bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Daniel 4
Daniel 4
Odia - 1840
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 5 →
1
"ସମୁଦାଯ ପୃଥିବୀ ନିବାସୀ ୟାବତୀଯ ଗୋଷ୍ଠୀ, ଦେଶୀଯ ଓ ଭାଷାବାଦୀ ଲୋକମାନଙ୍କ ପ୍ରତି ନବୂଖଦ୍ନିତ୍ସର ରାଜାଙ୍କର ବିଜ୍ଞାପନ, ତୁମ୍ଭମାନଙ୍କର ବାହୁଲ୍ଯରୂପେ ଶାନ୍ତି ହେଉ।"
2
"ସର୍ବୋପରିସ୍ଥ ପରମେଶ୍ବର ମାେ ପାଇଁ ଯେଉଁ ଆଶ୍ଚର୍ୟ୍ଯ କ୍ରିଯା ସାଧନ କରିଅଛନ୍ତି, ତାହା ସବୁ ପ୍ରଗ୍ଭର କରିବାକୁ ମୁଁ ସୁଖ ବୋଧ କଲି।"
3
"ପରମେଶ୍ବରଙ୍କ ଚମତ୍କାରସବୁ ଶକ୍ତିଶାଳୀ, ଅଦ୍ଭୂତ ଅଟେ। ସେ ଅନନ୍ତକାଳ ପାଇଁ ଶାସନ କରିବେ ଓ ତାଙ୍କର ରାଜ୍ଯ କବେେ ସମାପ୍ତ ହବେ ନାହିଁ।"
4
"ମୁଁ ନବୂଖଦ୍ନିତ୍ସର ମାରେ ନିଜ ପ୍ରାସାଦ ରେ ଶାନ୍ତି ଓ ଶକ୍ତିଶାଳୀ ଥିଲି।"
5
"ମୁଁ ଗୋଟିଏ ସ୍ବପ୍ନ ଦେଖିଲି ଓ ତାହା ମାେତେ ଭୟଭୀତ କଲା। ଆଉ ମୁଁ ଶୟ୍ଯା ଉପ ରେ ଥିଲା ବେଳେ ମାରେ ଚିନ୍ତା ଓ ମନର ଦର୍ଶନ ମାେତେ ଉଦ୍ବିଗ୍ନ କଲା।"
6
"ତେଣୁ ସ୍ବପ୍ନର ଅର୍ଥ ଜଣାଇବା ନିମନ୍ତେ ମୁଁ ବାବିଲର ସମସ୍ତ ବିଦ୍ବାନ ଲୋକଙ୍କୁ ମାେ ନିକଟକୁ ଆଣିବା ପାଇଁ ଆଜ୍ଞା କଲି।"
7
"ଯେତବେେଳେ ମନ୍ତ୍ରଜ୍ଞ ଗଣକ କଲଦୀଯ ଓ ଶୁଭାଶୁଭବାଦୀମାନେ ମାେ ନିକଟକୁ ଆସିଲେ, ମୁଁ ସମାନଙ୍କେୁ ସ୍ବପ୍ନ ବିଷଯ ରେ ଜଣାଇଲି, ମାତ୍ର ସମାନେେ ତାହାର ଅର୍ଥ ମାେତେ କହି ପାରିଲେ ନାହିଁ।"
8
"ଅବଶଷେ ରେ ମାେ ଦବେତାର ନାମାନୁସା ରେ ବେଲ୍ଟଶତ୍ସର ନାମ ବିଶିଷ୍ଟ ଦାନିୟେଲ ମାେ ନିକଟକୁ ଆସିଲେ, ତାହାଙ୍କ ଅନ୍ତର ରେ ପବିତ୍ର ପରମେଶ୍ବରଙ୍କ ଆତ୍ମା ଅଛନ୍ତି, ମୁଁ ତାଙ୍କୁ ସ୍ବପ୍ନ ବିଷଯ ରେ ଜଣାଇଲି।"
9
"ମୁଁ କହିଲି, ହେ ମନ୍ତ୍ରଜ୍ଞଗଣଙ୍କ ଅଧ୍ଯକ ବେଲ୍ଟଶତ୍ସର, ମୁଁ ଜଣେ, ପବିତ୍ର ଦବଗେଣର ଆତ୍ମା ତୁମ୍ଭ ଅନ୍ତର ରେ ଅଛନ୍ତି ଓ କୌଣସି ନିଗୂଢ ବାକ୍ଯ ବୁଝିବା ତୁମ୍ଭପାଇଁ କଷ୍ଟକର ନୁହେଁ, ଏଣୁ ଦୟାକରି ମାେତେ ମାରେ ସ୍ବପ୍ନ କଥା ଓ ତାହାର ଅର୍ଥ କୁହନ୍ତୁ।"
10
