bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
/
Zechariah 10
Zechariah 10
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 11 →
1
ତୁମ୍ଭେମାନେ ଶେଷ ବୃଷ୍ଟି ସମୟରେ ସଦାପ୍ରଭୁଙ୍କ ନିକଟରେ, ଅର୍ଥାତ୍, ଯେ ବିଜୁଳିର ସୃଷ୍ଟି କରନ୍ତି, ସେହି ସଦାପ୍ରଭୁଙ୍କ ନିକଟରେ ବୃଷ୍ଟି ମାଗ ତହିଁରେ ସେ ପ୍ରଚୁର ବୃଷ୍ଟି ଦେଇ ପ୍ରତ୍ୟେକ ଜଣଙ୍କ କ୍ଷେତ୍ରରେ ତୃଣ ଦେବେ।
2
କାରଣ ଦେବାଦେବୀଗଣ ଅସାର କଥା କହିଅଛନ୍ତି ଓ ମନ୍ତ୍ରପାଠକମାନେ ମିଥ୍ୟା ଦର୍ଶନ ପାଇଅଛନ୍ତି ଓ ସେମାନେ ମିଥ୍ୟା ସ୍ୱପ୍ନର କଥା କହିଅଛନ୍ତି, ସେମାନେ ବୃଥାରେ ସାନ୍ତ୍ୱନା ଦିଅନ୍ତି; ଏଥିପାଇଁ ଲୋକମାନେ ମେଷଗଣ ପରି ଆପଣା ଆପଣା ପଥରେ ଗମନ କରନ୍ତି, ସେମାନେ କ୍ଳେଶଯୁକ୍ତ ଅଟନ୍ତି, କାରଣ ସେମାନଙ୍କର ପାଳକ କେହି ନାହାନ୍ତି।
3
“ପାଳକମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହୋଇଅଛି ଓ ଆମ୍ଭେ ଅଧ୍ୟକ୍ଷଗଣକୁ ଶାସ୍ତି ଦେବା; କାରଣ ସୈନ୍ୟାଧିପତି ସଦାପ୍ରଭୁ ଆପଣା ପଲ ଯିହୁଦା ବଂଶର ତତ୍ତ୍ୱାନୁସନ୍ଧାନ କରିଅଛନ୍ତି ଓ ସେମାନଙ୍କୁ ଆପଣାର ସୁନ୍ଦର ଯୁଦ୍ଧ-ଅଶ୍ୱ ତୁଲ୍ୟ କରିବେ।
4
ତାଙ୍କଠାରୁ କୋଣର ପ୍ରସ୍ତର, ତାଙ୍କଠାରୁ ପ୍ରେକ, ତାଙ୍କଠାରୁ ଯୁଦ୍ଧ-ଧନୁ, ତାଙ୍କଠାରୁ ପ୍ରତ୍ୟେକ ଶାସନକାରୀ ଏକତ୍ର ଉତ୍ପନ୍ନ ହେବେ।
5
ପୁଣି, ସେମାନେ ବୀରଗଣ ତୁଲ୍ୟ ହୋଇ ଯୁଦ୍ଧରେ ଆପଣାମାନଙ୍କର ଶତ୍ରୁଗଣକୁ ବାଟର କାଦୁଅରେ ଦଳି ପକାଇବେ ଓ ସେମାନେ ଯୁଦ୍ଧ କରିବେ, କାରଣ ସଦାପ୍ରଭୁ ସେମାନଙ୍କର ସହବର୍ତ୍ତୀ ଅଟନ୍ତି ଓ ଅଶ୍ୱାରୋହୀମାନେ ଲଜ୍ଜିତ ହେବେ।
6
ଆଉ, ଆମ୍ଭେ ଯିହୁଦା-ବଂଶକୁ ବଳବାନ କରିବା ଓ ଆମ୍ଭେ ଯୋଷେଫର ବଂଶକୁ ଉଦ୍ଧାର କରିବା ଓ ଆମ୍ଭେ ସେମାନଙ୍କୁ ପୁନର୍ବାର ଆଣିବା, କାରଣ ସେମାନଙ୍କ ପ୍ରତି ଆମ୍ଭର ଦୟା ଅଛି; ଆଉ, ଆମ୍ଭ ଦ୍ୱାରା ପରିତ୍ୟକ୍ତ ନୋହିଲା ଲୋକର ତୁଲ୍ୟ ସେମାନେ ହେବେ; କାରଣ ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଓ ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା।
