bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
1 Corinthians 14
1 Corinthians 14
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 15 →
1
ପ୍ରେମର ଅନୁସରଣ କର, ପୁଣି ଆତ୍ମିକ ଦାନସବୁ ପାଇବା ନିମନ୍ତେ, ବିଶେଷତଃ ଯେପରି ଭାବବାଣୀ କହି ପାର, ଏଥିନିମନ୍ତେ ଏକା; ଚେଷ୍ଟା କର ।
2
କାରଣ ଯେ ପରଭାଷାରେ କଥା କହେ, ସେ ମନୁଷ୍ୟକୁ କଥା କହେ ନାହିଁ, କିନ୍ତୁ ଈଶ୍ଵରଙ୍କୁ କହେ, ଯେଣୁ କେହି ତାହା ବୁଝେ ନାହିଁ, ମାତ୍ର ସେ ଆତ୍ମା ଦ୍ଵାରା ନିଗୂଢ଼ ବିଷୟ କହେ ।
3
କିନ୍ତୁଯେ ଭାବବାଣୀ କହେ, ସେ ମନୁଷ୍ୟମାନଙ୍କୁ ନିଷ୍ଠା, ଉତ୍ସାହ ଓ ସାନ୍ତ୍ଵନାଜନକ କଥା କହେ ।
4
ଯେ ପରଭାଷାରେ କଥା କହେ, ସେ ନିଜର ନିଷ୍ଠା ଜନ୍ମାଏ, କିନ୍ତୁ ଯେ ଭାବବାଣୀ କହେ, ସେ ମଣ୍ତଳୀର ନିଷ୍ଠା ଜନ୍ମାଏ ।
5
ତୁମ୍ଭେମାନେ ସମସ୍ତେ ଯେ ପରଭାଷାରେ କଥା କୁହ, ଏହା ମୋହର ଇଚ୍ଛା, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା; ଯେ ପରଭାଷାରେ କଥା କହେ, ସେ ଯଦି ମଣ୍ତଳୀର ନିଷ୍ଠା ପ୍ରାପ୍ତି ନିମନ୍ତେ ଭାଷାର ଅର୍ଥ ନ କରେ, ତେବେ ତାହା ଅପେକ୍ଷା ଯେ ଭାବବାଣୀ କହେ, ସେ ଶ୍ରେଷ୍ଠ ।
6
ଏପରି ସ୍ଥଳେ ହେ ଭାଇମାନେ, ମୁଁ ଯଦି ତୁମ୍ଭମାନଙ୍କ ନିକଟକୁ ଯାଇ ପ୍ରକାଶିତ ବାକ୍ୟ, ବା ଜ୍ଞାନ, ବା ଭାବବାଣୀ, ବା ଶିକ୍ଷାର କଥା ନ କହି କେବଳ ପରଭାଷାରେ କଥା କହେ, ତେବେ ସେଥିରେ ମୁଁ ତୁମ୍ଭମାନଙ୍କର କଅଣ ଉପକାର କରିବି?
7
ବଂଶୀ ହେଉ ବା ବୀଣା ହେଉ, ନିର୍ଜୀବ ବାଦ୍ୟଯନ୍ତ୍ର ବାଜିଲେ ସୁଦ୍ଧା ଯଦି ସ୍ଵରରେ ପାର୍ଥକ୍ୟ ନ ଥାଏ, ତେବେ ବଂଶୀରେ କଅଣ ବାଜୁଅଛି ବା ବୀଣାରେ କଅଣ ବାଜୁଅଛି, ତାହା କିପରି ଜଣାଯିବ?
8
ପୁଣି, ତୂରୀ ଯଦି ଅସ୍ପଷ୍ଟ ଧ୍ଵନି କରେ, ତେବେ କିଏ ଯୁଦ୍ଧ ନିମନ୍ତେ ସଜ୍ଜିତ ହେବ?
