bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia - 1840
/
Galatians 4
Galatians 4
Odia - 1840
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 5 →
1
"ମୁଁ କହୁଛି ଯେ, ଯେପର୍ୟ୍ଯନ୍ତ ଜଣେ ଉତ୍ତରାଧିକାରୀ ଅବସ୍ଥା ରେ ଅଛି, ସେ ସମସ୍ତ ସମ୍ପତ୍ତିର ମାଲିକ ହାଇେଥିଲେ ମଧ୍ଯ, ଜଣେ ଦାସଠାରୁ ବେଶି ଭିନ୍ନ ନୁହେଁ।"
2
"କାରଣ ସହେି ଶିଶୁ ଆପଣା ପିତାଙ୍କ ଦ୍ବାରା ନିଶ୍ଚିତ କରାଯାଇଥିବା ସମୟ ପର୍ୟ୍ଯନ୍ତ ଅଭିଭାବକ ଓ ତାର ଯତ୍ନ ନ୍ଯସ୍ତ କରା ଯାଇଥିବା ବ୍ଯକ୍ତିମାନଙ୍କର ଅଧୀନ ରେ ଥାଏ।"
3
"ଠିକ୍ ସହେିପରି ଆମ୍ଭମାନେେ ଶିଶୁଥିବା ସମୟରେ ଆମ୍ଭେ ମଧ୍ଯ ସଂସାରର ଅନୁପୟୋଗୀ ନୀତିନିୟମଗୁଡ଼ିକର ଦାସ ଥିଲୁ।"
4
"କିନ୍ତୁ ଉଚିତ୍ ସମୟ ଉପସ୍ଥିତ ହବୋରୁ ପରମେଶ୍ବର ନିଜ ପୁତ୍ରଙ୍କୁ ପଠାଇଲେ। ସେ ଜଣେ ସ୍ତ୍ରୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ ଓ ବ୍ଯବସ୍ଥା ଅଧିନ ରେ ଜୀବନଯାପନ କରୁଥିଲେ।"
5
"ବ୍ଯବସ୍ଥାର ଅଧୀନ ରେ ଥିବା ଲୋକମାନଙ୍କୁ ମୁକ୍ତ କରିବା ପାଇଁ ଓ ଆମ୍ଭମାନଙ୍କୁ ପରମେଶ୍ବରଙ୍କ ସନ୍ତାନ ରୂପେ ଗଢି ତୋଳିବା ନିମନ୍ତେ ସେ ଏପରି କରିଥିଲେ।"
6
"ତୁମ୍ଭମାନେେ ପରମେଶ୍ବରଙ୍କ ସନ୍ତାନ, ସେଥିପାଇଁ ସେ ତୁମ୍ଭମାନଙ୍କ ହୃଦୟ ଭିତ ରେ ନିଜ ପୁତ୍ରଙ୍କ ଆତ୍ମାକୁ ସ୍ଥାପିତ କଲେ। ସହେି ଆତ୍ମା ଆବବା, ପ୍ରିୟ ପିତା ବୋଲି ଡ଼ାକନ୍ତି।"
7
"ଅତଏବ, ତୁମ୍ଭମାନେେ ପୂର୍ବଭଳି ଏବେ ଆଉ ଦାସ ନୁହଁ। ତୁମ୍ଭେ ପରମେଶ୍ବରଙ୍କ ପୁତ୍ର ଅଟ। ତୁମ୍ଭେ ତାହାଙ୍କର ସନ୍ତାନ ହାଇେଥିବାରୁ ସେ ତୁମ୍ଭକୁ ଉତ୍ତରାଧିକାରୀ ଭାବେ ସବୁ ପ୍ରତିଜ୍ଞାତ ବିଷୟ ପ୍ରଦାନ କରିବେ।"
8
"ପୂର୍ବରୁ ତୁମ୍ଭେ ପରମେଶ୍ବରଙ୍କୁ ଜାଣି ନ ଥିଲ। ତୁମ୍ଭମାନେେ ମିଥ୍ଯା ଦବେତାମାନଙ୍କର ଦାସ ଥିଲ।"
9
"କିନ୍ତୁ ଏବେ ତୁମ୍ଭମାନେେ ପ୍ରକୃତ ପରମେଶ୍ବରଙ୍କ ପରିଚୟ ପାଇଅଛ। ପ୍ରକୃତ ରେ ପରମେଶ୍ବରଙ୍କ ଦ୍ବାରା ପରିଚୟ ପାଇଅଛ। ତବେେ ତୁମ୍ଭମାନେେ ପୂର୍ବରୁ ପାଳନ କରୁଥିବା ଦୁର୍ବଳ ଓ ଅଦରକାରୀ ନିୟମଗୁଡ଼ିକ ପ୍ରତି କାହିଁକି ପୁଣି ଆକୃଷ୍ଟ ହେଉଛ? ତୁମ୍ଭମାନେେ କ'ଣ ପୁଣି ଦାସ ହବୋକୁ ଇଚ୍ଛା କର?"
