bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
2 Timothy 1
2 Timothy 1
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
Jump to:
Chapter 1
Chapter 2
Chapter 3
Chapter 4
Chapter 2 →
1
ପାଉଲ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଜୀବନ ସମ୍ଵନ୍ଧୀୟ ପ୍ରତିଜ୍ଞା ଅନୁସାରେ ଈଶ୍ଵରଙ୍କ ଇଚ୍ଛା ଦ୍ଵାରା ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ,
2
ପ୍ରିୟ ପୁତ୍ର ତୀମଥିଙ୍କ ନିକଟକୁ ପତ୍ର ଲେଖୁଅଛି; ପିତା ଈଶ୍ଵର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ ।
3
ମୋହର ପିତୃପୁରୁଷମାନଙ୍କ ମତାନୁସାରେ ଶୁଦ୍ଧ ବିବେକରେ ମୁଁ ଯେଉଁ ଈଶ୍ଵରଙ୍କର ଉପାସନା କରେ, ଦିବାରାତ୍ର ମୋହର ପ୍ରାର୍ଥନାରେ ନିରନ୍ତର ତୁମ୍ଭର ନାମ ଉଲ୍ଲେଖ କରି ମୁଁ ତାହାଙ୍କୁ ଧନ୍ୟବାଦ ଦେଇଥାଏ;
4
ମୁଁ ଯେପରି ଆନନ୍ଦରେ ପରିପୂର୍ଣ୍ଣ ହୁଏ, ଏଥିନିମନ୍ତେ ତୁମ୍ଭର ଲୋତକ ସ୍ମରଣ କରି ତୁମ୍ଭକୁ ଦେଖିବା ପାଇଁ ଏକା; ଇଚ୍ଛା କରୁଅଛି;
5
କାରଣ ଯେଉଁ ଅକପଟ ବିଶ୍ଵାସ ତୁମ୍ଭର ମାତାମହୀ ଲୋୟି ଓ ତୁମ୍ଭର ମାତା ଇଉନୀକୀଙ୍କଠାରେ ଥିଲା, ପୁଣି ତୁମ୍ଭଠାରେ ମଧ୍ୟ ଅଛି ବୋଲି ମୋହର ଦୃଢ଼ ବିଶ୍ଵାସ, ତୁମ୍ଭର ସେହି ଅକପଟ ବିଶ୍ଵାସ ବିଷୟରେ ମୁଁ ସମ୍ଵାଦ ପାଇଅଛି ।
6
ଏହି କାରଣରୁ ମୁଁ ତୁମ୍ଭକୁ ସ୍ମରଣ କରାଉଅଛି ଯେ, ତୁମ୍ଭଠାରେ ଈଶ୍ଵରଙ୍କର ଯେଉଁ ଅନୁଗ୍ରହ ଦାନ ଅଛି, ତାହା ପୁନଃ ପ୍ରଜ୍ଜ୍ଵଳିତ କର ।
7
କାରଣ ଈଶ୍ଵର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇ ନାହାନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି ।
8
ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ସମ୍ଵନ୍ଧରେ ସାକ୍ଷ୍ୟ ଦେବା ବିଷୟରେ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋʼ ବିଷୟରେ ଲଜ୍ଜିତ ନ ହୁଅ, ବରଂ ଈଶ୍ଵରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋʼ ସହିତ କ୍ଳେଶ ସହ୍ୟ କର, ।
9
