bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Revelation 8
Revelation 8
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 9 →
1
ମେଷଶାବକ ଯେତେବେଳେ ସପ୍ତମ ମୁଦ୍ରାଣ ଭାଙ୍ଗିଲେ, ସେତେବେଳେ ସ୍ଵର୍ଗରେ ପ୍ରାୟ ଅର୍ଦ୍ଧ ଘଟିକା ପର୍ଯ୍ୟନ୍ତ ନୀରବତା ବିରାଜିତ ହେଲା ।
2
ତତ୍ପରେ ମୁଁ ଈଶ୍ଵରଙ୍କ ସମ୍ମୁଖରେ ଦଣ୍ତାୟମାନ ସପ୍ତ ଦୂତଙ୍କୁ ଦେଖିଲି, ସେମାନଙ୍କୁ ସପ୍ତ ତୂରୀ ଦତ୍ତ ହେଲା ।
3
ସେଥିରେ ଆଉ ଜଣେ ଦୂତ ଆସି ବେଦି ନିକଟରେ ଠିଆ ହେଲେ, ତାହାଙ୍କ ହସ୍ତରେ ସୁବର୍ଣ୍ଣ ଧୂପାଚୀ ଥିଲା, ପୁଣି ସିଂହାସନ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦି ଉପରେ ସମସ୍ତ ସାଧୁମାନଙ୍କ ପ୍ରାର୍ଥନା ସହିତ ଯୋଗ କରିବା ନିମନ୍ତେ ତାହାଙ୍କୁ ପ୍ରଚୁର ଧୂପ ଦିଆଗଲା ।
4
ସେଥିରେ ଦୂତଙ୍କ ହସ୍ତରୁ ଧୂପର ଧୂମ ସାଧୁମାନଙ୍କ ପ୍ରାର୍ଥନା ସହ ଈଶ୍ଵରଙ୍କ ସମ୍ମୁଖରେ ଉତ୍ଥିତ ହେଲା ।
5
ପରେ ସେହି ଦୂତ ଧୂପାଚୀ ଘେନି ବେଦିର ଅଗ୍ନିରେ ତାହା ପୂର୍ଣ୍ଣ କରି ପୃଥିବୀ ଉପରେ ପକାଇଦେଲେ । ସେଥିରେ ବଜ୍ରଧ୍ଵନୀ, ବିଭିନ୍ନ ସ୍ଵର, ବିଦ୍ୟୁତ୍ ଓ ଭୂମିକମ୍ପ ହେଲା ।
6
ସେତେବେଳେ ସପ୍ତ ତୂରୀଧାରୀ ସପ୍ତ ଦୂତ ତୂରୀଧ୍ଵନୀ କରିବାକୁ ପ୍ରସ୍ତୁତ ହେଲେ ।
7
ପ୍ରଥମ ଦୂତ ତୂରୀଧ୍ଵନୀ କରନ୍ତେ ରକ୍ତମିଶ୍ରିତ ଶିଳା ଓ ଅଗ୍ନି ଉପସ୍ଥିତ ହୋଇ ପୃଥିବୀରେ ନିକ୍ଷିପ୍ତ ହେଲା; ସେଥିରେ ପୃଥିବୀ ଓ ବୃକ୍ଷସମୂହର ତୃତୀୟାଂଶ ପୁଣି ସମସ୍ତ ହରିଦ୍ବର୍ଣ୍ଣ ତୃଣ ଦଗ୍ଧ ହେଲା ।
8
ଦ୍ଵିତୀୟ ଦୂତ ତୂରୀଧ୍ଵନୀ କରନ୍ତେ ଯେପରି ଅଗ୍ନି ପ୍ରଜ୍ଵଳିତ ଗୋଟିଏ ପ୍ରକାଣ୍ତ ପର୍ବତ ସମୁଦ୍ରରେ ନିକ୍ଷିପ୍ତ ହେଲା; ସେଥିରେ ସମୁଦ୍ରର ତୃତୀୟାଂଶ ଜଳ ରକ୍ତମୟ ହୋଇଗଲା,
9
ପୁଣି ସମୁଦ୍ରରେ ଥିବା ଜୀବମାନଙ୍କର ତୃତୀୟାଂଶ ମଲେ ଓ ଜାହାଜର ତୃତୀୟାଂଶ ବିନଷ୍ଟ ହେଲା ।
10
ତୃତୀୟ ଦୂତ ତୂରୀଧ୍ଵନୀ କରନ୍ତେ ଅଗ୍ନିଶିଖା ପରି ପ୍ରଜ୍ଵଳିତ ଗୋଟିଏ ବୃହତ୍ ନକ୍ଷତ୍ର ଆକାଶରୁ ସ୍ଖଳିତ ହୋଇ ନଦୀସମୂହର ତୃତୀୟାଂଶ ଓ ନିର୍ଝରଗୁଡ଼ିକ ଉପରେ ପତିତ ହେଲା;
11
ସେହି ନକ୍ଷତ୍ରର ନାମ ନାଗଦଅଣା । ସେଥିରେ ଜଳର ତୃତୀୟାଂଶ ନାଗଦଅଣା ହେଲା, ଆଉ ଅନେକ ଲୋକ ସେହି ଜଳ ହେତୁ ମଲେ, କାରଣ ତାହା ତିକ୍ତ କରାଯାଇଥିଲା ।
12
ଚତୁର୍ଥ ଦୂତ ତୂରୀଧ୍ଵନୀ କରନ୍ତେ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରସମୂହର ତୃତୀୟାଂଶ ଆଘାତ ପ୍ରାପ୍ତ ହେବାରୁ ସେସମସ୍ତର ତୃତୀୟାଂଶ ଅନ୍ଧକାରମୟ ହେଲା, ଦିବସର ତୃତୀୟାଂଶ ଆଲୋକରହିତ ହେଲା ଓ ରାତ୍ରି ମଧ୍ୟ ତଦ୍ରୂପ ହେଲା ।
13
ପରେ ମୁଁ ଦୃଷ୍ଟିପାତ କଲି, ଆଉ ଆକାଶର ମଧ୍ୟଭାଗରେ ଉଡ଼ୁଥିବା ଗୋଟିଏ ଉତ୍କ୍ରୋଶ ପକ୍ଷୀ ଉଚ୍ଚ ସ୍ଵରରେ ଏହା କହୁଥିବା ଶୁଣିଲି, ହାୟ, ହାୟ, ହାୟ, ପୃଥିବୀନିବାସୀମାନେ ସନ୍ତାପର ପାତ୍ର, କାରଣ ଆହୁରି ତିନି ଜଣ ଦୂତ ତୂରୀଧ୍ଵନୀ କରିବାକୁ ଯାଉଅଛନ୍ତି ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22