10
"ତୁମ୍ଭମାନେେ ଏବେ ମଧ୍ଯ ବିଶଷେ ଦିନ, ମାସ, ଋତୁ ଓ ବର୍ଷଗୁଡ଼ିକ ବିଷୟକ ନୀତି ନିୟମର ଶିକ୍ଷାଗୁଡ଼ିକୁ ପାଳନ କରୁଛ।"
11
"ତୁମ୍ଭମାନଙ୍କ ପାଇଁ ଯେଉଁ ସବୁ ଚେଷ୍ଟା ଓ କାମ କରିଛି, ତାହା କାଳେ ବିଫଳ ହୁଏ, ଏଥିପାଇଁ ମୁଁ ଡ଼ରୁଛି।"
12
"ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କ ପରି ଥିଲି, ଅତଏବ ତୁମ୍ଭମାନେେ ବର୍ତ୍ତମାନ ମାେ ପରି ହୁଅ।"
13
"ତୁମ୍ଭମାନେେ ମାେ ପାଇଁ ଖୁବ୍ ଭଲ ଥିଲ। ତୁମ୍ଭମାନେେ ମନେ ପକାଅ, ମୁଁ ପ୍ରଥମ ଥର ତୁମ୍ଭମାନଙ୍କ ପାଖକୁ ଆସି ଥିଲି। ଯେ ହତେୁ ମୁଁ ଅସୁସ୍ଥ ଥିଲି। ସେ ସମୟରେ ମୁଁ ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିଲି।"
14
"ମାରେ ଅସୁସ୍ଥତା ତୁମ୍ଭମାନଙ୍କ ପାଇଁ ଭାରସ୍ବରୂପ ଥିଲା। କିନ୍ତୁ ତୁମ୍ଭମାନେେ ମାେତେ ଘୃଣା କରି ନ ଥିଲ। ତୁମ୍ଭମାନେେ ମାେତେ ଛାଡ଼ି ୟିବାକୁ କହି ନ ଥିଲ। ପରମେଶ୍ବରଙ୍କଠାରୁ ସ୍ବର୍ଗଦୂତ ଆସିବା ଭଳି ମାେତେ ତୁମ୍ଭମାନେେ ସ୍ବାଗତ ଜଣାଇ ଥିଲ। ତୁମ୍ଭମାନେେ ସ୍ବଯଂ ଖ୍ରୀଷ୍ଟ ଯୀଶୁ ଭଳି ମାେତେ ଗ୍ରହଣ କରିଥିଲ।"
15
"ତୁମ୍ଭମାନେେ ସେତବେେଳେ ଅତ୍ଯଧିକ ଆନନ୍ଦିତ ଥିଲ। ଏବେ ସେ ଆନନ୍ଦ କୁଆଡ଼େ ଗଲା? ମାରେ ମନେ ପଡ଼େ, ତୁମ୍ଭମାନେେ ତୁମ୍ଭମାନଙ୍କର ସାଧ୍ଯମତେ ମାେତେ ସାହାୟ୍ଯ କରିବା ପାଇଁ ଆଗଇେ ଆସିଥିଲ। ସମ୍ଭବ ହାଇେଥିଲେ, ତୁମ୍ଭମାନେେ ନିଜର ଆଖି ମଧ୍ଯ ତାଡ଼ି ମାେତେ ପ୍ରଦାନ କରି ଦଇେଥାଆନ୍ତ।"
16
"କିନ୍ତୁ ଏବେ କ'ଣ ତୁମ୍ଭମାନଙ୍କୁ ସତ୍ଯ କହୁଥିବାରୁ ମୁଁ ତୁମ୍ଭମାନଙ୍କ ଶତ୍ରୁ ହାଇଗଲିେ?"
