bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Nehemiah 11
Nehemiah 11
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 12 →
1
ପୁଣି, ଲୋକମାନଙ୍କ ଅଧିପତିବର୍ଗ ଯିରୂଶାଲମରେ ବାସ କଲେ; ମଧ୍ୟ ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଯିରୂଶାଲମରେ ବାସ କରିବା ନିମନ୍ତେ ପ୍ରତି ଦଶ ଜଣ ମଧ୍ୟରୁ ଏକ ଜଣକୁ ସେସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରାଇବା ପାଇଁ ଗୁଲିବାଣ୍ଟ କଲେ ।
2
ଆଉ, ଯେଉଁମାନେ ଯିରୂଶାଲମରେ ବାସ କରିବାକୁ ସ୍ଵେଚ୍ଛାପୂର୍ବକ ଆପଣାମାନଙ୍କୁ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ ।
3
ପ୍ରଦେଶରେ ଏହି ପ୍ରଧାନବର୍ଗ ଯିରୂଶାଲମରେ ବାସ କଲେ; ମାତ୍ର ଯିହୁଦାର ନାନା ନଗରରେ ଲୋକମାନେ, ଅର୍ଥାତ୍, ଇସ୍ରାଏଲ, ଯାଜକମାନେ ଓ ଲେବୀୟମାନେ ଓ ନଥୀନୀୟମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ⇧ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ଆପଣା ଆପଣା ନଗରରେ ବାସ କଲେ ।
4
ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ ଓ ବିନ୍ୟାମୀନର ସନ୍ତାନଗଣ ମଧ୍ୟରୁ କେତେକ ଲୋକ ଯିରୂଶାଲମରେ ବାସ କଲେ । ଯିହୁଦାର ସନ୍ତାନଗଣ ମଧ୍ୟରୁ ଉଷୀୟର ପୁତ୍ର ଅଥାୟ, ସେହି ଉଷୀୟ ଜିଖରୀୟର ପୁତ୍ର, ଜିଖରୀୟ ଅମରୀୟର ପୁତ୍ର, ଅମରୀୟ ଶଫଟୀୟର ପୁତ୍ର, ଶଫଟୀୟ ମହଲଲେଲର ପୁତ୍ର, ମହଲଲେଲ ପେରସ-ସନ୍ତାନଗଣ ମଧ୍ୟରୁ ଜଣେ;
5
ଆଉ, ବାରୁକର ପୁତ୍ର ମାସେୟ, ସେହି ବାରୁକ କଲ୍ହୋଷିର ପୁତ୍ର, କଲ୍ହୋଷି ହସାୟର ପୁତ୍ର, ହସାୟ ଅଦାୟାର ପୁତ୍ର, ଅଦାୟା ଯୋୟାରୀବ୍ର ପୁତ୍ର, ଯୋୟାରୀବ୍ ଜିଖରୀୟର ପୁତ୍ର, ଜିଖରୀୟ ଶୀଲୋନିର ପୁତ୍ର ।
6
ପେରସର ସନ୍ତାନ ସର୍ବସୁଦ୍ଧା ଚାରି ଶହ ଅଠଷଠି ଜଣ ବୀର ପୁରୁଷ ଯିରୂଶାଲମରେ ବାସ କଲେ ।
7
ବିନ୍ୟାମୀନର ସନ୍ତାନଗଣ, ଯଥା, ମଶୁଲ୍ଲମ୍ର ପୁତ୍ର ସଲ୍ଲୁ, ସେହି ମଶୁଲ୍ଲମ୍ ଯୋୟେଦ୍ର ପୁତ୍ର, ଯୋୟଦ୍ ପଦାୟର ପୁତ୍ର, ପଦାୟ କୋଲାୟାର ପୁତ୍ର, କୋଲାୟା ମାସେୟର ପୁତ୍ର, ମାସେୟ ଇଥୀୟେଲର ପୁତ୍ର, ଇଥୀୟେଲ ଯିଶାୟାହର ପୁତ୍ର ।
8
ପୁଣି, ତାହା ଛଡ଼ା ଗବ୍ବୟ, ସଲ୍ଲୟ ଆଦି ନଅ ଶହ ଅଠାଇଶ ଜଣ ।
9
