bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Hebrews 9
Hebrews 9
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 10 →
1
ପ୍ରକୃତରେ ସେହି ପ୍ରଥମ ନିୟମର ମଧ୍ୟ ଉପାସନା ସମ୍ଵନ୍ଧୀୟ ନାନା ବିଧିବିଧାନ ଓ ଗୋଟିଏ ପାର୍ଥିବ ପବିତ୍ର ସ୍ଥାନ ଥିଲା ।
2
କାରଣ ଗୋଟିଏ ତମ୍ଵୁ ନିର୍ମିତ ହୋଇଥିଲା, ସେଥିର ପ୍ରଥମ ଭାଗରେ ଦୀପବୃକ୍ଷ, ମେଜ ଓ ଦର୍ଶନୀ ରୋଟୀ ଥିଲା; ତାହାକୁ ପବିତ୍ର ସ୍ଥାନ ବୋଲି କହନ୍ତି ।
3
ପୁଣି, ଦ୍ଵିତୀୟ ଯବନିକାର ପଶ୍ଚାତରେ ତମ୍ଵୁର ଯେଉଁ ଭାଗ ଥିଲା, ତାହାକୁ ମହାପବିତ୍ର ସ୍ଥାନ ବୋଲି କହନ୍ତି;
4
ସେଠାରେ ସୁବର୍ଣ୍ଣର ଧୂପବେଦି ଓ ଚତୁଷ୍ପାର୍ଶ୍ଵ ସୁବର୍ଣ୍ଣ ମଣ୍ତିତ ନିୟମ-ସିନ୍ଦୁକ ଥିଲା । ସେହି ନିୟମ-ସିନ୍ଦୁକରେ ମାନ୍ନା ରଖାଯାଇଥିବା ଗୋଟିଏ ସୁବର୍ଣ୍ଣର ପାତ୍ର, ହାରୋଣଙ୍କ ମଞ୍ଜରିତ ଯଷ୍ଟି ଓ ନିୟମର ଦୁଇ ପ୍ରସ୍ତରଫଳକ ଥିଲା,ଣଣଗଣ. ୧୭:୧୦
5
ଆଉ ତାହା ଉପରେ ପାପାଚ୍ଛାଦନକୁ ଛାୟା କରୁଥିବା ଈଶ୍ଵରଙ୍କ ଗୌରବସୂଚକ ଦୁଇଟି କିରୂବ ଥିଲେ; ସେହି ସବୁ ବିଷୟରେ ଏବେ ଆମ୍ଭେମାନେ ସବିଶେଷ କହି ନ ପାରୁ ।
6
ଏହିସବୁ ଏହି ପ୍ରକାରେ ପ୍ରସ୍ତୁତ ହୋଇଥିବାରୁ ଯାଜକ-ମାନେ ଉପାସନା କରିବା ନିମନ୍ତେ ତମ୍ଵୁର ପ୍ରଥମ ଭାଗରେ ସର୍ବଦା ପ୍ରବେଶ କରନ୍ତି,
7
କିନ୍ତୁ ଦ୍ଵିତୀୟ ଭାଗରେ କେବଳ ମହାଯାଜକ ବର୍ଷକୁ ଥରେ ପ୍ରବେଶ କରନ୍ତି, ଆଉ ସେ ଆପଣାର ଓ ଲୋକମାନଙ୍କର ଅଜ୍ଞାନକୃତ ପାପ ନିମନ୍ତେ ଉତ୍ସର୍ଗ କରିବାର ରକ୍ତ ନ ନେଇ ପ୍ରବେଶ କରନ୍ତି ନାହିଁ ।
8
ଏଥିରେ ପବିତ୍ର ଆତ୍ମା ଏହା ପ୍ରକାଶ କରନ୍ତି ଯେ, ପ୍ରଥମ ତମ୍ଵୁ ରହିଥିବା ପର୍ଯ୍ୟନ୍ତ ପବିତ୍ର ସ୍ଥାନରେ ପ୍ରବେଶ କରିବାର ପଥ ପ୍ରକାଶିତ ହୋଇ ନାହିଁ ।
9
ଏହି ପ୍ରଥମ ତମ୍ଭୁ ବର୍ତ୍ତମାନ ସମୟ ନିମନ୍ତେ ନିଦର୍ଶନ ସ୍ଵରୂପ, ଆଉ ତଦନୁସାରେ ଦାନ ଓ ବଳି ଉଭୟ ଉତ୍ସର୍ଗ କରାଯାଏ, କିନ୍ତୁ ଏହିସବୁ ଉପାସକକୁ ବିବେକଗତ ସିଦ୍ଧି ଦାନ କରି ପାରେ ନାହିଁ;
10