7
ପୁଣି, ଇଫ୍ରୟିମର ଲୋକମାନେ ବୀରପୁରୁଷ ପରି ହେବେ ଓ ଦ୍ରାକ୍ଷାରସରେ ଆନନ୍ଦ କଲା ପରି ସେମାନଙ୍କ ଅନ୍ତଃକରଣ ଆନନ୍ଦ କରିବ; ହଁ, ସେମାନଙ୍କର ସନ୍ତାନଗଣ ତାହା ଦେଖିବେ ଓ ଆନନ୍ଦ କରିବେ; ସେମାନଙ୍କର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ଉଲ୍ଲସିତ ହେବ।
8
ଆମ୍ଭେ ସେମାନଙ୍କ ପାଇଁ ଶୀଷ୍ ଶବ୍ଦ କରି ସେମାନଙ୍କୁ ଏକତ୍ର କରିବା; କାରଣ ଆମ୍ଭେ ସେମାନଙ୍କୁ ମୁକ୍ତ କରିବା ଓ ସେମାନେ ଯେପରି ବହୁବଂଶ ହୋଇଥିଲେ, ସେପରି ବହୁବଂଶ ହେବେ।
9
ପୁଣି, ଆମ୍ଭେ ଯେବେ ଗୋଷ୍ଠୀଗଣ ମଧ୍ୟରେ ସେମାନଙ୍କୁ ବିଚ୍ଛିନ୍ନ କରିବା ତେବେ ସେମାନେ ନାନା ଦୂର ଦେଶରେ ଆମ୍ଭକୁ ସ୍ମରଣ କରିବେ; ଆଉ, ସେମାନେ ଆପଣା ଆପଣା ସନ୍ତାନଗଣର ସହିତ ଜୀବିତ ହୋଇ ରହିବେ ଓ ଫେରି ଆସିବେ।
10
ଆହୁରି, ଆମ୍ଭେ ସେମାନଙ୍କୁ ମିସର ଦେଶରୁ ପୁନର୍ବାର ଫେରାଇ ଆଣିବା ଓ ଅଶୂର ଦେଶରୁ ସେମାନଙ୍କୁ ସଂଗ୍ରହ କରିବା; ଆଉ, ଆମ୍ଭେ ସେମାନଙ୍କୁ ଗିଲୀୟଦ ଓ ଲିବାନୋନ ଦେଶକୁ ଆଣିବା ଯେପର୍ଯ୍ୟନ୍ତ ସେମାନଙ୍କ ନିମନ୍ତେ ସ୍ଥାନ ଅଣ୍ଟିବ ନାହିଁ।
11
ପୁଣି, ସେ ଦୁଃଖରୂପ ସାଗର ପାରି ହେବେ ଓ ସମୁଦ୍ରର ତରଙ୍ଗ ସମୂହକୁ ପ୍ରହାର କରିବେ ଓ ନୀଳ ନଦୀର ଗଭୀର ସ୍ଥାନସକଳ ଶୁଷ୍କ ହେବ; ତହିଁରେ ଅଶୂରର ଗର୍ବ ଖର୍ବ ହେବ ଓ ମିସରର ରାଜଦଣ୍ଡ ଦୂରୀକୃତ ହେବ।
12
ପୁଣି, ଆମ୍ଭେ ସଦାପ୍ରଭୁଙ୍କଠାରେ ସେମାନଙ୍କୁ ବଳବାନ କରିବା ଓ ସେମାନେ ତାହାଙ୍କ ନାମରେ ଗମନାଗମନ କରିବେ,” ଏହା ସଦାପ୍ରଭୁ କହନ୍ତି।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 11 →
All chapters:
1
2
3
4
5
6
7
8
9
10
11
12
13
14