bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
1 Chronicles 26
1 Chronicles 26
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 27 →
1
ଦ୍ଵାରପାଳମାନଙ୍କ ପାଳି ପାଇଁ କୋରହୀୟ-ମାନଙ୍କ ମଧ୍ୟରୁ ଆସଫ-ବଂଶଜାତ କୋରିର ପୁତ୍ର ମଶେଲିମୀୟ ଥିଲା ।
2
ମଶେଲିମୀୟର ପୁତ୍ର ଥିଲେ; ପ୍ରଥମଜାତ ଜିଖରୀୟ, ଦ୍ଵିତୀୟ ଯିହୀୟେଲ, ତୃତୀୟ ସବ୍ଦୀୟ, ଚତୁର୍ଥ ଯତ୍ନୀୟେଲ,
3
ପଞ୍ଚମ ଏଲମ୍, ଷଷ୍ଠ ଯିହୋହାନନ୍, ସପ୍ତମ ଇଲୀୟୋଐନୟ ।
4
ପୁଣି ଓବେଦ୍-ଇଦୋମ୍ର ପୁତ୍ର ଥିଲେ; ପ୍ରଥମଜାତ ଶମୟୀୟ, ଦ୍ଵିତୀୟ ଯିହୋଷାବଦ୍, ତୃତୀୟ ଯୋୟାହ, ଚତୁର୍ଥ ସାଖର୍, ପଞ୍ଚମ ନଥନେଲ୍;
5
ଷଷ୍ଠ ଅମ୍ମୀୟେଲ୍, ସପ୍ତମ ଇଷାଖର, ଅଷ୍ଟମ ପିୟୁଲ୍ଲତୟ; କାରଣ ପରମେଶ୍ଵର ତାହାକୁ ଆଶୀର୍ବାଦ କଲେ ।
6
ମଧ୍ୟ ତାହାର ପୁତ୍ର ଶମୟୀୟର ପୁତ୍ର ଜାତ ହେଲେ, ସେମାନେ ଆପଣାମାନଙ୍କ ପିତୃବଂଶରେ କର୍ତ୍ତୃତ୍ଵ କଲେ; କାରଣ ସେମାନେ ମହାବିକ୍ରମଶାଳୀ ପୁରୁଷ ଥିଲେ ।
7
ଶମୟୀୟର ପୁତ୍ର ଅତ୍ନି ଓ ରଫାୟେଲ ଓ ଓବେଦ୍, ଇଲୀଶାବଦ୍, ଏମାନଙ୍କର ଭ୍ରାତା ଇଲୀହୂ ଓ ସମଖୀୟ ପରାକ୍ରା; ଲୋକ ଥିଲେ ।
8
ଏସମସ୍ତେ ଓବେଦ୍-ଇଦୋମ୍ର ସନ୍ତାନ, ଏମାନେ ଓ ଏମାନଙ୍କ ପୁତ୍ର ଓ ଭ୍ରାତୃଗଣ ସେବାକାର୍ଯ୍ୟାର୍ଥକ ବଳରେ ବଳବାନ ଥିଲେ; ଓବେଦ୍-ଇଦୋମ୍ ବଂଶଜାତ ବାଷଠି ଜଣ ।
9
ମଶେଲିମୀୟର ପୁତ୍ର ଓ ଭ୍ରାତୃଗଣ ଅଠର ଜଣ ପରାକ୍ରା; ଲୋକ ଥିଲେ ।
10
ଆଉ ମରାରି-ବଂଶଜାତ ହୋଷାର ପୁତ୍ର ଥିଲେ; ପ୍ରଧାନ ସିମ୍ରି, କାରଣ ସେ ପ୍ରଥମଜାତ ନୋହିଲେ ହେଁ ତାହାର ପିତା ତାହାକୁ ପ୍ରଧାନ କଲା;
11
ଦ୍ଵିତୀୟ ହିଲ୍କୀୟ, ତୃତୀୟ ଟବଲୀୟ, ଚତୁର୍ଥ ଜିଖରୀୟ; ହୋଷାର ପୁତ୍ର ଓ ଭ୍ରାତୃଗଣ ସର୍ବସୁଦ୍ଧା ତେର ଜଣ ଥିଲେ ।
12
ସଦାପ୍ରଭୁଙ୍କ ଗୃହରେ ପରିଚର୍ଯ୍ୟାକରଣାର୍ଥେ ଦ୍ଵାରପାଳମାନଙ୍କ ପାଳି ଏହି ପ୍ରଧାନ ଲୋକମାନଙ୍କର ହେଲା, ଆପଣା ଭ୍ରାତୃଗଣ ତୁଲ୍ୟ ସେମାନଙ୍କର ରକ୍ଷଣୀୟ ଥିଲା ।
13
