bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Joshua 21
Joshua 21
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 22 →
1
ଏଉତ୍ତାରେ ଲେବୀୟମାନଙ୍କ ପିତୃଗୃହର ପ୍ରଧାନମାନେ ଇଲିୟାସର ଯାଜକଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନମାନଙ୍କ ବଂଶ-ସମୂହର ପିତୃଗୃହର ପ୍ରଧାନମାନଙ୍କ ନିକଟକୁଆସିଲେ;
2
ଆଉ ସେମାନେ କିଣାନ ଦେଶସ୍ଥ ଶୀଲୋ ନିକଟରେ ସେମାନଙ୍କୁ କହିଲେ, ଆମ୍ଭମାନଙ୍କ ନିମନ୍ତେ ବସତି-ନଗର ଓ ପଶୁଗଣ ନିମନ୍ତେ ତହିଁର ତଳିଭୂମି ଦେବା ପାଇଁ ସଦାପ୍ରଭୁ ମୋଶାଙ୍କ ଦ୍ଵାରା ଆଜ୍ଞା ଦେଇଥିଲେ ।
3
ତହିଁରେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ-ସନ୍ତାନଗଣ ଆପଣା ଆପଣା ଅଧିକାର ମଧ୍ୟରୁ ଲେବୀୟ ଲୋକମାନଙ୍କୁ ଏହି ଏହି ନଗର ଓ ତହିଁର ତଳିଭୂମି ଦେଲେ ।
4
ତହୁଁ କହାତୀୟ ବଂଶ ନିମନ୍ତେ ବାଣ୍ଟ ଉଠିଲା, ଲେବୀୟମାନଙ୍କ ମଧ୍ୟରୁ ହାରୋଣ ଯାଜକର ସନ୍ତାନଗଣ ଗୁଲିବାଣ୍ଟ ଦ୍ଵାରା ଯିହୁଦା ବଂଶ ଓ ଶିମୀୟୋନ ବଂଶ ଓ ବିନ୍ୟାମୀନ ବଂଶରୁ ତେର ନଗର ପାଇଲେ ।
5
ପୁଣି କହାତର ଅବଶିଷ୍ଟ ସନ୍ତାନମାନେ ଗୁଲିବାଣ୍ଟ ଦ୍ଵାରା ଇଫ୍ରୟିମ୍ ବଂଶର ସମସ୍ତ ବଂଶରୁ ଓ ଦାନ୍ ବଂଶ ଓ ମନଃଶିର ଅର୍ଦ୍ଧବଂଶରୁ ଦଶ ନଗର ପାଇଲେ ।
6
ପୁଣି ଗେର୍ଶୋନର ସନ୍ତାନଗଣ ଗୁଲିବାଣ୍ଟ ଦ୍ଵାରା ଇଷାଖର ବଂଶର ସମସ୍ତ ବଂଶରୁ ଓ ଆଶେର ବଂଶ ଓ ନପ୍ତାଲି ବଂଶ ଓ ବାଶନସ୍ଥ ମନଃଶିର ଅର୍ଦ୍ଧବଂଶରୁ ତେର ନଗର ପାଇଲେ ।
7
ଆଉ ମରାରି-ସନ୍ତାନଗଣ ଆପଣା ଆପଣା ବଂଶାନୁସାରେ ରୁବେନ୍ ବଂଶ ଓ ଗାଦ୍ ବଂଶ ଓ ସବୂଲୂନ୍ ବଂଶରୁ ବାର ନଗର ପାଇଲେ ।
8
ଏହିରୂପେ ଇସ୍ରାଏଲ-ସନ୍ତାନଗଣ, ମୋଶାଙ୍କ ଦ୍ଵାରା ସଦାପ୍ରଭୁ ଯେରୂପ ଆଜ୍ଞା ଦେଇଥିଲେ, ତଦନୁସାରେ ଗୁଲିବାଣ୍ଟ କରି ଲେବୀୟ ଲୋକମାନଙ୍କୁ ଏହିସବୁ ନଗର ଓ ତହିଁର ତଳିଭୂମି ଦେଲେ।
9
