bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Ephesians 4
Ephesians 4
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 5 →
1
ଅତଏବ, ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ, ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଆହ୍ଵାନରେ ଆହୂତ ହୋଇଅଛ, ସେଥିର ଯୋଗ୍ୟଆଚରଣ କର,
2
ଅର୍ଥାତ୍ ସର୍ବପ୍ରକାର ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁତା ସହ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ;
3
ଶାନ୍ତିରୂପ ବନ୍ଧନରେ ଆତ୍ମାଙ୍କ ଐକ୍ୟ ରକ୍ଷା କରିବା ନିମନ୍ତେ ଯନିବାନ ହୁଅ ।
4
ଏକ ଶରୀର ଓ ଏକ ଆତ୍ମା, ଯେଉଁ ରୂପେ ତୁମ୍ଭେମାନେ ତୁମ୍ଭମାନଙ୍କ ଆହ୍ଵାନର ଏକ ଭରସାରେ ମଧ୍ୟ ଆହୂତ ହୋଇଅଛ;
5
ଏକ ପ୍ରଭୁ, ଏକ ବିଶ୍ଵାସ, ଏକ ବାପ୍ତିସ୍ମ, ସମସ୍ତଙ୍କ ଏକ ଈଶ୍ଵର ଓ ପିତା;
6
ସେ ସମସ୍ତଙ୍କ ଉପରେ, ସମସ୍ତଙ୍କ ମଧ୍ୟରେ ଏବଂ ସମସ୍ତଙ୍କ ଅନ୍ତରରେ ଅଛନ୍ତି ।
7
କିନ୍ତୁ ଖ୍ରୀଷ୍ଟଙ୍କ ଦାନର ପରିମାଣ ଅନୁସାରେ ଆମ୍ଭମାନଙ୍କ ପ୍ରତ୍ୟେକକୁ ଅନୁଗ୍ରହ ଦତ୍ତ ହୋଇଅଛି ।
8
ଏଥିନିମନ୍ତେ ଉକ୍ତ ଅଛି, ସେ ଊର୍ଦ୍ଧ୍ଵରେ ଆରୋହଣ କରି ବନ୍ଦୀମାନଙ୍କୁ ବନ୍ଦୀ କରି ନେଇଗଲେ, ଆଉ ମନୁଷ୍ୟ-ମାନଙ୍କୁ ନାନା ବର ଦାନ ଦେଲେ ।
9
(ସେ ଆରୋହଣ କଲେ ବୋଲି କହିବାର ଅର୍ଥ କଅଣ? ନା, ସେ ମଧ୍ୟ ନୀଚସ୍ଥ ପୃଥିବୀକୁ ଅବତରଣ କରିଥିଲେ ।
10
ଯେ ଅବତରଣ କରିଥିଲେ, ସେ ଯେପରି ସମସ୍ତ ବିଷୟ ପୂର୍ଣ୍ଣ କରନ୍ତି, ଏଥିପାଇଁ ସେ ମଧ୍ୟ ସମସ୍ତ ସ୍ଵର୍ଗର ଊର୍ଦ୍ଧ୍ଵକୁ ଆରୋହଣ କଲେ ।)
11
ସେ କାହାକାହାକୁ ପ୍ରେରିତ, କାହାକାହାକୁ ଭାବବାଦୀ, କାହାକାହାକୁ ସୁସମାଚାର ପ୍ରଚାରକ, ପୁଣି କାହାକାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତ କରି ଦାନ କରିଅଛନ୍ତି;
12
ଯେପରି ସାଧୁମାନେ ସେବାକାର୍ଯ୍ୟ ନିମନ୍ତେ ସିଦ୍ଧି ଲାଭ କରନ୍ତି ଓ ଖ୍ରୀଷ୍ଟଙ୍କ ଶରୀର ନିଷ୍ଠା ପ୍ରାପ୍ତ ହୁଏ,
13
ଶେଷରେ ଯେପରି ଆମ୍ଭେମାନେ ସମସ୍ତେ ବିଶ୍ଵାସରେ ଓ ଈଶ୍ଵରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେଉ, ଅର୍ଥାତ୍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣାନୁସାରେ ପୂର୍ଣ୍ଣବୟସ୍କ ପୁରୁଷ ହେଉ,
14
ଯେପରି ଆମ୍ଭେମାନେ ଆଉ ଶିଶୁ ପରି ନ ହୋଇ ମନୁଷ୍ୟମାନଙ୍କ ଶଠତା ଓ ଭ୍ରାନ୍ତିଯୁକ୍ତ କଳ୍ପନା ଅନୁସାରେ ଧୂର୍ତ୍ତତା ଦ୍ଵାରା ବିଭିନ୍ନ ଶିକ୍ଷାରୂପ ବାୟୁରେ ଇତସ୍ତତଃ ଚାଳିତ ନ ହେଉ,
15
କିନ୍ତୁ ସତ୍ୟ ଅବଲମ୍ଵନ କରି ମସ୍ତକ ସ୍ଵରୂପ ଯେ ଖ୍ରୀଷ୍ଟ, ତାହାଙ୍କ ଉଦ୍ଦେଶ୍ୟରେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ;
16
ତାହାଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ଵାରା ପୁଣି ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି ।