17
"ଭଣ୍ଡ ଶିକ୍ଷକମାନେ ତୁମ୍ଭମାନଙ୍କୁ ବହୁତ ଶ୍ରଦ୍ଧା ଦଖାେଉଛନ୍ତି, ମାତ୍ର ତାହା ଠିକ୍ ଉଦ୍ଦେଶ୍ଯ ରେ ନୁହେଁ। କାରଣ, ତାହାଦ୍ବାରା ସମାନେେ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ଆମ୍ଭଠାରୁ ଦୂ ରଇେ ନବୋକୁ ଇଚ୍ଛା କରନ୍ତି ଓ ସମାନଙ୍କେ ଛଡ଼ା ଆଉ କାହାକୁ ଅନୁସରଣ ନ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି।"
18
"କିନ୍ତୁ ଉଦ୍ଦେଶ୍ଯ ଯଦି ଭଲ ହାଇେଥାଏ, ତବେେ କବଳେ ମୁଁ ତୁମ୍ଭମାନଙ୍କ ସଙ୍ଗ ରେ ଥିବା ବେଳେ ନୁହେଁ, ମାତ୍ର ସବୁବେଳେ ସେଥି ରେ ଉଦ୍ ଯୋଗୀ ହବୋ ଉଚିତ୍।"
19
"ମାେ ପ୍ରିୟ ସନ୍ତାନଗଣ! ମୁଁ ତୁମ୍ଭମାନଙ୍କ ପାଇଁ ପୁଣି ଥରେ ଜଣେ ମା' ପରି ପ୍ରସବବଦନୋ ଅନୁଭବ କରୁଛି ଓ ତୁମ୍ଭମାନେେ ଯେପର୍ୟ୍ଯନ୍ତ ପ୍ରକୃତ ରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ନ ହାଇେଛ, ସପେର୍ୟ୍ଯନ୍ତ ମୁଁ ଏପ୍ରକାର କଷ୍ଟ ଅନୁଭବ କରୁଥିବି।"
20
"ମାରଇେଚ୍ଛା ହେଉଛି ମୁଁ ବର୍ତ୍ତମାନ ସଠାେରେ ତୁମ୍ଭମାନଙ୍କ ପାଖ ରେ ଥାଆନ୍ତି କି, ୟଦ୍ଦ୍ବାରା ମୁଁ ତୁମ୍ଭମାନଙ୍କ ସହିତ ଭିନ୍ନ ପ୍ରକା ରେ କଥା ହାଇପୋରନ୍ତି। କାରଣ ତୁମ୍ଭମାନଙ୍କ ବିଷୟ ରେ କ'ଣ କରାୟିବ, ମୁଁ କିଛି ଜାଣିପାରୁ ନାହିଁ।"
21
"ଏବେ ମଧ୍ଯ ତୁମ୍ଭମାନଙ୍କ ଭିତରୁ କେତକେ ବ୍ଯବସ୍ଥା ଅଧିନ ରେ ରହିବାକୁ ଇଚ୍ଛା କରୁଛ। ତୁମ୍ଭମାନେେ ଜାଣ କି ବ୍ଯବସ୍ଥା କ'ଣ କୁ ହେ?"