ଆଉ, ସିଖ୍ରିର ପୁତ୍ର ଯୋୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା ଓ ହସନୟାର ପୁତ୍ର ଯିହୁଦା ନଗରର ଦ୍ଵିତୀୟ କର୍ତ୍ତା ଥିଲା ।
10
ଯାଜକମାନଙ୍କ ମଧ୍ୟରୁ, ଯଥା, ଯୋୟାରୀବର ପୁତ୍ର ଯିଦୟୀୟ, ଯାଖୀନ,
11
ହିଲ୍କୀୟର ପୁତ୍ର ସରାୟ, ସେହି ହିଲ୍କୀୟ ମଶୁଲ୍ଲମର ପୁତ୍ର, ମଶୁଲ୍ଲମ୍ ସାଦୋକର ପୁତ୍ର, ସାଦୋକ୍ ମରାୟୋତର ପୁତ୍ର, ମରାୟୋତ୍ ଅହୀଟୂବ୍ର ପୁତ୍ର, ଅହୀଟୂବ୍ ପରମେଶ୍ଵରଙ୍କ ଗୃହର ଅଧ୍ୟକ୍ଷ ଥିଲା ।
12
ଗୃହର କର୍ମକାରୀ ସେମାନଙ୍କ ଭ୍ରାତୃଗଣ ଆଠ ଶହ ବାଇଶ ଜଣ ଥିଲେ; ପୁଣି, ଯିରୋହମ୍ର ପୁତ୍ର ଅଦାୟା, ସେହି ଯିରୋହମ୍ ପଲଲୀୟର ପୁତ୍ର, ପଲଲୀୟ ଅମ୍ସିର ପୁତ୍ର, ଅମ୍ସି ଜିଖରୀୟର ପୁତ୍ର, ଜିଖରୀୟ ପଶ୍ହୂରର ପୁତ୍ର, ପଶ୍ହୂର ମଲ୍କିୟେଲର ପୁତ୍ର,
13
ପୁଣି, ଅଦାୟାର ଭ୍ରାତୃଗଣ ଦୁଇ ଶହ ବୟାଳିଶ ଜଣ ପିତୃବଂଶ-ପ୍ରଧାନ ଥିଲେ; ଅସରେଲ୍ର ପୁତ୍ର ଅମଶୟ, ସେହି ଅସରେଲ୍ ଅହସୟର ପୁତ୍ର, ଅହସୟ ମଶିଲ୍ଲେମୋତ୍ର ପୁତ୍ର, ମଶିଲ୍ଲେମୋତ୍ ଇମ୍ମେରର ପୁତ୍ର,
14
ଆଉ, ସେମାନଙ୍କ ଭ୍ରାତୃଗଣ ଏକ ଶହ ଅଠାଇଶ ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହଗ୍ଦୋଲୀମର ପୁତ୍ର ସବ୍ଦୀୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା ।
15
ଲେବୀୟମାନଙ୍କ ମଧ୍ୟରୁ, ଯଥା, ହଶୂବ୍ର ପୁତ୍ର ଶମୟୀୟ, ସେହି ହଶୂବ୍ ଅସ୍ରୀକାମ୍ର ପୁତ୍ର, ଅସ୍ରୀକାମ୍ ହଶବୀୟର ପୁତ୍ର, ହଶବୀୟ ବୁନ୍ନିର ପୁତ୍ର;
16
ଆହୁରି, ଲେବୀୟ-ପ୍ରଧାନବର୍ଗ ମଧ୍ୟରୁ ଶବ୍ବଥୟ ଓ ଯୋଷାବଦ୍ ପରମେଶ୍ଵରଙ୍କ ଗୃହର ବାହାର କାର୍ଯ୍ୟର ଅଧ୍ୟକ୍ଷ ଥିଲେ;
17
ଆଉ, ଆସଫର ବଂଶଜାତ ସବ୍ଦିର ପୌତ୍ର ମୀକାର ପୁତ୍ର ମତ୍ତନୀୟ ପ୍ରାର୍ଥନାକାଳୀନ ଧନ୍ୟବାଦ ଆରମ୍ଭ କରିବାରେ ପ୍ରଧାନ ଥିଲା ଓ ତାହାର ଭ୍ରାତୃଗଣ ମଧ୍ୟରୁ ବକ୍ବୁକୀୟ ଦ୍ଵିତୀୟ ଥିଲା; ପୁଣି, ଯିଦୂଥୂନ-ବଂଶଜାତ ଗାଲଲର ପୌତ୍ର ଶମ୍ମୂୟର ପୁତ୍ର ଅବ୍ଦ ।
18
ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବସୁଦ୍ଧା ଦୁଇ ଶହ ଚୌରାଶୀ ଜଣ ଥିଲେ ।
19
ଆହୁରି, ଦ୍ଵାରପାଳ ଅକ୍କୂବ୍, ଟଲ୍ମୋନ ଓ ନଗର-ଦ୍ଵାରସମୂହରେ ପ୍ରହରୀକର୍ମକାରୀ ସେମାନଙ୍କ ଭ୍ରାତୃଗଣ ଏକ ଶହ ବାସ୍ତରି ଜଣ ଥିଲେ ।
20