17
ଅତଏବ, ମୁଁ ପ୍ରଭୁଙ୍କ ନାମରେ ବିଶେଷ ଅନୁରୋଧ କରି କହୁଅଛି, ବିଜାତିମାନେ ଯେପରି ଆପଣା ଆପଣା ମନର ଅସାରତାରେ ଆଚରଣ କରନ୍ତି, ତୁମ୍ଭେମାନେ ସେହିପରି ଆଚରଣ କର ନାହିଁ;
18
ସେମାନେ ଆପଣାମାନଙ୍କଠାରେ ଥିବା ଅଜ୍ଞାନତା ହେତୁ ଓ ନିଜ ନିଜ ହୃଦୟର ଜଡ଼ତା ହେତୁ ଆପଣା ଆପଣା ବୁଦ୍ଧିରେ ଅନ୍ଧକାରାଚ୍ଛନ୍ନ ପୁଣି ଈଶ୍ଵରଙ୍କ ଜୀବନରୁ ବିଚ୍ଛିନ୍ନ ହୋଇଅଛନ୍ତି;
19
ସେମାନେ ଜଡ଼ବତ୍ ହୋଇ ଧନ ଲୋଭରେ ଆସକ୍ତ ହେବା ସଙ୍ଗେ ସଙ୍ଗେ ସର୍ବପ୍ରକାର ଅଶୁଚି କର୍ମ କରିବା ନିମନ୍ତେ ଆପଣା ଆପଣାକୁ କାମୁକତାରେ ସମର୍ପଣ କରିଅଛନ୍ତି ।
20
କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସେ ପ୍ରକାରେ ଶିକ୍ଷା କରି ନାହଁ;
21
ତୁମ୍ଭେମାନେ ତ ତାହାଙ୍କ ବିଷୟ ଶୁଣିଅଛ, ପୁଣି ଯୀଶୁଙ୍କ ସମ୍ଵନ୍ଧୀୟ ସତ୍ୟ ଅନୁସାରେ ତାହାଙ୍କ ସହଭାଗିତାରେ ଥାଇ ଶିକ୍ଷିତ ହୋଇଅଛ,
22
ଅର୍ଥାତ୍ ତୁମ୍ଭେମାନେ ତୁମ୍ଭମାନଙ୍କ ପୁରାତନ ଆଚରଣ ସମ୍ଵନ୍ଧରେ, ଯେଉଁ ପୁରାତନ ସ୍ଵଭାବ।। ପ୍ରବଞ୍ଚନାର ବିଳାସିତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହେଉଅଛି, ତାହାକୁ ପରିତ୍ୟାଗ କରିବାକୁ,
23
ପୁଣି ତୁମ୍ଭମାନଙ୍କ ମନରେ ନୂତନୀକୃତ ହୋଇ,
24
ଯେଉଁ ନୂତନ ସ୍ଵଭାବ।। ଈଶ୍ଵରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟି ହୋଇଅଛି, ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ ।
25
ଅତଏବ, ମିଥ୍ୟା ପରିତ୍ୟାଗ କରି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀ ସହିତ ସତ୍ୟ ଆଳାପ କର, କାରଣ ଆମ୍ଭେମାନେ ପରସ୍ପରର ଅଙ୍ଗପ୍ରତ୍ୟଙ୍ଗ ।
26
କ୍ରୁଦ୍ଧ ହେଲେ ପାପ କର ନାହିଁ; ସୂର୍ଯ୍ୟଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର;
27
ପୁଣି ଶୟତାନକୁ ସ୍ଥାନ ଦିଅ ନାହିଁ ।
28
ଚୋର ଆଉ ଚୋରି ନ କରୁ, ବରଞ୍ଚ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇ ପାରେ, ଏଥିନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ ।
29
ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଞ୍ଚ ଆବଶ୍ୟକତାନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ ।
30
ଆଉ ଈଶ୍ଵରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ଵାରା ତୁମ୍ଭେମାନେ ମୁକ୍ତି-ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ ।
31
ସମସ୍ତ ପ୍ରକାର କଟୁଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୂର ହେଉ ।
32
ଆଉ, ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ହୁଅ, ପୁଣି ଈଶ୍ଵର ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 5 →
All chapters:
1
2
3
4
5
6