ଏହିସମସ୍ତ ପୁଣି ଖାଦ୍ୟ, ପେୟ ଓ ବିବିଧପ୍ରକାର ଶୌଚକ୍ରିୟା ସଂଶୋଧନର ସମୟ ପର୍ଯ୍ୟନ୍ତ ପାଳନୀୟ ଶାରୀରିକ ବିଧିବିଧାନମାତ୍ର ।
11
କିନ୍ତୁ ଖ୍ରୀଷ୍ଟ ବର୍ତ୍ତମାନ ଉତ୍ତମ ଉତ୍ତମ ବିଷୟର ମହାଯାଜକ ସ୍ଵରୂପେ ଉପସ୍ଥିତ ହୋଇ ଏହି ସୃଷ୍ଟିରୁ ଭିନ୍ନ ଅହସ୍ତକୃତ ମହତ୍ତର ଓ ଶ୍ରେଷ୍ଠତର ତମ୍ଵୁ ଦେଇ ଯାଇ ଛାଗ ଓ ଗୋବତ୍ସର ରକ୍ତ ନୁହେଁ,
12
ମାତ୍ର ଆପଣାର ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନ; ମୁକ୍ତି ସାଧନ କରିଅଛନ୍ତି ।
13
କାରଣ ଯଦି ଛାଗ ଓ ବୃଷମାନଙ୍କ ରକ୍ତ ପୁଣି ଅଶୁଚିମାନଙ୍କ ଉପରେ ସେଚିତ ଗାଭୀଭସ୍ମ ଶରୀରକୁ ପବିତ୍ର କରେ,
14
ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତନ ଆତ୍ମାଙ୍କ ଦ୍ଵାରା ଆପଣାକୁ ନିଖୁ; ବଳି ସ୍ଵରୂପେ ଈଶ୍ଵରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କ ରକ୍ତ କେତେ ଅଧିକ ପରିମାଣରେ ଜୀବିତ ଈଶ୍ଵରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କ ବିବେକକୁ ଶୁଦ୍ଧ ନ କରିବ!
15
ଆଉ ଏହି କାରଣରୁ ସେ ନୂତନ ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ଯେପରି ପ୍ରଥମ ନିୟମକାଳୀନ ଅପରାଧ ମାର୍ଜ୍ଜନାର୍ଥେ ମୃତ୍ୟୁଭୋଗ କରିଯାଇଥିବାରୁ ଆହୂତ ଲୋକମାନେ ଅନ; ଅଧିକାର ସମ୍ଵନ୍ଧୀୟ ପ୍ରତିଜ୍ଞାର ଫଳ ପ୍ରାପ୍ତ ହୁଅନ୍ତି ।
16
କାରଣ ଉଇଲ୍ କରାଯାଇଥିଲେ ଉଇଲ୍ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁର ପ୍ରମାଣ ଆବଶ୍ୟକ ।
17
ଯେଣୁ ମୃତ୍ୟୁ ଘଟିଲେ ଉଇଲ୍ ବଳବତ୍ ହୁଏ, କାରଣ ଉଇଲ୍ କରିଥିବା ଲୋକ ଜୀବିତ ଥିବା ପର୍ଯ୍ୟନ୍ତ ତାହା କଦାପି କାର୍ଯ୍ୟକାରୀ ହୁଏ ନାହିଁ ।
18
ଏଥିନିମନ୍ତେ ପ୍ରଥମ ନିୟମ ମଧ୍ୟ ବିନାରକ୍ତରେ ପ୍ରତିଷ୍ଠିତ ହୋଇ ନ ଥିଲା ।
19
କାରଣ ମୋଶା ଲୋକମାନଙ୍କ ନିକଟରେ ବ୍ୟବସ୍ଥାନୁଯାୟୀ ସମସ୍ତ ଆଜ୍ଞା ପ୍ରକାଶ କଲା ଉତ୍ତାରେ ଜଳ, ଲୋହିତବର୍ଣ୍ଣ ମେଷଲୋମ ଓ ଏଜୋବ ସହିତ ଗୋବତ୍ସ ଓ ଛାଗର ରକ୍ତ ଘେନି ନିୟମପୁସ୍ତକ ଓ ସମସ୍ତ ଲୋକଙ୍କ ଉପରେ ସେଚନ କରି କହିଲେ,