ସେ ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି ଓ ପବିତ୍ର ଆହ୍ଵାନରେ ଆହ୍ଵାନ କରିଅଛନ୍ତି; ଆମ୍ଭମାନଙ୍କ କର୍ମାନୁସାରେ ସେ ତାହା କରି ନାହାନ୍ତି, ମାତ୍ର ତାହାଙ୍କ ନିଜ ସଂକଳ୍ପ ଓ ଅନୁଗ୍ରହ ଅନୁସାରେ କରିଅଛନ୍ତି⇧; ସେହି ଅନୁଗ୍ରହ ଅନାଦିକାଳ ପୂର୍ବରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ପ୍ରଦତ୍ତ ହୋଇଥିଲା,
10
କିନ୍ତୁ ଏବେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆବିର୍ଭାବ ଦ୍ଵାରା ପ୍ରକାଶିତ ହୋଇଅଛି; ସେ ମୃତ୍ୟୁକୁ ଲୋପ କରିଅଛନ୍ତି; ପୁଣି, ସୁସମାଚାର ଦ୍ଵାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କରିଅଛନ୍ତି;
11
ସେହି ସୁସମାଚାରର ମୁଁ ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକ ସ୍ଵରୂପେ ନିଯୁକ୍ତ ହୋଇଅଛି ।
12
ଏହି କାରଣରୁ ମଧ୍ୟ ମୁଁ ଏହିସବୁ ଦୁଃଖ ଭୋଗ କରୁଅଛି; ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ଵାସ କରିଅଛି, ତାହାଙ୍କୁ ଜାଣେ, ପୁଣି ମୁଁ ତାହାଙ୍କ ହସ୍ତରେ ଯାହା ସମର୍ପଣ କରିଅଛି, ତାହା ମହାଦିନ ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହା ଦୃଢ଼ ରୂପେ ବିଶ୍ଵାସ କରୁଅଛି ।
13
ମୋʼଠାରୁ ଯେଉଁସବୁ ହିତଜନକ ବାକ୍ୟ ଶୁଣିଅଛ, ଖ୍ରୀଷ୍ଟ ଯୀଶୁଙ୍କ ସମ୍ଵନ୍ଧୀୟ ବିଶ୍ଵାସ ଓ ପ୍ରେମରେ ତାହା ଆଦର୍ଶ ରୂପେ ଧରି ରଖ ।
14
ତୁମ୍ଭ ହସ୍ତରେ ସମର୍ପିତ ଯେଉଁ ଉତ୍ତମ ବିଷୟ, ତାହା ଆମ୍ଭମାନଙ୍କଠାରେ ବାସ କରୁଥିବା ପବିତ୍ର ଆତ୍ମାଙ୍କ ଦ୍ଵାରା ସୁରକ୍ଷା କର ।
15
ଆସିଆର ସମସ୍ତ ଲୋକ ଯେ ମୋʼ ପ୍ରତି ବିମୁଖ ହୋଇଅଛନ୍ତି ଏହା ତୁମ୍ଭେ ଜାଣ; ଫୁଗେଲ ଓ ହର୍ମଗେନା ସେମାନଙ୍କ ମଧ୍ୟରେ ଅନ୍ତର୍ଗତ ।
16
ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ, କାରଣ ସେ ବାରମ୍ଵାର ମୋତେ ସାନ୍ତ୍ଵନା କରିଅଛନ୍ତି, ପୁଣି ମୋହର ଶୃଙ୍ଖଳ ସମ୍ଵନ୍ଧରେ ଲଜ୍ଜିତ ହୋଇ ନାହାନ୍ତି,
17
ବରଂ ସେ ରୋମରେ ଥିବା ସମୟରେ ମୋତେ ଯନି ସହକାରେ ଅନ୍ଵେଷଣ କରି ମୋʼ ସହିତ ସାକ୍ଷାତ କଲେ,
18
(ମହାଦିନରେ ସେ ଯେପରି ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ ହୁଅନ୍ତି, ଏହା ପ୍ରଭୁ ତାଙ୍କ ପ୍ରତି ଅନୁଗ୍ରହ କରନ୍ତୁ), ଆଉ, ଏଫିସରେ ସେ କିପରି ଅନେକ ସେବା କରିଅଛନ୍ତି, ତାହା ତୁମ୍ଭେ ଉତ୍ତମ ରୂପେ ଜାଣ ।
Jump to:
Chapter 1
Chapter 2
Chapter 3
Chapter 4
Chapter 2 →
All chapters:
1
2
3
4