bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
Galatians 2
Galatians 2
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 3 →
1
ତାହା ପରେ ଚଉଦ ବର୍ଷ ଗତ ହୁଅନ୍ତେ, ମୁଁ ବର୍ଣ୍ଣବ୍ବାଙ୍କ ସହିତ ପୁନଶ୍ଚ ଯିରୂଶାଲମ ସହରକୁ ଗଲି, ତୀତସଙ୍କୁ ମଧ୍ୟ ସାଙ୍ଗରେ ଘେନିଯାଇଥିଲି।
2
ମୁଁ ପ୍ରତ୍ୟାଦେଶ ପ୍ରାପ୍ତ ହୋଇ ଗମନ କଲି; ଆଉ ମୁଁ ଅଣଯିହୁଦୀମାନଙ୍କ ମଧ୍ୟରେ ଯେଉଁ ସୁସମାଚାର ପ୍ରଚାର କରୁଅଛି, ତାହା ସେମାନଙ୍କୁ ବୁଝାଇଦେଲି, କିନ୍ତୁ ମୋହର ପୂର୍ବ ଅବା ବର୍ତ୍ତମାନ ପରିଶ୍ରମ ଯେପରି ବିଫଳ ନ ହୁଏ, ଏଥିପାଇଁ ଯେଉଁମାନେ ସମ୍ମାନ ଯୋଗ୍ୟ, କେବଳ ସେମାନଙ୍କୁ ପୃଥକ୍ ଭାବରେ ବୁଝାଇଲି।
3
ମାତ୍ର ମୋହର ସଙ୍ଗୀ ତୀତସ, ଯେ ଗ୍ରୀକ୍ ଲୋକ ଥିଲେ, ସେ ସୁଦ୍ଧା ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଯାଇ ନ ଥିଲେ;
4
ଆମ୍ଭମାନଙ୍କ ମଧ୍ୟକୁ ଆନୀତ କେତେ ଜଣ ଭଣ୍ଡ ଭ୍ରାତା ସକାଶେ ଏପରି ହେଲା; ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କର ଯେଉଁ ସ୍ୱାଧୀନତା ଅଛି, ଚର ସ୍ୱରୂପେ ସେଥିର ଛିଦ୍ର ଅନ୍ୱେଷଣ କରି ଆମ୍ଭମାନଙ୍କୁ ଦାସତ୍ୱର ବନ୍ଧନରେ ଆବଦ୍ଧ କରିବା ନିମନ୍ତେ ସେମାନେ ଗୁପ୍ତରେ ପ୍ରବେଶ କରିଥିଲେ;
5
କିନ୍ତୁ ସୁସମାଚାରର ସତ୍ୟ ଯେପରି ତୁମ୍ଭମାନଙ୍କ ନିକଟରେ ସ୍ଥାୟୀ ହୋଇ ରହେ, ଏଥିପାଇଁ ଆମ୍ଭେମାନେ ଦଣ୍ଡେମାତ୍ର ଅଧୀନତା ସ୍ୱୀକାର କରି ସେମାନଙ୍କର ବଶବର୍ତ୍ତୀ ହୋଇ ନ ଥିଲୁ।
6
ଆଉ ଯେଉଁମାନେ ଗଣ୍ୟମାନ୍ୟ ବୋଲି ଖ୍ୟାତ (ସେମାନେ କି ପ୍ରକାର ଲୋକ ଥିଲେ, ସେଥିରେ ମୋହର ଯାଏ ଆସେ ନାହିଁ; ଈଶ୍ବର ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ), ସେହି ଗଣ୍ୟମାନ୍ୟ ବ୍ୟକ୍ତିମାନେ ମୋତେ କିଛି ନୂଆ ଶିକ୍ଷା ଦେଲେ ନାହିଁ,
7
ବରଂ ଅନ୍ୟ ପକ୍ଷରେ ଯେତେବେଳେ ସେମାନେ ଦେଖିଲେ ଯେ, ପିତରଙ୍କୁ ଯେପରି ସୁନ୍ନତିପ୍ରାପ୍ତ ଯିହୁଦୀମାନଙ୍କ ମଧ୍ୟରେ, ମୋତେ ସେହିପରି ଅସୁନ୍ନତିପ୍ରାପ୍ତ ଅଣଯିହୁଦୀମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରିବାର ଭାର ଅର୍ପିତ ହୋଇଅଛି,
8
(କାରଣ ସୁନ୍ନତିମାନଙ୍କ ନିକଟରେ ପ୍ରେରିତପଦର କର୍ମ କରିବା ନିମନ୍ତେ ଯେ ପିତରଙ୍କୁ ସକ୍ଷମ କଲେ, ଅଣଯିହୁଦୀମାନଙ୍କ ନିକଟରେ ସେହି କର୍ମ କରିବାକୁ ସେ ମୋତେ ମଧ୍ୟ ସକ୍ଷମ କଲେ),
9
ଆଉ, ଯେତେବେଳେ ସେମାନେ ମୋତେ ପ୍ରଦତ୍ତ ଅନୁଗ୍ରହ ବିଷୟ ବୁଝିଲେ, ସେତେବେଳେ ସ୍ତମ୍ଭ ସ୍ୱରୂପେ ଖ୍ୟାତ ଯାକୁବ, ପିତର ଓ ଯୋହନ ମୋତେ ଓ ବର୍ଣ୍ଣବ୍ବାଙ୍କୁ ସହଭାଗିତାର ଦକ୍ଷିଣ ହସ୍ତ ପ୍ରଦାନ କଲେ, ଯେପରି ଆମ୍ଭେମାନେ ଅଣଯିହୁଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରୁ ଓ ସେମାନେ ସୁନ୍ନତିମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି;
10
ଆମ୍ଭେମାନେ ଯେପରି ଦରିଦ୍ରମାନଙ୍କୁ ସ୍ମରଣ କରୁ, କେବଳ ଏହା ସେମାନେ ଆମ୍ଭମାନଙ୍କୁ କହିଥିଲେ; ତାହା କରିବା ନିମନ୍ତେ ମୁଁ ମଧ୍ୟ ଉଦ୍ଯୋଗୀ ଥିଲି।
11