"ମୁଁ ଶୟ୍ଯା ରେ ଶୋଇଥିଲା ବେଳେ ମାେ ମନର ଦର୍ଶନ ଏହିପରି ଥିଲା। ମୁଁ ଅନାଇଲି ଓ ଦେଖିଲି ଭୂମଣ୍ତଳ ରେ ମଧ୍ଯସ୍ଥଳ ରେ ଏକ ବୃକ୍ଷ ଥିଲା ଓ ତାହା ଅତି ଉଚ୍ଚ ଥିଲା।"
11
"ସେ ବୃକ୍ଷ ବଢିଲା ଓ ଦୃଢ ହେଲା। ଉଚ୍ଚତା ରେ ତାହା ଆକାଶକୁ ସ୍ପର୍ଶ କଲା। ପୁଣି ପୃଥିବୀର ସବୁ ସ୍ଥାନ ରେ ତାହା ଦୃଶ୍ଯମାନ ହେଲା।"
12
"ତହିଁର ପତ୍ରମାନ ସୁନ୍ଦର ଓ ତହିଁର ଫଳ ଅନକେ ଥିଲା, ଆଉ ସେ ଗଛ ରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। କ୍ଷେତ୍ରସ୍ଥ ପଶୁଗଣ ସହେି ବୃକ୍ଷତଳେ ଛାଯା ପାଇଲେ ଓ ଆକାଶସ୍ଥ ପକ୍ଷୀମାନେ ତାହାର ଶାଖାମାନଙ୍କ ରେ ବାସ କଲେ। ସମସ୍ତ ପ୍ରାଣୀ ସେଥିରୁ ଖାଦ୍ୟ ପାଇଲେ।"
13
"ମୁଁ ଶୟ୍ଯା ଉପ ରେ ଥିଲା ବେଳେ ଦର୍ଶନ ପାଇଲି। ଏକ ପବିତ୍ର ସ୍ବର୍ଗଦୂତ ସ୍ବର୍ଗରୁ ଓହ୍ଲାଇ ଆସିଲେ।"
14
"ସେ ଉଚ୍ଚସ୍ବର ରେ କହିଲେ, 'ଏହି ବୃକ୍ଷକୁ ଛଦନେ କର। ତହିଁରେ ଶାଖା ସବୁ କାଟି ପକାଅ, ତହିଁର ପତ୍ରସବୁ ଝାଡି ଦିଅ ଓ ଫଳଗୁଡିକୁ ବିଞ୍ଚି ଦିଅ। ତାହାର ତଳେଥିବା ପଶୁମାନେ ଓ ଶାଖା ରେ ଥିବା ପକ୍ଷୀମାନେ ପଳାଇ ୟାଆନ୍ତୁ।"
15
"ତାହାର ମୂଳ ଲୌହ ଓ ପିତ୍ତଳମଯ ବଡେି ରେ ବାନ୍ଧି କ୍ଷେତ୍ରସ୍ଥ ତୃଣ ରେ ରଖ ଓ ତାହା ଆକାଶର କାକର ରେ ତିନ୍ତୁ। ଆଉ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣ ରେ ତାହାର ଅଂଶ ହେଉ।"
16
"ତାହା ମାନବ ହୃଦଯ ନ ହେଉ ଓ ସେ ପଶୁ ହୃଦଯ ପ୍ରାପ୍ତ ହେଉ। ଆଉ ତାହା ଉପ ରେ ସାତବର୍ଷ ଅତିବାହିତ ହାଇେ ଯାଉ।'"
17
"ଜଣେ ପବିତ୍ର ସ୍ବର୍ଗଦୂତ ଏହି ଦଣ୍ତ ଘାଷେଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ଯମାନଙ୍କ ଉପ ରେ ସର୍ବୋପରିସ୍ଥ ପରମେଶ୍ବର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ବର ବିନଯୀ ଲୋକକୁ ରାଜ୍ଯ ଶାସନ ପାଇଁ ନିୟୁକ୍ତି କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।"
18
