bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
Numbers 3
Numbers 3
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 4 →
1
ଯେଉଁ ଦିନ ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କ ସଙ୍ଗେ କଥା କହିଲେ, ସେହି ଦିନ ହାରୋଣ ଓ ମୋଶାଙ୍କର ବଂଶାବଳୀ ଏହି।
2
ହାରୋଣଙ୍କର ପୁତ୍ରଗଣର ନାମ ଏହି; ପ୍ରଥମଜାତ ନାଦବ୍, ତହୁଁ ଅବୀହୂ ଓ ଇଲୀୟାସର ଓ ଈଥାମର।
3
ହାରୋଣଙ୍କର ଯେଉଁ ପୁତ୍ରମାନେ ଯାଜକ ରୂପେ ଅଭିଷିକ୍ତ ହୋଇଥିଲେ ଓ ଯେଉଁମାନଙ୍କୁ ସେ ଯାଜକର କର୍ମ କରିବା ପାଇଁ ନିଯୁକ୍ତ କରିଥିଲେ, ସେମାନଙ୍କର ନାମ ଏହି।
4
ମାତ୍ର ନାଦବ୍ ଓ ଅବୀହୂ ସୀନୟ ପ୍ରାନ୍ତରରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଇତର ଅଗ୍ନି ଉତ୍ସର୍ଗ କରି ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାଣତ୍ୟାଗ କରିଥିଲେ, ସେମାନଙ୍କର ସନ୍ତାନ ନ ଥିଲା; ଏଥିସକାଶୁ ଇଲୀୟାସର ଓ ଈଥାମର ଆପଣା ପିତା ହାରୋଣଙ୍କ ସାକ୍ଷାତରେ ଯାଜକ କର୍ମ କଲେ।
5
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
6
“ତୁମ୍ଭେ ଲେବୀୟ ବଂଶକୁ ଆଣି ହାରୋଣ ଯାଜକଙ୍କ ସମ୍ମୁଖରେ ଉପସ୍ଥିତ କରାଅ, ସେମାନେ ତାହାର ସେବା କରିବେ।
7
ଆଉ ସେମାନେ ଆବାସର ସେବାକର୍ମ କରିବା ନିମନ୍ତେ ସମାଗମ-ତମ୍ବୁ ସମ୍ମୁଖରେ ତାହାର ଓ ସମସ୍ତ ମଣ୍ଡଳୀର ରକ୍ଷଣୀୟ ରକ୍ଷା କରିବେ।
8
ପୁଣି, ସେମାନେ ଆବାସର ସେବାକର୍ମ କରିବା ନିମନ୍ତେ ସମାଗମ-ତମ୍ବୁର ସମସ୍ତ ଦ୍ରବ୍ୟ ଓ ଇସ୍ରାଏଲ-ସନ୍ତାନଗଣ ରକ୍ଷଣୀୟ ରକ୍ଷା କରିବେ।
9
ଆଉ ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣର ହସ୍ତରେ ଲେବୀୟମାନଙ୍କୁ ସମର୍ପଣ କରିବ; ସେମାନେ ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ତାହା ପ୍ରତି ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ,
10
ପୁଣି, ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ନିଯୁକ୍ତ କରିବ, ତହିଁରେ ସେମାନେ ଆପଣାମାନଙ୍କ ଯାଜକତ୍ୱ ପଦ ରକ୍ଷା କରିବେ ଓ ଅନ୍ୟ ବଂଶୀୟ ଯେକେହି ନିକଟବର୍ତ୍ତୀ ହେବ, ତାହାର ପ୍ରାଣଦଣ୍ଡ ହେବ।”
11
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
12