ଏବଂ ଯେତେବେଳେ କୈଫା ଆନ୍ତିୟଖିଆକୁ ଆସିଥିଲେ, ସେତେବେଳେ ମୁଁ ମୁଖ ଉପରେ ତାହାଙ୍କୁ ଅନୁଯୋଗ କଲି, କାରଣ ସେ ଦୋଷୀ ଥିଲେ।
12
ଯେଣୁ ଯାକୁବଙ୍କଠାରୁ କେତେକ ଜଣ ଆସିବା ପୂର୍ବେ ସେ ଅଣଯିହୁଦୀ ବିଶ୍ୱାସୀମାନଙ୍କ ସହିତ ଭୋଜନ କରୁଥିଲେ, କିନ୍ତୁ ଯେତେବେଳେ ସେମାନେ ଆସିଲେ, ସେତେବେଳେ ସେ ସୁନ୍ନତି ବିଶ୍ୱାସୀମାନଙ୍କ ଭୟରେ ସେମାନଙ୍କର ସଙ୍ଗ ପରିତ୍ୟାଗ କରି ଆପଣାକୁ ପୃଥକ୍ ରଖିଲେ।
13
ଆଉ, ଅବଶିଷ୍ଟ ଯିହୁଦୀ ବିଶ୍ୱାସୀମାନେ ମଧ୍ୟ ତାହାଙ୍କ ସହିତ ସେହି ପ୍ରକାରେ କପଟ ବ୍ୟବହାର କଲେ, ଏପରିକି ବର୍ଣ୍ଣବ୍ବା ସୁଦ୍ଧା ସେମାନଙ୍କ କପଟରେ ପଡ଼ିଗଲେ।
14
କିନ୍ତୁ ଯେତେବେଳେ ମୁଁ ଦେଖିଲି ଯେ, ସେମାନେ ସୁସମାଚାରର ସତ୍ୟ ଅନୁଯାୟୀ ସରଳ ଭାବରେ ଆଚରଣ କରୁ ନାହାନ୍ତି, ସେତେବେଳେ ମୁଁ ସମସ୍ତଙ୍କ ସାକ୍ଷାତରେ କୈଫାଙ୍କୁ କହିଲି, ତୁମ୍ଭେ ଯିହୁଦୀ ହୋଇ ଯଦି ଯିହୁଦୀମାନଙ୍କ ପରି ବ୍ୟବହାର ନ କରି ଅଣଯିହୁଦୀମାନଙ୍କ ପରି ବ୍ୟବହାର କର, ତେବେ ତୁମ୍ଭେ କିପରି ଅଣଯିହୁଦୀମାନଙ୍କୁ ଯିହୁଦୀମାନଙ୍କ ପରି ବ୍ୟବହାର କରିବା ନିମନ୍ତେ ବାଧ୍ୟ କରୁଅଛ?
15
ଆମ୍ଭେମାନେ ଜନ୍ମରେ ଯିହୁଦୀ, ଅଣଯିହୁଦୀ ପାପୀ ନୋହୁଁ,
16
ତଥାପି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ, ଯେପରି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଉ; କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ।
17
କିନ୍ତୁ ଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚେଷ୍ଟା କରି ଆମ୍ଭେମାନେ ନିଜେ ମଧ୍ୟ ଯଦି ପାପୀ ବୋଲି ଦେଖାଗଲୁ, ତେବେ ଖ୍ରୀଷ୍ଟ କି ପାପର ସେବକ? ତାହା କେବେ ହେଁ ନ ହେଉ।
18
କାରଣ ମୁଁ ଯେଉଁ ଯେଉଁ ମୋଶାଙ୍କ ବ୍ୟବସ୍ଥା ଭାଙ୍ଗିଅଛି, ସେହିସବୁ ଯଦି ଆଉ ଥରେ ନିର୍ମାଣ କରେ, ତେବେ ମୁଁ ନିଜକୁ ଅପରାଧୀ ବୋଲି ପ୍ରମାଣ କରୁଅଛି।
19
ଯେଣୁ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଜୀବିତ ହେବା ନିମନ୍ତେ ମୁଁ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ମୋଶାଙ୍କ ବ୍ୟବସ୍ଥା ପ୍ରତି ମୃତ ହୋଇଅଛି।
20
ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି; ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋʼ ଠାରେ ଜୀବିତ ଅଛନ୍ତି; ପୁଣି, ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନଯାପନ କରୁଅଛି, ତାହା ବିଶ୍ୱାସରେ, ଅର୍ଥାତ୍, ଈଶ୍ବରଙ୍କ ପୁତ୍ର ମୋତେ ପ୍ରେମ କରି ମୋʼ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ତାହାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି।
21
ମୁଁ ଈଶ୍ବରଙ୍କ ଅନୁଗ୍ରହକୁ ବ୍ୟର୍ଥ କରୁ ନାହିଁ; କାରଣ ଯଦି ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଧାର୍ମିକତା ଲାଭ ହୁଏ, ତାହାହେଲେ ଖ୍ରୀଷ୍ଟଙ୍କ ମୃତ୍ୟୁଭୋଗ କରିବା ବୃଥା।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 3 →
All chapters:
1
2
3
4
5
6