9
ସେହିପରି ତୁମ୍ଭେମାନେ ମଧ୍ୟ ଯଦି ଜିହ୍ଵା ଦ୍ଵାରା ସହଜ ବୋଧଗମ୍ୟ କଥା ନ କୁହ, ତେବେ କଅଣ କହୁଅଛ, ତାହା କିପରି ଜଣାଯିବ? କାରଣ ତୁମ୍ଭେମାନେ ଶୂନ୍ୟକୁ କହିବା ପରି ହେବ ।
10
ଜଗତରେ ହୋଇପାରେ ଅନେକ ପ୍ରକାର ଶଦ୍ଦ ଅଛି, ପୁଣି କୌଣସି ଶଦ୍ଦ ଅର୍ଥଶୂନ୍ୟ ନୁହେଁ ।
11
ଏଣୁ ମୁଁ ଯଦି ସେହି ଶଦ୍ଦର ଅର୍ଥ ନ ବୁଝେ, ତେବେ ଯେ କହେ, ମୁଁ ତାହା ପ୍ରତି ବର୍ବର ପରି ହେବି, ଆଉ ସେ ମୋʼ ନିକଟରେ ବର୍ବର ପରି ହେବ ।
12
ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆତ୍ମିକ ଦାନସବୁ ପାଇବାକୁ ଏକା; ଚେଷ୍ଟା କରୁଥିବାରୁ ମଣ୍ତଳୀର ନିଷ୍ଠା ନିମନ୍ତେ ସେହିସବୁ ପ୍ରଚୁର ପରିମାଣରେ ପାଇବାକୁ ଚେଷ୍ଟା କର ।
13
ଅତଏବ, ଯେ ପରଭାଷାରେ କଥା କହେ, ସେ ଯେପରି ଅର୍ଥ କରିପାରେ, ଏଥିନିମନ୍ତେ ପ୍ରାର୍ଥନା କରୁ ।
14
କାରଣ ମୁଁ ଯଦି ପରଭାଷାରେ ପ୍ରାର୍ଥନା କରେ, ତେବେ ମୋହର ଆତ୍ମା ପ୍ରାର୍ଥନା କରେ, କିନ୍ତୁ ମୋହର ବୁଦ୍ଧି ଫଳହୀନ ହୁଏ ।
15
ତେବେ କର୍ତ୍ତବ୍ୟ କଅଣ? ମୁଁ ଆତ୍ମା ଦ୍ଵାରା ପ୍ରାର୍ଥନା କରିବି; ପୁଣି ବୁଦ୍ଧି ସହିତ ମଧ୍ୟ ପ୍ରାର୍ଥନା କରିବି; ଆତ୍ମା ଦ୍ଵାରା ସ୍ତୁତିଗାନ କରିବି, ପୁଣି ବୁଦ୍ଧି ସହିତ ମଧ୍ୟ ସ୍ତୁତିଗାନ କରିବି ।
16
ନତୁବା ତୁମ୍ଭେ ଯଦି ଆତ୍ମା ଦ୍ଵାରା ଧନ୍ୟବାଦ ଦିଅ, ତେବେ ସାଧାରଣ ଲୋକ ତୁମ୍ଭ କଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ ଆମେନ୍ କହିବ?
17
ଯେଣୁ ତୁମ୍ଭେ ଉତ୍ତମ ରୂପେ ଧନ୍ୟବାଦ ଦେଉଅଛ ସତ, କିନ୍ତୁ ସେହି ଅନ୍ୟ ଜଣର ନିଷ୍ଠା ହୁଏ ନାହିଁ ।
18
ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକରୂପେ ପରଭାଷାରେ କଥା କହେ ବୋଲି ଈଶ୍ଵରଙ୍କୁ ଧନ୍ୟବାଦ ଦେଉଅଛି;
19
ତଥାପି ମୁଁ ଯେପରି ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେଇ ପାରେ, ଏଥିନିମନ୍ତେ ମଣ୍ତଳୀରେ ପରଭାଷାରେ ଦଶ ହଜାର କଥା କହିବା ଅପେକ୍ଷା ବରଂ ବୁଦ୍ଧି ସହିତ ପାଞ୍ଚୋଟି କଥା କହିବାକୁ ଭଲ ପାଏ ।
20