"ମୁଁ, ରାଜା ନବୂଖଦ୍ନିତ୍ସର ଏହି ସ୍ବପ୍ନ ଦେଖିଥିଲି। ବର୍ତ୍ତମାନ ହେ ବଲଟେଶତ୍ସର ଏହାର ଅର୍ଥ ବାଖ୍ଯା କର। ମାେ ରାଜ୍ଯର ସମସ୍ତ ବିଦ୍ବାନ ଲୋକମାନେ ଏହାର ଅର୍ଥ ବାଖ୍ଯା କରିବାକୁ ଅକ୍ଷମ ଅଟନ୍ତି। ମାତ୍ର ତୁମ୍ଭେ କବଳେ ଜଣେ, ୟିଏକି ଏହା କରିପାରିବ। କାରଣ ଏହା ତୁମ୍ଭ ଅନ୍ତର ରେ ପବିତ୍ର ପରମେଶ୍ବରଙ୍କର ଆତ୍ମା ବିରାଜିତ ଅଟେ।"
19
"ତହିଁରେ ବେଲ୍ଟଶତ୍ସର ନାମକ ଦାନିୟେଲ କିଛିକ୍ଷଣ ଅବାକ୍ ହାଇେ ରହିଲେ। ତାଙ୍କର ଭାବନା ତାଙ୍କୁ ବ୍ଯାକୁଳିତ କଲା। ରାଜା ଉତ୍ତର କରି କହିଲା, ହେ ବେଲ୍ଟଶତ୍ସର ସହେି ସ୍ବପ୍ନ କିମ୍ବା ତାହାର ଅର୍ଥ ତୁମ୍ଭକୁ ବ୍ଯାକୁଳିତ ନକରୁ।"
20
"ଆପଣ ଯେଉଁ ବୃକ୍ଷ ଦେଖିଲେ, ତାହା ଶକ୍ତିଶାଳୀ ହାଇେ ବଢିଲା ଓ ଉଚ୍ଚତା ରେ ଗଗନସ୍ପର୍ଶୀ ହେଲା। ତାହା ସମୁଦାଯ ପୃଥିବୀ ରେ ଦୃଶ୍ଯମାନ ହେଲା।"
21
"ତାହାର ପତ୍ରସବୁ ସୁନ୍ଦର ହେଲା ଓ ସେଥି ରେ ପ୍ରଚୁର ଫଳ ହେଲା। ସେଥି ରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। ଆଉ ତାହାର ତଳେ କ୍ଷେତ୍ରସ୍ଥ ପଶୁମାନେ ବାସ କଲେ ଓ ତାହାର ଶାଖା ଗୁଡିକ ଉପ ରେ ଆକାଶର ପକ୍ଷୀମାନେ ବସତି କଲେ।"
22
"ହେ ମହାରାଜ, ସହେି ବୃକ୍ଷ ଆପଣ ଅଟନ୍ତି। ଆପଣ ବୃଦ୍ଧି ପାଇ ବଳବାନ୍ ହାଇେଅଛନ୍ତି। କାରଣ ଆପଣଙ୍କର ମହତ୍ବ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି। ଆଉ ଆପଣଙ୍କର କତ୍ତୃର୍ତ୍ବ ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ବ୍ଯାପିଅଛି।"
23
"ଏବଂ ଆପଣ ମଧ୍ଯ ଦେଖିଲେ ଯେ, ସ୍ବର୍ଗରୁ ପବିତ୍ର ସ୍ବର୍ଗଦୂତ ଓହ୍ଲାଇ ଆସି କହିଲେ, 'ଏ ବୃକ୍ଷକୁ ବିନଷ୍ଟ କରି ଛଦନେ କର। କିନ୍ତୁ ଏହା ମୂଳକୁ ଲୌହ ଓ ପିତ୍ତଳ ବଡେି ରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧିଅରେ ରଖ। ଆଉ ତାହା ଆକାଶର କାକର ରେ ତିନ୍ତୁ ଓ ତାହା ଉପ ରେ ସାତବର୍ଷ ଅତିକ୍ରମ କରିବା ପର୍ୟ୍ଯନ୍ତ କ୍ଷେତ୍ରସ୍ଥ ପଶୁଗଣ ସହିତ ତାହାର ଅଂଶ ହେଉ।'"
24
" ହେ ମହାରାଜ, ଏଥିର ଅର୍ଥ ଏହି। ଆଉ ସର୍ବୋପରିସ୍ଥ ମାରେ ସଦାପ୍ରଭୁ ମହାରାଜାଙ୍କ ପ୍ରତି ଏହା ଘଟିବ ବୋଲି ନିରୂପଣ କରିଛନ୍ତି।"