20
ଈଶ୍ଵର ତୁମ୍ଭମାନଙ୍କ ସମ୍ଵନ୍ଧରେ ଯେଉଁ ନିୟମ ଆଦେଶ କରିଅଛନ୍ତି, ସେହି ନିୟମର ରକ୍ତ ଏହି ।
21
ଆହୁରି ମଧ୍ୟ ସେ ତମ୍ଭୁ ପରିଚର୍ଯ୍ୟାର ସମସ୍ତ ପାତ୍ର ଉପରେ ସେହିପରି ରକ୍ତ ସେଚନ କଲେ ।
22
ପୁଣି ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ଵାରା ଶୁଚିକୃତ ହୁଏ, ଆଉ ରକ୍ତପାତ ବିନା ପାପମୋଚନ ହୁଏ ନାହିଁ ।
23
ଅତଏବ, ସ୍ଵର୍ଗସ୍ଥ ବିଷୟଗୁଡ଼ିକର ଦୃଷ୍ଟାନ୍ତ ସମସ୍ତ ଏହିସବୁ ଦ୍ଵାରା ଶୁଚିକୃତ ହେବାର ଆବଶ୍ୟକ ଥିଲା, କିନ୍ତୁ ସ୍ଵର୍ଗୀୟ ବିଷୟଗୁଡ଼ିକ ତ ଏହିସବୁଠାରୁ ଶ୍ରେଷ୍ଠତର ବଳିଦାନ ଦ୍ଵାରା ଶୁଚିକୃତ ହେବାର ଆବଶ୍ୟକ ।
24
କାରଣ ପ୍ରକୃତ ବିଷୟର ପ୍ରତିରୂପ ଯେ ହସ୍ତକୃତ ମହାପବିତ୍ର ସ୍ଥାନ, ସେଥିରେ ଖ୍ରୀଷ୍ଟ ପ୍ରବେଶ ନ କରି ବରଂ ଆମ୍ଭମାନଙ୍କ ନିମନ୍ତେ ଏବେ ଈଶ୍ଵରଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ସ୍ଵର୍ଗରେ ପ୍ରବେଶ କରିଅଛନ୍ତି ।
25
ମହାଯାଜକ ଯେପରି ଅନ୍ୟର ରକ୍ତ ଘେନି ବର୍ଷକୁ ବର୍ଷ ମହାପବିତ୍ର ସ୍ଥାନରେ ପ୍ରବେଶ କରନ୍ତି, ସେହିପରି ସେ ଯେ ଥରକୁଥର ଆପଣାକୁ ଉତ୍ସର୍ଗ କରିବେ, ତାହା ନୁହେଁ;
26
ତାହାହେଲେ ଜଗତର ପତ୍ତନାବଧି ଥରକୁ ଥର ତାହାଙ୍କୁ ମୃତ୍ୟୁଭୋଗ କରିବାକୁ ହୋଇଥାଆନ୍ତା; କିନ୍ତୁ ଏବେ ସେ ଯୁଗା; ସମୟରେ ଆପଣାକୁ ବଳିରୂପେ ଉତ୍ସର୍ଗ କରିବା ଦ୍ଵାରା ପାପ ଦୂର କରିବାକୁ ପ୍ରକାଶିତ ହୋଇଅଛନ୍ତି ।
27
ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେମାତ୍ର ମୃତ୍ୟୁ,
28
ଆଉ, ତାହା ପରେ ବିଚାର ନିରୂପିତ ଅଛି, ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେମାତ୍ର ଉତ୍ସର୍ଗୀକୃତ ହୋଇ ଦ୍ଵିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି, ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ ।
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 10 →
All chapters:
1
2
3
4
5
6
7
8
9
10
11
12
13