bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Zechariah 5
Zechariah 5
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 6 →
1
ଅନନ୍ତର ମୁଁ ପୁନର୍ବାର ଆପଣା ଚକ୍ଷୁ ଟେକି ଅନାଇଲି, ଆଉ ଦେଖ, ଉଡ଼ନ୍ତା ଏକ ନଳାକାର ପୁସ୍ତକ ।
2
ପୁଣି, ସେ ମୋତେ କହିଲେ, ତୁମ୍ଭେ କଅଣ ଦେଖୁଅଛ? ତହିଁରେ ମୁଁ ଉତ୍ତର କଲି, ମୁଁ ଉଡ଼ନ୍ତା ନଳାକାର ଏକ ପୁସ୍ତକ ଦେଖୁଅଛି; ତହିଁର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ ଦଶ ହାତ ।
3
ତେବେ ସେ ମୋତେ କହିଲେ, ଏହା ସମୁଦାୟ ଦେଶ ଉପରକୁ ବାହାରି ଯିବା ଅଭିଶାପ; କାରଣ ଯେ ପ୍ରତ୍ୟେକ ଲୋକ ଚୋରି କରେ, ସେ ତହିଁର ଏକ ପାର୍ଶ୍ଵ ଅନୁସାରେ ପରିଷ୍କୃତ ହେବ ଓ ଯେ ପ୍ରତ୍ୟେକ ଲୋକ ଶପଥ କରେ, ସେ ତହିଁର ଅନ୍ୟ ପାର୍ଶ୍ଵ ଅନୁସାରେ ପରିଷ୍କୃତ ହେବ ।
4
ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ତାହାକୁ ବାହାର କରାଇ ଆଣିବା, ଆଉ ତାହା ଚୋରର ଗୃହରେ ଓ ଯେ ଆମ୍ଭ ନାମରେ ମିଥ୍ୟା ଶପଥ କରେ, ତାହାର ଗୃହରେ ପ୍ରବେଶ କରିବ; ପୁଣି, ତାହାର ଗୃହ ମଧ୍ୟରେ ରହି କାଷ୍ଠ ଓ ପଥର ସମେତ ତାହା ଗ୍ରାସ କରିବ ।
5
ଏଉତ୍ତାରେ ମୋʼ ସଙ୍ଗେ ଯେଉଁ ଦୂତ କଥା କହୁଥିଲେ, ସେ ବାହାରେ ଆସି ମୋତେ କହିଲେ, ଏବେ ତୁମ୍ଭେ ଚକ୍ଷୁ ଟେକି ଦେଖ, ଏହି ଯାହା ବାହାରକୁ ଯାଉଅଛି, ତାହା କଅଣ ।
6
ତହିଁରେ ମୁଁ କହିଲି, ଏ କଅଣ? ତହୁଁ ସେ କହିଲେ, ଏହା ଐଫା-ପାତ୍ର, ଯାହା ବାହାରକୁ ଯାଉଅଛି; ସେ ଆହୁରି କହିଲେ, ଏହା ସମୁଦାୟ ଦେଶସ୍ଥ ଲୋକଙ୍କର ପ୍ରତିରୂପ ଅଟେ ।
7
ଆଉ ଦେଖ, ଏକ ମହଣ ପରିମିତ ସୀସା ଉପରକୁ ଉଠାଗଲା; ଆଉ, ସେହି ଐଫା ମଧ୍ୟରେ ଏକ ସ୍ତ୍ରୀ ବସୁଅଛି ।
8
ପୁଣି, ସେ ମୋତେ କହିଲେ, ଏହା ଦୁଷ୍ଟତା ସ୍ଵରୂପା; ଆଉ, ସେ ସେହି ସ୍ତ୍ରୀକି ଐଫା ମଧ୍ୟରେ ପକାଇ ଦେଲେ ଓ ତହିଁର ର୍ମୁଁହରେ ସେହି ସୀସାର ଓଜନ ଦେଲେ ।
9
ସେତେବେଳେ ମୁଁ ଆପଣା ଚକ୍ଷୁ ଟେକି ଦେଖିଲି, ଆଉ ଦେଖ, ଦୁଇ ସ୍ତ୍ରୀ ବାହାରି ଆସିଲେ, ଆଉ ସେମାନଙ୍କ ପକ୍ଷପୁଟରେ ବାୟୁ ଥିଲା; ସେମାନଙ୍କର ପକ୍ଷ ଚରଳର ପକ୍ଷ ପରି ଥିଲା, ପୁଣି ସେମାନେ ପୃଥିବୀ ଓ ଆକାଶ ମଧ୍ୟରେ ସେ ଐଫାକୁ ଉଠାଇଲେ ।
10
ତହିଁରେ ଯେଉଁ ଦୂତ ମୋʼ ସଙ୍ଗେ କଥା କହୁଥିଲେ, ମୁଁ ତାଙ୍କୁ କହିଲି, ଏମାନେ କେଉଁ ସ୍ଥାନକୁ ଐଫା ବହି ନେଉଅଛନ୍ତି?
11
ଏଥିରେ ସେ ମୋତେ କହିଲେ, ଶିନୀୟର ଦେଶରେ ସେହି ସ୍ତ୍ରୀ ପାଇଁ ଏକ ଗୃହ ନିର୍ମାଣ କରିବାକୁ; ପୁଣି, ତାହା ପ୍ରସ୍ତୁତ ହେଲେ ସେଠାରେ ସେ ସ୍ତ୍ରୀ ଆପଣା ସ୍ଥାନରେ ସ୍ଥାପନ କରାଯିବ ।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 6 →
All chapters:
1
2
3
4
5
6
7
8
9
10
11
12
13
14