bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Malachi 4
Malachi 4
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
1
କାରଣ ଦେଖ, ସେଦିନ ଆସୁଅଛି, ତାହା ତୁନ୍ଦୁର ପରି ଜଳୁଅଛି; ପୁଣି, ଅହଙ୍କାରୀ ଓ ଦୁଷ୍ଟାଚାରୀ ସମସ୍ତେ ନଡ଼ା ପରି ହେବେ; ଆଉ, ସେମାନଙ୍କର ମୂଳ କି ଡାଳ ଯେପରି ଅବଶିଷ୍ଟ ନ ରହିବ, ଏଥିପାଇଁ ଯେଉଁ ଦିନ ଆସୁଅଛି, ତାହା ସେମାନଙ୍କୁ ଦଗ୍ଧ କରିବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି ।
2
ମାତ୍ର ଆମ୍ଭ ନାମକୁ ଭୟ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଧର୍ମରୂପ ସୂର୍ଯ୍ୟ ଆରୋଗ୍ୟଦାୟକ କିରଣ ସଂଯୁକ୍ତ ହୋଇ ଉଦିତ ହେବେ; ଆଉ, ତୁମ୍ଭେମାନେ ବାହାର ହୋଇ ହୃଷ୍ଟପୁଷ୍ଟ ଗୋବତ୍ସ ତୁଲ୍ୟ କୁଦା ମାରିବ ।
3
ପୁଣି, ତୁମ୍ଭେମାନେ ଦୁଷ୍ଟମାନଙ୍କୁ ପଦ ତଳେ ଦଳି ପକାଇବ; କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଯେଉଁ ଦିନ ଆମ୍ଭେ କାର୍ଯ୍ୟ କରିବା, ସେଦିନ ସେମାନେ ତୁମ୍ଭମାନଙ୍କର ତଳିପାର ଅଧଃସ୍ଥିତ ଭସ୍ମ ହେବେ ।
4
ଆମ୍ଭେ ହୋରେବରେ ସମଗ୍ର ଇସ୍ରାଏଲ ନିମନ୍ତେ ଯେଉଁ ବିଧି ଓ ଶାସନସକଳ ଆଦେଶ କଲୁ, ଆମ୍ଭ ଦାସ ମୋଶାଙ୍କର ସେହି ବ୍ୟବସ୍ଥା ତୁମ୍ଭେମାନେ ସ୍ମରଣ କର ।
5
ଦେଖ, ସଦାପ୍ରଭୁଙ୍କର ମହତ ଓ ଭୟଙ୍କର ଦିନର ଆଗମନ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଏଲୀୟ ଭବିଷ୍ୟଦ୍ବକ୍ତାଙ୍କୁ ପ୍ରେରଣ କରିବା ।
6
ପୁଣି, ଆମ୍ଭେ ଆସି ଯେପରି ପୃଥିବୀକି ଅଭିଶାପରେ ଆଘାତ ନ କରୁ, ଏଥିପାଇଁ ସେ ସନ୍ତାନଗଣ ପ୍ରତି ପିତୃଗଣର ହୃଦୟ ଓ ପିତୃଗଣ ପ୍ରତି ସନ୍ତାନଗଣର ହୃଦୟ ଫେରାଇବ ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
All chapters:
1
2
3
4