ହେ ଭାଇମାନେ, ବୁଦ୍ଧିରେ ବାଳକ ପରି ହୁଅ ନାହିଁ, ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ, କିନ୍ତୁ ବୁଦ୍ଧିରେ ପୂର୍ଣ୍ଣ-ବୟସ୍କ ହୁଅ ।
21
ବ୍ୟବସ୍ଥାରେ ଲେଖାଅଛି, “ପ୍ରଭୁ କହନ୍ତି, ବିଦେଶୀୟ ଭାଷାବାଦୀମାନଙ୍କ ଦ୍ଵାରା ଓ ବିଦେଶୀୟମାନଙ୍କ ମୁଖ ଦ୍ଵାରା ଆମ୍ଭେ ଏହି ଲୋକମାନଙ୍କୁ କଥା କହିବା, ତାହାହେଲେ ସୁଦ୍ଧା ସେମାନେ ଆମ୍ଭର କଥା ଶୁଣିବେ ନାହିଁ ।”
22
ଏଣୁ ପରଭାଷାରେ କଥା କହିବା ବିଶ୍ଵାସୀମାନଙ୍କ ନିମନ୍ତେ ଚିହ୍ନ ସ୍ଵରୂପ ନୁହେଁ, ମାତ୍ର ଅବିଶ୍ଵାସୀମାନଙ୍କ ନିମନ୍ତେ ଚିହ୍ନ ସ୍ଵରୂପ; ଅନ୍ୟ ପକ୍ଷରେ ଭାବବାଣୀ କହିବା ଅବିଶ୍ଵାସୀ-ମାନଙ୍କ ନିମନ୍ତେ ଚିହ୍ନ ସ୍ଵରୂପ ନୁହେଁ, ମାତ୍ର ବିଶ୍ଵାସୀମାନଙ୍କ ନିମନ୍ତେ ଚିହ୍ନ ସ୍ଵରୂପ ।
23
ଆହୁରି ମଧ୍ୟ ସମସ୍ତ ମଣ୍ତଳୀ ଯଦି ସମବେତ ହୁଏ ଓ ସମସ୍ତେ ପରଭାଷାରେ କଥା କହନ୍ତି, ପୁଣି ସାଧାରଣ ବା ଅବିଶ୍ଵାସୀ ଲୋକମାନେ ଆସନ୍ତି, ତାହାହେଲେ ତୁମ୍ଭେମାନେ ପାଗଳ ବୋଲି କଅଣ ସେମାନେ କହିବେ ନାହିଁ?
24
କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ପୁଣି ଜଣେ ଅବିଶ୍ଵାସୀ ବା ସାଧାରଣ ଲୋକ ଆସେ, ତେବେ ସେ ସମସ୍ତଙ୍କ ଦ୍ଵାରା ଦୋଷୀ ବୋଲି ପ୍ରମାଣିତ ହୁଏ, ସମସ୍ତଙ୍କ ଦ୍ଵାରା ବିଚାରିତ ହୁଏ,
25
ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହୁଏ; ସେଥିରେ ସେ ମୁହଁ ମାଡ଼ି ପଡ଼ିବ ଓ ଈଶ୍ଵର ଯେ ନିଶ୍ଚୟ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ସ୍ଵୀକାର କରି ତାହାଙ୍କୁ ପ୍ରଣାମ କରିବ ।
26
ହେ ଭାଇମାନେ, ତେବେ କର୍ତ୍ତବ୍ୟ କଅଣ? ତୁମ୍ଭେମାନେ ସମବେତ ହେବା ସମୟରେ ଗୀତ, ବା ଶିକ୍ଷା, ବା ପ୍ରକାଶିତ ବାକ୍ୟ, ବା ପରଭାଷା ବା ଭାଷାର ଅର୍ଥ, ଏପରି ପ୍ରତ୍ୟେକର କିଛି ନା କିଛି ଅଛି । ସମସ୍ତ ବିଷୟ ନିଷ୍ଠା ନିମନ୍ତେ କରାଯାଉ ।
27
ଯଦି କେହି ପରଭାଷାରେ କଥା କହେ, ତେବେ ଦୁଇ ଅବା ଅଧିକ ହେଲେ ତିନି ଜଣ ପାଳି ଅନୁସାରେ କହନ୍ତୁ, ଆଉ ଜଣେ ଅର୍ଥ କରୁ ।
28