ଆହୁରି ସେମାନେ ଯିହୁଦା-ସନ୍ତାନଗଣର ବଂଶରୁ ଓ ଶିମୀୟୋନ-ସନ୍ତାନଗଣର ବଂଶରୁ ଏହିସବୁ ନଗର ଦେଲେ, ଏଠାରେ ସେସବୁର ନାମ ଲିଖିତ ଅଛି ।
10
ସେସବୁ ନଗର ଲେବୀ-ସନ୍ତାନ କହାତ ବଂଶୀୟ ହାରୋଣ-ସନ୍ତାନମାନଙ୍କର ହେଲା; କାରଣ ସେମାନଙ୍କର ପ୍ରଥମ ବାଣ୍ଟ ଥିଲା ।
11
ପୁଣି ସେମାନେ ସେମାନଙ୍କୁ ଯିହୁଦାର ପର୍ବତମୟ ଦେଶରେ କିରୀୟଥର୍ବ ଓ ତହିଁ ଚତୁର୍ଦ୍ଦିଗସ୍ଥିତ ତଳିଭୂମି ଦେଲେ, (ଏହାକୁ ହିବ୍ରୋଣ କହନ୍ତି); ଅର୍ବ ଅନାକର ପିତା ଥିଲା ।
12
ମାତ୍ର ସେହି ନଗରର କ୍ଷେତ୍ର ଓ ତହିଁର ଗ୍ରାମମାନ ଅଧିକାର କରିବା ପାଇଁ ସେମାନେ ଯିଫୁନ୍ନିର ପୁତ୍ର କାଲେବ୍ଙ୍କୁ ଦେଲେ ।
13
ପୁଣି ହାରୋଣ ଯାଜକଙ୍କର ସନ୍ତାନଗଣକୁ ସେମାନେ ନରହତ୍ୟାକାରୀର ଆଶ୍ରୟ ନଗରର ହିବ୍ରୋଣ ଓ ତହିଁ ତଳିଭୂମି ଓ ଲିବ୍ନା ଓ ତହିଁ ତଳିଭୂମି,
14
ଯତ୍ତୀର ଓ ତହିଁ ତଳିଭୂମି, ଇଷ୍ଟମୋୟ ଓ ତହିଁ ତଳିଭୂମି,
15
ହୋଲୋନ୍ ଓ ତହିଁ ତଳିଭୂମି, ଦବୀର ଓ ତହିଁ ତଳିଭୂମି,
16
ଐନ୍ ଓ ତହିଁ ତଳିଭୂମି, ଯୁଟା ଓ ତହିଁ ତଳିଭୂମି, ବୈଥ୍ଶେମଶ୍ ଓ ତହିଁ ତଳିଭୂମି, ସେହି ଦୁଇ ବଂଶରୁ ଏହି ନଅ ନଗର ଦେଲେ ।
17
ପୁଣି ବିନ୍ୟାମୀନ ବଂଶରୁ ଗିବିୟୋନ ଓ ତହିଁ ତଳିଭୂମି, ଗେବା ଓ ତହିଁ ତଳିଭୂମି,
18
ଅନାଥୋତ୍ ଓ ତହିଁ ତଳିଭୂମି, ଅଲମୋନ ଓ ତହିଁ ତଳିଭୂମି; ଚାରି ନଗର ।
19
ହାରୋଣଙ୍କର ସନ୍ତାନ ଯାଜକମାନଙ୍କର ସର୍ବସୁଦ୍ଧା ତଳିଭୂମି ସମେତ ତେର ନଗର ହେଲା ।
20
ଆଉ କହାତର ଅବଶିଷ୍ଟ ସନ୍ତାନଗଣ, ଅର୍ଥାତ୍, କହାତ-ସନ୍ତାନ ଲେବୀୟମାନଙ୍କ ବଂଶସମୂହ ଇଫ୍ରୟିମ ବଂଶରୁ ଆପଣାମାନଙ୍କ ନଗର ବାଣ୍ଟ ପାଇଲେ ।
21
ପୁଣି ଇସ୍ରାଏଲ-ସନ୍ତାନଗଣ ସେମାନଙ୍କୁ ଇଫ୍ରୟିମ ପର୍ବତମୟ ଦେଶାନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ଶିଖିମ ଓ ତହିଁ ତଳିଭୂମି ଓ ଗେଷର ଓ ତହିଁ ତଳିଭୂମି,
22
କିବ୍ସୟିମ୍ ଓ ତହିଁ ତଳିଭୂମି, ବୈଥ୍ହୋରଣ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ ।
23