ପୁଣି ସେମାନେ, ସାନ ବଡ଼, ଆପଣା ପିତୃ-ବଂଶାନୁସାରେ ପ୍ରତ୍ୟେକ ଦ୍ଵାର ପାଇଁ ଗୁଲିବାଣ୍ଟ କଲେ ।
14
ତହିଁରେ ପୂର୍ବଦିଗର ବାଣ୍ଟ ଶେଲିମୀୟ ପକ୍ଷରେ ଉଠିଲା; ତହୁଁ ସେମାନେ ତାହାର ପୁତ୍ର ଜିଖରୀୟ ନିମନ୍ତେ ଗୁଲିବାଣ୍ଟ କଲେ, ସେ ବିଜ୍ଞ ମନ୍ତ୍ରୀ ଥିଲା; ଆଉ ଉତ୍ତରଦିଗ ତାହାର ବାଣ୍ଟରେ ଉଠିଲା ।
15
ଦକ୍ଷିଣଦିଗ ଓବେଦ୍-ଇଦୋମ୍ ପକ୍ଷରେ ଓ ଭଣ୍ତାରଗୃହ ତାହାର ପୁତ୍ରମାନଙ୍କ ପକ୍ଷରେ ଉଠିଲା ।
16
ଊର୍ଦ୍ଧ୍ଵଗାମୀ ପଥ ସମୀପସ୍ଥ ଶଲ୍ଲେଖତ୍ ଦ୍ଵାର ନିକଟବର୍ତ୍ତୀ ପଶ୍ଚିମଦିଗର ବାଣ୍ଟ ଶୁପ୍ପୀମ୍ ଓ ହୋଷା ପକ୍ଷରେ ଉଠିଲା, ତହିଁର ରକ୍ଷକମାନଙ୍କର ଏକ ଦଳ ଅନ୍ୟ ଦଳର ଅଭିମୁଖ ଥିଲା ।
17
ପୂର୍ବଦିଗରେ ଛଅ ଜଣ ଲେବୀୟ, ଉତ୍ତରଦିଗରେ ଦିନରେ ଚାରି ଜଣ, ଦକ୍ଷିଣଦିଗରେ ଦିନରେ ଚାରି ଜଣ ଓ ଭଣ୍ତାରଗୃହ ନିମନ୍ତେ ଦୁଇ ଦୁଇ ଜଣ ରହିଲେ ।
18
ପଶ୍ଚିମଦିଗରେ ସୀମାନ୍ତବର୍ତ୍ତୀ ସ୍ଥାନ ନିମନ୍ତେ ଉଚ୍ଚ ପଥରେ ଚାରି ଜଣ ଓ ସୀମାନ୍ତବର୍ତ୍ତୀ ସ୍ଥାନରେ ଦୁଇ ଜଣ ।
19
କୋରହୀୟ ସନ୍ତାନଗଣ ଓ ମରାରିର ସନ୍ତାନଗଣ ମଧ୍ୟରୁ ଦ୍ଵାରପାଳମାନଙ୍କର ଏହି ସକଳ ପାଳି ଥିଲା ।
20
ପୁଣି ଲେବୀୟମାନଙ୍କ ମଧ୍ୟରୁ ଅହୀୟ ପରମେଶ୍ଵରଙ୍କ ଗୃହର କୋଷାଧ୍ୟକ୍ଷ ଓ ପବିତ୍ରୀକୃତ ସକଳ ବସ୍ତୁର କୋଷାଧ୍ୟକ୍ଷ ଥିଲା ।
21
ଲାଦନର ସନ୍ତାନଗଣ; ଲାଦନ ସମ୍ଵନ୍ଧୀୟ ଗେର୍ଶୋନୀୟ-ସନ୍ତାନଗଣ, ଗେର୍ଶୋନୀୟ ଲାଦନ ସମ୍ଵନ୍ଧୀୟ ପିତୃବଂଶପ୍ରଧାନଗଣ; ଯଥା,
22
ଯିହୀୟେଲି । ଯିହୀୟେଲିର ପୁତ୍ର ସେଥମ୍ ଓ ତାହାର ଭ୍ରାତା ଯୋୟେଲ ସଦାପ୍ରଭୁଙ୍କ ଗୃହର କୋଷାଧ୍ୟକ୍ଷ ଥିଲେ ।
23
ଅମ୍ରାମୀୟମାନଙ୍କ, ଯିଷ୍ହରୀୟମାନଙ୍କ, ହିବ୍ରୋଣୀୟମାନଙ୍କ, ଉଷୀୟେଲୀୟମାନଙ୍କ ମଧ୍ୟରେ ଯାତ୍ରା.୬:୧୮
24
ମୋଶାଙ୍କର ପୁତ୍ର ଗେର୍ଶୋମର ସନ୍ତାନ ଶବୂୟେଲ କୋଷାଧ୍ୟକ୍ଷ ଥିଲା ।
25
ପୁଣି ତାହାର ଭ୍ରାତୃଗଣ; ଇଲୀୟେଷରର ପୁତ୍ର ରହବୀୟ ଓ ତାହାର ପୁତ୍ର ଯିଶାୟାହ ଓ ତାହାର ପୁତ୍ର ଯୋରାମ୍ ଓ ତାହାର ପୁତ୍ର ସିଖ୍ରି ଓ ତାହାର ପୁତ୍ର ଶଲୋମୀତ୍ ।