କିନ୍ତୁ ଯଦି କୌଣସି ଅର୍ଥକାରକ ନ ଥାଏ, ତାହାହେଲେ ସେ ମଣ୍ତଳୀରେ ନୀରବ ରହୁ ଓ ନିରୋଳାରେ ଈଶ୍ଵରଙ୍କୁ କହୁ ।
29
ଆଉ, ଦୁଇ ବା ତିନି ଜଣ ଭାବବାଣୀ କହନ୍ତୁ, ପୁଣି ଅନ୍ୟମାନେ ବିଚାର କରନ୍ତୁ ।
30
କିନ୍ତୁ ଉପବିଷ୍ଟ ଅନ୍ୟ କାହାରି ପ୍ରତି ଯଦି କୌଣସି ବାକ୍ୟ ପ୍ରକାଶିତ ହୁଏ, ତାହାହେଲେ ପ୍ରଥମ ଜଣକ ନୀରବ ହେଉ ।
31
କାରଣ ଯେପରି ସମସ୍ତେ ଶିକ୍ଷା ପାଆନ୍ତି, ପୁଣି ସମସ୍ତେ ଚେତନା ପ୍ରାପ୍ତ ହୁଅନ୍ତି, ଏଥିନିମନ୍ତେ ତୁମ୍ଭେମାନେ ସମସ୍ତେ ଜଣ ଜଣ କରି ଭାବବାଣୀ କହି ପାର ।
32
ଭାବବାଦୀମାନଙ୍କ ଆତ୍ମା ଭାବବାଦୀମାନଙ୍କର ବଶୀଭୂତ;
33
କାରଣ ଈଶ୍ଵର ବିଶୃଙ୍ଖଳତାର ଈଶ୍ଵର ନୁହନ୍ତି, ମାତ୍ର ଶାନ୍ତିର ଈଶ୍ଵର ।
34
ସାଧୁମାନଙ୍କ ସମସ୍ତ ମଣ୍ତଳୀରେ ଯେପରି ହୋଇଥାଏ, ସେହିପରି ସ୍ତ୍ରୀଲୋକମାନେ ମଣ୍ତଳୀରେ ନୀରବ ରହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇ ନାହାନ୍ତି, ବରଂ ବ୍ୟବସ୍ଥାର ଉକ୍ତି ଅନୁସାରେ,,ସେମାନେ ବଶୀଭୂତ ହୋଇ ରହନ୍ତୁ ।
35
ସେମାନେ ଯଦି କୌଣସି ବିଷୟ ବୁଝିବାକୁ ଇଚ୍ଛା କରନ୍ତି, ତେବେ ଘରେ ଆପଣା ଆପଣା ସ୍ଵାମୀମାନଙ୍କୁ ପଚାରନ୍ତୁ, କାରଣ ମଣ୍ତଳୀ ମଧ୍ୟରେ କଥା କହିବା ସ୍ତ୍ରୀଲୋକ ପକ୍ଷରେ ଲଜ୍ଜାଜନକ ।
36
କଅଣ? ଈଶ୍ଵରଙ୍କ ବାକ୍ୟ କି ତୁମ୍ଭମାନଙ୍କଠାରୁ ବାହାରିଅଛି? ଅବା କେବଳ ତୁମ୍ଭମାନଙ୍କ ନିକଟକୁ ଆସିଅଛି?
37
କେହି ଯଦି ଆପଣାକୁ ଭାବବାଦୀ ବା ଆତ୍ମିକ ଦାନ ପ୍ରାପ୍ତ ବୋଲି ମନେ କରେ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଲେଖୁଅଛି, ସେହିସବୁ ଯେ ପ୍ରଭୁଙ୍କ ଆଜ୍ଞା, ଏହା ସେ ଜ୍ଞାତ ହେଉ ।
38
କିନ୍ତୁ କେହି ଯଦି ଜ୍ଞାତ ନ ହୁଏ, ତେବେ ସେ ଅଜ୍ଞାତ ରହୁ ।
39
ଏଣୁ ହେ ମୋହର ଭାଇମାନେ, ଭାବବାଣୀ କହିବାକୁ ଏକା; ଚେଷ୍ଟା କରୁ; ପୁଣି, ପରଭାଷାରେ କଥା କହିବାକୁ ମନା ନ କର ।
40
କିନ୍ତୁ ସମସ୍ତ ବିଷୟ ବିହିତମତେ ଓ ସୁଧାରାନୁସାରେ କରାଯାଉ ।
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 15 →
All chapters:
1
2
3
4
5
6
7
8
9
10
11
12
13
14
15
16