ପୁଣି ଦାନ୍ ବଂଶରୁ ଇଲତ୍କୀ ଓ ତହିଁ ତଳିଭୂମି, ଗିବ୍ବଥୋନ୍ ଓ ତହିଁ ତଳିଭୂମି,
24
ଅୟାଲୋନ ଓ ତହିଁ ତଳିଭୂମି, ଗାଥ୍ରିମ୍ମୋନ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ ।
25
ଆଉ ମନଃଶିର ଅର୍ଦ୍ଧ ବଂଶରୁ ତାନକ୍ ଓ ତହିଁ ତଳିଭୂମି, ଗାଥ୍ରିମ୍ମୋନ ଓ ତହିଁ ତଳିଭୂମି, ଏହି ଦୁଇ ନଗର ଦେଲେ ।
26
କହାତର ଅବଶିଷ୍ଟ ସନ୍ତାନମାନଙ୍କ ବଂଶର ସର୍ବସୁଦ୍ଧା ତଳିଭୂମି ସମେତ ଦଶ ନଗର ହେଲା ।
27
ପୁଣି ସେମାନେ ଲେବୀ ବଂଶୀୟ ଗେର୍ଶୋନ-ସନ୍ତାନମାନଙ୍କୁ ମନଃଶିର ଅର୍ଦ୍ଧ ବଂଶରୁ ବାଶନ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର ଗୋଲନ୍ ଓ ତହିଁ ତଳିଭୂମି, ଆଉ ବୀଷ୍ଟରା ଓ ତହିଁ ତଳିଭୂମି, ଏହି ଦୁଇ ନଗର ଦେଲେ ।
28
ପୁଣି ଇଷାଖର ବଂଶରୁ କିଶୀୟୋନ୍ ଓ ତହିଁ ତଳିଭୂମି, ଦାବରତ୍ ଓ ତହିଁ ତଳିଭୂମି,
29
ଯର୍ମୂତ୍ ଓ ତହିଁ ତଳିଭୂମି, ଐନ-ଗନ୍ନିମ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ ।
30
ଆଉ ଆଶେର ବଂଶରୁ ମିଶାଲ ଓ ତହିଁ ତଳିଭୂମି, ଅବଦୋନ୍ ଓ ତହିଁ ତଳିଭୂମି,
31
ହିଲକତ୍ ଓ ତହିଁ ତଳିଭୂମି, ରହୋବ୍ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ ।
32
ନପ୍ତାଲି ବଂଶରୁ ଗାଲିଲୀ ଅନ୍ତର୍ଗତ ନରହତ୍ୟା-କାରୀର ଆଶ୍ରୟ ନଗର କେଦଶ ଓ ତହିଁ ତଳିଭୂମି, ହମୋତ୍-ଦୋର ଓ ତହିଁ ତଳିଭୂମି, କର୍ତ୍ତନ ଓ ତହିଁ ତଳିଭୂମି, ଏହି ତିନି ନଗର ଦେଲେ ।
33
ଆପଣା ଆପଣା ବଂଶାନୁସାରେ ଗେର୍ଶୋନୀୟ ଲୋକମାନେ ସର୍ବସୁଦ୍ଧା ତଳିଭୂମି ସମେତ ତେର ନଗର ପାଇଲେ ।
34
ଏଉତ୍ତାରେ ସେମାନେ ମରାରି-ସନ୍ତାନଗଣର ବଂଶାନୁସାରେ ଅବଶିଷ୍ଟ ଲେବୀୟ ଲୋକମାନଙ୍କୁ ସବୂଲୂନ ବଂଶରୁ ଯଗ୍ନିୟାମ ଓ ତହିଁ ତଳିଭୂମି, କାର୍ତ୍ତା ଓ ତହିଁ ତଳିଭୂମି,
35
ଦିମ୍ନା ଓ ତହିଁ ତଳିଭୂମି, ନହଲୋଲ୍ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ ।
36