25
"ତୁମ୍ଭେ ମନୁଷ୍ଯମାନଙ୍କ ସଙ୍ଗ ମଧ୍ଯରୁ ବିତାଡିତ ହବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକର ରେ ତିନ୍ତିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିବ। ଶଷେ ରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ବର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ଯ ଦାନ କରନ୍ତି।"
26
"ଆଉ ବୃକ୍ଷର ମୂଳ, ଗଣ୍ତି ଛାଡିବାକୁ ଆଜ୍ଞା ଦିଆୟିବାର ଅର୍ଥ ଏହି ଯେ, ତୁମ୍ଭେ ପୁଣି ତୁମ୍ଭର ରାଜ୍ଯ ଫରେି ପାଇବ, କିନ୍ତୁ ତୁମ୍ଭେ ନିଶ୍ଚିତ ଅନୁଭବ କରିବା ଉଚିତ୍ ଯେ, ସର୍ବୋପରିସ୍ଥ ପରମେଶ୍ବର ରାଜ୍ଯ ରେ ଶାସନ କରନ୍ତି।"
27
"ତେଣୁ ହେ ମହାରାଜ, ଆପଣ ମାରେ ଉପଦେଶ ଗ୍ରହଣ କରନ୍ତୁ। ଆପଣ ଧାର୍ମିକତା ବଳ ରେ ପାପରାଶି ଦୂର କରନ୍ତୁ ଓ ଦରିଦ୍ରମାନଙ୍କୁ ଦୟା ଦଖାଇେ ଆପଣା ଅଧର୍ମ ସକଳ ଦୂର କରନ୍ତୁ। ତାହା ହେଲେ ଆପଣଙ୍କର ଆପଣଙ୍କର ସଫଳତା ଓ ଶାନ୍ତିର କାଳ ବୃଦ୍ଧି ପାଇବ।"
28
"ରାଜା ନବୂଦ୍ନିତ୍ସରଙ୍କ ପ୍ରତି ଏ ସମସ୍ତ ଘଟିଲା।"
29
"ସ୍ବପ୍ନର ବର୍ଷକ ପ ରେ ରାଜା ନବୂଖଦ୍ନିତ୍ସର ବାବିଲର ନିଜ ପ୍ରାସାଦ ଉପ ରେ ବୁଲୁଥିଲା ବେଳେ, ରାଜା କହିଲା, ଏହି ବାବିଲକୁ ଦେଖ!"
30
"ମୁଁ ମାରେପ୍ରତାପ ରେ ଏହି ମହାନ୍ ନଗର ନିର୍ମାଣ କରିଛି ଓ ମାରେ ବଳର ପ୍ରଭାବରେ ରାଜଧାନୀ ପ୍ରାସାଦ ନିର୍ମାଣ କରିଛି। ମୁଁ କଡେେ ମହାନ୍।"
31
"ରାଜାଙ୍କ ମୁଖରୁ କଥା ଶଷେ ନ ହେଉଣୁ, ଏହି ସ୍ବର୍ଗୀଯବାଣୀ ହେଲା, ହେ ରାଜା ନବୂଖଦ୍ନିତ୍ସର, ତୁମ୍ଭକୁ ଏହି କଥା କୁହାଯାଉଅଛି ଯେ ତୁମ୍ଭଠାରୁ ରାଜ୍ଯ କାଢି ନିଆଗଲା।"
32
"ଏବଂ ତୁମ୍ଭେ ମନୁଷ୍ଯମାନଙ୍କ ମଧ୍ଯରୁ ବିତାଡିତ ହବେ। କ୍ଷେତ୍ରସ୍ଥ ପଶୁମାନଙ୍କ ମଧିଅରେ ତୁମ୍ଭେ ବାସ କରିବ ଓ ଗୋରୁ ପରି ତୃଣ ଭୋଜନ କରିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିୟିବ। ଶଷେ ରେ ଯେ ସର୍ବୋପରିସ୍ଥ ପରମେଶ୍ବର ସମଗ୍ର ମନୁଷ୍ଯ ଉପ ରେ ପ୍ରଭୁତ୍ବ କରନ୍ତି ଓ ଯାହାକୁ ଯାହା ଇଚ୍ଛା ତାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।"