ପୁଣି, ଇସ୍ରାଏଲର, ଯାଜକମାନଙ୍କର, ଲେବୀୟ-ମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗରରେ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ରହିଲେ ।
21
ନଥୀନୀୟ ଲୋକମାନେ ଓଫଲରେ ବାସ କଲେ; ଆଉ, ସୀହ ଓ ଗିଷ୍ପ ନଥୀନୀୟମାନଙ୍କର ଅଧ୍ୟକ୍ଷ ଥିଲେ ।
22
ଆସଫ-ବଂଶୀୟ ଗାୟକମାନଙ୍କ ମଧ୍ୟରୁ ମୀକାର ବୃଦ୍ଧ ପ୍ରପୌତ୍ର, ମର୍ତ୍ତନୀୟର ପ୍ରପୌତ୍ର, ହଶବୀୟର ପୌତ୍ର, ବାନିର ପୁତ୍ର ଉଷି ଯିରୂଶାଲମରେ ଲେବୀୟମାନଙ୍କର ଅଧ୍ୟକ୍ଷ ଥିଲା, ସେ ମଧ୍ୟ ପରମେଶ୍ଵରଙ୍କ ଗୃହକାର୍ଯ୍ୟର ତତ୍ତ୍ଵାବଧାରଣ କଲା ।
23
କାରଣ ସେମାନଙ୍କ ବିଷୟରେ ରାଜାଙ୍କର ଆଜ୍ଞା ଥିଲା ଓ ପ୍ରତି ଦିନର ପ୍ରୟୋଜନାନୁସାରେ ଗାୟକମାନଙ୍କୁ ନିରୂପିତ ପଡ଼ି ଦିଆଗଲା ।
24
ଆଉ, ଯିହୁଦାର ପୁତ୍ର ସେରହର ବଂଶଜାତ ମଶେଷବେଲର ପୁତ୍ର ପଥାହୀୟ ଲୋକମାନଙ୍କ ସମସ୍ତ କାର୍ଯ୍ୟ ବିଷୟରେ ରାଜାଙ୍କ ନିକଟରେ ଥିଲା।
25
ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ କେତେକ ନାନା ଗ୍ରାମ ଓ ତହିଁର କ୍ଷେତ୍ରରେ, ଅର୍ଥାତ୍, କିରୀୟଥ୍-ଅର୍ବ ଓ ତହିଁର ଉପନଗରରେ, ଦୀବୋନ୍ ଓ ତହିଁର ଉପନଗରରେ, ଯିକବ୍ସେଲ ଓ ତହିଁର ଗ୍ରାମରେ;
26
ଆଉ ଯେଶୂୟରେ, ମୋଲାଦାରେ ଓ ବୈଥ୍ପେଲଟରେ;
27
ଆଉ ହତ୍ସର-ଶୁୟାଲରେ, ବେର୍ଶେବା ଓ ତହିଁର ଉପନଗରରେ;
28
ଆଉ ସିକ୍ଲଗ୍ରେ, ମକୋନା ଓ ତହିଁର ଉପନଗରରେ;
29
ଆଉ ଐନ୍-ରିମ୍ମୋଣରେ, ସରାୟରେ ଓ ଯର୍ମୁତରେ;
30
ସାନୋହ, ଅଦୁଲ୍ଲମ ଓ ତହିଁର ଗ୍ରାମରେ, ଲାଖୀଶ୍ ଓ ତହିଁର କ୍ଷେତ୍ରରେ, ଅସେକା ଓ ତହିଁର ଉପନଗରରେ ବାସ କଲେ । ଏହିରୂପେ ସେମାନେ ବେର୍ଶେବାଠାରୁ ହିନ୍ନୋମ ଉପତ୍ୟକା ପର୍ଯ୍ୟନ୍ତ ଛାଉଣି କଲେ ।
31
ବିନ୍ୟାମୀନ-ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ, ମିକ୍ମସ୍ ଓ ଅୟାରେ, ବୈଥେଲ୍ ଓ ତହିଁର ଉପନଗରରେ;
32
ଅନାଥୋତ, ନୋବ ଓ ଅନନୀୟାରେ;
33
ହାତ୍ସୋର, ରାମା, ଗିତ୍ତୟିମରେ;
34
ହାଦୀଦ୍, ସବୋୟିମ, ନବଲ୍ଲାଟରେ;
35
ଲୋଦ ଓ ଓନୋ, ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ ।
36
ଆଉ, ଯିହୁଦା ସମ୍ପର୍କୀୟ ନାନା ପାଳିଭୁକ୍ତ କେତେକ ଲେବୀୟ ଲୋକ ବିନ୍ୟାମୀନ ସହିତ ସଂଯୁକ୍ତ ହେଲେ ।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 12 →
All chapters:
1
2
3
4
5
6
7
8
9
10
11
12
13