26
ଦାଉଦ ରାଜା ଓ ପିତୃବଂଶପ୍ରଧାନମାନେ, ସହସ୍ରପତି ଓ ଶତପତିମାନେ ଓ ସେନାପତିମାନେ ଯେସକଳ ବସ୍ତୁ ପବିତ୍ର କରିଥିଲେ, ଏହି ଶଲୋମୀତ୍ ଓ ତାହାର ଭ୍ରାତୃଗଣ ସେହିସବୁ ପବିତ୍ରୀକୃତ ବସ୍ତୁର କୋଷାଧ୍ୟକ୍ଷ ଥିଲେ ।
27
ସେମାନେ ସଦାପ୍ରଭୁଙ୍କ ଗୃହର ପୁନର୍ନିର୍ମାଣ ନିମନ୍ତେ ଯୁଦ୍ଧରେ ପ୍ରାପ୍ତ ଲୁଟଦ୍ରବ୍ୟ ମଧ୍ୟରୁ ପବିତ୍ର କଲେ ।
28
ପୁଣି ଶାମୁୟେଲ ଦର୍ଶକ ଓ କୀଶ୍ର ପୁତ୍ର ଶାଉଲ ଓ ନେର୍ର ପୁତ୍ର ଅବ୍ନର, ସରୁୟାର ପୁତ୍ର ଯୋୟାବ୍ ଯେସବୁ ଦ୍ରବ୍ୟ ପବିତ୍ର କରିଥିଲେ; ଯିଏ ଯାହା କିଛି ପବିତ୍ର କରିଥିଲା, ତାହା ଶଲୋମୀତ୍ର ଓ ତାହାର ଭ୍ରାତୃଗଣର ହସ୍ତାଧୀନରେ ରହିଲା ।
29
ଯିଷ୍ହରୀୟମାନଙ୍କ ମଧ୍ୟରୁ କନନୀୟ ଓ ତାହାର ପୁତ୍ରଗଣ ବାହାର କାର୍ଯ୍ୟ ନିମନ୍ତେ ଇସ୍ରାଏଲ ଉପରେ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ହେଲେ ।
30
ହିବ୍ରୋଣୀୟମାନଙ୍କ ମଧ୍ୟରୁ ହିଷ୍ବୀୟ ଓ ତାହାର ଭ୍ରାତୃଗଣ ଏକ ସହସ୍ର ସାତ ଶହ ବିକ୍ରମୀ ପୁରୁଷ ସଦାପ୍ରଭୁଙ୍କର ସକଳ କାର୍ଯ୍ୟ ଓ ରାଜସେବା ନିମନ୍ତେ ଯର୍ଦ୍ଦନ ସେପାରି ପଶ୍ଚିମଦିଗରେ ଇସ୍ରାଏଲର ତତ୍ତ୍ଵାବଧାରକ ଥିଲେ ।
31
ହିବ୍ରୋଣୀୟମାନଙ୍କ ପିତୃବଂଶାନୁଯାୟୀ ବଂଶାବଳୀରେ ଯିରୀୟ ହିବ୍ରୋଣୀୟମାନଙ୍କ ମଧ୍ୟରେ ପ୍ରଧାନ ଥିଲା । ଦାଉଦଙ୍କର ଅଧିକାରର ଚାଳିଶ ବର୍ଷରେ ସେମାନଙ୍କର ଅନୁସନ୍ଧାନ କରାଯାʼନ୍ତେ, ସେମାନଙ୍କ ମଧ୍ୟରେ ଗିଲୀୟଦସ୍ଥ ଯାସେରରେ ମହାବିକ୍ରମଶାଳୀ ଲୋକମାନେ ଦେଖାଗଲେ ।
32
ଆଉ ଯିରୀୟର ଭ୍ରାତୃଗଣ ବିକ୍ରମଶାଳୀ, ପିତୃବଂଶ-ପ୍ରଧାନ, ଦୁଇ ସହସ୍ର ସାତ ଶହ ଲୋକ ଥିଲେ; ଦାଉଦ ରାଜା ସେମାନଙ୍କୁ ପରମେଶ୍ଵରଙ୍କ ସମ୍ଵନ୍ଧୀୟ ସକଳ ବିଷୟ ନିମନ୍ତେ ଓ ରାଜକାର୍ଯ୍ୟ ନିମନ୍ତେ ରୁବେନୀୟ ଓ ଗାଦୀୟ-ମାନଙ୍କ ଓ ମନଃଶିର ଅର୍ଦ୍ଧବଂଶ ଉପରେ ନିଯୁକ୍ତ କଲେ ।
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 27 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29