33
"ସହେି ସବୁ ଦଣ୍ତ ତତ୍କ୍ଷଣାତ୍ ନବୂଖଦ୍ନିତ୍ସରଙ୍କ ପ୍ରତି ଘଟିଲା। ସେ ମନୁଷ୍ଯମାନଙ୍କ ମଧ୍ଯରୁ ବିତାଡିତ ହାଇେ ଗୋରୁପରି ତୃଣ ଭକ୍ଷଣ କଲେ। ଆଉ ସେ ଆକାଶର କାକର ରେ ତିନ୍ତିଲେ। ଶଷେ ରେ ତାହାର କେଶ ଉକ୍ରୋଶପକ୍ଷୀର ପର ତୁଲ୍ଯ ଓ ତାହାର ନଖ ପକ୍ଷୀର ନଖ ତୁଲ୍ଯ ବଢିଲା।"
34
"ଅନନ୍ତର ସହେି ସମୟର ଶଷେ ରେ ମୁଁ ନବୂଖଦ୍ନିତ୍ସର, ସ୍ବର୍ଗଆଡେ ଉର୍ଦ୍ଧ୍ବଦୃଷ୍ଟି କଲି। ସେତବେେଳେ ମାରେ ମନ ଠିକ୍ ବାଟକୁ ଆସିଗଲା। ତା'ପ ରେ ମୁଁ ସର୍ବୋପରିସ୍ଥ ପରମେଶ୍ବରଙ୍କର ପ୍ରଶଂସା କଲି। ସହେି ଅନନ୍ତ ଜୀବିଙ୍କୁ ଧନ୍ଯବାଦ ଜଣାଇ ସମାଦର କଲି। କାରଣ ତାଙ୍କର କତ୍ତୃର୍ତ୍ବ ଅନନ୍ତକାଳୀନ ଓ ତାଙ୍କର ରାଜ୍ଯ ପୁରୁଷାନୁକ୍ରମେ ଥାଏ।"
35
"ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ବର୍ଗୀଯ ଶକ୍ତି ବଳ ରେ ପରମେଶ୍ବର ନିଜ ଇଚ୍ଛାନୁସା ରେ ପୃଥିବୀ ନିବାସୀମାନଙ୍କ ମଧିଅରେ କାର୍ୟ୍ଯ କରନ୍ତି। କହେି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନପା ରେ ଓ କହେି ତାଙ୍କୁ କିଛି ପ୍ରଶ୍ନ କରି ନପା ରେ।"
36
"ଆଉ ସହେି ସମୟରେ ପରମେଶ୍ବର ମାରେ ଉତ୍ତମ ବୁଦ୍ଧି ମାେତେ ଫରୋଇ ଦେଲେ। ମାେ ରାଜ୍ଯର ଗୌରବ ନିମନ୍ତେ ମାରେ ତଜେ ଓ ପ୍ରତାପ ମାେ ପାଖକୁ ଫରେି ଆସିଲା। ମାରେ ମନ୍ତ୍ରୀ ଓ ଅମାତ୍ଯମାନେ ପୁନର୍ବାର ମାରେ ପରାମର୍ଶ ଲୋଡିଲେ। ମୁଁ ପୁନର୍ବାର ରାଜା ହଲିେ ଓ ମାରେ ମହିମା ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଇଲା।"
37
"ଏଣୁ ମୁଁ ନବୂଖଦ୍ନିତ୍ସର ସହେି ସ୍ବର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିଯା ସତ୍ଯ ଓ ତାଙ୍କର ପଥ ସବୁ ନ୍ଯାର୍ୟ୍ଯ। ଆଉ ସେ ଗର୍ବୀମାନଙ୍କୁ ବିନଯୀ କରନ୍ତି।"
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 5 →
All chapters:
1
2
3
4
5
6
7
8
9
10
11
12