୍ତି; ସେମାନେ ସମସ୍ତେ ଉହ୍ମେଇ ମଧ୍ୟରେ ପିତ୍ତଳ, ଦସ୍ତା, ଲୁହା ଓ ସୀସା ସ୍ୱରୂପ ହୋଇଅଛନ୍ତି; ସେମାନେ ରୂପାର ଖାଦ ସ୍ୱରୂପ,
19
ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ସମସ୍ତେ ଖାଦ ସ୍ୱରୂପ ହୋଇଅଛ, ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଯିରୂଶାଲମ ମଧ୍ୟରେ ଏକତ୍ର କରିବା।
20
ଯେପରି ଲୋକମାନେ ଉହ୍ମେଇ ମଧ୍ୟରେ ରୂପା, ପିତ୍ତଳ ଓ ଲୁହା, ସୀସା ଓ ଦସ୍ତା ଏକତ୍ର କରି, ତରଳାଇବା ପାଇଁ ତହିଁ ଉପରେ ଅଗ୍ନି ରଖି ଫୁଙ୍କନ୍ତି; ସେହିପରି ଆମ୍ଭେ ତୁମ୍ଭମାନଙ୍କୁ ଆପଣା କ୍ରୋଧ ଓ ଆପଣା କୋପରେ ଏକତ୍ର କରି ସେହି ସ୍ଥାନରେ ରଖିବା ଓ ତୁମ୍ଭମାନଙ୍କୁ ତରଳାଇବା।
21
ହଁ, ଆମ୍ଭେ ତୁମ୍ଭମାନଙ୍କୁ ଏକତ୍ର କରି ଆପଣା କ୍ରୋଧରୂପ ଅଗ୍ନିରେ ତୁମ୍ଭମାନଙ୍କୁ ଫୁଙ୍କିବା, ତହୁଁ ତୁମ୍ଭେମାନେ ତହିଁ ମଧ୍ୟରେ ତରଳି ଯିବ।
22
ଯେପରି ରୂପା ଉହ୍ମେଇ ମଧ୍ୟରେ ତରଳାଯାଏ, ସେହିପରି ତୁମ୍ଭେମାନେ ତହିଁ ମଧ୍ୟରେ ତରଳା ଯିବ; ତହିଁରେ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଯେ ଆପଣା କୋପ ଢାଳିଅଛୁ, ଏହା ତୁମ୍ଭେମାନେ ଜାଣିବ।”
23
ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
24
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ତାହାକୁ କୁହ, ଯେଉଁ ଦେଶ ପରିଷ୍କୃତ ହୋଇ ନାହିଁ, କିଅବା କ୍ରୋଧର ଦିନରେ ଯହିଁ ଉପରେ ବୃଷ୍ଟି ହୋଇ ନାହିଁ, ତୁମ୍ଭେ ଏପରି ଦେଶ ଅଟ।
25
ତାହାର ଭବିଷ୍ୟଦ୍ବକ୍ତାମାନେ ତହିଁ ମଧ୍ୟରେ ଚକ୍ରାନ୍ତ କରନ୍ତି, ସେମାନେ ମୃଗୟା ବିଦାରିବାକୁ ଉତ୍ସୁକ ଗର୍ଜ୍ଜନକାରୀ ସିଂହ ପରି; ସେମାନେ ପ୍ରାଣୀମାନଙ୍କୁ ଗ୍ରାସ କରିଅଛନ୍ତି; ସେମାନେ ଧନ ଓ ବହୁମୂଲ୍ୟ ବସ୍ତ୍ର ହରଣ କରନ୍ତି; ସେମାନେ ତହିଁ ମଧ୍ୟରେ ଅନେକଙ୍କୁ ବିଧବା କରିଅଛନ୍ତି।
26