ପୁଣି ରୁବେନ୍ ବଂଶରୁ ବେତ୍ସର ଓ ତହିଁ ତଳିଭୂମି, ଯହସ ଓ ତହିଁ ତଳିଭୂମି,
37
କଦେମୋତ୍ ଓ ତହିଁ ତଳିଭୂମି, ମେଫାତ୍ ଓ ତହିଁ ତଳିଭୂମି, ଏହି ଚାରି ନଗର ଦେଲେ ।
38
ଆଉ ଗାଦ୍ ବଂଶରୁ ଗିଲୀୟଦ ଅନ୍ତର୍ଗତ ନରହତ୍ୟା-କାରୀର ଆଶ୍ରୟ ନଗର ରାମୋତ୍ ଓ ତହିଁ ତଳିଭୂମି, ମହନୟିମ୍ ଓ ତହିଁ ତଳିଭୂମି,
39
ହିଷବୋନ୍ ଓ ତହିଁ ତଳିଭୂମି, ଯାସେର ଓ ତହିଁ ତଳିଭୂମି, ସର୍ବସୁଦ୍ଧା ଚାରି ନଗର ଦେଲେ ।
40
ଏରୂପେ ଲେବୀୟମାନଙ୍କ ଅବଶିଷ୍ଟ ବଂଶ, ଅର୍ଥାତ୍, ମରାରି-ସନ୍ତାନଗଣର ଆପଣା ଆପଣା ବଂଶାନୁସାରେ ଏହିସବୁ ନଗର ହେଲା; ସେମାନଙ୍କ ବାଣ୍ଟରେ ବାର ନଗର ପଡ଼ିଲା ।
41
ଇସ୍ରାଏଲ-ସନ୍ତାନଗଣର ଅଧିକାର ମଧ୍ୟରେ ସର୍ବସୁଦ୍ଧା ତଳିଭୂମି ସହିତ ଅଠଚାଳିଶ ନଗର ଲେବୀୟ-ମାନଙ୍କର ହେଲା ।
42
ଏହି ପ୍ରତ୍ୟେକ ନଗରର ଚାରିଆଡ଼େ ତଳିଭୂମି ଥିଲା; ଏରୂପେ ଏହି ସମସ୍ତ ନଗର ଥିଲା ।
43
ସଦାପ୍ରଭୁ ଇସ୍ରାଏଲୀୟମାନଙ୍କୁ ଯେ ଯେ ଦେଶ ଦେବାକୁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲେ, ସେ ସମସ୍ତ ଦେଶ ସେ ସେମାନଙ୍କୁ ଦେଲେ; ପୁଣି ସେମାନେ ତାହା ଅଧିକାର କରି ତହିଁ ମଧ୍ୟରେ ବାସ କଲେ ।
44
ଆଉ ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ କୃତ ଆପଣା ସମସ୍ତ ଶପଥ ଅନୁସାରେ ଚାରିଆଡ଼େ ସେମାନଙ୍କୁ ବିଶ୍ରାମ ଦେଲେ; ପୁଣି ସେମାନଙ୍କ ଶତ୍ରୁମାନଙ୍କ ମଧ୍ୟରୁ କେହି ସେମାନଙ୍କ ସମ୍ମୁଖରେ ଠିଆ ହୋଇ ପାରିଲା ନାହିଁ; ସଦାପ୍ରଭୁ ସେମାନଙ୍କ ସମସ୍ତ ଶତ୍ରୁଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ ।
45
ସଦାପ୍ରଭୁ ଇସ୍ରାଏଲ ବଂଶକୁ ଯେ ଯେ ମଙ୍ଗଳର କଥା କହିଥିଲେ, ତହିଁ ମଧ୍ୟରୁ ଗୋଟିଏ ମାତ୍ର କଥା ବିଫଳ ହେଲା ନାହିଁ; ସବୁ ସଫଳ ହେଲା ।
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 22 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24