“ଆମ୍ଭେ, ଦେଖ, ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସମସ୍ତ ପ୍ରଥମଜାତ ଗର୍ଭଫଳ ପରିବର୍ତ୍ତରେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ଗ୍ରହଣ କଲୁ, ଏଣୁ ଲେବୀୟମାନେ ଆମ୍ଭର ହେବେ।
13
କାରଣ ପ୍ରଥମଜାତ ସମସ୍ତ ଆମ୍ଭର; ଯେଉଁ ଦିନ ଆମ୍ଭେ ମିସର ଦେଶରେ ପ୍ରଥମଜାତ ସକଳକୁ ଆଘାତ କଲୁ, ସେହି ଦିନ ଆମ୍ଭେ ଇସ୍ରାଏଲ ମଧ୍ୟରେ ମନୁଷ୍ୟ ଓ ପଶୁ ସମସ୍ତ ପ୍ରଥମଜାତକୁ ଆପଣା ଉଦ୍ଦେଶ୍ୟରେ ପବିତ୍ର କଲୁ; ସେମାନେ ଆମ୍ଭର; ଆମ୍ଭେ ସଦାପ୍ରଭୁ ଅଟୁ।”
14
ଏଥିଉତ୍ତାରେ ସଦାପ୍ରଭୁ ସୀନୟ ପ୍ରାନ୍ତରରେ ମୋଶାଙ୍କୁ କହିଲେ,
15
“ଆପଣା ଆପଣା ପିତୃଗୃହ ଓ ଆପଣା ଆପଣା ବଂଶାନୁସାରେ ଲେବୀୟ ସନ୍ତାନଗଣକୁ ଗଣନା କର; ତୁମ୍ଭେ ଏକ ମାସରୁ ଅଧିକ ବୟସ୍କ ସମସ୍ତ ପୁରୁଷଙ୍କୁ ଗଣନା କରିବ।”
16
ତହିଁରେ ମୋଶା ଆଜ୍ଞାନୁସାରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନଙ୍କୁ ଗଣନା କଲେ।
17
ଆପଣା ଆପଣା ନାମାନୁସାରେ ଏମାନେ ଲେବୀର ପୁତ୍ରଗଣ; ଯଥା, ଗେର୍ଶୋନ, କହାତ ଓ ମରାରି।
18
ପୁଣି, ଆପଣା ଆପଣା ବଂଶାନୁସାରେ ଗେର୍ଶୋନର ସନ୍ତାନମାନଙ୍କ ନାମ ଲିବ୍ନି ଓ ଶିମୀୟି।
19
ପୁଣି, ଆପଣା ଆପଣା ବଂଶାନୁସାରେ କହାତର ସନ୍ତାନମାନଙ୍କ ନାମ ଅମ୍ରାମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ।
20
ପୁଣି, ଆପଣା ଆପଣା ବଂଶାନୁସାରେ ମରାରିର ସନ୍ତାନମାନଙ୍କ ନାମ ମହଲି ଓ ମୂଶି; ଏମାନେ ଆପଣା ଆପଣା ପିତୃଗୃହାନୁସାରେ ଲେବୀୟମାନଙ୍କ ବଂଶ।
21
ଗେର୍ଶୋନଠାରୁ ଲିବ୍ନୀୟ ବଂଶ ଓ ଶିମୀୟିର ବଂଶ ଉତ୍ପନ୍ନ ହେଲେ; ଏମାନେ ଗେର୍ଶୋନୀୟ ବଂଶ।
22
ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ଯେଉଁ ସମସ୍ତ ପୁରୁଷ ଗଣିତ ହେଲେ, ସେମାନଙ୍କର ଗଣିତ ଲୋକ ସଂଖ୍ୟା ସାତ ହଜାର ପାଞ୍ଚ ଶହ ହେଲା।
23
ଗେର୍ଶୋନୀୟ ବଂଶ ପଶ୍ଚିମ ଦିଗରେ ଆବାସର ପଶ୍ଚାଦ୍ ଭାଗରେ ଛାଉଣି ସ୍ଥାପନ କରିବେ।
24
ପୁଣି, ଲାୟେଲର ପୁତ୍ର ଇଲୀୟାସଫ୍ ଗେର୍ଶୋନୀୟମାନଙ୍କ ପିତୃଗୃହର ଅଧିପତି ହେବ।
25
ପୁଣି, ସମାଗମ-ତମ୍ବୁର ଏହି ସମସ୍ତ ଦ୍ରବ୍ୟ ଗେର୍ଶୋନୀୟ ସନ୍ତାନମାନଙ୍କର ରକ୍ଷଣୀୟ ହେବ, ଯଥା, ଆବାସ ଓ ତମ୍ବୁ, ତହିଁର ଛାତ ଓ ସମାଗମ-ତମ୍ବୁ ଦ୍ୱାରର ଆଚ୍ଛାଦନ ବସ୍ତ୍ର,
26
ପ୍ରାଙ୍ଗଣର ପରଦାସକଳ, ଆବାସ ଓ ବେଦିର ଚତୁର୍ଦ୍ଦିଗସ୍ଥିତ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର ଓ ତହିଁର ସେବାକାର୍ଯ୍ୟ ନିମିତ୍ତ ସମସ୍ତ ରଜ୍ଜୁ।