ତାହାର ଯାଜକମାନେ ଆମ୍ଭ ବ୍ୟବସ୍ଥା ପ୍ରତି ଦୌରାତ୍ମ୍ୟ କରିଅଛନ୍ତି ଓ ଆମ୍ଭର ପବିତ୍ର ବସ୍ତୁସବୁ ଅପବିତ୍ର କରିଅଛନ୍ତି; ସେମାନେ ପବିତ୍ର ଓ ସାମାନ୍ୟ ବିଷୟ ମଧ୍ୟରେ କିଛି ହିଁ ପ୍ରଭେଦ ରଖି ନାହାନ୍ତି, କିଅବା ଶୁଚି ଅଶୁଚି ମଧ୍ୟରେ ବିଶେଷ କରିବା ପାଇଁ ଲୋକମାନଙ୍କୁ ଶିଖାଇ ନାହାନ୍ତି, ପୁଣି, ଆମ୍ଭ ବିଶ୍ରାମ ଦିନ ପ୍ରତି ସେମାନଙ୍କ ଚକ୍ଷୁ ମୁଦ୍ରିତ କରିଅଛନ୍ତି, ଆଉ ଆମ୍ଭେ ସେମାନଙ୍କ ମଧ୍ୟରେ ଅପବିତ୍ରୀକୃତ ହେଉଅଛୁ।
27
ତାହାର ଅଧିପତିମାନେ ଅନ୍ୟାୟ ଲାଭର ଚେଷ୍ଟାରେ ରକ୍ତପାତ ଓ ପ୍ରାଣୀମାନଙ୍କୁ ବିନାଶ କରିବା ପାଇଁ ମୃଗୟା ବିଦାରିବାକୁ ଉତ୍ସୁକ, କେନ୍ଦୁଆଗଣ ପରି ତହିଁ ମଧ୍ୟରେ ଅଛନ୍ତି।
28
ପୁଣି, ତାହାର ଭବିଷ୍ୟଦ୍ବକ୍ତାମାନେ ଅସାର ଦର୍ଶନ ପାଇ ଓ ସଦାପ୍ରଭୁ କହି ନ ଥିଲେ ହେଁ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହିଅଛନ୍ତି’ ବୋଲି ସେମାନଙ୍କ ନିକଟରେ ମିଥ୍ୟା ମନ୍ତ୍ର ପାଠ କରି ଅମିଶ୍ରିତ ମସଲାରେ ସେମାନଙ୍କ କାନ୍ଥ ଲେପନ କରିଅଛନ୍ତି।
29
ଦେଶସ୍ଥ ଲୋକମାନେ ଉପଦ୍ରବ କରିଅଛନ୍ତି ଓ ପରର ଦ୍ରବ୍ୟ ବଳପୂର୍ବକ ଅପହରଣ କରିଅଛନ୍ତି; ହଁ, ସେମାନେ ଦରିଦ୍ର ଓ ଦୀନହୀନକୁ କ୍ଳେଶ ଦେଇଅଛନ୍ତି ଓ ବିଦେଶୀ ପ୍ରତି ଅନ୍ୟାୟପୂର୍ବକ ଉପଦ୍ରବ କରିଅଛନ୍ତି।
30
ପୁଣି, ଆମ୍ଭେ ଯେପରି ଦେଶ ବିନଷ୍ଟ ନ କରୁ, ଏଥିପାଇଁ ଯେ ପ୍ରାଚୀର ଦୃଢ଼ କରି ପାରିବ ଓ ଫାଟ ସ୍ଥାନରେ ଆମ୍ଭ ସମ୍ମୁଖରେ ଦେଶର ସପକ୍ଷରେ ଠିଆ ହେବ, ଏପରି ଏକ ପୁରୁଷ ଆମ୍ଭେ ଅନ୍ଵେଷଣ କଲୁ, ମାତ୍ର ଜଣେ ସୁଦ୍ଧା ପାଇଲୁ ନାହିଁ।
31
ଏହେତୁ ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଢାଳି ଦେଇଅଛୁ; ଆମ୍ଭେ ଆପଣା କୋପାଗ୍ନିରେ ସେମାନଙ୍କୁ ସଂହାର କରିଅଛୁ; ସେମାନଙ୍କ ନିଜ କାର୍ଯ୍ୟର ଫଳ ସେମାନଙ୍କର ମସ୍ତକରେ ବର୍ତ୍ତାଇଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 23 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48