22
"ଶାସ୍ତ୍ର କୁ ହେ, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ। ଗୋଟିଏ ପୁଅର ମା ଜଣେ ଦାସୀ। ଅନ୍ୟଟିର ମା ଜଣେ ସ୍ବାଧୀନା ସ୍ତ୍ରୀ।"
23
"ଅବ୍ରହାମଙ୍କ ଦାସୀପୁତ୍ର ଶାରୀରିକ ସ୍ବଭାବର ପଦ୍ଧତି ରେ ଜନ୍ମ ହେଲା। କିନ୍ତୁ ସ୍ବାଧୀନ ସ୍ତ୍ରୀଠାରୁ ଯେଉଁ ପୁତ୍ରଟି ଜନ୍ମ ହେଲା, ପରମେଶ୍ବର ଅବ୍ରହାମଙ୍କୁ ଦଇେଥିବା ପ୍ରତିଜ୍ଞା ଅନୁସାରେ ସେ ଜାତ ହେଲା।"
24
"ଏହି ସତ୍ଯ କାହାଣୀ ଗୋଟିଏ ଅର୍ଥ ପ୍ରକାଶ କରେ। ଦୁଇଜଣ ସ୍ତ୍ରୀ ଦୁଇ ପ୍ରକାରର ଚୁକ୍ତିକୁ ଦର୍ଶାନ୍ତି। ଗୋଟିଏ ଚୁକ୍ତି ସୀନୟ ପର୍ବତଠା ରେ ହାଇେଥିଲା। ଏହି ଚୁକ୍ତି ଉଦ୍ଦେଶ୍ଯ ରେ ଯେଉଁ ଲୋକମାନେ ଜନ୍ମ ହୁଅନ୍ତି, ସମାନେେ କ୍ରୀତଦାସ ଭଳି। ଏହି ଚୁକ୍ତି ହାଗାର ନାମ୍ନୀ ଏକ ସ୍ତ୍ରୀ ସହିତ ସଂୟୁକ୍ତ।"
25
"ହାଗାର ଆରବ ଦେଶସ୍ଥିତ ସୀନୟ ପର୍ବତର ପ୍ରତୀକ। ଏବେ ତାହା ଆଜିର ୟିରୁଶାଲମକୁ ସଂକତେ କରେ। ଏହା ନିଜ ସନ୍ତାନମାନଙ୍କ ସହିତ ଦାସତ୍ବ ରେ ପଡ଼ିଅଛି।"
26
"କିନ୍ତୁ ସ୍ବର୍ଗସ୍ଥ ୟିରୁଶାଲମ ସ୍ବାଧୀନ ଅଟେ। ସେ ଆମ୍ଭର ମାତା।"
27
"ଶାସ୍ତ୍ର କୁ ହେ:"
28
"ଏବଂ ଅବୟହାମଙ୍କର ଗୋଟିଏ ପୁତ୍ର ସାଧାରଣ ଭାବରେ ଜନ୍ମ ହେଲା। ଅନ୍ୟ ପୁତ୍ର ୟିସ୍ହାକ୍ ଆତ୍ମାଙ୍କ ଶକ୍ତି ଦ୍ବାରା ଜାତ ହେଲା। ମାେ ଭାଇ ଓ ଭଉଣୀମାନେ! ତୁମ୍ଭମାନେେ ମଧ୍ଯ ୟିସ୍ହାକ ଭଳି ପ୍ରତିତୃତିର ସନ୍ତାନ ଅଟ।"
29
"ସାଧାରଣ ଭାବରେ ଜନ୍ମ ଗ୍ରହଣ କରିଥିବା ପୁତ୍ରଟି ୟିସ୍ହାକ ସହିତ ମନ୍ଦ ବ୍ଯବହାର କଲା। ଆଜି ମଧ୍ଯ ସହେିଭଳି ଅବସ୍ଥା।"
30
"କିନ୍ତୁ ଶାସ୍ତ୍ର କ'ଣ କୁ ହେ? ଦାସୀ ନାରୀ ଓ ତାହାର ପୁତ୍ରକୁ ବାହାର କରିଦିଅ। ସ୍ବାଧୀନ ସ୍ତ୍ରୀର ପୁତ୍ର ପିତାର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହବେ। କିନ୍ତୁ ଦାସୀପୁତ୍ର କିଛି ପାଇବ ନାହିଁ।278"
31
"ଅତଏବ ଭାଇ ଓ ଭଉଣୀମାନେ, ଆମ୍ଭେ ଦାସୀପୁତ୍ର ନୋହୁଁ, ମାତ୍ର ସ୍ବାଧୀନ ସ୍ତ୍ରୀର ସନ୍ତାନ ଅଟୁ।"
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 5 →
All chapters:
1
2
3
4
5
6