27
ଆଉ କହାତଠାରୁ ଅମ୍ରାମୀୟ ବଂଶ, ଯିଷ୍ହରୀୟ ବଂଶ, ହିବ୍ରୋଣୀୟ ବଂଶ ଓ ଉଷୀୟେଲୀୟ ବଂଶ ଉତ୍ପନ୍ନ ହେଲେ; ଏମାନେ କହାତୀୟ ବଂଶ।
28
ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କ ଗଣନାନୁସାରେ ଆଠ ହଜାର ଛଅ ଶହ ଲୋକ ପବିତ୍ର ସ୍ଥାନର ରକ୍ଷକ ହେଲେ।
29
କହାତୀୟ ସନ୍ତାନମାନଙ୍କ ବଂଶ ଦକ୍ଷିଣ ଦିଗରେ ଆବାସ ନିକଟରେ ଛାଉଣି ସ୍ଥାପନ କରିବେ।
30
ଆଉ ଉଷୀୟେଲର ପୁତ୍ର ଇଲୀଶାଫନ୍ କହାତୀୟ ବଂଶର ଅଧିପତି ହେବ।
31
ପୁଣି, ସିନ୍ଦୁକ, ମେଜ, ଦୀପବୃକ୍ଷ, ଯଜ୍ଞବେଦି, ପବିତ୍ର ସ୍ଥାନର ସେବା ସମ୍ବନ୍ଧୀୟ ସକଳ ପାତ୍ର, ପରଦା ଓ ତତ୍ସମ୍ବନ୍ଧୀୟ ସମସ୍ତ ସେବାକାର୍ଯ୍ୟ ସେମାନଙ୍କର ରକ୍ଷଣୀୟ ହେବ।
32
ପୁଣି, ହାରୋଣ ଯାଜକଙ୍କର ପୁତ୍ର ଇଲୀୟାସର ଲେବୀୟ ଅଧିପତିମାନଙ୍କର ଅଧିପତି ହେବ ଓ ପବିତ୍ର ସ୍ଥାନର ରକ୍ଷକମାନଙ୍କ ଉପରେ ତତ୍ତ୍ୱାବଧାନ କରିବ।
33
ଆଉ ମରାରିଠାରୁ ମହଲୀୟ ବଂଶ ଓ ମୂଶୀୟ ବଂଶ ଉତ୍ପନ୍ନ ହେଲେ; ଏମାନେ ମରାରୀୟ ବଂଶ।
34
ପୁଣି, ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କ ଗଣନାନୁସାରେ ଛଅ ହଜାର ଦୁଇ ଶହ ଲୋକ ହେଲେ।
35
ଆଉ ଅବୀହୟିଲର ପୁତ୍ର ସୂରୀୟେଲ ମରାରି ବଂଶର ପିତୃଗୃହର ଅଧିପତି ହେଲା; ସେମାନେ ଉତ୍ତର ଦିଗରେ ଆବାସ ନିକଟରେ ଛାଉଣି ସ୍ଥାପନ କରିବେ।
36
ଆଉ ଆବାସର ପଟା, ଅର୍ଗଳ, ସ୍ତମ୍ଭ, ଚୁଙ୍ଗୀ, ତହିଁର ସମସ୍ତ ଦ୍ରବ୍ୟ ଓ ତତ୍ସମ୍ବନ୍ଧୀୟ ସେବାକାର୍ଯ୍ୟ,
37
ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥିତ ସ୍ତମ୍ଭ, ତହିଁର ସକଳ ଚୁଙ୍ଗୀ, ମେଖ ଓ ରଜ୍ଜୁ ମରାରି-ସନ୍ତାନଗଣର ନିରୂପିତ ରକ୍ଷଣୀୟ ହେବ।
38
ପୁଣି, ଯେଉଁମାନେ ଆବାସର ପୂର୍ବ ଦିଗରେ ସମାଗମ-ତମ୍ବୁ ସମ୍ମୁଖରେ ସୂର୍ଯ୍ୟୋଦୟ ଆଡ଼େ ଛାଉଣି ସ୍ଥାପନ କରିବେ, ସେମାନେ ମୋଶା, ହାରୋଣ ଓ ତାହାର ପୁତ୍ରଗଣ; ଏମାନେ ଇସ୍ରାଏଲ-ସନ୍ତାନଗଣର ରକ୍ଷଣୀୟ ବୋଲି ପବିତ୍ର ସ୍ଥାନର ରକ୍ଷଣୀୟ ରକ୍ଷା କରିବେ; ଆଉ ଅନ୍ୟ ବଂଶୀୟ କୌଣସି ଲୋକ ତହିଁର ନିକଟବର୍ତ୍ତୀ ହେଲେ ହତ ହେବ।
39
ଲେବୀୟମାନଙ୍କ ମଧ୍ୟରୁ ଯେଉଁମାନେ ଗଣିତ ହେଲେ, ଯେଉଁମାନଙ୍କୁ ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ସେମାନଙ୍କ ବଂଶାନୁସାରେ ଗଣନା କଲେ, ସେମାନଙ୍କର ଏକ ମାସରୁ ଅଧିକ ବୟସ୍କ ସମସ୍ତ ପୁରୁଷ ସଂଖ୍ୟାରେ ବାଇଶ ହଜାର ହେଲେ।
40
ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣର ଏକ ମାସରୁ ଅଧିକ ବୟସ୍କ ସମସ୍ତ ପ୍ରଥମଜାତ ପୁରୁଷଙ୍କୁ ଗଣନା କର ଓ ସେମାନଙ୍କ ନାମସଂଖ୍ୟା କର।
41
ଆମ୍ଭେ ସଦାପ୍ରଭୁ; ଆମ୍ଭ ନିମନ୍ତେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ଲୋକ ବଦଳେ ଲେବୀୟମାନଙ୍କୁ ଗ୍ରହଣ କରିବ; ପୁଣି, ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ପଶୁ ବଦଳେ ଲେବୀୟମାନଙ୍କର ପଶୁ ଗ୍ରହଣ କରିବ।”
42
ତହିଁରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସମସ୍ତ ପ୍ରଥମଜାତ ଲୋକର ଗଣନା କଲେ।
43
ପୁଣି, ସେମାନଙ୍କର ଏକ ମାସରୁ ଅଧିକ ବୟସ୍କ ସମସ୍ତ ପ୍ରଥମଜାତ ପୁରୁଷର ନାମ-ସଂଖ୍ୟାନୁସାରେ ଯେଉଁମାନେ ଗଣିତ ହେଲେ, ସେମାନଙ୍କ ସଂଖ୍ୟା ବାଇଶ ହଜାର ଦୁଇ ଶହ ତେସ୍ତରି ହେଲା।
44
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
45
“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ଲୋକ ବଦଳେ ଲେବୀୟମାନଙ୍କୁ ଓ ସେମାନଙ୍କ ପଶୁ ବଦଳେ ଲେବୀୟମାନଙ୍କର ପଶୁମାନଙ୍କୁ ଗ୍ରହଣ କର; ଆଉ ଲେବୀୟମାନେ ଆମ୍ଭର ହେବେ; ଆମ୍ଭେ ସଦାପ୍ରଭୁ ଅଟୁ।
46
ପୁଣି, ଇସ୍ରାଏଲ-ସନ୍ତାନଗଣର ପ୍ରଥମଜାତ ଲୋକମାନଙ୍କ ମଧ୍ୟରେ ଲେବୀୟମାନଙ୍କ ସଂଖ୍ୟାରୁ ଅଧିକ ଦୁଇ ଶହ ତେସ୍ତରି ଲୋକର ମୁକ୍ତି ନିମନ୍ତେ,
47
ତୁମ୍ଭେ ମୁଣ୍ଡ ପିଛା ପାଞ୍ଚ ଶେକଲ ଲେଖାଏଁ ନେବ; ପବିତ୍ର ସ୍ଥାନର ଶେକଲ ଅନୁସାରେ ତୁମ୍ଭେ ତାହା ନେବ, (କୋଡ଼ିଏ ଗେରାରେ ଏକ ଶେକଲ)।
48
ଆଉ ତୁମ୍ଭେ ସେହି ବଳକା ଲୋକମାନଙ୍କ ମୁକ୍ତିର ମୂଲ୍ୟ ନେଇ ହାରୋଣ ଓ ତାହାର ପୁତ୍ରମାନଙ୍କୁ ଦେବ।”
49
ତହୁଁ ମୋଶା ଲେବୀୟମାନଙ୍କ ଦ୍ୱାରା ମୁକ୍ତ ଲୋକଙ୍କ ବ୍ୟତୀତ ଅବଶିଷ୍ଟ ଲୋକମାନଙ୍କ ମୁକ୍ତି-ମୂଲ୍ୟ ନେଲେ।
50
ଇସ୍ରାଏଲ-ସନ୍ତାନଗଣର ପ୍ରଥମଜାତ ଲୋକମାନଙ୍କଠାରୁ ସେ ସେହି ମୂଲ୍ୟ ନେଲେ; ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ ଏକ ହଜାର ତିନି ଶହ ପଞ୍ଚଷଠି ଶେକଲ ନେଲେ;
51
ପୁଣି, ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ସେହି ମୁକ୍ତି-ମୂଲ୍ୟ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଦେଲେ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 4 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36